Blog

  • ଘଷିପୁରାରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା

    ଘଷିପୁରାରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ସୋମବାର ଦିନ ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଥମେ କୁଶେଇ ନଦୀ ଘାଟରୁ କଳସ ପୂଜାପରେ ଶହ ଶହ ସଂଖ୍ୟାରେ ଭକ୍ତ କଳସ ଶୋଭାଯାତ୍ରା ରେ ବାହିରୀ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ।ପୂଜକ ବୁନ୍ଦାବନ ଶଡ଼ଙ୍ଗି,ଦାସରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିଧାଣୀ ତାଙ୍କ ଧର୍ମ ପତ୍ନୀ ଜମ୍ବୁବତୀ ବିଧାଣୀ, ନୀଳମଣି ଓଝା ଓ ତାଙ୍କ ଧର୍ମପତ୍ନୀ ଜୋତ୍ସାରାଣୀ ଓଝା ପୂଜାରେ ବସିଛନ୍ତି।

    ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସରପଞ୍ଚ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ମାଙ୍କ ଆସିଶ ଲାଭ କରିଛନ୍ତି। ଏଥିରେ ଗ୍ରାମର ବହୁ ମହିଳା ଓ ଯୁବକ ମାନେ ଯୋଗ ଦେଇଥିଲେ ।

  • ବିବେକାନନ୍ଦ ଶିକ୍ଷା ନିକେତନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

    ବିବେକାନନ୍ଦ ଶିକ୍ଷା ନିକେତନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

    ଯାଜପୁର ଜିଲ୍ଲା ବାରବାଟୀ ଓଡଙ୍ଗ ସ୍ଥିତ ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ଶିକ୍ଷା ନିକେତନ ର ଦ୍ଵାଦଶ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାଆଡମ୍ଭରରେ ପାଳନ ହୋଇଯାଉଛି I

    ଏହି କ୍ରମରେ ବିବେକାନନ୍ଦ ଶିକ୍ଷା ନିକେତନ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ସହ ବହୁ ସଂଖ୍ୟାରେ ଅଭିଭାବକ ମାନେ ମଧ୍ୟ ଯୋଗଦାନ କରିଥିଲେ,ଉକ୍ତ ଉତ୍ସବରେ ସଭାପତି ତଥା ଶିକ୍ଷ୍ୟା ନିକେତନ ର ମୂଖ୍ୟ ସ୍ରିଯୁକ୍ତ ନାରାୟଣ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଧର୍ମଶାଳା ମହାବିଦ୍ୟାଳୟ ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଦାମ ଚରଣ ରାଉତ, ସଭା ପରିଚାଳନା ରେ ଶ୍ରୀ ନିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ । ପ୍ରଥମେ ବିବେକାନନ୍ଦଙ୍କ ଫଟୋରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେଣୁଧର ନାୟକ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ଵୀପ ପ୍ରଜ୍ବଳନ କରିଥିଲେ, ପରେ ସଭା କାର୍ଯ୍ୟ ଜାରୀରଖି ସମସ୍ତ ବକ୍ତା ମାନେ ଉଚ୍ଚକୋଟୀର ଅଭିଭାଷଣ ପ୍ରଦାନ କରି ଶିକ୍ଷ୍ୟା କୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେବାସହ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

    ବିବେକାନନ୍ଦ ଶିକ୍ଷା ନିକେତନ ର କୁନିକୁନି ପିଲାମାନଙ୍କୁ ନେଇ ଉକ୍ତ ଉତ୍ସବ ରେ ମନଲୋଭା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।

  • ରଣାଙ୍ଗନରେ ଅରବିନ୍ଦ, ଆରମ୍ଭ କଲେ ଡୋର ଟୁ ଡୋର କ୍ୟାମ୍ପେନ୍

    ରଣାଙ୍ଗନରେ ଅରବିନ୍ଦ, ଆରମ୍ଭ କଲେ ଡୋର ଟୁ ଡୋର କ୍ୟାମ୍ପେନ୍

    ନିର୍ବାଚନୀ ଯାତ୍ରା ଆରମ୍ଭ କଲେ ପାଟକୁରା ବିଜେଡି ବିଧାୟକ ପାର୍ଥି ଅରବିନ୍ଦ ମହାପାତ୍ର । ଏଥିସହ ସେ ଆରମ୍ଭ କରିଛନ୍ତି ଜନସମ୍ପର୍କ ଯାତ୍ରା । ପାର୍ଥି ଭାବେ ତାଙ୍କ ନାମ ଘୋଷଣା ପରେ ସେ ପାଟକୁରା ପଦ୍ମପୁର ବଟ ମହାପୁରୁଷଙ୍କ ପାଖରୁ ଆଶୀର୍ବାଦ ନେଇ ନିର୍ବାଚନ କ୍ୟାମ୍ପେନ ଆରମ୍ବ କରିଛନ୍ତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ, ବାପାଙ୍କ ପଥ ଅନୁସରଣ କରିଛନ୍ତି ।

    ୧୯୮୦ ମସିହା ଉପ-ନିର୍ବାଚନ ବେଳେ ମଧ୍ୟ ବିଜୁ ପଟ୍ଟନାୟକ ବିଜୟଙ୍କୁ ପାଟକୁରାରୁ ପାର୍ଥି କରିଥିବା ବେଳେ ସେ ଏହି ବଟ ମହାପୁରୁଷଙ୍କ ପାଖରୁ ଆଶ୍ରିବାଦ ନେଇ ନିର୍ବାଚନୀ ଯାତ୍ରା ଆରମ୍ବ କରିଥିଲେ । ଅରବିନ୍ଦ ମହାପାତ୍ର ମଧ୍ୟ ନିଜ ସମର୍ଥକ ଓ ଗରଦପୁର ବ୍ଲକ ଅଧକ୍ଷ ଅଭୟ ମହାରାଜଙ୍କ ସହ ପାଟକୁରା ଗରଦପୁର ବ୍ଲକର ପଦ୍ମପୁର ବଟ ମହାପୁରୁଷଙ୍କ ପୀଠରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅରବିନ୍ଦ ସର୍ବଦା ସ୍ଥାନୀୟ ଜନସାଧାରଣଙ୍କ ସହିତ ରହିବେ ବୋଲି କହିଛନ୍ତି ।

    ପୂଜାର୍ଚ୍ଚନା ପରେ ପଦ୍ମପୁର, ବେରାଡ଼ି, ପାଟକୁରା, ପାଖଡ଼, ଗରଦପୁର ପଞ୍ଚାୟତର ଅନେକ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିଥିଲେ ଅରବିନ୍ଦ । ତେବେ ଅରବିନ୍ଦ ବିଜୁ ଜନତା ଦଳରେ ସାମିଲ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଚେହେରା ଭାବେ ଅରବିନ୍ଦଙ୍କୁ ବିଧାୟକ ପାର୍ଥି ଟିକେଟ ଦେବା ସହ ତାଙ୍କ ଉପରେ ଭରସା କରିଛନ୍ତି ।

    ଅରବିନ୍ଦ ମଧ୍ୟ ପାଟକୁରାରେ ସମସ୍ତ ନେତୃତ୍ୱଙ୍କୁ ଏକତ୍ରିତ କରି ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି । ଏଥିସହ ପାଖଡ଼ ପଞ୍ଚାୟତରେ ସମସ୍ତ ୱାର୍ଡରେ ବିଜେଡି କର୍ମୀଙ୍କୁ ନେଇ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା ଓ ବିଜେଡି ପାର୍ଥି ଅରବିନ୍ଦ ମହାପାତ୍ରଙ୍କୁ ବିପୁଳ ସମର୍ଥନ ଦେବାକୁ ନିଷ୍ପତ୍ତି କରାଯାଇଥିଲା ।

  • ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଯାଇଛି ଇଷ୍ଟର ସନଡେ

    ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଯାଇଛି ଇଷ୍ଟର ସନଡେ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର)ବା ପୁନରୁଥାନ ଦିବସ ଧୁମ ଧାମ ରେ ପାଳନ ହୋଇଯାଇଛି । ସମସ୍ତେ ମିଶି ଯେଇଏଲସି ଚର୍ଚ୍ଚ ରେ ପ୍ରଭୁ ଯୀଶୁଙ୍କର ପୁନରୁତଥାନର ଦିବସ କୁ ସ୍ମରଣ କରିବା ପାଇଁ ସମାଧି ସ୍ଥଳରେ କ୍ଯାଣ୍ଡେଲ ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ ପରେ ଚର୍ଚ୍ଚ ରେ ଶତାଧିକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଉପାସନା କରି, ବାଇବେଲ ପାଠ କରି ଏବଂ ନାଚ ଗୀତରେ ପ୍ରଭୁଙ୍କ ପ୍ରଶଂସା କରିଥିଲେ | ଏହି ପର୍ବ ବିଷୟରେ ଚର୍ଚ୍ଚ ରେ ପେରିସ ପାଷ୍ଟର ରେଭ୍ନେଣ୍ଟ ପ୍ରମିୟ ଖୋସଲା ପ୍ରଭୁ ଯୀଶୁ କିପରି ଭାବରେ ଜଗତର ପାପ ନିମନ୍ତେ ନିଜକୁ କୃଶ ରେ ବଳି ଦେଲେ ଏବଂ ମୃତ୍ୟୁକୁ ପରାଜୟ କରି ପୁନର୍ବାର ଉଥିତ ହେଲେ ସେ ବିଷୟରେ ଆଲୋଚନା କରିଥିଲେ ।

  • ଏବେ ଦିନଦ୍ବିପହରରେ ଦନ୍ତା ରାଜୁତି

    ଏବେ ଦିନଦ୍ବିପହରରେ ଦନ୍ତା ରାଜୁତି

    ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁହାଁବାଡ଼ି ଗ୍ରାମ ନିକଟ ଜଙ୍ଗଲରେ । ଜଙ୍ଗଲରେ ବୁଲୁଛନ୍ତି ଦନ୍ତା ହାତୀ । ମାତ୍ର ବିଡମ୍ବନାର ବିଷୟ ସଖାଳେ ଦନ୍ତାଟି ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ହାତୀଟିର ମୃତ୍ୟୁ ଘଟିଛି । ମୃତ ହାତୀ ଟି ଗୋଠ ଛଡା ହାତୀ ବୋଲି ଅନୁମାନ କରାଯାଉଛି lହାତୀର ମୃତ୍ୟୁ ର କାରଣ ଜଣା ପଡ଼ିନଥିବା ବେଳେ ଗତ କିଛି ଦିନ ଧରି ଏହି ଦନ୍ତା ହାତୀ ଟି ଗୋଠ ରୁ ବାହାରି ଏଣେ ତେଣେ ବୁଲୁଥିଲା l ତାର ସ୍ୱାସ୍ଥ୍ୟ ମଧ୍ଯ ଭଲ ନଥିବା ସୂଚନା ମିଲିଛି l ବନ ବିଭାଗ ଘଟଣା ସ୍ଥଳ ରେ ପହଂଚି ମୃତ୍ୟୁ ର କାରଣ ତଦନ୍ତ କରୁଛି l

  • ବସୁଧା ଯୋଜନାରୁ ବଞ୍ଚିତ ପଡିଆସାହିବାସୀ

    ବସୁଧା ଯୋଜନାରୁ ବଞ୍ଚିତ ପଡିଆସାହିବାସୀ

    ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ବସୁଧା ଯୋଜନାରେ ସୁଉଚ୍ଚ ପାଣି ଟାଙ୍କି। ମାତ୍ର ସାହିକୁ ସଂଯୋଗ ହୋଇନାହିଁ ପାଣି ପାଇପ୍।ଫଳରେ ସରକାରଙ୍କ ବିଶୁଦ୍ଧ ପାଇପ୍ ଜଳ ଯୋଗାଣରୁ ବଞ୍ଚିତ ହୋଇଛନ୍ତି ୩୦ ରୁ ଅଧିକ ଆଦିବାସୀ ପରିବାର । ଭୋଟ ବର୍ଜନ କରିବାକୁ ଦେଇଛନ୍ତି ଚରମ ଚେତାବନୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଗିରିଧାରିପୁର ପଡିଆ ସାହିର ଏହି ଦୁର୍ଦ୍ଦଶାର କାହାଣୀ।

    ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ସମସ୍ତ ଅଞ୍ଚଳକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ପଞ୍ଚାୟତର ମିରିଗିସିଙ୍ଗାରେ ବସୁଧା ଯୋଜନାରେ ଏକ ବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏଠାରୁ ବ୍ଲକର ଅଧିକାଂଶ ଗ୍ରାମକୁ ଜଳ ଯୋଗାଣ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ପ୍ରତି ଗାଁର କାନ୍ଥ ବାଡରେ ସୂଚନା ଫଳକ ଲଗାଯାଇ ସରକାରଙ୍କ ଆଦିବାସୀଙ୍କ ପ୍ରତି ସମ୍ବେଦନଶୀଳତାକୁ ଦର୍ଶା ଯାଉଛି। ହେଲେ ଏହି ମେଗା ପ୍ରକଳ୍ପଠାରୁ ମାତ୍ର ୩ କିଲୋମିଟର ଦୂର ଗିରିଧାରୀ ପୁର ପଡିଆସାହିକୁ ପହଞ୍ଚିପାରିନି ଯୋଜନା। ପଡିଆ ସାହିରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ହେଲେ ଟ୍ୟାପ ଯୋଗେ ଜଳ ଯୋଗାଣରୁ ବଞ୍ଚିତ ସାହିବାସୀ।

    ତେଣୁ ଏତେ ପରିବାର ମାତ୍ର ଗୋଟିଏ ଟ୍ୟୁୱେଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଲାଇନରେ ରହି ପାଣି ନେଉଛନ୍ତି। ସେପଟେ ଆଗକୁ ଖରାଦିନ ଆସୁଛି। ଜଳସ୍ତର କମିବ। ତେଣୁ ଏହି ସାହିକୁ ବସୁଧାର ଜଳ ଯୋଗାଇବାକୁ ଗ୍ରାମବାସୀ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସତ୍ତ୍ବେ କେହି ଏମାନଙ୍କ ଜଳକଷ୍ଟ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକୁ ନେଇ ସାହିବାସୀ ଅସନ୍ତୁଷ୍ଟ। ଆଗକୁ ନିର୍ବାଚନ ଥିବାରୁ ଠିକଣା ସମୟରେ ଜବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏଠାକାର ଲୋକେ।

    ପାଣି ପାଇଁ ଲୋକେ ବହୁ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନିରବତାରେ ସନ୍ତୁଳି ହେଉଛନ୍ତି ପଡିଆସାହି ବାସୀ। ନିର୍ବାଚନ ପୂର୍ବରୁ ଗାଁକୁ ଟ୍ୟାପ ଯୋଗେ ପାଣି ଯୋଗାଣକୁ ସେମାନଙ୍କ ଅପେକ୍ଷା। ସମସ୍ୟା ପୂରଣ ନହେଲେ ମତଦାନରୁ ଦୂରେଇ ରହିବାକୁ ଦେଇଛନ୍ତି ଚେତାବନୀ। ଏପରି ସମୟରେ ଦେଖିବାକୁ ରହିଲା ଏମାନଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେଉଛି ନା ମିଛ ପ୍ରତିଶ୍ରୁତି ଦେଇ ଏହି ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରାଯାଉଛି

  • ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

    ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

    ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଖୋର୍ଦ୍ଧା ବିଜେପିରେ କମ୍ପନ। ଅପରାଜିତା ହଟାଓ ଅଭିଯାନ ଆରମ୍ଭ କଲେଣି ବିଜେପି କର୍ମୀ। ଅପରାଜିତାଙ୍କ ଗୋଟିଏ ବିବାଦୀୟ ବୟାନ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ହେବ ବୋଲି ଖୋର୍ଦ୍ଧାର ସାମ୍ପ୍ରତିକ ସ୍ଥିତିକୁ ଦେଖି ସ୍ପଷ୍ଟ ବାରିହୋଇଯାଉଛି। ସ୍ଥିତି ଏମିତି ହୋଇଛି କି ଜିଲ୍ଲାର ଶହ ଶହ ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି। ଯାହାକୁ ଦେଖି ଲାଗୁଛି, ଅପରାଜିତା ଅତି ଉତ୍ସାହିତ ହୋଇ ପ୍ରଶାନ୍ତ ଜଗଦେବ ବା ଗଣେଷ ଜଗଦେବଙ୍କୁ ଖୋର୍ଦ୍ଧାର ଉଚିତ ପ୍ରାର୍ଥୀ କହିବା ତାଙ୍କୁ ତଥା ତାଙ୍କ ଦଳ ପାଇଁ ଘାତକ ହେବାକୁ ଯାଉଛି। ଏଠାରେ ପୂର୍ବରୁ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କ ବାଟରେ କଣ୍ଟା ହୋଇଠିଆ ହୋଇଛନ୍ତି, ଯାହା ଆଗାମୀ ସଂସଦୀୟ ନିର୍ବାଚନରେ ଅପରାଜିତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି।

    ତେବେ ଏହି ବିବାଦ କିଛି ଦିନ ତଳେ ଖୋର୍ଦ୍ଧାରେ ଅନୁଷ୍ଠିତ ଏକ ମେଳଣ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଉଚିତ ବ୍ୟକ୍ତି ବୋଲି କହିଥିଲେ। ଯାହାକୁ ନେଇ ତାତିଛନ୍ତି କୋଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ। କାଳୁ ଖଣ୍ଡାୟତ ରାୟ ବିଗତ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ବିଜେଡିଠାରୁ ପରାସ୍ତ ହୋଇଥିଲେ।ଏହା ସତ୍ତ୍ବେ ସେ ଖୋର୍ଦ୍ଧା ବିଜେପି ସଂଗଠନକୁ ଯୋଡି ରଖିବାରେ କାର୍ଯ୍ୟ କରିବା ସହ ୨୦୨୪ ନିର୍ବାଚନରେ ଟିକେଟ ପାଇବାକୁ ନେଇ ଆଶାବାଦୀ। ହେଲେ ଅପରାଜିତାଙ୍କ ବୟାନ ତାଙ୍କ ସବୁ ସ୍ବପ୍ନକୁ ଧୋଇଦେବା ପରେ ସେ କ୍ଷୁବ୍ଧ। ନିଜ ସଂଗଠନକୁ ନେଇ ରାଜ୍ୟ ବିଜେପି ଅଫିସରେ ସାଂସଦଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ନିଜ ଶକ୍ତି।

    ଅପରାଜିତାଙ୍କ ବିରୋଧରେ ଏହି ମେଳିକୁ ଦେଖିବା ପରେ ଲାଗୁଛି ଅପରାଜିତାଙ୍କ ପାଇଁ ବିଜୟ ହୋଇଯିବ ସ୍ବପ୍ନ। କାରଣ କାଳୁଚରଣ ଓ ତାଙ୍କ ସର୍ଥକ ଖୋଲାଖୋଲି ଅପରାଜିତାଙ୍କୁ ବିତାଡିତ କରିବାକୁ କହିସାରିଛନ୍ତି। ସେପଟେ ବିଜେଡିରୁ ଆସିଥିବା ଚିଲିକା ବିଧାୟକ ପ୍ରଶାନ୍ତଙ୍କୁ ତାଙ୍କ ପୂର୍ବ କାରନାମା ପାଇଁ ବିଜେପିର ଅନେକ ଗ୍ରହଣ କରିପାରୁନାହାନ୍ତି । ଏବେ ସାଂସଦଙ୍କ ଜଗଦେବ ପ୍ରୀତି ବିଜେଡିକୁ ଫାଇଦା ଦେବା ସହ ତାଙ୍କ ପରାଜୟର କାରଣ ଯେ ନ ହେବ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

  • ଇଟା ଭାଟିରେ କାମକରିବାକୁ ଯାଇ ଦାଦନ ଶ୍ରମିକର ମୃତ୍ଯୁ

    ଇଟା ଭାଟିରେ କାମକରିବାକୁ ଯାଇ ଦାଦନ ଶ୍ରମିକର ମୃତ୍ଯୁ

    ପେଟ ପାଟଣା ପାଇଁ ନିଜ ରାଜ୍ୟରେ କାମ ନମିଳିବାରୁ ସୁଦୁର ଆନ୍ଧ୍ରପ୍ରଦେଶ କୁ ଇଟା ଭାଟିରେ କାମ କରିବା ପାଇଁ ଯାଇ ଦାଦନ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ବାହାରକୁଟୁମି ଗ୍ରାମରେ।ଗ୍ରାମର ଲଦି ମାଝୀ ୩ମାସ ହେଲା ଗ୍ରାମର ୧୪ ଜଣ ପୁରୁଷ -ମହିଳା ଙ୍କ ସହ ମିଶି ଆନ୍ଦ୍ରପ୍ରଦେଶର ଜିଲା କପର ଗ୍ରାମର ଇଟାଭାଟି ରେ କାମ କରିବା ପାଇ ଯାଇଥିଲେ।କାମ କରି ଗତକାଲି ୩ଘଣ୍ଟା ସମୟରେ ରହୁଥିବା କ୍ୟାମ୍ପରେ ଆସି ଦେହ ଭଲ ଲାଗୁନି ବୋଲି କହି ଅଚେତ ହୋଇଯାଇଥଇଲେ।

    ତାଙ୍କୁ ସଙ୍ଗେସଙ୍ଗେ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।କିଛି ଦିନ ଆଗରୁ ଦେହ ଭଲ ଲାଗୁନି ମୁଁ ପାଇବାକୁ ଥିବା ଟଙ୍କା ମୋତେ ଦେଇଦିଅନ୍ତୁ ମୁଁ ଗାଁକୁ ଚାଲିଯିବ ବୋଲି ଇଟା ଭାଟି ମାଲିକଙ୍କୁ କହିଥିଲେ ହେଲେ ମାଲିକ ତାଙ୍କୁ ଟଙ୍କା ଦେଇନଥିଲେ କି ଛାଡି ନଥିଲେ ବୋଲି ସାଙ୍ଗରେ ଥିବା ସାଥି ଶ୍ରମିକ ମାନେ କହିଛନ୍ତି।ଗାଁ କୁ ମୃତଦେହ ଫେରାଇ ଆଣିବାକୁ ପାଖରେ ପଇଷା ନଥିବାରୁ ପୋରିବାର ଲୋକ ଚିନ୍ତାରେ ପଡିଛନ୍ତି ।କେବେ ମିଳିବ ନିଜ ଅଞ୍ଚଳରେ ନିଯୁକ୍ତି ତାହା ହିଁ ସାଧାରଣରେ ପ୍ରଶ୍ନ

  • ଦିନ ଦ୍ବିପ୍ରହରେ ବିଚ ରାସ୍ତାରେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

    ଦିନ ଦ୍ବିପ୍ରହରେ ବିଚ ରାସ୍ତାରେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

    କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରେ ଦିନ ଦ୍ବିପ୍ରହରରେ ଦମ୍ପତିଙ୍କୁ ଲୁଟିନେଲେ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ସେମାନଙ୍କ ସୁନା ଗହଣା ଲୁଟିନେଇଥିବା ଅଭିଯୋଗ। ଆଜି ମଧ୍ୟାହ୍ନରେ ଘସିପୁରା ଥାନା ଅଧୀନ ଢ଼ିଙ୍କିକୋଟର ନିଗମ ପ୍ରସାଦ ସାହୁ ଓ ତାଙ୍କ ସ୍ତ୍ରୀ ଲଛମା ରାଣୀ ସାହୁ ଏକ ସ୍କୁଟିରେ ଟୋଲଙ୍କପଡା ଯାଉଥିଲେ। ବୀରଗୋବିନ୍ଦପୁର ଛକ ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। କାହିଁକି ଧକ୍କା ଦେଲ ବୋଲି ନିଗମ ପଚାରିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ତିନି ରାଉଣ୍ଡ ଗୁଳି ଫୁଟାଇଥିଲେ। ଏହା ଦେଖି ଦମ୍ପତି ଭୟଭୀତ ହୋଇପଡିଥିଲେ। ଦୁର୍ବୃତ୍ତମାନେ ବନ୍ଧକ ଦେଖାଇ ସେମାନେ ପିନ୍ଧିଥିବା ସବୁ ସୁନା ଗହଣା ଲୁଟି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଖରାବେଳଟାରେ ଏପରି ଲୁଟକୁ ନେଇ ନିଗମଙ୍କ ଭଉଣୀ ତଥା ସ୍ଥାନୀୟ ବିଜେପି ନେତ୍ରୀ ମମତା ସିଂ ଉଦବେଗ ପ୍ରକାଶ କରିଛନ୍ତି ।

    ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳି ମାଡ ଓ ଲୁଟ ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚିଥିଲେ। ଗୁଳି ମାଡରେ ସ୍କୁଟିରେ ଥିବା ପେଟି ଫାଟିଯାଇଥିବା ବେଳେ ଗୁଳିରୁ ବାହାରିଥିବା ଏକ ଷ୍ଟିଲ ପ୍ଲେଟ ମିଳିଛି ।

  • କାମାକ୍ଷାନଗରରେ ବିଜେଡି ସାଂସଦ ପ୍ରାର୍ଥୀ ଯୁବନେତା ଅବିନାଶଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

    କାମାକ୍ଷାନଗରରେ ବିଜେଡି ସାଂସଦ ପ୍ରାର୍ଥୀ ଯୁବନେତା ଅବିନାଶଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

    ଗତକାଲି ଢେଙ୍କାନାଳ ଜିଲ୍ଲା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଘୋଷଣା ପରେ ଯୁବ ନେତା ଅବିନାଶ ସାମଲଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ଆଜି ତାଙ୍କୁ କାମାକ୍ଷାନର ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲିକ୍, ସ୍ଥାନୀୟ ବ୍ଲକ ଚେୟାରମ୍ୟାନ, ସରପଞ୍ଚ ସଙ୍ଘ ଏବଂ ଶତାଧିକ କର୍ମୀ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ତେବେ, ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାମାକ୍ଷାନଗର ପ୍ରତି ଥିବା ଅବଦାନକୁ ଭୁରୀ ଭୁରୀ ପ୍ରସଂଶା କରିଥିଲେ ଅବିନାଶ। ଏଥିସହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନକୁ ଢେଙ୍କାନାଳରେ ଉନ୍ନତି ପାଇଁ କିପରି ଉପଯୋଗ କରିବେ ତାହା ଉପରେ ଗୁରୁତ୍ବାରୋପ କରିଥିଲେ ।

    ଏଠାରେ ଉଲ୍ଲେଖ ଯୋଗ୍ୟ, ଢେଙ୍କାନାଳର ବିଜେଡି ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ଏବଂ ତାଙ୍କ ଦାଦା ତଥା ବର୍ତ୍ତମାନର ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ନେତୃତ୍ବରେ ହଜାର ହଜାର ବିଜେପି କର୍ମୀ ଏବଂ ନେତା ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଥିଲେ । ତେବେ ଡାକ୍ତର ସମାଲ ଜଣେ ଜଣାଶୁଣା ଉଦ୍ୟୋଗପତି ହୋଇଥିବା ବେଳେ ଢେଙ୍କାନାଳବାସୀଙ୍କ ସୁଖ ଦୁଖରେ ଠିଆ ହୋଇ ଆସୁଛନ୍ତି । ଏଥିସହିତ, ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଅନୁପ୍ରାଣିତ କରିଥିବାରୁ ସେ ବିଜେଡିରେ ସାମିଲ ହୋଇଥିବା କହିଥିଲେ । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅବିନାଶଙ୍କ ପରି ଜଣେ ଦକ୍ଷ ଯୁବନେତାଙ୍କ ଉପରେ ଭରସା କରି ତାଙ୍କୁ ସାଂସଦ ଟିକେଟ ଦେବା ନିଶ୍ଚତ ଭାବେ ଢେଙ୍କାନାଳର ଜନସାଧାରଣଙ୍କ ପାଇଁ ଶୁଭ ସଂକେତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।