କାମାକ୍ଷାନଗରରେ ବିଜେଡି ସାଂସଦ ପ୍ରାର୍ଥୀ ଯୁବନେତା ଅବିନାଶଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଗତକାଲି ଢେଙ୍କାନାଳ ଜିଲ୍ଲା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଘୋଷଣା ପରେ ଯୁବ ନେତା ଅବିନାଶ ସାମଲଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ଆଜି ତାଙ୍କୁ କାମାକ୍ଷାନର ବିଜେଡି କାର୍ଯ୍ୟାଳୟରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲିକ୍, ସ୍ଥାନୀୟ ବ୍ଲକ ଚେୟାରମ୍ୟାନ, ସରପଞ୍ଚ ସଙ୍ଘ ଏବଂ ଶତାଧିକ କର୍ମୀ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ତେବେ, ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାମାକ୍ଷାନଗର ପ୍ରତି ଥିବା ଅବଦାନକୁ ଭୁରୀ ଭୁରୀ ପ୍ରସଂଶା କରିଥିଲେ ଅବିନାଶ। ଏଥିସହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନକୁ ଢେଙ୍କାନାଳରେ ଉନ୍ନତି ପାଇଁ କିପରି ଉପଯୋଗ କରିବେ ତାହା ଉପରେ ଗୁରୁତ୍ବାରୋପ କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଢେଙ୍କାନାଳର ବିଜେଡି ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ଏବଂ ତାଙ୍କ ଦାଦା ତଥା ବର୍ତ୍ତମାନର ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ନେତୃତ୍ବରେ ହଜାର ହଜାର ବିଜେପି କର୍ମୀ ଏବଂ ନେତା ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଥିଲେ । ତେବେ ଡାକ୍ତର ସମାଲ ଜଣେ ଜଣାଶୁଣା ଉଦ୍ୟୋଗପତି ହୋଇଥିବା ବେଳେ ଢେଙ୍କାନାଳବାସୀଙ୍କ ସୁଖ ଦୁଖରେ ଠିଆ ହୋଇ ଆସୁଛନ୍ତି । ଏଥିସହିତ, ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଅନୁପ୍ରାଣିତ କରିଥିବାରୁ ସେ ବିଜେଡିରେ ସାମିଲ ହୋଇଥିବା କହିଥିଲେ । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅବିନାଶଙ୍କ ପରି ଜଣେ ଦକ୍ଷ ଯୁବନେତାଙ୍କ ଉପରେ ଭରସା କରି ତାଙ୍କୁ ସାଂସଦ ଟିକେଟ ଦେବା ନିଶ୍ଚତ ଭାବେ ଢେଙ୍କାନାଳର ଜନସାଧାରଣଙ୍କ ପାଇଁ ଶୁଭ ସଂକେତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।

Leave a Reply

Your email address will not be published. Required fields are marked *