ଆପତ୍ତିଜନକ ଟୁଇଟ ମାମଲା:  ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ

ଆପତ୍ତିଜନକ ଟୁଇଟ ମାମଲାରେ ଆଜି କ୍ଷମା ମାଗିଲେ ଦ କଶ୍ମୀର ଫାଇଲ୍ସନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ଥିବା ଟୁଇଟ ମାମଲାରେ ନିଃସର୍ତ୍ତ କ୍ଷମା ମାଗିବା ପରେ ଅପରାଧିକ ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

୨୦୧୮ରେ ଫିଲ୍ମ ନିର୍ମାତା  ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଏସ୍‌ ମୁରଲିଧରଙ୍କ ସମ୍ପର୍କରେ ଏକ ଆପତ୍ତିଜନକ ଟୁଇଟ କରିଥିଲେ। ଯାହାକୁ ନେଇ ଅଗ୍ନିହୋତ୍ରୀଙ୍କ ବିରୋଧରେ ଏକ ମାମଲା ଚାଲିଥିଲା। ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ଗତ ମାସରେ କୋର୍ଟ ଅଗ୍ନିହୋତ୍ରୀଙ୍କୁ ଏପ୍ରିଲ ୧୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

 ଅଗ୍ନିହୋତ୍ରୀ ଆଜି କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଥିଲେ କି, ତାଙ୍କର ନ୍ୟାୟିକ ବ୍ୟବସ୍ଥା ପ୍ରତି ପୂର୍ଣ୍ଣ ସମ୍ମାନ  ରହିଛି। ଉଦ୍ଦେଶ୍ୟମୂଳକ ଭାବେ କୋର୍ଟଙ୍କ ଅପମାନ କରିନାହିଁ। ଏଥି ସହ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ କୋର୍ଟ ତାଙ୍କୁ ଦୋଷ ମୁକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *