ଶିବସେନାରେ ଯୋଗ ଦେଲେ ଗୋବିନ୍ଦା,ଉତ୍ତର-ପଶ୍ଚିମ ମୁମ୍ବାଇରୁ ମିଳିପାରେ ଟିକେଟ

ବଲିଉଡ ଅଭିନେତା ଗୋବିନ୍ଦା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ଶିବସେନାରେ ଯୋଗ ଦେଲେ। ସେ ଲୋକସଭା ନିର୍ବାଚନ ପାଇଁ ଟିକେଟ ପାଇପାରନ୍ତି। ଗୋବିନ୍ଦା ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ଟିକେଟ ପାଇପାରନ୍ତି । କଂଗ୍ରେସ ଟିକେଟରେ ଗୋବିନ୍ଦା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି। ତାଙ୍କୁ ପାର୍ଟିରେ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ସେ ମୁମ୍ବାଇ ମାଟିର ବାସିନ୍ଦା ଏବଂ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଆଜି ମୁଁ ଗୋବିନ୍ଦାଙ୍କୁ ସ୍ୱାଗତ କରୁଛି, ଯିଏ ତୃଣମୂଳ ସ୍ତରରେ ସଂଯୁକ୍ତ ଏବଂ ସମସ୍ତଙ୍କ ପସନ୍ଦ ଗୋବିନ୍ଦାଙ୍କୁ, ପ୍ରକୃତ ଶିବସେନାକୁ ମୁ ସ୍ୱାଗତ କରୁଛି; ଉତ୍ତରରେ ଗୋବିନ୍ଦା କହିଛନ୍ତି, “ଜୟ ମହାରାଷ୍ଟ୍ର … ମୁଁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଧନ୍ୟବାଦ ଦେଉଛି। ୨୦୦୪ ରୁ ୦୯ ରାଜନୀତିରେଥିଲି । ରାହନୀତିରୁ ଦୂରେଇଯିବା ପରେ ମୋତେ ଲାଗୁନଥିଲା ଯେ ମୁଁ ଫେରି ଆସିବି | କିନ୍ତୁ ୨୦୧୦-୨୦୨୪ ଏହି ୧୪ ବର୍ଷ ବନବାସ ପରେ ପୁଣି ଥରେ ମୁଁ ସିନ୍ଦେଜୀଙ୍କ ରାମରାଜ୍ୟକୁ ଫେରି ଆସିଛି। “

ସୂଚନା ଅନୁଯାୟୀ ଯେ ମହାରାଷ୍ଟ୍ରର ଏନଡିଏ ଆସନ ପାଇଁ ଫାଇନାଲ ସିଟ୍ ବଣ୍ଟନ ଏପର୍ଯ୍ୟନ୍ତ ଭଗବଣ୍ଟା ହୋଇପାରିନାହିଁ। ତେବେ ବିଜେପି ଏବଂ ଅଜିତ ପାୱାର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ସିମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାର୍ଟି ଏପର୍ଯ୍ୟନ୍ତ କାହାକୁ ଟିକେଟ୍ ଦେଇନାହିଁ। ତେବେ ଗୋବିନ୍ଦା ଟିକେଟ ପାଇବା ନିଶ୍ଚିତ।

Leave a Reply

Your email address will not be published. Required fields are marked *