ରଣାଙ୍ଗନରେ ଅରବିନ୍ଦ, ଆରମ୍ଭ କଲେ ଡୋର ଟୁ ଡୋର କ୍ୟାମ୍ପେନ୍

ନିର୍ବାଚନୀ ଯାତ୍ରା ଆରମ୍ଭ କଲେ ପାଟକୁରା ବିଜେଡି ବିଧାୟକ ପାର୍ଥି ଅରବିନ୍ଦ ମହାପାତ୍ର । ଏଥିସହ ସେ ଆରମ୍ଭ କରିଛନ୍ତି ଜନସମ୍ପର୍କ ଯାତ୍ରା । ପାର୍ଥି ଭାବେ ତାଙ୍କ ନାମ ଘୋଷଣା ପରେ ସେ ପାଟକୁରା ପଦ୍ମପୁର ବଟ ମହାପୁରୁଷଙ୍କ ପାଖରୁ ଆଶୀର୍ବାଦ ନେଇ ନିର୍ବାଚନ କ୍ୟାମ୍ପେନ ଆରମ୍ବ କରିଛନ୍ତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ, ବାପାଙ୍କ ପଥ ଅନୁସରଣ କରିଛନ୍ତି ।

୧୯୮୦ ମସିହା ଉପ-ନିର୍ବାଚନ ବେଳେ ମଧ୍ୟ ବିଜୁ ପଟ୍ଟନାୟକ ବିଜୟଙ୍କୁ ପାଟକୁରାରୁ ପାର୍ଥି କରିଥିବା ବେଳେ ସେ ଏହି ବଟ ମହାପୁରୁଷଙ୍କ ପାଖରୁ ଆଶ୍ରିବାଦ ନେଇ ନିର୍ବାଚନୀ ଯାତ୍ରା ଆରମ୍ବ କରିଥିଲେ । ଅରବିନ୍ଦ ମହାପାତ୍ର ମଧ୍ୟ ନିଜ ସମର୍ଥକ ଓ ଗରଦପୁର ବ୍ଲକ ଅଧକ୍ଷ ଅଭୟ ମହାରାଜଙ୍କ ସହ ପାଟକୁରା ଗରଦପୁର ବ୍ଲକର ପଦ୍ମପୁର ବଟ ମହାପୁରୁଷଙ୍କ ପୀଠରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅରବିନ୍ଦ ସର୍ବଦା ସ୍ଥାନୀୟ ଜନସାଧାରଣଙ୍କ ସହିତ ରହିବେ ବୋଲି କହିଛନ୍ତି ।

ପୂଜାର୍ଚ୍ଚନା ପରେ ପଦ୍ମପୁର, ବେରାଡ଼ି, ପାଟକୁରା, ପାଖଡ଼, ଗରଦପୁର ପଞ୍ଚାୟତର ଅନେକ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିଥିଲେ ଅରବିନ୍ଦ । ତେବେ ଅରବିନ୍ଦ ବିଜୁ ଜନତା ଦଳରେ ସାମିଲ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ଚେହେରା ଭାବେ ଅରବିନ୍ଦଙ୍କୁ ବିଧାୟକ ପାର୍ଥି ଟିକେଟ ଦେବା ସହ ତାଙ୍କ ଉପରେ ଭରସା କରିଛନ୍ତି ।

ଅରବିନ୍ଦ ମଧ୍ୟ ପାଟକୁରାରେ ସମସ୍ତ ନେତୃତ୍ୱଙ୍କୁ ଏକତ୍ରିତ କରି ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି । ଏଥିସହ ପାଖଡ଼ ପଞ୍ଚାୟତରେ ସମସ୍ତ ୱାର୍ଡରେ ବିଜେଡି କର୍ମୀଙ୍କୁ ନେଇ ବିଶାଳ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା ଓ ବିଜେଡି ପାର୍ଥି ଅରବିନ୍ଦ ମହାପାତ୍ରଙ୍କୁ ବିପୁଳ ସମର୍ଥନ ଦେବାକୁ ନିଷ୍ପତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *