ଫିଟ୍ ପାଇଁ ଏକ ଘଣ୍ଟା ରୋଜ୍

ଫିଟ୍ ନେସେକା ଡୋଜ୍, ଏକ ଘଣ୍ଟା ରୋଜ୍ । ଏପରି ଏକ ସ୍ଲୋଗାନ ନେଇ ବିଜିନେସ୍ କ୍ଳବ୍ ଅଫ୍ ଇଣ୍ଟର ପ୍ରିମିୟର ତରଫରୁ କଟକ ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ଫିଟ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ 5 ତାରିଖରେ କଟକ ମେୟର ସୁବାଷ ସିଂହ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ 11 ଦିନ ଧରି ଚାଲିବ । ଫିଟ୍ ଓଡ଼ିଶାର ସ୍ଲୋଗାନ ଫିଟ୍ ନେସେକା ଡୋଜ୍, ଏକ ଘଣ୍ଟା ରୋଜ ଏହାର ଅର୍ଥ ନିଜ ପାଇଁ ଗୋଟିଏ ଘଣ୍ଟା ଦେବା ଏହାର ମୂଳ ଉଦ୍ଦେଶ୍ୟ । ଲୋକମାନେ ମାନସିକ ଚାପରେ ରହୁଛନ୍ତି । ବିଭିନ୍ନ ରୋଗ ମାଡ଼ି ବସୁଥିବାରୁ ନିଜକୁ ସନ୍ତୁଳିତ କରିପାରୁନାହାଁନ୍ତି । ଏଭଳି ଚାପରୁ ମୁକୁଳି ନିଜ ପାଇଁ ଏକ ଘଣ୍ଟା ସମୟ ଦେବେ । ବିଜିନେସ କ୍ଳବ୍ ଅଫ ଇଣ୍ଟରପ୍ରିମିୟର ମଧ୍ୟ ଫିଟନେସ,ବ୍ଲଡ ଡୋନେସନ,ମେଡିକାଲ୍ ଚେକଅପ୍ ଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏହି ଫିଟ୍ ଓଡ଼ିଶା କାର୍ଯ୍ୟକ୍ରମ ସେଗୁଡିକ ମଧ୍ୟରୁ ଟିକେ ନିଆରା । ..

Leave a Reply

Your email address will not be published. Required fields are marked *