୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଉପରେ କୋଲକାତା ହାଇକୋର୍ଟଙ୍କ କଠୋର କାର୍ଯ୍ୟାନୁଷ୍ଠାନ। ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଦାୟର ଯାଚିକାର ଶୁଣାଣି କରି ଦୁର୍ନୀତିର ପ୍ରମାଣ ପାଇବା ପରେ କାଲ୍‌କାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ପ୍ରାୟ ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି।

ରାଜ୍ୟ ସରକାରର ଅନୁଦାନ ପ୍ରାପ୍ତ ଏବଂ ପ୍ରାୟୋଜିତ ସ୍କୁଲ୍‌ଗୁଡ଼ିକରେ ନିଯୁକ୍ତି ପାଇବା ବେଳେ ସେମାନେ ଅଣତାଲିମପ୍ରାପ୍ତ ଥିଲେ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପଳନ କରା ନ ଯାଇ ଏତେ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ଉପରେ ରାୟ ଶୁଣାଇ କୋର୍ଟ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିଦେଇଛନ୍ତି। ଏଥିସହ ବିଚାରପତି ଅଭିଜିତ ଗ‌ଙ୍ଗୋପାଧ୍ୟାୟ କହିଛନ୍ତି କି, ରାଜ୍ୟରେ ପୂର୍ବରୁ କେବେ ଏଭଳି ବଡ଼ଧରଣର ଘୋଟାଲା ହୋଇ ନ ଥିଲା। ତେଣୁ, ୨୦୧୬ରେ ପ୍ରାଥମିକ ଶିକ୍ଷକ ପଦବୀ ନିମନ୍ତେ ବ‌ୋର୍ଡର ନିଯୁକ୍ତି ପ୍ରକ୍ରିୟା ସମୟରେ ଅଣତାଲିମପ୍ରାପ୍ତ ଥିବା ୩୬,୦୦୦ ପ୍ରାର୍ଥୀଙ୍କ ନିଯୁକ୍ତିକୁ ରଦ୍ଦ କରାଗଲା।

ବିଚାରପତି ଗଙ୍ଗୋପାଧ୍ୟାୟ ହାଇକୋର୍ଟ ୱେବ୍‌ସାଇଟ୍‌ରେ ଗତ ରାତି ୧୧ଟାରେ ୧୭ପୃଷ୍ଠା ସମ୍ବଳିତ ରାୟ ଅପ୍‌ଲୋଡ୍‌ କରିଥିଲେ। ରାୟରେ ଆହୁରି ମଧ୍ୟ କହିଛନ୍ତି ଯେ, ବିନା ‘ଆପ୍‌ଟିଚ୍ୟୁଡ୍‌ ଟେଷ୍ଟ୍‌’ରେ ଉକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା, ଯାହା ଅବୈଧ।

ତେବେ  ନିଯୁକ୍ତି ରଦ୍ଦ ହୋଇଥିବା ୩୬,୦୦୦ ଶିକ୍ଷକ ଆଉ ୪ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। କିନ୍ତୁ, ତାଙ୍କର ବେତନ ଜଣେ ‘ପାରା ଟିଚର୍‌’ର ବତନ ସହ ସମାନ ରହିବ। ଏଥିସହ ଆହୁରି ନିର୍ଦ୍ଦେଶ ଦେଇଛନ୍ତି କି, ୩ ମାସ ମସରେ ପଶ୍ଚିମବଙ୍ଗ ସରକାର ଖାଲିପଡ଼ିଥିବା ଶିକ୍ଷକ ପଦବୀ ସବୁ ପୂରଣ କରିବ।

Leave a Reply

Your email address will not be published. Required fields are marked *