କ୍ଷମା ମାଗିଲେ ଦଲାଇ ଲାମା

ତିବ୍ଦତୀୟ ଧର୍ମ ଗୁରୁ ଦଲାଇ ଲାମା ମାଗିଲେ କ୍ଷମା। ସେ କହିଥିବା ଶବ୍ଦ ଆଘାତ ଦେଇଥିବାରୁ ଜଣେ ନାବାଳକ ସହ ତାର ପରିବାରକୁ  କ୍ଷମା ଦଲାଇ ଲାମା ମାଗିଲେ । ନିକଟରେ ଜଣେ ନାବାଳକ ଦଲାଇ ଲାମାଙ୍କୁ ସମ୍ମାନ ଦେବାକୁ ଆଗକୁ ନଇଁବା କ୍ଷଣି, ତିବ୍ଦତର ଏହି ସର୍ବୋଚ୍ଚ ଧର୍ମ ଗୁରୁ ପିଲାଟିକୁ  ଏମିତି କିଛି କହିଥିଲେ, ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା ଓ ବିଶ୍ୱବ୍ୟାପୀ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ହୋଇଥିଲା।

ଯେଉଁ ଭିଡିଓକୁ ନେଇ ଏତେ ତମ୍ବିତୋଫାନ ହୋଇଛି, ତାହା ଏକ ଧାର୍ମିକ କାର୍ଯ୍ୟକ୍ରମର ଥିଲା। କାର୍ଯ୍ୟକ୍ରମରେ ଜଣେ ନାବାଳକ ଧର୍ମଗୁରୁଙ୍କ ନିକଟକୁ ଆସି ତାଙ୍କୁ ସମ୍ମାନ ଜଣାଇବାକୁ ଆଗକୁ ନଇଁ ଯାଉଛି। ସେହି ସମୟରେ ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେବା ସହ ଜିଭକୁ ବାହାର କରି ପଚାରୁଛନ୍ତି କି, କଣ ମୋ ଜଭ ଚୁଚୁମିବ ଧର୍ମ ଗୁରୁଙ୍କ ଏପରି ଆଚରଣର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓ ଏହା ଉପରେ ଦେଖିବାକୁ ମିଳିଛି ଲୋକଙ୍କ ତୀକ୍ଷ୍ନ ପ୍ରତିକ୍ରିୟା। ଅନେକ ଧର୍ମ ଗୁରୁଙ୍କୁ କରିଛନ୍ତି କଟାକ୍ଷ । ଭିଡିଓକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଦଲାଇ ଲାମା ମାଗିଛନ୍ତି କ୍ଷମା।  ତେବେ ଏହି ଧର୍ମ ଗୁରୁ କ୍ଷମା ପ୍ରାର୍ଥନା କରିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେ ବିବାଦରେ ଆସିବା ପରେ କ୍ଷମା ପ୍ରାର୍ଥନା କରିଥିଲେ।

2019ରେ ନିଜର ଉତରାଧିକାରୀ ଚୟନକୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇଥିଲେ। ଲାମା କହିଥିଲେ କି,  ମୋର ଉତରାଧିକାରୀ ଜଣେ ମହିଳା ହେବେ ତ ତାଙ୍କୁ ଆକର୍ଷଣୀୟ ହେବାକୁ ହେବ। ଏହି ବୟାନକୁ ନେଇ ସେତେବେଳେ ଅନେକ  ତମ୍ବି ତୋଫାନ ଠିଆ ହୋଇଥିଲା ଓ ଦଲାଇ ଲାମାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ହୋଇଥିଲା।

Leave a Reply

Your email address will not be published. Required fields are marked *