ମ୍ୟାକଡୋନାଲ୍ଡ ପକ୍ଷରୁ ଛଟେଇ ପ୍ରକ୍ରିୟା…ଅସ୍ଥାୟୀ ଭାବେ ଅଫିସ ବନ୍ଦ

ମ୍ୟାକଡୋନାଲ୍ଡ ଉପରେ ମଧ୍ୟ ଅର୍ଥନୀତିକ(economic)ମାନ୍ଦାବାସ୍ଥାର ପ୍ରଭାବ(impact) ଦେଖିବାକୁ ମିଳିଛି । କାରଣ ଏବେ କଷ୍ଟ କଟିଂ ପାଇଁ ମ୍ୟାକଡୋନାଲ୍ଡ ମଧ୍ୟ କର୍ମଚାରୀଙ୍କୁ ବିଦା କରିବାକୁ ଯାଉଛି । ଆମେରିକାରେ ଥିବା ସବୁ ଅଫିସ ଅସ୍ଥାୟୀ ଭାବେ(temporarily)
ବନ୍ଦ କରିବାକୁ ଯାଉଛି ଏହି କମ୍ପାନୀ । କର୍ପୋରେଟ୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ମିଳିଛି ।

ପୂର୍ବରୁ କିଛି ବଡ଼ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ବାହାର କରିବାକୁ (lay off) ବାଧ୍ୟ
ହୋଇଥିଲେ । ଏବେ ମ୍ୟାକଡୋନାଲ୍ଡ ଏହି ତାଲିକାରେ ସାମିଲ ହେବ । ବୁଧବାର ଯାଏ ସବୁ କର୍ମଚାରୀ ଘରୁ କାମ କରିବାକୁ ଇ-ମେଲ୍ ପଠାଇଯାଇଥିଲା । ସେପଟେ କିନ୍ତୁ କେତେ କର୍ମଚାରୀଙ୍କୁ ବିଦା କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଚଳିତ ସପ୍ତାହରେ ସମସ୍ତ ପ୍ରକାରର ବ୍ୟକ୍ତଗତସ୍ତରୀୟ ମିଟିଂକୁ ବାତିଲ କରାଯାଇଛି ।

ଜାନୁଆରୀ ମାସରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ବ୍ୟବସାୟୀ ରଣନୀତିକୁ ଅପଡେଟ୍ କରାଯିବା ସହ କିଛି କର୍ମଚାରୀଙ୍କୁ ବିଦା କରାଯିବ । ଏବେ ୱାର୍କ ଫ୍ରମ ହୋମ୍ ଆରମ୍ଭ ହୋଇଥିବାରୁ ଖୁବଶୀଘ୍ର କମ୍ପାନୀ ଛଟେଇ କରିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ଗୁଗଲ,ଫେସବୁକ, ଆମାଜନ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀମାନଙ୍କୁ ବିଦା କଲେଣି ।

Leave a Reply

Your email address will not be published. Required fields are marked *