କର୍ଣ୍ଣାଟକ ପରାଜୟକୁ ସ୍ବୀକାର କରିବା ସହିତ ଲୋକସଭା ନିର୍ବାଚନରେ ଦଳ ଭଲ ରେଜଲ୍ଟ କରିବ କହିଲେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ

ଭାରତୀୟ ଜାତୀୟ କଂଗ୍ରେସ ଖୁବ୍ ଶୀଘ୍ର କର୍ଣ୍ଣାଟକରେ ସରକାର ଗଠନ କରିବାକୁ ଯାଉଛି । ଆଜି ଚାଲିଥିବା ଭୋଟ ଗଣତି ପ୍ରକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି । ଭୋଟ ଗଣତି ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ପରାଜୟକୁ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ଏହି ନିର୍ବାଚନରେ ନିଜର ​କୌଣସି ଚିହ୍ନ ଛାଡିବାରେ ବିଫଳ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଦଳର କର୍ମୀଙ୍କ ମିଳିତ ଉଦ୍ୟମ ସତ୍ତ୍ବେ ଆମେ ଆମର ଚିହ୍ନ ଛାଡି ପାରିଲୁ ନାହିଁ । ଆମେ ବହୁତ ଉଦ୍ୟମ କରିଛୁ, ହେଲେ ଏହି ନିର୍ବାଚନରେ ଆମେ ଆମର ଛାପ ଛାଡିପାରୁଲୁ ନାହିଁ । ଏହାପରେ ସେ କହିଥିଲେ, ସମ୍ପୂର୍ଣ୍ଣ ଫଳାଫଳ ବାହାରିବା ପରେ ଆମେ ଏକ ବିସ୍ତୃତ ବିଶ୍ଳେଷଣ କରିବୁ । ଆମେ ଏହି ଫଳାଫଳକୁ ଗମ୍ଭୀରତାର ସହିତ ଗ୍ରହଣ କରିବୁ । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଦଳକୁ ପୁନର୍ଗଠନ କରିବାକୁ ଚେଷ୍ଟା କରିବୁ ଏବଂ ମଜବୁତ ଭାବେ ପୁଣି ଫେରିଆସିବୁ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ଟି ଆସନ ପାଇଁ ଚାଲିଥିବା ଭୋଟ୍ ଗଣତିରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି । ଯାହାକୁ ନେଇ ବିଜେପି ଶିବିରରେ ବିଷାଦ ଦେଖିବାକୁ ମିଳିଛି । ବିଜେପି ଏଥର କର୍ଣ୍ଣାଟକ ଉପରେ ସମ୍ପୂର୍ଣ୍ଣ ନଜର ପକାଇଥିବା ବେଳେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତିକୁ ଅଗ୍ରାହ୍ୟ କରିଦେଇଛନ୍ତି ସାଧାରଣ ଜନତା ।

Leave a Reply

Your email address will not be published. Required fields are marked *