କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳଫଳକୁ ଗ୍ରହଣ କରିପାରୁ ନାହାନ୍ତି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିଅ

୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି । ଯେଉଁଥିରେ କଂଗ୍ରେସ ଏକତରଫା ବିଜୟ ହାସଲ କରିବାକୁ ଯାଉଛି । କର୍ଣ୍ଣାଟକ ବାସିନ୍ଦା ଏଥର କଂଗ୍ରେସ ଉପରେ ନିଜ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛିନ୍ତି । ସେପଟେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଅ କହିଛନ୍ତି, ବର୍ତ୍ତମାନ ଦର୍ଶାଯାଉଥିବା ପରିଣାମ ଖୁବ୍ ଶୀଘ୍ର ପରିବର୍ତ୍ତ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି । ଯଦି ଆମକୁ ସଂଖ୍ୟା ଗରିଷ୍ଠତା ନମିଳେ ତେବେ ଆମେ କାହା ସହିତ ସରକାର ଗଠନ କରିବୁ ନାହିଁ, ଜନାଦେଶକୁ ସ୍ବିକାର କରିବୁ । ଅପରାହ୍ନ ୨ରୁ ୩ ଟା ପର୍ଯ୍ୟନ୍ତ ଅପେକ୍ଷା କରାଯିବା ଉଚିତ ।

ଗତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ସମ୍ପର୍କରେ ବିଜେପିର ଅମିତ ମାଲଭିଆ କହିଛନ୍ତି ଯେ, ଗତଥର ସର୍ବାଧିକ ସଂଖ୍ୟକ ଆସନ ଜିତିଛୁ । ଗତଥର ବିଜେପି ୧୦୩ଟି ଆସନ ଜିତିଥିଲା ​​ଏବଂ କଂଗ୍ରେସ କେବଳ ୮୦ଟି ଆସନରେ ଜିତିପାରିଥିଲା । ଅମିତ ମାଲଭିଅ କହିଛନ୍ତି ଯେ,ବର୍ତ୍ତମାନ କିଛି କହିବା ତତ୍ପରା ହୋଇଯିବ । ଆମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ । ଏଥିସହିତ ସେ ଏକଜିଟ୍ ପୋଲରେ ଦର୍ଶାଯାଇଥିବା ସଂଖ୍ୟାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ।

ଏକଜିଟ୍ ପୋଲ୍ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅମିତ ମାଲଭିଅ କହିଛନ୍ତି ଯେ, କଂଗ୍ରେସ ଜିତିବା ଭଳି କିଛି ନଥିଲା । ଭୋଟ୍ ଗଣନାରେ କିମ୍ବା ଗ୍ରାଉଣ୍ଡରେ କଂଗ୍ରେସ ଜିତିବ ନାହିଁ । ଅମିତ ମାଲଭିଅ ଏକ ଟୁଇଟ୍ କରି ଲେଖିଛନ୍ତି ଯେ, କଂଗ୍ରେସର ବିଜୟକୁ ନେଇ ସମ୍ପୂର୍ଣ୍ଣ ଆଶା ବାନ୍ଧି ବସିଥିବା ଲୋକଙ୍କ ପ୍ରତିକ୍ରିୟା ଦେଖିବା ଅତ୍ୟନ୍ତ ମଜାଦାର ଥିଲା । ଏଗୁଡ଼ିକ କେବଳ ଏକଜିଟ୍ ପୋଲ୍ ଏହା ପ୍ରକୃତ ଫଳାଫଳ ନୁହେଁ ।

Leave a Reply

Your email address will not be published. Required fields are marked *