ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଯାଇଛି ଇଷ୍ଟର ସନଡେ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର)ବା ପୁନରୁଥାନ ଦିବସ ଧୁମ ଧାମ ରେ ପାଳନ ହୋଇଯାଇଛି । ସମସ୍ତେ ମିଶି ଯେଇଏଲସି ଚର୍ଚ୍ଚ ରେ ପ୍ରଭୁ ଯୀଶୁଙ୍କର ପୁନରୁତଥାନର ଦିବସ କୁ ସ୍ମରଣ କରିବା ପାଇଁ ସମାଧି ସ୍ଥଳରେ କ୍ଯାଣ୍ଡେଲ ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ ପରେ ଚର୍ଚ୍ଚ ରେ ଶତାଧିକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଉପାସନା କରି, ବାଇବେଲ ପାଠ କରି ଏବଂ ନାଚ ଗୀତରେ ପ୍ରଭୁଙ୍କ ପ୍ରଶଂସା କରିଥିଲେ | ଏହି ପର୍ବ ବିଷୟରେ ଚର୍ଚ୍ଚ ରେ ପେରିସ ପାଷ୍ଟର ରେଭ୍ନେଣ୍ଟ ପ୍ରମିୟ ଖୋସଲା ପ୍ରଭୁ ଯୀଶୁ କିପରି ଭାବରେ ଜଗତର ପାପ ନିମନ୍ତେ ନିଜକୁ କୃଶ ରେ ବଳି ଦେଲେ ଏବଂ ମୃତ୍ୟୁକୁ ପରାଜୟ କରି ପୁନର୍ବାର ଉଥିତ ହେଲେ ସେ ବିଷୟରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *