‘କାଳିଆ’ ଦର୍ଶନ ପାଇଁ ଯାଉଥିଲେ, ରାସ୍ତାରେ ଗଲା ୩ ଜୀବନ

କାଳିଆ ଦର୍ଶନ ଆଶା କେବଳ ଆଶାରେ ରହିଗଲା । ଯାଉଥିବା ବେଳେ କିନ୍ତୁ ଘଟିଲା ଅଘଟଣ । ଆଉ ଆଗକୁ ଯାଇପାରିଲେନି ୩ ବନ୍ଧୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଏଭଳି କିଛି ଘଟିଗଲା ଯାହା ହୃଦୟ ବିଦାରକ ଥିଲା ।

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । କାଳିଆଙ୍କ ଆଶୀର୍ବାଦ ନେବେ । ସେଥିପାଇଁ ବାଇକରେ ବାହାରିଥିଲେ ୩ ଜଣ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଦୁର୍ଘଟଣା । ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ିଯିବାରୁ ରାସ୍ତା ଉପରେ ହିଁ ୩ ସାଙ୍ଗ ଜୀବନ ହାରିଲେ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା କଡ଼େଇ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗାଁର ଅଭିଷେକ ସର, ଧର୍ମଶାଳା ବ୍ଲକ ଚଡ଼େଇଧରା ଅଞ୍ଚଳର ଅଞ୍ଚଳ ସାହୁ, ଓ ଜଗତପୁର ଅଞ୍ଚଳର ଦେବାଶିଷ ନାୟକ ।

ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ମାଲତିରାରୁ ଏକ ବାଇକ୍‌ରେ ପୁରୀ ଯାଉଥିଲେ ୩ ସାଙ୍ଗ । କିନ୍ତୁ ଭୋର ପ୍ରାୟ ୩ଟା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି କଡ଼େଇ ଛକରେ ପଡ଼ିଯାଇଥିଲା । ଫଳରେ ୩ ସାଙ୍ଗ ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ ଉଠି ପାରିନଥିଲେ । ଠିକ୍ ଏତିକିବେଳେ ଏକ ଅଜଣା ଗାଡ଼ି ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା । ବଡ଼ଚଣା ପୋଲିସ ମୃତଦେହ ଜବତ କରି ବଡ଼ଚଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ କିଛି ସୂଚନା ମିଳିନି।

Des études menées sur des moutons ont montré qu’environ 2 à 3% des personnes étudiées n’ont pas d’intérêt visible dans l’accouplement en général avec des individus d’un sexe. Dans d’autres études menées sur des rats et des sables, jusqu’à 12% des medicaments pour erection n’ont pas montré d’intérêt chez les femmes. Les calculs de leurs relations avec d’autres hommes n’ont pas été faits, cependant, ces études sont une valeur en matière de prise en compte de l’asexualité (Westernal, 2004).

Leave a Reply

Your email address will not be published. Required fields are marked *