‘ହସ୍ ମନି’ମାମଲା..ଆତ୍ମସମର୍ପଣ କରିବେ ଟ୍ରମ୍ପ !

COURTSEY : IMAGE FROM REUTERS

ଆମେରିକାର ପୂର୍ବତନ ରାଷ୍ଟ୍ରପତି (former President)ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବହୁଚର୍ଚ୍ଚିତ ‘ହସ୍ ମନି’(‘Hus Money’)ମାମଲାରେ ସେ ଆତ୍ମସମର୍ପଣ(surrender) କରିପାରନ୍ତି । ୨୦୧୭ରୁ ୨୦୨୧ ଯାଏ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ ଟ୍ରମ୍ପ । ଏବେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ।

ହସ୍ ମନି ମାମଲାରେ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଗ୍ରାଣ୍ଡ ଜୁରୀ ପ୍ରମାଣ (evidence)ପାଇଛନ୍ତି । ଅଭିଯୋଗରେ ସତ୍ୟତା ରହିଛି । ତେଣୁ ଟ୍ରମ୍ପଙ୍କ ବିରୋଧରେ ଏବେ ଅପରାଧିକ ମାମଲା (criminal case)ଚାଲିବ । ଅଭିଯୋଗ ଅନୁସାରେ ଟ୍ରମ୍ପଙ୍କ ଓକିଲ,ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଚୁପ୍ କରିବାକୁ ୧ ଲକ୍ଷ ୩୦ ହଜାର ଡଲାରର ହସ୍ ମନି ଦେଇଥିଲେ । ହସ୍ ମନି ଅର୍ଥାତ କୌଣସି ଲଜ୍ଜାକର କଥା ପ୍ରଘଟ ନକରିବାକୁ ଦିଆଯାଉଥିବା ଅର୍ଥ । ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଜଣେ ପର୍ଣ୍ଣ ଷ୍ଟାରକୁ ହସି ମନ୍ ଦେଇଥିବା ନେଇ ଅଭିଯୋଗ ପରେ ଏହାର ତଦନ୍ତ କରୁଥିଲେ ଗ୍ରାଣ୍ଡ ଜୁରୀ ।

Leave a Reply

Your email address will not be published. Required fields are marked *