ଜାପାନରେ ନବୀନଙ୍କୁ ଭବ୍ୟ ସ୍ୱାଗତ…ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ CM

() ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ(cm) ନବୀନ ପଟ୍ଟନାୟକଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ(Indian Ambassador) ସିବି ଜର୍ଜ ଏବଂ ଦୂତାବାସ କର୍ମଚାରୀମାନେ ନବୀନ ଏବଂ ତାଙ୍କ ଟିମକୁ ସ୍ୱାଗତ (warmly welcomed)କରିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ । ୯ ତାରିଖ ଯାଏ ଜାପାନରେ ବିଭିନ୍ନ କାର୍ଯ୍ୟକ୍ରମ (various programs)ରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଟୋକିଓ, କ୍ୟୁଟାରେ ପୁଞ୍ଜି ନିବେଶକ(investors)ଙ୍କୁ ଭେଟିବେ ନବୀନ । ନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କୁ ନିମନ୍ତ୍ରଣ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ କଲେ କି ପ୍ରକାରର ଫାଇଦା (benefits)ମିଳିବ ସେ ନେଇ ନିବେଶକାରୀଙ୍କୁ ଭେଟିବେ । ଏଥିସହ ଶିଳ୍ପ,ପର୍ଯ୍ୟଟନ ଏବଂ କ୍ରୀଡ଼ା ସମ୍ପର୍କରେ ଆଲୋଚନା ମଧ୍ୟ କରିବେ । ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *