Blog

  • ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ

    ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ

    ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଉପରେ କୋଲକାତା ହାଇକୋର୍ଟଙ୍କ କଠୋର କାର୍ଯ୍ୟାନୁଷ୍ଠାନ। ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଦାୟର ଯାଚିକାର ଶୁଣାଣି କରି ଦୁର୍ନୀତିର ପ୍ରମାଣ ପାଇବା ପରେ କାଲ୍‌କାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ପ୍ରାୟ ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି।

    ରାଜ୍ୟ ସରକାରର ଅନୁଦାନ ପ୍ରାପ୍ତ ଏବଂ ପ୍ରାୟୋଜିତ ସ୍କୁଲ୍‌ଗୁଡ଼ିକରେ ନିଯୁକ୍ତି ପାଇବା ବେଳେ ସେମାନେ ଅଣତାଲିମପ୍ରାପ୍ତ ଥିଲେ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପଳନ କରା ନ ଯାଇ ଏତେ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ଉପରେ ରାୟ ଶୁଣାଇ କୋର୍ଟ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିଦେଇଛନ୍ତି। ଏଥିସହ ବିଚାରପତି ଅଭିଜିତ ଗ‌ଙ୍ଗୋପାଧ୍ୟାୟ କହିଛନ୍ତି କି, ରାଜ୍ୟରେ ପୂର୍ବରୁ କେବେ ଏଭଳି ବଡ଼ଧରଣର ଘୋଟାଲା ହୋଇ ନ ଥିଲା। ତେଣୁ, ୨୦୧୬ରେ ପ୍ରାଥମିକ ଶିକ୍ଷକ ପଦବୀ ନିମନ୍ତେ ବ‌ୋର୍ଡର ନିଯୁକ୍ତି ପ୍ରକ୍ରିୟା ସମୟରେ ଅଣତାଲିମପ୍ରାପ୍ତ ଥିବା ୩୬,୦୦୦ ପ୍ରାର୍ଥୀଙ୍କ ନିଯୁକ୍ତିକୁ ରଦ୍ଦ କରାଗଲା।

    ବିଚାରପତି ଗଙ୍ଗୋପାଧ୍ୟାୟ ହାଇକୋର୍ଟ ୱେବ୍‌ସାଇଟ୍‌ରେ ଗତ ରାତି ୧୧ଟାରେ ୧୭ପୃଷ୍ଠା ସମ୍ବଳିତ ରାୟ ଅପ୍‌ଲୋଡ୍‌ କରିଥିଲେ। ରାୟରେ ଆହୁରି ମଧ୍ୟ କହିଛନ୍ତି ଯେ, ବିନା ‘ଆପ୍‌ଟିଚ୍ୟୁଡ୍‌ ଟେଷ୍ଟ୍‌’ରେ ଉକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା, ଯାହା ଅବୈଧ।

    ତେବେ  ନିଯୁକ୍ତି ରଦ୍ଦ ହୋଇଥିବା ୩୬,୦୦୦ ଶିକ୍ଷକ ଆଉ ୪ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। କିନ୍ତୁ, ତାଙ୍କର ବେତନ ଜଣେ ‘ପାରା ଟିଚର୍‌’ର ବତନ ସହ ସମାନ ରହିବ। ଏଥିସହ ଆହୁରି ନିର୍ଦ୍ଦେଶ ଦେଇଛନ୍ତି କି, ୩ ମାସ ମସରେ ପଶ୍ଚିମବଙ୍ଗ ସରକାର ଖାଲିପଡ଼ିଥିବା ଶିକ୍ଷକ ପଦବୀ ସବୁ ପୂରଣ କରିବ।

  • ସୁପ୍ରିମକୋର୍ଟ ରାୟ ବିରୋଧରେ ସୋମବାର ରାସ୍ତାକୁ ଓହ୍ଲାଇବ ଶେହବାଜ ସରକାର

    ସୁପ୍ରିମକୋର୍ଟ ରାୟ ବିରୋଧରେ ସୋମବାର ରାସ୍ତାକୁ ଓହ୍ଲାଇବ ଶେହବାଜ ସରକାର

    ପାକିସ୍ତାନରେ ଚାଲିଛି ହାଇ ଭୋଲ୍ଟେଜ ଡ୍ରାମା । ସରକାର, ବିରୋଧି ଆଉ ସୁପ୍ରିମକୋର୍ଟ ମଧ୍ୟରେ ଚାଲିଛି ବଳ କସାକସି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି । ତାଙ୍କୁ କୋର୍ଟ ଦ୍ବାରା ୨ ସପ୍ତାହର ଜାମିନ ଦିଆଯାଇଛି । ଅଲ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଶେହବାଜ ସରକାରଙ୍କ ଦ୍ବାରା ଜବରଦସ୍ତି ଗିରଫ କରାଯାଇଥିଲା । ଆଉ ସୁପ୍ରିମକୋର୍ଟର ଏହି ନିଷ୍ପତ୍ତ ଉପରେ ରାଗିକି ଖପ୍ପା ଶେହବାଜ ସରକାର । ତେଣୁ, ଶାସକ ଦଳ ପକ୍ଷରୁ ସୁପ୍ରିମକୋର୍ଟର ରାୟ ବିରୋଧରେ ସୋମବାର ତୀବ୍ର ଆନ୍ଦୋଳନ କରାଯିବା ନେଇ ଘୋଷଣା କରାଯାଇଛି ।

    ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରବର୍ତ୍ତୀ ରଣନୀତି ସ୍ଥିର କରାଯାଇଛି । ଡେମୋକ୍ରାଟିକ ମୁଭମେଣ୍ଟର ପ୍ରମୁଖ ମୌଲାନା ଫଜଲୁର ରହମାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେ ସହଜରେ ଗ୍ରହଣ କରିପାରୁ ନାହୁଁ । ତେଣୁ, ଏହାର ତୀବ୍ର ବିରୋଧ କରାଯିବ । ଏହି ବିରୋଧ ପାଇଁ ସମଗ୍ର ଦେଶବାସୀଙ୍କୁ ଇସଲାମବାଦ ଅଭିମୁଖେ ଆସିବାକୁ ଆହ୍ବାନ କରାଯାଇଛି । ସୋମବାର ଦିନ ସୁପ୍ରିମକୋର୍ଟ ଆଗରେ ତିବ୍ର ବିରୋଧ କରାଯିବ ।

    ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ସକାଳେ ଇସଲାମବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ସମୟ ଶୁଣାଣି ପରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କୁ ଦୁଇ ସପ୍ତାହର ଜାମିନ ଦିଆଯାଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଅନ୍ୟ କୌଣସି ମାମଲାରେ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

  • ୧୪ରୁ ରାଜ୍ୟର ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ସମ୍ଭାବନା

    ୧୪ରୁ ରାଜ୍ୟର ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ସମ୍ଭାବନା

    ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ବାଙ୍ଗଲାଦେଶ ମୁହାଁ ହୋଇଥିଲେ ବି ଏହାର ପ୍ରଭାବରେ ଶୁକ୍ରବାର ଓ ଶନିବାର ରାଜ୍ୟର ବହୁ ସ୍ଥାନରେ ମେଘୁଆ ପାଗ ରହିଛି। ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ୧୪ ତାରିଖରୁ ତାପମାତ୍ରାରେ ୨ରୁ ୪ ଡିଗ୍ରି ବୃଦ୍ଧି ପାଇବା ନେଇ ଅନୁମାନ ଲଗାଇଛି ଭୁବନେଶ୍ୱର ପାଣିପାଗ ବିଭାଗ।

    ରାଜ୍ୟରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୧.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୧.୨ଡିଗ୍ରି, ବୌଦ୍ଧରେ ୪୦.୬ ଡିଗ୍ରି, ରାଉରକେଲାରେ ୪୦.୪ ଡିଗ୍ରି ଓ ବଲାଙ୍ଗୀରରେ ୪୦ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ମେଘୁଆ ପାଗ ଯୋଗୁଁ ଆଜି ଭୁବନେଶ୍ବରର ସର୍ବୋ‌ଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ଓ କଟକରେ ୩୭ଡିଗ୍ରି ରେକର୍ଡ ହୋଇଛି। କିନ୍ତୁ ପ୍ରବଳ ଗୁଳୁଗୁଳି ଉପକୂଳବାସୀଙ୍କୁ ହନ୍ତସନ୍ତ କରିଥିଲା। ଶନିବାର ଦିନ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ରହିବ।

    ଶୁକ୍ରବାର ରାଜ୍ୟର ମୋଟାମୋଟି ତାପମାତ୍ରା କମିବା ସହ ସୂର୍ଯ୍ୟତାପରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ବାତ୍ୟା ପ୍ରଭାବ ଓଡିଶାକୁ ରହିବ ନାହିଁ। ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

    ସେପଟେ, ବିଭାଗ ସୂଚନା ମୁତାବକ, ରାଜ୍ୟରେ ୧୪ ତାରଖରୁ ତାପମାତ୍ରା ୨-୩ ଡିଗ୍ରି ବୃଦ୍ଧି ପାଇବ। ୧୫ ତାରିଖରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଅନୁଭୂତ ହେବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ୧୫ ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଉତ୍କଟ ହେବାର ସମ୍ଭାବନା ଥିବାରୁ ଏହି ୪ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୬ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯିବା ସହ ଏହି ଦୁଇ ଦିନ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଖରାକୁ ନ ବାହାରିବାକୁ ତଥା ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଚାଷ ଜମିରେ ଜଳସେଚନ ଜାରି ରଖିବା ଓ ବିଶେଷକରି ଆଖୁ, ମକା, ମୁଗ ଓ ଡାଲିଜାତୀୟ ଫସଲ ତଥା ପନିପରିବା ଓ ଫସଲକୁ ଜଳସେଚନ ଚାଲୁ ରଖିବାକୁ କୃଷକଙ୍କୁ ପରାମର୍ଶ ଦିଆଯାଇଛି।

    ଇତିମଧ୍ୟରେ କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଥିବା ଭୀଷଣ ବାତ୍ୟା ‘ମୋକା’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପୋର୍ଟବ୍ଲେୟାରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ୫୩୦ କିମି, ବାଂଲାଦେଶର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୯୫୦ କିମି ଓ ମିଆଁମାର୍‌ର ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ୮୭୦ କିମି ଦୂରରେ ରହିଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି।

    ଆଜି ମୋକା ଉଗ୍ର ରୂପ ନେବା ସହ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି। ଏହି ସ୍ଥିତିରେ ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବ ବାତ୍ୟା ମୋକା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ତଥା ସ୍ଥଳବିଶେଷରେ ପବନର ବେଗ ୧୭୫କିମି ଛୁଇଁବାର ସମ୍ଭାବନା ରହିଛି।

  • +2 ପରୀକ୍ଷାଫଳ ଦ୍ୱନ୍ଦ୍ୱ ଦୂର କଲା CHSE

    +2 ପରୀକ୍ଷାଫଳ ଦ୍ୱନ୍ଦ୍ୱ ଦୂର କଲା CHSE

    ମେ’ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ଏହା ମଧ୍ୟରେ ରେଜଲ୍ଟ ପ୍ରକାଶ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE । ଗତବର୍ଷ ଯେମିତି ରେଜଲ୍ଟ ପ୍ରକାଶ ପାଇଥିଲା ଚଳିତଥର ମଧ୍ୟ ସେହି ପ୍ରକ୍ରିୟାରେ ପରୀକ୍ଷାଫଳ ଆସିବ । ଚଳିତବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଏବଂ କ୍ୱାର୍ଟର ଆଣ୍ଡ ପରୀକ୍ଷା ଆଧାରରେ ପ୍ରକାଶିତ ହେବ ପରୀକ୍ଷାଫଳ ।

    କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ନେଇ ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ମିଶିବ । ସେହିପରି କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମିଶି ଫାଇନାଲ୍ ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଅଫ୍ ଟୁ ବା ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଯିବ । ଫାଇନାଲ୍ ପରୀକ୍ଷାର ମାର୍କ ସହ ୨୦ ପ୍ରତିଶତ ମାର୍କ ମିଶାଯିବ । ଏଭଳି ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯେଉଁ ଛାତ୍ରଛାତ୍ରୀମାନେ କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇନାହାଁନ୍ତି ସେମାନେ କୌଣସି ଟେନସନ୍ ନେବାର ନାହିଁ । ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

    ଚଳିତଥର ମୂଲ୍ୟାୟନରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ବୋର୍ଡ । ତ୍ରୁଟିଶୂନ୍ୟ ମାର୍କ ପ୍ରକାଶ କରିବା ନେଇ ସମସ୍ତ ପ୍ରକ୍ରିୟା ଜାରି ରହିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

  • କର୍ଣ୍ଣାଟକରେ ବିଜୟର ନିକଟତର କଂଗ୍ରେସ, ବିଜୟୀ ବିଧାୟକଙ୍କୁ ଏକାଠି ରଖିବାକୁ ଯୋଜନା

    କର୍ଣ୍ଣାଟକରେ ବିଜୟର ନିକଟତର କଂଗ୍ରେସ, ବିଜୟୀ ବିଧାୟକଙ୍କୁ ଏକାଠି ରଖିବାକୁ ଯୋଜନା

    କର୍ଣ୍ଣାଟକରେ ବିଜେପିକୁ ଧକ୍କା ଲାଗିପାରେ କାରଣ କଂଗ୍ରେସ ବିଜୟର ନିକଟତର ହେଉଛି । ଏଭଳି ସ୍ଥିତିରେ ବିଧାୟକମାନଙ୍କ ସୁରକ୍ଷା ଲାଗି କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ତାର ସମସ୍ତ ବିଧାୟକଙ୍କୁ ତାମିଲନାଡୁ ନେଇଯିବାକୁ ଯୋଜନା କରୁଛି ଦଳ । ଏଥିପାଇଁ ଡିଏମ୍‌କେ ନେତୃତ୍ବ ସହିତ ଯୋଗା‌ଯୋଗ ଚାଲିଥିବା ଜାତୀୟ ଗଣମାଧ୍ୟମରୁ ଖବର ମିଳିଛି ।

    ଚଳିତ ନିର୍ବାଚନରେ ୧୧୦ରୁ ୧୧୫ଟି ଆସନ ପାଇବା ଆଶା ରଖିଛି କଂଗ୍ରେସ । ତେଣୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଯୋଜନା କରିଛି । ବିଧାୟକମାନଙ୍କୁ ତାମିଲନାଡୁ ନେଇଯିବାକୁ ଦଳ ଯୋଜନା କରୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ପ୍ରଥମେ ବେଙ୍ଗାଳୁରୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ, କଂଗ୍ରେସ ୧୨୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ।

    ଆଜି କାଉଣ୍ଟିଂ ଆରମ୍ଭରୁ ହିଁ ବିଭିନ୍ନ ଆସନରେ ଅଗ୍ରଣୀ ରହିଥିଲା କଂଗ୍ରେସ । ଏହାପରେ ଦଳ ପକ୍ଷରୁ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ଭିଡିଓ ପୋ‌ଷ୍ଟ କରାଯାଇଥିଲା । ରାହୁଲ ହିଁ ଶ୍ରେଷ୍ଠ । ଦଳର ସଫଳତାର ଶ୍ରେୟ ରାହୁଲ୍‌ ଗାନ୍ଧିଙ୍କ ପଦଯାତ୍ରାକୁ ଦିଆଯାଇଛି । ଏଥର ଦଳର ଉତ୍ତମ ପ୍ରଦର୍ଶନରେ ତାଙ୍କର ପଦଯାତ୍ରା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ନେତା କହିଛନ୍ତି । ସେପଟେ, କର୍ଣ୍ଣାଟକ ଫଳାଫଳରେ ରାହୁଲ ଗାନ୍ଧିଙ୍କ ଯାତ୍ରା ସମୟର ବାତାବରଣ ପରିଲକ୍ଷିତ ହେଉଥିବା ଟ୍ୱିଟ୍ କରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ।

  • କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳଫଳକୁ ଗ୍ରହଣ କରିପାରୁ ନାହାନ୍ତି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିଅ

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳଫଳକୁ ଗ୍ରହଣ କରିପାରୁ ନାହାନ୍ତି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିଅ

    ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି । ଯେଉଁଥିରେ କଂଗ୍ରେସ ଏକତରଫା ବିଜୟ ହାସଲ କରିବାକୁ ଯାଉଛି । କର୍ଣ୍ଣାଟକ ବାସିନ୍ଦା ଏଥର କଂଗ୍ରେସ ଉପରେ ନିଜ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛିନ୍ତି । ସେପଟେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଅ କହିଛନ୍ତି, ବର୍ତ୍ତମାନ ଦର୍ଶାଯାଉଥିବା ପରିଣାମ ଖୁବ୍ ଶୀଘ୍ର ପରିବର୍ତ୍ତ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି । ଯଦି ଆମକୁ ସଂଖ୍ୟା ଗରିଷ୍ଠତା ନମିଳେ ତେବେ ଆମେ କାହା ସହିତ ସରକାର ଗଠନ କରିବୁ ନାହିଁ, ଜନାଦେଶକୁ ସ୍ବିକାର କରିବୁ । ଅପରାହ୍ନ ୨ରୁ ୩ ଟା ପର୍ଯ୍ୟନ୍ତ ଅପେକ୍ଷା କରାଯିବା ଉଚିତ ।

    ଗତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ବିଜେପିର ଅମିତ ମାଲଭିଆ କହିଛନ୍ତି ଯେ, ଗତଥର ସର୍ବାଧିକ ସଂଖ୍ୟକ ଆସନ ଜିତିଛୁ । ଗତଥର ବିଜେପି ୧୦୩ଟି ଆସନ ଜିତିଥିଲା ​​ଏବଂ କଂଗ୍ରେସ କେବଳ ୮୦ଟି ଆସନରେ ଜିତିପାରିଥିଲା । ଅମିତ ମାଲଭିଅ କହିଛନ୍ତି ଯେ,ବର୍ତ୍ତମାନ କିଛି କହିବା ତତ୍ପରା ହୋଇଯିବ । ଆମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ । ଏଥିସହିତ ସେ ଏକଜିଟ୍ ପୋଲରେ ଦର୍ଶାଯାଇଥିବା ସଂଖ୍ୟାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ।

    ଏକଜିଟ୍ ପୋଲ୍ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅମିତ ମାଲଭିଅ କହିଛନ୍ତି ଯେ, କଂଗ୍ରେସ ଜିତିବା ଭଳି କିଛି ନଥିଲା । ଭୋଟ୍ ଗଣନାରେ କିମ୍ବା ଗ୍ରାଉଣ୍ଡରେ କଂଗ୍ରେସ ଜିତିବ ନାହିଁ । ଅମିତ ମାଲଭିଅ ଏକ ଟୁଇଟ୍ କରି ଲେଖିଛନ୍ତି ଯେ, କଂଗ୍ରେସର ବିଜୟକୁ ନେଇ ସମ୍ପୂର୍ଣ୍ଣ ଆଶା ବାନ୍ଧି ବସିଥିବା ଲୋକଙ୍କ ପ୍ରତିକ୍ରିୟା ଦେଖିବା ଅତ୍ୟନ୍ତ ମଜାଦାର ଥିଲା । ଏଗୁଡ଼ିକ କେବଳ ଏକଜିଟ୍ ପୋଲ୍ ଏହା ପ୍ରକୃତ ଫଳାଫଳ ନୁହେଁ ।

  • କୋରୋନା ଟେନସନ୍, ୨୪ ଘଣ୍ଟାରେ ଗଲା ୧୪ ଜୀବନ

    କୋରୋନା ଟେନସନ୍, ୨୪ ଘଣ୍ଟାରେ ଗଲା ୧୪ ଜୀବନ

    ଦେଶରେ କୋରୋନା ପୁଣି ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧ ହଜାର ୨୨୩ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ୧,୨୨୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟିରେ ପହଞ୍ଚିଛି । ସେହିପରି ଗତ ୨୪ ‌ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୧ ହଜାର ୭୬୭କୁ ବୃଦ୍ଧି ପାଇଛି । ..

    ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ କିଛି ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ହେଉଛି ୪ କୋଟି ୪୪ ଲକ୍ଷ ୩୧ ହଜାର ୧୩୭ ରହିଛି । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେପଟେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୪୯୮କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହା ଦେଶର ସମୁଦାୟ ସଂକ୍ରମଣର ୦.୦୪ ପ୍ରତିଶତ ରହିଛି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨୦ କୋଟି ୬୬ ଲକ୍ଷ ୮୯ ହଜାର ୯୯୩ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

    କୋଭିଡ୍ ମୁକାବିଲା ପାଇଁ କିଛି ରାଜ୍ୟରେ କଟକଣା ଜାରି ରହିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆମ ରାଜ୍ୟରେ ମଧ୍ୟ ସରକାର ପ୍ରସ୍ତୁତ ଥିବାବେଳେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମେଡିକାଲ ଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶନାମା ମାନିବା, ସତର୍କତା ଅବଲମ୍ବନ କଲେ ଆମେ ସୁସ୍ଥ ରହିବା ସହ ଅନ୍ୟମାନଙ୍କ ଜୀବନ ବି ବଞ୍ଚାଇପାରିବା । ତେଣୁ ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ସାହାଯ୍ୟ ଏବଂ ସହଯୋଗ ଜରୁରୀ ହୋଇଛି ।

  • ‘କାଳିଆ’ ଦର୍ଶନ ପାଇଁ ଯାଉଥିଲେ, ରାସ୍ତାରେ ଗଲା ୩ ଜୀବନ

    ‘କାଳିଆ’ ଦର୍ଶନ ପାଇଁ ଯାଉଥିଲେ, ରାସ୍ତାରେ ଗଲା ୩ ଜୀବନ

    କାଳିଆ ଦର୍ଶନ ଆଶା କେବଳ ଆଶାରେ ରହିଗଲା । ଯାଉଥିବା ବେଳେ କିନ୍ତୁ ଘଟିଲା ଅଘଟଣ । ଆଉ ଆଗକୁ ଯାଇପାରିଲେନି ୩ ବନ୍ଧୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଏଭଳି କିଛି ଘଟିଗଲା ଯାହା ହୃଦୟ ବିଦାରକ ଥିଲା ।

    ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । କାଳିଆଙ୍କ ଆଶୀର୍ବାଦ ନେବେ । ସେଥିପାଇଁ ବାଇକରେ ବାହାରିଥିଲେ ୩ ଜଣ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଦୁର୍ଘଟଣା । ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ିଯିବାରୁ ରାସ୍ତା ଉପରେ ହିଁ ୩ ସାଙ୍ଗ ଜୀବନ ହାରିଲେ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡ଼େଇ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗାଁର ଅଭିଷେକ ସର, ଧର୍ମଶାଳା ବ୍ଲକ ଚଡ଼େଇଧରା ଅଞ୍ଚଳର ଅଞ୍ଚଳ ସାହୁ, ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ ।

    ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ମାଲତିରାରୁ ଏକ ବାଇକ୍‌ରେ ପୁରୀ ଯାଉଥିଲେ ୩ ସାଙ୍ଗ । କିନ୍ତୁ ଭୋର ପ୍ରାୟ ୩ଟା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି କଡ଼େଇ ଛକରେ ପଡ଼ିଯାଇଥିଲା । ଫଳରେ ୩ ସାଙ୍ଗ ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ ଉଠି ପାରିନଥିଲେ । ଠିକ୍ ଏତିକିବେଳେ ଏକ ଅଜଣା ଗାଡ଼ି ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା । ବଡ଼ଚଣା ପୋଲିସ ମୃତଦେହ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିନି।

    Des études menées sur des moutons ont montré qu’environ 2 à 3% des personnes étudiées n’ont pas d’intérêt visible dans l’accouplement en général avec des individus d’un sexe. Dans d’autres études menées sur des rats et des sables, jusqu’à 12% des medicaments pour erection n’ont pas montré d’intérêt chez les femmes. Les calculs de leurs relations avec d’autres hommes n’ont pas été faits, cependant, ces études sont une valeur en matière de prise en compte de l’asexualité (Westernal, 2004).

  • ୪୮, ୨୩୭ ଭୋଟ ବ୍ୟବଧାନରେ ବାଜି ମାରିଲେ ଦୀପାଳି

    ୪୮, ୨୩୭ ଭୋଟ ବ୍ୟବଧାନରେ ବାଜି ମାରିଲେ ଦୀପାଳି

    ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ। ଦୀପାଳି ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦୀପାଳିଙ୍କୁ ମୋଟ ୧,୭,୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି। ଦୀପାଳି ନିଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

    ମୋଟ ୧୯ ରାଉଣ୍ଡ ଭୋଟ ଗଣତି ହୋଇଥିଲା। ପ୍ରଥମ ରାଉଣ୍ଡରୁ ହିଁ ଦୀପାଳିଙ୍କ ଭୋଟ ସଂଖ୍ୟା ଅନ୍ୟ ପ୍ରାର୍ଥୀଙ୍କ ଠାରୁ ଅଧିକ ରହି ଆସିଥିଲା। ଶେଷ ପର୍ଯ୍ୟାୟ ଗଣତିରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ  ୪୮, ୨୩୭ ଭୋଟରେ ପଛରେ ପକାଇ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଥିଲା। ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗି ଚୁରମାର କରି ଦେଇଛନ୍ତି । ୨୦୧୯ରେ ନବ ଦାସ ୪୫, ୬୯୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ଝିଅ ଦୀପାଳି ୪୮, ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।। ଶେଷ ରାଉଣ୍ଡ ବେଳକୁ ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଯେତେବେଳେ କି, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଓ କଂଗ୍ରେସ ପ୍ରାର୍ଥୀ ୪, ୪୭୩  ଖଣ୍ଡ ଭୋଟ ପାଇଛନ୍ତି।

    ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ ଦାସ ଝାରସୁଗୁଡାରୁ  ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସ୍ୱର୍ଗତ ଦାସ ୯୮,୬୨୦ ଭୋଟ୍ ପାଇଥିବା ବେଳେ ଜୈନଙ୍କୁ ମିଳିଥିଲା ୫୨,୯୨୧ ଖଣ୍ଡ ଭୋଟ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ହାତେଇବାରେ ଅସମର୍ଥ ହୋଇଛନ୍ତି।

    ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮, ୩୮୪ ଭୋଟ ହାତେଇଥିବା ବେଳେ ୨୦୧୯ ନିର୍ବାଚନରେ  ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କ ପାଇଁ ୫୩ହଜାର ଭୋଟ ହାତେଇବା କଷ୍ଟକର ହୋଇଥିଲା। ଅର୍ଥାତ୍ ଚଳିତ ଭୋଟରେ ତ୍ରିପାଠୀ ପୂର୍ବତନ ପ୍ରାର୍ଥୀ ଜୈନଙ୍କଠାରୁ  ଅଧିକ ଭୋଟ୍ ହାତେଇ ପାରିବାରେ ସଫଳ ହୋଇଛନ୍ତି।। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ, ଯାହା ମୋଟ ଭୋଟର ୩୦.୦୪ ପ୍ରତିଶତ ଥିଲା। ୨୦୧୯ ନିର୍ବାଚନରେ ସ୍ୱର୍ଗତ ଦାସଙ୍କୁ ୫୫.୯୭ ପ୍ରତିଶତ।

    ଝାରସୁଗୁଡ଼ାରେ ବିପୁଳ ଭୋଟରେ ବିଜୟ ପରେ ଦୀପାଳି ଦାସଙ୍କ ସହ କଥା ହେଲେ ନବୀନ । ବିଜୟ ପାଇଁ ଦୀପାଳିଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ଉପନିର୍ବାଚନରେ ଅକୁଣ୍ଠ ସମର୍ଥନ ଦେଇ ଐତିହାସିକ ବିଜୟ ଦେଇଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବିଜୟ ଆପଣମାନଙ୍କ ଭଲ ପାଇବା । କର୍ମୀ ଭାଇଭଉଣୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ବିଜୟ ମିଳିଛି ବୋଲି କହିଛନ୍ତି ନବୀନ । ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଏହା ଆମ ସଙ୍କଳ୍ପକୁ ଆହୁରି ଦୃଢ଼ କରୁଛି ।

    ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ  ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ପୋଲିସ ଏଏସଆଇ ଗୋବିନ୍ଦ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେବାଠାରୁ ଏହି ବିଧାନସଭା ଆସନ ଖାଲି ପଡ଼ିଥିଲା।