ବିବେକାନନ୍ଦ ଶିକ୍ଷା ନିକେତନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବାରବାଟୀ ଓଡଙ୍ଗ ସ୍ଥିତ ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ଶିକ୍ଷା ନିକେତନ ର ଦ୍ଵାଦଶ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାଆଡମ୍ଭରରେ ପାଳନ ହୋଇଯାଉଛି I

ଏହି କ୍ରମରେ ବିବେକାନନ୍ଦ ଶିକ୍ଷା ନିକେତନ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବା ସହ ବହୁ ସଂଖ୍ୟାରେ ଅଭିଭାବକ ମାନେ ମଧ୍ୟ ଯୋଗଦାନ କରିଥିଲେ,ଉକ୍ତ ଉତ୍ସବରେ ସଭାପତି ତଥା ଶିକ୍ଷ୍ୟା ନିକେତନ ର ମୂଖ୍ୟ ସ୍ରିଯୁକ୍ତ ନାରାୟଣ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଣୁଧର ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଧର୍ମଶାଳା ମହାବିଦ୍ୟାଳୟ ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଦାମ ଚରଣ ରାଉତ, ସଭା ପରିଚାଳନା ରେ ଶ୍ରୀ ନିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ । ପ୍ରଥମେ ବିବେକାନନ୍ଦଙ୍କ ଫଟୋରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେଣୁଧର ନାୟକ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ଵୀପ ପ୍ରଜ୍ବଳନ କରିଥିଲେ, ପରେ ସଭା କାର୍ଯ୍ୟ ଜାରୀରଖି ସମସ୍ତ ବକ୍ତା ମାନେ ଉଚ୍ଚକୋଟୀର ଅଭିଭାଷଣ ପ୍ରଦାନ କରି ଶିକ୍ଷ୍ୟା କୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେବାସହ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

ବିବେକାନନ୍ଦ ଶିକ୍ଷା ନିକେତନ ର କୁନିକୁନି ପିଲାମାନଙ୍କୁ ନେଇ ଉକ୍ତ ଉତ୍ସବ ରେ ମନଲୋଭା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *