Blog

  • ଆପତ୍ତିଜନକ ଟୁଇଟ ମାମଲା:  ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ

    ଆପତ୍ତିଜନକ ଟୁଇଟ ମାମଲା:  ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ

    ଆପତ୍ତିଜନକ ଟୁଇଟ ମାମଲାରେ ଆଜି କ୍ଷମା ମାଗିଲେ ଦ କଶ୍ମୀର ଫାଇଲ୍ସନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ଥିବା ଟୁଇଟ ମାମଲାରେ ନିଃସର୍ତ୍ତ କ୍ଷମା ମାଗିବା ପରେ ଅପରାଧିକ ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

    ୨୦୧୮ରେ ଫିଲ୍ମ ନିର୍ମାତା  ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଏସ୍‌ ମୁରଲିଧରଙ୍କ ସମ୍ପର୍କରେ ଏକ ଆପତ୍ତିଜନକ ଟୁଇଟ କରିଥିଲେ। ଯାହାକୁ ନେଇ ଅଗ୍ନିହୋତ୍ରୀଙ୍କ ବିରୋଧରେ ଏକ ମାମଲା ଚାଲିଥିଲା। ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ଗତ ମାସରେ କୋର୍ଟ ଅଗ୍ନିହୋତ୍ରୀଙ୍କୁ ଏପ୍ରିଲ ୧୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

     ଅଗ୍ନିହୋତ୍ରୀ ଆଜି କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଥିଲେ କି, ତାଙ୍କର ନ୍ୟାୟିକ ବ୍ୟବସ୍ଥା ପ୍ରତି ପୂର୍ଣ୍ଣ ସମ୍ମାନ  ରହିଛି। ଉଦ୍ଦେଶ୍ୟମୂଳକ ଭାବେ କୋର୍ଟଙ୍କ ଅପମାନ କରିନାହିଁ। ଏଥି ସହ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ କୋର୍ଟ ତାଙ୍କୁ ଦୋଷ ମୁକ୍ତ କରିଛନ୍ତି।

  • ଦମ୍ପତିଙ୍କୁ କୋଇଲା ମାଫିଆଙ୍କ ନାଲି ଆଖି

    ଦମ୍ପତିଙ୍କୁ କୋଇଲା ମାଫିଆଙ୍କ ନାଲି ଆଖି

    ଭଦ୍ରକ ଜିଲ୍ଲା ପିରିପିନ୍ଧାମାରପୁରରେ କୋଇଲା ମାଫିଆଙ୍କ ରାଜ୍ । ସେମାନଙ୍କ ଆତଙ୍କରେ ଭୟଭୀତ ହୋଇଛନ୍ତି କନକଲତା ବେହେରା ଓ ତାଙ୍କ ସ୍ୱାମୀ ପ୍ରତାପ ।

    ଦମ୍ପତିଙ୍କ ଭୁଲ୍ ଥିଲା କି ସେମାନେ କୋଇଲା ଚୋରି କରୁଥିବା କିଛି ଅସାମାଜିକ ଯୁବକଙ୍କୁ ପୋଲିସ ହାତରେ ଧରାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏଥିସହ ପ୍ରତାପଙ୍କ କାର୍ ପୋଡ଼ି ଦେଇଛନ୍ତି । ଏ ନେଇ ପ୍ରତାପ ସାବରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆକ୍ସନ ନିଆଯାଇନି । SDPOଙ୍କୁ ଦୁଃଖ ଜଣାଇ ନିରାଶ ହୋଇଛନ୍ତି ପରିବାର ଲୋକେ । ସୁରକ୍ଷା ଯୋଗାଇବାରେ ପୋଲିସ ଫେଲ୍ ମାରିଛି ।
    ସେପଟେ, ପୋଲିସର ଏଭଳି ଅବହେଳାକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରତାପଙ୍କ ପତ୍ନୀ । ଅଭିଯୁକ୍ତମାନଙ୍କ ଧମକଚମକ ନେଇ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଶେଷରେ ନ୍ୟାୟ ପାଇଁ ଏବେ ସେମାନେ ପୋଲିସ ଡିଜିଙ୍କୁ ଭେଟିଛନ୍ତି ।

  • ଫିଟ୍ ପାଇଁ ଏକ ଘଣ୍ଟା ରୋଜ୍

    ଫିଟ୍ ପାଇଁ ଏକ ଘଣ୍ଟା ରୋଜ୍

    ଫିଟ୍ ନେସେକା ଡୋଜ୍, ଏକ ଘଣ୍ଟା ରୋଜ୍ । ଏପରି ଏକ ସ୍ଲୋଗାନ ନେଇ ବିଜିନେସ୍ କ୍ଳବ୍ ଅଫ୍ ଇଣ୍ଟର ପ୍ରିମିୟର ତରଫରୁ କଟକ ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ଫିଟ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ 5 ତାରିଖରେ କଟକ ମେୟର ସୁବାଷ ସିଂହ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ।

    ଏହି କାର୍ଯ୍ୟକ୍ରମ 11 ଦିନ ଧରି ଚାଲିବ । ଫିଟ୍ ଓଡ଼ିଶାର ସ୍ଲୋଗାନ ଫିଟ୍ ନେସେକା ଡୋଜ୍, ଏକ ଘଣ୍ଟା ରୋଜ ଏହାର ଅର୍ଥ ନିଜ ପାଇଁ ଗୋଟିଏ ଘଣ୍ଟା ଦେବା ଏହାର ମୂଳ ଉଦ୍ଦେଶ୍ୟ । ଲୋକମାନେ ମାନସିକ ଚାପରେ ରହୁଛନ୍ତି । ବିଭିନ୍ନ ରୋଗ ମାଡ଼ି ବସୁଥିବାରୁ ନିଜକୁ ସନ୍ତୁଳିତ କରିପାରୁନାହାଁନ୍ତି । ଏଭଳି ଚାପରୁ ମୁକୁଳି ନିଜ ପାଇଁ ଏକ ଘଣ୍ଟା ସମୟ ଦେବେ । ବିଜିନେସ କ୍ଳବ୍ ଅଫ ଇଣ୍ଟରପ୍ରିମିୟର ମଧ୍ୟ ଫିଟନେସ,ବ୍ଲଡ ଡୋନେସନ,ମେଡିକାଲ୍ ଚେକଅପ୍ ଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହି ଫିଟ୍ ଓଡ଼ିଶା କାର୍ଯ୍ୟକ୍ରମ ସେଗୁଡିକ ମଧ୍ୟରୁ ଟିକେ ନିଆରା । ..

  • କ୍ଷମା ମାଗିଲେ ଦଲାଇ ଲାମା

    କ୍ଷମା ମାଗିଲେ ଦଲାଇ ଲାମା

    ତିବ୍ଦତୀୟ ଧର୍ମ ଗୁରୁ ଦଲାଇ ଲାମା ମାଗିଲେ କ୍ଷମା। ସେ କହିଥିବା ଶବ୍ଦ ଆଘାତ ଦେଇଥିବାରୁ ଜଣେ ନାବାଳକ ସହ ତାର ପରିବାରକୁ  କ୍ଷମା ଦଲାଇ ଲାମା ମାଗିଲେ । ନିକଟରେ ଜଣେ ନାବାଳକ ଦଲାଇ ଲାମାଙ୍କୁ ସମ୍ମାନ ଦେବାକୁ ଆଗକୁ ନଇଁବା କ୍ଷଣି, ତିବ୍ଦତର ଏହି ସର୍ବୋଚ୍ଚ ଧର୍ମ ଗୁରୁ ପିଲାଟିକୁ  ଏମିତି କିଛି କହିଥିଲେ, ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା ଓ ବିଶ୍ୱବ୍ୟାପୀ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ହୋଇଥିଲା।

    ଯେଉଁ ଭିଡିଓକୁ ନେଇ ଏତେ ତମ୍ବିତୋଫାନ ହୋଇଛି, ତାହା ଏକ ଧାର୍ମିକ କାର୍ଯ୍ୟକ୍ରମର ଥିଲା। କାର୍ଯ୍ୟକ୍ରମରେ ଜଣେ ନାବାଳକ ଧର୍ମଗୁରୁଙ୍କ ନିକଟକୁ ଆସି ତାଙ୍କୁ ସମ୍ମାନ ଜଣାଇବାକୁ ଆଗକୁ ନଇଁ ଯାଉଛି। ସେହି ସମୟରେ ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେବା ସହ ଜିଭକୁ ବାହାର କରି ପଚାରୁଛନ୍ତି କି, କଣ ମୋ ଜଭ ଚୁଚୁମିବ ଧର୍ମ ଗୁରୁଙ୍କ ଏପରି ଆଚରଣର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓ ଏହା ଉପରେ ଦେଖିବାକୁ ମିଳିଛି ଲୋକଙ୍କ ତୀକ୍ଷ୍ନ ପ୍ରତିକ୍ରିୟା। ଅନେକ ଧର୍ମ ଗୁରୁଙ୍କୁ କରିଛନ୍ତି କଟାକ୍ଷ । ଭିଡିଓକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଦଲାଇ ଲାମା ମାଗିଛନ୍ତି କ୍ଷମା।  ତେବେ ଏହି ଧର୍ମ ଗୁରୁ କ୍ଷମା ପ୍ରାର୍ଥନା କରିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେ ବିବାଦରେ ଆସିବା ପରେ କ୍ଷମା ପ୍ରାର୍ଥନା କରିଥିଲେ।

    2019ରେ ନିଜର ଉତରାଧିକାରୀ ଚୟନକୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇଥିଲେ। ଲାମା କହିଥିଲେ କି,  ମୋର ଉତରାଧିକାରୀ ଜଣେ ମହିଳା ହେବେ ତ ତାଙ୍କୁ ଆକର୍ଷଣୀୟ ହେବାକୁ ହେବ। ଏହି ବୟାନକୁ ନେଇ ସେତେବେଳେ ଅନେକ  ତମ୍ବି ତୋଫାନ ଠିଆ ହୋଇଥିଲା ଓ ଦଲାଇ ଲାମାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ହୋଇଥିଲା।

  • ଓଃ କି ଗରମ !

    ଓଃ କି ଗରମ !

    ରାଜ୍ୟ ପାଣିପାଗରେ ପରବର୍ତ୍ତନ ହୋଇଛି । ତାତି ବଢୁଥିବା ବେଳେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ନାହିଁ ନଥିବା ଖରା ଲୋକଙ୍କୁ ଟେନସନରେ ପକାଇଛି । ରାଜଧାନୀ ରାସ୍ତା ଏବେ ପୁରା ଶୂନଶାନ୍ ।

    ଖରାଦିନରେ ସାଧାରଣତଃ ଲସି ଦୋକାନରେ ଭିଡ଼ ଥାଏ । ପଇଡ଼ ପିଇବାକୁ ଲୋକଙ୍କ ଭାରି ପସନ୍ଦ । ଆଖୁ ରସ ପିଇଲେ ଟିକେ ପେଟକୁ ଥଣ୍ଡା ଲାଗେ, ମନ ସୁସ୍ଥ ଓ ସତେଜ ରହେ । ଟାଣ ଖରାରେ ଲେମ୍ବୁ ପାଣି, ଦହି ପାଣି କି ସରବତ ଟିକେ ମିଳିଗଲେ ଆନନ୍ଦର ସୀମା ରହେନି । ଦୋକାନରେ ନାହିଁ ନଥିବା ଭିଡ଼ ଜମେ ।

    ଆଜ୍ଞା, କିନ୍ତୁ ଏସବୁ କିଛି ନାହିଁ । କାରଣ ତାତି ଏତେ ବଢ଼ଛି ରାଜଧାନୀ ଏକପ୍ରକାର ଶୂନଶାନ ହୋଇଛି । ମଧ୍ୟାହ୍ନ ସମୟରେ ଲୋକଙ୍କ ଦେଖା ନାହିଁ । ଘରୁ କେହି ବାହାରୁ ନାହାଁନ୍ତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣରେ ଲୋକେ ଏବେଠୁ ଅସ୍ତବ୍ୟସ୍ତ । ରାଜଧାନୀ ପୁରାପୁରି ଜନଶୂନ୍ୟ ହୋଇଛି । ନା ପଶୁପକ୍ଷୀଙ୍କ ଦେଖା ମିଳୁଛି ନା ଗ୍ରାହକଙ୍କ । କେବଳ ଦୋକାନୀ ଓ ବେପାରୀ, ଗ୍ରାହକଙ୍କ ଅପେକ୍ଷାରେ ଅଛନ୍ତି । କାଁ ଭାଁ କେଉଁଠି ଜଣେ ଦୁଇ ଜଣ ଦୋକାନରେ ଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ ହେଲାଣି । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ । ଏଭଳି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
    ଭୁବନେଶ୍ୱରରୁ ଧିରେନ ବେହେରାଙ୍କ ରିପୋର୍ଟ, ସୂଚନାଟିଭି 24X7

  • ଜେଲରେ ବଢୁଛି ଏଚଆଇଭି ସଂକ୍ରମଣ

    ଜେଲରେ ବଢୁଛି ଏଚଆଇଭି ସଂକ୍ରମଣ

    ଉତ୍ତରାଖଣ୍ଡର ହଲଦ୍ୱାନୀ ଜେଲରେ 44 କଏଦୀ ଏଚଆଇଭିରେ ସଂକ୍ରମିତ। ଜେଲର 44 ପୁରୁଷ ବନ୍ଦୀଙ୍କ ସହ ଜଣେ ମହିଳା ବନ୍ଦୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୁଶିଲ ତିୱାରି ହସ୍ପିଟାଲର ଏଆରଟି କେନ୍ଦ୍ର ପ୍ରଭାରୀ ଡାକ୍ତର ପରମଜିତ ସିଂହ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ଲଗାତର ଜେଲରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜେଲ ପ୍ରଶାସନ ଭିତରେ ଛନକା ପସିଛି।

    ଜେଲରେ କଏଦୀଙ୍କ ଚିକିତ୍ସାକୁ ନେଇ ଡାକ୍ତର କହିଛନ୍ତି କି, ଏଚଆଇଭି ରୋଗୀଙ୍କ ପାଇଁ ଏକ ଆଣ୍ଟିରେଟ୍ରୋ ଭାଇରାଲ ଥେରାପି କେନ୍ଦ୍ର ରହିଛି। ଯେଉଁଠି ସଂକ୍ରମିତଙ୍କ ଚିକିତ୍ସା କରାଯାଇଥାଏ। ଆମ ଟିମ ଲଗାତର ଜେଲରେ କଏଦୀଙ୍କ ଯାଞ୍ଚ କରୁଛନ୍ତି। ଯେଉଁ ରୋଗୀ ଏଚଆଇଭି ସଂକ୍ରମିତ ହୁଅନ୍ତି, ତାଙ୍କୁ ନାସନାଲ ଏଡସ କଣ୍ଟ୍ରୋଲ ଅର୍ଗାନାଇଜେସନର ଗାଉଡଲାଇନ ଆଧାରରେ ଚିକିତ୍ସା ଓ ଔଷଧ ଯୋଗାଯାଇଥାଏ।

    ଡାକ୍ତର ଆହୁରି କହିଛନ୍ତି କି, ବର୍ତ୍ତମାନ ହଲଦ୍ୱାନୀ ଜେଲରେ 1629 ପୁରୁଷ ଓ 70 ମହିଳା କଏଦୀ ଅଛନ୍ତି। ଜେଲରେ ଏତେ ସଂଖ୍ୟାରେ କଏଦୀ ପଜିଟିଭ ମିଳିବା ପରେ ଜେଲ ପ୍ରଶାସନ ନିୟମିତ ଯାଞ୍ଚ କରୁଛି, ଯେମିତି ସଂକ୍ରମିତଙ୍କର ଠିକ ସମୟରେ ଚିକିତ୍ସା ହୋଇପାରିବ।  

  • ଯାତ୍ରୀଙ୍କ ଅଭଦ୍ରାମି, ଉଡ଼ାଣସ୍ଥଳୀକୁ ଫେରିଲା ବିମାନ

    ଯାତ୍ରୀଙ୍କ ଅଭଦ୍ରାମି, ଉଡ଼ାଣସ୍ଥଳୀକୁ ଫେରିଲା ବିମାନ

    ଏୟାର ଇଣ୍ଡିଆର ଦିଲ୍ଲୀ-ଲଣ୍ଡନ(ଏଆଇ-111)ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ପୁଣି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଛି । ବିମାନରେ ଜଣେ ଯାତ୍ରୀଙ୍କ ଅଭଦ୍ରୋଚିତ ବ୍ୟବହାର ପାଇଁ ଏପରି ପଦକ୍ଷେପ ନିଆଗଲା। ଏନେଇ ବିମାନ ବନ୍ଦର ପୋଲିସରେ ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି ।

    ଆଜି ଏଆଇ-111 ବିମାନ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଯାତ୍ରୀ ଜଣକ ବିମାନର କ୍ରୁ ମେମ୍ବରଙ୍କ ସହ ଦୁର୍ବ୍ୟବହାର କରିଥିଲେ। ବାରମ୍ବାର ତାଗିଦ ପରେ ମଧ୍ୟ ମାନି ନଥିଲେ। ତେଣୁ ବାଧ୍ୟ ହୋଇ ପାଇଲଟ୍ ବିମାନକୁ ମଝି ରାସ୍ତାରୁ ଉଡ଼ାଣସ୍ଥଳୀକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନ ଦିଲ୍ଲୀ ବନ୍ଦରରେ ପହଞ୍ଚିବା ପରେ ଥାନାରେ ଏକ ଏଫଆଇଆର ଦିଆଯାଇଥିଲା ଯାହା ଆଧାରରେ ପୋଲିସ ଉକ୍ତ ଯାତ୍ରୀଙ୍କୁ କଷ୍ଟୋଡିକୁ ନେଇଛି ।

    ତେବେ ଗତ କିଛି ଦିନ ଧରି ଏୟାର ଇଣ୍ଡିଆର ବିମାନରେ ଏପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ଅନେକ ହଙ୍ଗାମା ହୋଇଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ 70 ବର୍ଷୀୟା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ ଯେଉଁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

  • ଓଡ଼ିଶାରେ ପ୍ରଥମ

    ଓଡ଼ିଶାରେ ପ୍ରଥମ

    କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। ଏଥିରେ ସଫଳତା ପାଇଛନ୍ତି ଡାକ୍ତରୀ ଟିମ୍ । ରୋଗୀର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୋଲ ଟିମ୍ ।

    କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ । କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ ଥିବାବେଳେ କୋଭିଡ ପରେ ଏହାର ବ୍ୟବହାର ହେଉନଥିଲା । ତେବେ ଦେବଗଡ଼ ଅଞ୍ଚଳର ୨୧ ବର୍ଷୀୟ ଜଣେ ଯୁବକଙ୍କ ଏବେ ସଫଳ ଅସ୍ତ୍ରୋପଚାର ହୋଇଛି । ଇକମୋ ମେସିନ ଦ୍ୱାରା ଜଟିଳ ଅପରେସନ୍ କରି ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଛି । ଏବେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି । ଶ୍ବାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ଏଣୁ ଇକମୋ ମେସିନ ଦ୍ୱାରା ଅପରେସନ୍ କରାଯାଇଥିଲା ।

    ଆସନ୍ତା ଦିନରେ ଆହୁରି ଅଧିକରୁ ଅଧିକ ଅପରେସନ୍ ଇକମୋ ମେସିନ ସହାୟତାରେ କରାଯିବ । ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ଏଭଳି କହିଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ସକ୍ସେସ ହୋଇଥିବାରୁ ସେ ପୁରା ଟିମକୁ ପ୍ରଶଂସା କରିଛନ୍ତି ।

  • ‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

    ‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

    ଦାଣ୍ଡଯାତ୍ରା ରୋଷଣୀ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ଲୋକେ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ସହାନିଆଜପୁରରେ । ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ କିଛି ଯୁବକ ଅଟକ ଅଛନ୍ତି ।

    ସହାନିଆଜପୁର ଦାଣ୍ଡଯାତ୍ରାକୁ ରୋଷଣୀ ଯାଉଥିବା ବେଳେ ଗଣ୍ଡଗୋଳ ହୋଇଛି । ଏଥିରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୋବିନ୍ଦପୁର ଗାଁର କିଛି ଯୁବକଙ୍କ ଆକ୍ରମଣରେ ସହାନିଆଜପୁର ଗାଁ ଲୋକେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କ ଚିକିତ୍ସା ପରେ ସେମାନେ ମେଡିକାଲରୁ ଫେରିଛନ୍ତି ।

    ଅଭିଯୋଗ ପରେ ଗୋବିନ୍ଦପୁର ଗାଁର କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି ଥାନା ଅଧିକାରୀ । ରୋଷଣୀରେ ବାଜା ବଜାଇବାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏହାପରେ ଗଣ୍ଡଗୋଳ ଘଟି ଏହା ଉଗ୍ରରୂପ ନେଇଥିଲା ।

  • ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଆଜି ମକଡ୍ରିଲ୍

    ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଆଜି ମକଡ୍ରିଲ୍

    ଦେଶରେ କୋରୋନା ଟେନସନ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭ୍ ମାମଲା ମଧ୍ୟ ବୃଦ୍ଧି ପାଉଛି । ଦିନକରେ ୫୮୮୦ କୋରୋନା ଆକ୍ରାନ୍ତ ଜଣାପଡ଼ିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୩୫ ହଜାର ୧୯୯ । ଦୈନିକ ପଜିଟିଭିଟି ରେଟ୍ ୬.୯୧ ପ୍ରତିଶତ ରହିଛି ।

    ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୭୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି କୋରୋନା । ମହାରାଷ୍ଟ୍ରରେ ମୃତ୍ୟୁ ହାର ୧.୮୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ରହିଛି ୯୮.୧୨ ପ୍ରତିଶତ । ଗତକାଲି ସୁଦ୍ଧା ରାଜଧାନୀ ଦିଲ୍ଲୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୩୩୦୫ଟି ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୬୯୯ ଜଣ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି । ସେପଟେ, କୋରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ସଜାଗ ଥିବା ନେଇ ପୂର୍ବରୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

    କୋଭିଡ-19ର ସଂକ୍ରମଣ ପାଇଁ XBB1.16 ଭାରିଆଣ୍ଟ ମୁଖ୍ୟତଃ ଦାୟୀ । ତେଣୁ ଲୋକେ ସାବଧାନ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସାରା ଦେଶରେ କୋରୋନା ମୁକାବିଲା ପାଇଁ ମକଡ୍ରିଲ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଗତ ୭ ତାରିଖରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମକଡ୍ରିଲ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।