‘ଓଡ଼ିଶାରେ ପୁଞ୍ଜି ନିବେଶ କର’..ଜାପାନରେ ଆହ୍ୱାନ କରିବେ ନବୀନ

ଆଜିଠାରୁ ୭ ଦିନିଆ ଜାପାନ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ( high-level delegation)ସହ ସେ ଜାପାନ ଗସ୍ତରେ ଯାଇଛନ୍ତି । ୯ ତାରିଖ ଯାଏ ଜାପାନରେ ରହିବେ ମୁଖ୍ୟମନ୍ତ୍ରୀ । ସେ ଟୋକିଓ,କ୍ବୋଟୋ ଓ ଓସାକା ଆଦି ସ୍ଥାନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଶେଷକରି କେମିକାଲସ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ,ଫୁଡ୍ ପ୍ରୋସେସିଂ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ଏହାର ଫାଇଦା (advantage)ନେବାକୁ ନିବେଶକାରୀ (Investors)ଙ୍କୁ ଆହ୍ୱାନ କରିବେ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭ(Conclave)ରେ ‘ଜାପାନ’ କଣ୍ଟ୍ରି ପାଟର୍ନର ଭାବେ ସାମିଲ ହୋଇଥିବା ବେଳେ ୨୦୧୮ ଓ ୨୦୨୨ରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, 5T ସଚିବ ଭି.କେ ପାଣ୍ଡିଆନ,ଶିଳ୍ପ ସଚିବ ହେମନ୍ତ ଶର୍ମା ଭଳି ଅଧିକାରୀମାନେ ଜାପାନ ଯାଇଛନ୍ତି। …

Leave a Reply

Your email address will not be published. Required fields are marked *