ଏବେ ଦିନଦ୍ବିପହରରେ ଦନ୍ତା ରାଜୁତି

ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁହାଁବାଡ଼ି ଗ୍ରାମ ନିକଟ ଜଙ୍ଗଲରେ । ଜଙ୍ଗଲରେ ବୁଲୁଛନ୍ତି ଦନ୍ତା ହାତୀ । ମାତ୍ର ବିଡମ୍ବନାର ବିଷୟ ସଖାଳେ ଦନ୍ତାଟି ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ହାତୀଟିର ମୃତ୍ୟୁ ଘଟିଛି । ମୃତ ହାତୀ ଟି ଗୋଠ ଛଡା ହାତୀ ବୋଲି ଅନୁମାନ କରାଯାଉଛି lହାତୀର ମୃତ୍ୟୁ ର କାରଣ ଜଣା ପଡ଼ିନଥିବା ବେଳେ ଗତ କିଛି ଦିନ ଧରି ଏହି ଦନ୍ତା ହାତୀ ଟି ଗୋଠ ରୁ ବାହାରି ଏଣେ ତେଣେ ବୁଲୁଥିଲା l ତାର ସ୍ୱାସ୍ଥ୍ୟ ମଧ୍ଯ ଭଲ ନଥିବା ସୂଚନା ମିଲିଛି l ବନ ବିଭାଗ ଘଟଣା ସ୍ଥଳ ରେ ପହଂଚି ମୃତ୍ୟୁ ର କାରଣ ତଦନ୍ତ କରୁଛି l

Leave a Reply

Your email address will not be published. Required fields are marked *