ଦିନ ଦ୍ବିପ୍ରହରେ ବିଚ ରାସ୍ତାରେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରେ ଦିନ ଦ୍ବିପ୍ରହରରେ ଦମ୍ପତିଙ୍କୁ ଲୁଟିନେଲେ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ସେମାନଙ୍କ ସୁନା ଗହଣା ଲୁଟିନେଇଥିବା ଅଭିଯୋଗ। ଆଜି ମଧ୍ୟାହ୍ନରେ ଘସିପୁରା ଥାନା ଅଧୀନ ଢ଼ିଙ୍କିକୋଟର ନିଗମ ପ୍ରସାଦ ସାହୁ ଓ ତାଙ୍କ ସ୍ତ୍ରୀ ଲଛମା ରାଣୀ ସାହୁ ଏକ ସ୍କୁଟିରେ ଟୋଲଙ୍କପଡା ଯାଉଥିଲେ। ବୀରଗୋବିନ୍ଦପୁର ଛକ ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। କାହିଁକି ଧକ୍କା ଦେଲ ବୋଲି ନିଗମ ପଚାରିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ତିନି ରାଉଣ୍ଡ ଗୁଳି ଫୁଟାଇଥିଲେ। ଏହା ଦେଖି ଦମ୍ପତି ଭୟଭୀତ ହୋଇପଡିଥିଲେ। ଦୁର୍ବୃତ୍ତମାନେ ବନ୍ଧକ ଦେଖାଇ ସେମାନେ ପିନ୍ଧିଥିବା ସବୁ ସୁନା ଗହଣା ଲୁଟି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଖରାବେଳଟାରେ ଏପରି ଲୁଟକୁ ନେଇ ନିଗମଙ୍କ ଭଉଣୀ ତଥା ସ୍ଥାନୀୟ ବିଜେପି ନେତ୍ରୀ ମମତା ସିଂ ଉଦବେଗ ପ୍ରକାଶ କରିଛନ୍ତି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳି ମାଡ ଓ ଲୁଟ ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚିଥିଲେ। ଗୁଳି ମାଡରେ ସ୍କୁଟିରେ ଥିବା ପେଟି ଫାଟିଯାଇଥିବା ବେଳେ ଗୁଳିରୁ ବାହାରିଥିବା ଏକ ଷ୍ଟିଲ ପ୍ଲେଟ ମିଳିଛି ।

Leave a Reply

Your email address will not be published. Required fields are marked *