ଦମ୍ପତିଙ୍କୁ କୋଇଲା ମାଫିଆଙ୍କ ନାଲି ଆଖି

ଭଦ୍ରକ ଜିଲ୍ଲା ପିରିପିନ୍ଧାମାରପୁରରେ କୋଇଲା ମାଫିଆଙ୍କ ରାଜ୍ । ସେମାନଙ୍କ ଆତଙ୍କରେ ଭୟଭୀତ ହୋଇଛନ୍ତି କନକଲତା ବେହେରା ଓ ତାଙ୍କ ସ୍ୱାମୀ ପ୍ରତାପ ।

ଦମ୍ପତିଙ୍କ ଭୁଲ୍ ଥିଲା କି ସେମାନେ କୋଇଲା ଚୋରି କରୁଥିବା କିଛି ଅସାମାଜିକ ଯୁବକଙ୍କୁ ପୋଲିସ ହାତରେ ଧରାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏଥିସହ ପ୍ରତାପଙ୍କ କାର୍ ପୋଡ଼ି ଦେଇଛନ୍ତି । ଏ ନେଇ ପ୍ରତାପ ସାବରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆକ୍ସନ ନିଆଯାଇନି । SDPOଙ୍କୁ ଦୁଃଖ ଜଣାଇ ନିରାଶ ହୋଇଛନ୍ତି ପରିବାର ଲୋକେ । ସୁରକ୍ଷା ଯୋଗାଇବାରେ ପୋଲିସ ଫେଲ୍ ମାରିଛି ।
ସେପଟେ, ପୋଲିସର ଏଭଳି ଅବହେଳାକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରତାପଙ୍କ ପତ୍ନୀ । ଅଭିଯୁକ୍ତମାନଙ୍କ ଧମକଚମକ ନେଇ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଶେଷରେ ନ୍ୟାୟ ପାଇଁ ଏବେ ସେମାନେ ପୋଲିସ ଡିଜିଙ୍କୁ ଭେଟିଛନ୍ତି ।

Leave a Reply

Your email address will not be published. Required fields are marked *