Category: ରାଜ୍ୟ ଖବର

  • ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

    ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

    ରାଜଧାନୀ ଭୁବନେଶ୍ୱର ତାର 75 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1948 ଏପ୍ରିଲ 13 ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହରୁ ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଓ ସ୍ଥାପତ୍ୟକାର ଓଟ୍ଟୋ କୋଇନ୍ସବର୍ଗର ସେହି ବର୍ଷ 40ହଜାର ଜନବସତିକୁ ଲକ୍ଷ୍ୟରେ ରଖି ସହରର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେବେଠାରୁ ଭୁବନାଶ୍ୱର ସ୍ଥାପତ୍ୟ ଓ ଆଧୁନିକତାର ମଡେଲ ହୋଇରହି ଆସିଛି।

    ତିନି ଦିନିଆ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯକ୍ରମକୁ  ବାଚସ୍ପତି ବିକ୍ରମ ଆରୁଖ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ, ଆଧିକାରୀ ଉପସ୍ଥିତ ଥିଲେ। ରାଜଧାନୀର ହୀରକ ଜୟନ୍ତୀ ପାଳନ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ତିନି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବ ପାଇଁ ରାଜଧାନୀସ୍ଥିତ ଲୋକସଭା ଭବନ, ବିଧାନସଭା, କମିଶନରେଟ ପୋଲିସ, ତୋଷାଳି ପ୍ଲାଜା, ଏକାମ୍ର କାନନ ପରି ସହରର ପରିଚୟ ବହନ କରିଥିବା କୋଠାକୁ ଆଲୋକମାଳାରେ ସଜ୍ଜା ଯାଇଛି।

    2000 ବର୍ଷ ପୁରୁଣା ଭୁବନେଶ୍ୱରକୁ 40,ହଜାର ଜନବସତି ଲକ୍ଷ୍ୟକୁ ନେଇ ରାଜଧାନୀର ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 12 ଲକ୍ଷ ଟପିଗଲାଣି। ଓଟ୍ଟୋ କୋଇନ୍ସବର୍ଗର 12 ସ୍କୋୟାର କିମି ପରିସିମା ଉପରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେତେବେଳେ ସହରର ଜନସଂଖ୍ୟା 15 ହଜାର ରହିଥିଲା। ପ୍ଲାନିଂ ପାଇଁ ସେହି ସମୟରେ ଖର୍ଚ୍ଚ ଆକଳନ ହୋଇଥିଲା 2.89 କୋଟି।

  • ରାଜ୍ୟବାସୀଙ୍କୁ କଲବଲ କରୁଛି ‘ତାତି’

    ରାଜ୍ୟବାସୀଙ୍କୁ କଲବଲ କରୁଛି ‘ତାତି’

    ରାଜ୍ୟବାସୀଙ୍କୁ ଅଡୁଆ କଲାଣି ଖରା । ୩ ଦିନ ହେଲା ତାତି ଲୋକଙ୍କୁ କଲବଲ କଲାଣି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ହେଲେ ଏବେ ତାତି ଚିନ୍ତା । ଘରୁ ବାହାରିବା କଷ୍ଟକର ହେଲାଣି । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା । ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ଥିଲା ୩୩ ଡିଗ୍ରୀ ।

    ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱରରେ ସର୍ବାଧିକ ୩୩ ଡିଗ୍ରୀ, ପୁରୀରେ ୩୨.୨, ରାଜଧାନୀ ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ୩୧, ଚାନ୍ଦବାଲି ୩୦.୮, କେନ୍ଦୁଝର ୩୦.୪, ପାରାଦୀପ ୨୯.୮, ସମ୍ବଲପୁର ୨୯.୨, ଗୋପାଳପୁର ୨୮.୬ ଓ ହୀରାକୁଦରେ ୨୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

    ଆଗାମୀ ଦୁଇ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି ଯେଉଁଥିପାଇଁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି । କିଛି ଜିଲ୍ଲାରେ ହିଟୱେଭ୍ ଆଲର୍ଟ ବି ଜାରି କରାଯାଇଛି । ୧୬ ତାରିଖ ପରେ ବର୍ଷା ହେବା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • ଖୋଲିଲା ଭେଇକିଲ୍ ସ୍କ୍ରାପିଂ ୟୁନିଟ୍

    ଖୋଲିଲା ଭେଇକିଲ୍ ସ୍କ୍ରାପିଂ ୟୁନିଟ୍

    ଓଡ଼ିଶାରେ ଖୋଲିଲା ପ୍ରଥମ ଭେଇକିଲ୍ ସ୍କ୍ରାପିଂ ୟୁନିଟ୍ Empreo Premium (ଏମ୍ପ୍ରିଓ ପ୍ରିମିୟମ) । ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଠାରେ ଖୋଲିଛି ପ୍ରଥମ ସ୍କ୍ରାପିଂ ୟୁନିଟ୍ । ଗାଡ଼ି ବ୍ୟବହାରରେ ୧୫ ବର୍ଷରୁ ଅଧିକ ସମୟ ହୋଇଥିଲେ ଗାଡ଼ିକୁ ବିଡିଂ ପରେ ସ୍କ୍ରାପିଂ ୟୁନିଟକୁ ପଠାଯିବ । ଏସବୁ ଗାଡ଼ିର ପ୍ରଥମେ ବିଡିଂ କରାଯିବ । କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟର ବିଡିଂ ପୋର୍ଟାଲରେ ଅନଲାଇନରେ ପଞ୍ଜିକୃତ ହେବ । ଦେଶରେ ଏଯାଏ ୧୧ଟି ୟୁନିଟ୍ ଖୋଲାଯାଇଥିବା ବେଳେ ସେଥିରୁ ୭ଟି କାର୍ଯ୍ୟକ୍ଷମ ହୋଇଛି । ଏବେ ଓଡ଼ିଶାରେ ଖୋଲିଛି ପ୍ରଥମ ଭେଇକିଲ୍ ସ୍କ୍ରାପିଂ ୟୁନିଟ୍ ।

    ସେପଟେ, Empreo Premium (ଏମ୍ପ୍ରିଓ ପ୍ରିମିୟମ) MD ଅବିନାଶ ସାମଲ କହିଛନ୍ତି ଯେ ପିତାପଲ୍ଲୀ ଠାରେ ଖୋଲାଯାଇଥିବା ସ୍କ୍ରାପିଂ ୟୁନିଟରେ କ୍ୟାପାସିଟି ଦୈନିକ ୪୦ରୁ ୫୦ ଗାଡ଼ି ରହିବ । ଦରକାର ପଡ଼ିଲେ ଆସନ୍ତା ଦିନରେ ଗାଡ଼ି ସଂଖ୍ୟା ବଢ଼ାଯାଇପାରେ । ସ୍କ୍ରାପିଂ କରିବା ଦ୍ୱାରା ବେଶୀ ଫାଇଦା ପାଇବେ ଗାଡ଼ି ଚାଳକ । ଅନ୍ୟପକ୍ଷେ ପୁରୁଣା ଏବଂ ଭଙ୍ଗା ଗାଡ଼ି ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ ବୋଲି MD କହିଛନ୍ତି ।

    ଏଭଳି ଏକ ନୂଆ ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ । ଦୈନନ୍ଦିନ ପୁରୁଣା ଗାଡ଼ି ପାଇଁ ବାୟୁ ଅଧିକ ପ୍ରଦୂଷିତ ହେଉଥିଲା ଯାହାକୁ କେତେକାଂଶରେ ହ୍ରାସ କରାଯାଇପାରିବ । ଏଥିସହ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

  • ‘ନବୀନ’ ନଂ : 3

    ‘ନବୀନ’ ନଂ : 3

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଏ, ନବୀନଙ୍କ ଲୋକପ୍ରିୟତା ଏତେ ବଢ଼ିଛି ଯେ ତାଙ୍କ ନାଁ ହିଁ ଯଥେଷ୍ଟ । ନିର୍ବାଚନ ହେଉ ଅବା କୌଣସି ପ୍ରତିଯୋଗିତା ତାଙ୍କ ଏଣ୍ଟ୍ରି ସବୁବେଳେ ବିଜୟର ସ୍ୱାଦ ପାଇଛି । କହିବାକୁ ଗଲେ ତାଙ୍କ ଡିକ୍ସିନାରୀରେ ପରାଜୟ ୱାର୍ଡ ନାହିଁ । ବିଭିନ୍ନ ଯୋଜନା କରିବା, ରାଜ୍ୟବାସୀଙ୍କ ଫାଇଦା ଚିନ୍ତା କରିବା, ସେମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରକାର ଅଭ୍ୟାସରେ ପରିଣତ ହେଲାଣି ।

    ଏସବୁ ଭିତରେ ନବୀନ ବନିଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ମାନେ, ତାଙ୍କର ମୋଟ ସମ୍ପତ୍ତି ୬୩ କୋଟି ୮୭ ଲକ୍ଷ । ଏଡିଆର୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏଥିସହ ନବୀନଙ୍କ ନାଁରେ କୌଣସି ଅପରାଧୀକ ମାମଲା ନାହିଁ । ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଯାହାଙ୍କ ସଂପତ୍ତି ପରିମାଣ ୫୧୦ କୋଟି ୩୮ ଲକ୍ଷ । ଦ୍ୱିତୀୟରେ ଥିବା ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସମ୍ପତ୍ତି ରହିଛି ୧୬୩ କୋଟି ୫୦ ଲକ୍ଷ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୋଟ ସମ୍ପତ୍ତି ୧୫ କୋଟି ୩୮ ଲକ୍ଷ ଥିବାବେଳେ ସେ ତାଲିକାରେ ଶେଷରେ ରହିଛନନ୍ତି । ଏଡିଆର୍ ରିପୋର୍ଟ ଅନୁସାରେ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ କେସ୍ ରହିଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ମାମଲା ଥିବାବେଳେ ଲୋକପ୍ରିୟ ସିଏମ୍ ନବୀନଙ୍କ ନାଁରେ ଗୋଟିଏ ବି କ୍ରିମିନାଲ କେସ୍ ନାହିଁ । ଏଥିସହ
    ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଆୟରେ ସର୍ବାଧିକ ଅଭିବୃଦ୍ଧି ବିଜେଡିର ହୋଇଛି ।

    ରାଜନୈତିକ ଦଳଗୁଡ଼ିକୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିଶନ କହିଥିଲେ । ୩୧୮.୭୪୫ କୋଟି ସହ ସବୁଠୁ ଧନୀ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଛି । ସେହିପରି ଟିଆରଏସ୍ ତୃତୀୟ ଓ ୱାଇଏସଆର୍ କଂଗ୍ରେସର ସ୍ଥାନ ଚତୁର୍ଥ ଏବଂ ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି ।

  • ଅସହ୍ୟ ତାତି, ୧୬ ଯାଏ ସ୍କୁଲ ବନ୍ଦ

    ଅସହ୍ୟ ତାତି, ୧୬ ଯାଏ ସ୍କୁଲ ବନ୍ଦ

    ଅସହ୍ୟ ତାତି । ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ସୂର୍ଯ୍ୟଙ୍କ ପ୍ରଖର ତାତି ସମ୍ଭାଳିବା ମୁସ୍କିଲ ହୋଇଛି । ଆଜି ସକାଳୁ ରାଜଧାନୀରେ ତାତି ଅସମ୍ଭାଳ ହୋଇଛି । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ଛୁଇଁଛି ।

    ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ବଢ଼ିବା ମାତ୍ରେ ଘରୁ ଲୋକେ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି । ଭୀଷଣ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ SRC ସତ୍ୟବ୍ରତ ସାହୁ ଏସଓପି ଜାରି କରିଛନ୍ତି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖରା ବଢୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
    ଅନ୍ୟପଟେ, ପିଲାମାନେ ଯେପରି ସୁରକ୍ଷିତ ଏବଂ ସୁସ୍ଥ ରହିବେ ସେ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ତାତି ଅସହ୍ୟ ହେଉଥିବାରୁ ଏପ୍ରିଲ ୧୬ ତାରିଖ ଯାଏ ସବୁ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଦିନରେ ତାପମାତ୍ରା ବଢ଼ିବ । ଏଥିପାଇଁ ଲୋକେ ସରକାରୀ ଗାଇଡଲାଇନ୍ ମାନନ୍ତୁ, ଅଧିକ ସଚେତନ ହୁଅନ୍ତୁ । ଅବହେଳା କଲେ ଜୀବନ ପ୍ରତି ବିପଦ ଥିବା କଥା କୁହାଯାଇଛି ।

    ସେପଟେ, ଯେଉଁ ଗାଁରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି SRC SOPରେ ଦର୍ଶାଇଛନ୍ତି । ଖରାପ ନଳକୂପର ତୁରନ୍ତ ମରାମତି, କେନାଲରେ ପାଣି ଛାଡ଼ିବା,ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ,କଲେଜ ଭଳି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  • ବର୍ଷାଙ୍କ ମନ୍ତବ୍ୟ-ଅନୁଭବଙ୍କ ଟ୍ୱିଟ୍-ଫେସବୁକରେ ଜାଗୃତି

    ବର୍ଷାଙ୍କ ମନ୍ତବ୍ୟ-ଅନୁଭବଙ୍କ ଟ୍ୱିଟ୍-ଫେସବୁକରେ ଜାଗୃତି

    ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହାଁମୁହାଁ ପରିସ୍ଥିତି ଦେଖାଦେଇଛି । ବର୍ଷାଙ୍କ ମନ୍ତବ୍ୟ ଉପରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ବର୍ଷା ନିଜ ପାରିବାରିକ ଜୀବନ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ । ବର୍ଷା ନିଜ ଭାଷଣରେ ଅନୁଭବଙ୍କ ନାଁ ନେଇନଥିବା ବେଳେ କିନ୍ତୁ ସାଂସଦ ଅନୁଭବ ମହାନ୍ତି ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।

    ଅନୁଭବ ଲେଖିଛନ୍ତି ଅପପ୍ରଚାର ହେଉଥିଲେ ତେବେ ତାହା ବିରୋଧରେ ମୁହଁ ଖୋଲିବା ଜରୁରୀ । କିଛି ସରକାରୀ ଦସ୍ତାବିଜ୍ ବିରୋଧରେ ମୁହଁ ଖୋଲନ୍ତୁ ବୋଲି କହିଛନ୍ତି ଅନୁଭବ ।

    ଏବେ ବର୍ଷାଙ୍କ ମନ୍ତବ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ଏହାକୁ ନେଇ ପରୋକ୍ଷ ଭାବେ ଏଣ୍ଟ୍ରି ମାରିଥିଲେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ନିଜ ଫେସବୁକ୍ ହାଣ୍ଡେଲରେ ବର୍ଷାଙ୍କ ନା ନନେଇ ରିଆକ୍ସନ ରଖିଥିଲେ ।

    ସଶକ୍ତିକରଣ ବାର୍ତ୍ତା ଦେଉଥିବା ଜଣେ ମହିଳା କିପରି ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା ସଜାଇ ପାରନ୍ତି,ସେ କଥା ଲେଖିଛନ୍ତି ଜାଗୃତି । ସେପଟେ, ଅନୁଭବ ସିଧାସଳଖ ବର୍ଷାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି । ଏହାକୁ ନେଇ ପୁଣି ଥରେ ବର୍ଷା-ଅନୁଭବ ବିବାଦ ଆରମ୍ଭ ହୋଇଛି ।

  • ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ହାଣିଲେ ଗୁଣ୍ଡା

    ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ହାଣିଲେ ଗୁଣ୍ଡା

    ରାଜଧାନୀ ଭୁବନେଶ୍ୱରରେ ଅପରାଧୀମାନଙ୍କ ଆତଙ୍କ ରାଜ୍ ବଢ଼ିବାରେ ଲାଗିଛି । ବିଚ୍ ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି । ଏଭଳି ଚିତ୍ର ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି ।

    ଏୟାର ଫିଲ୍ଡ ଥାନା ଭୀମକୁଣ୍ଡ ମନ୍ଦିର ସମ୍ମୁଖରେ ସରୋଜ ତ୍ରିପାଠୀଙ୍କୁ ଖଣ୍ଡାରେ ହାଣିଛନ୍ତି ସ୍ଥାନୀୟ ଗୁଣ୍ଡା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସରୋଜଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଗୁଣ୍ଡା, ଅପରାଧୀଙ୍କୁ ତୁରନ୍ତ ଗିରଫ କରି ଜେଲ୍ ପଠାଇବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ତଥାପି ଏଯାଏ କୌଣସି ପଦକ୍ଷେପ ହୋଇନଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଟ୍ରକ୍ ଚଢି ବଲେରୋ ଚେପା, 2 ମୃତ

    ଟ୍ରକ୍ ଚଢି ବଲେରୋ ଚେପା, 2 ମୃତ

    ସୁନ୍ଦରଗଡ ହେମଗିରି ଥାନା ଅଧୀନ ଗର୍ଜନ ବାହାଲ ଖଣି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବୋଲେରୋ ଉପରେ କୋଇଲା ବୋଝେଇ ଟ୍ରକ୍ ମାଡିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ରାୟପୁର ଜିନ୍ଦଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଗର୍ଜନ ବାହାଲ ଖଣିର କର୍ମଚାରୀ ଥିଲେ। ସିପ୍ଟ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

    ଗର୍ଜନବାହାଲ ଖଣିର ଏହି କର୍ମଚାରୀଙ୍କର ଡ୍ୟୁଟି ସରିବା ପରେ ସେମାନେ ବୋଲେରୋରେ ଘରକୁ ଫେରୁଥିଲେ। ଖଣିରେ ନିୟୋଜିତ ଏକ ଟ୍ରକ୍ ଅଧିକ କୋଇଲା ଲୋଡିଂ ହୋଇଥିବା କାରଣରୁ ପଛରେ ଥିବା ବୋଲେରୋକୁ ଦେଖି ପାରି ନଥିଲା ଓ ତା ଉପରେ ଚଢିଯାଇଥିଲା।  ଫଳରେ ଘଟଣା ସ୍ଥଲରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଛି ଓ 4 ଜଣ ଆହତ ହୋଇଛନ୍ତି। ଟ୍ରକ୍ ମାଡିଯିବାରୁ ବୋଲେରୋ ଚେପା ହୋଇଯାଇଛି।

    ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କର୍ମଚାରୀ ହେଲେ ଅପରେଟର ଉମାକାନ୍ତ ପଟେଲ ଓ ସିଫ୍ଚ ଇନଚାର୍ଜ ଜଗଦୀଶ ଓରାମ। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଲୋକଙ୍କୁ ବୁଝାସୁଝା କରିଛି।

  • ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

    ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

    ରାଜ୍ୟରେ ତାତି ଅସହ୍ୟ ହେଲାଣି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ । ସକାଳୁ ସକାଳୁ ତାପମାତ୍ରା ବଢ଼ିବାରେ ଲାଗୁଛି । ପାରଦ ଉପରମୁହାଁ ରହୁଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି । ଅସହ୍ୟ ତାତିକୁ ନେଇ ଚିନ୍ତାରେ ରାଜଧାନୀବାସୀ ।

    ଆଜି ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ ତାପମାତ୍ରା ରହିଛି । ଚାନ୍ଦବାଲିରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪, ପୁରୀରେ ୩୩.୮ ଡିଗ୍ରୀ ଥିବାବେଳେ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି । ତାତି ବଢୁଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

    ଆସନ୍ତା ଦିନରେ ଆହୁରି ତାତି ବଢ଼ିବ । ତେବେ ସାଧାରଣତଃ ଲସି ଦୋକାନ, ପଇଡ଼ ଦୋକାନ, ଥଣ୍ଡା ପାନୀୟ ଜଳ ମିଳୁଥିବା ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ହେଲେ, ସକାଳୁ ସକାଳୁ ତାତି ବଢୁଥିବାରୁ ଲୋକେ ଏଠାରେ ଆଉ ଭିଡ଼ ଜମାଉନାହାଁନ୍ତି । ତେଣୁ ବାହାରକୁ ବାହାରିଲେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ଛତା ଏବଂ ଜୋତା ବ୍ୟବାହର କରନ୍ତୁ । କଳା ଚଷମା ବ୍ୟବହାର କଲେ ଆହୁରି ଭଲ । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଆମକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

  • ଓଃ କି ଗରମ !

    ଓଃ କି ଗରମ !

    ରାଜ୍ୟ ପାଣିପାଗରେ ପରବର୍ତ୍ତନ ହୋଇଛି । ତାତି ବଢୁଥିବା ବେଳେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ନାହିଁ ନଥିବା ଖରା ଲୋକଙ୍କୁ ଟେନସନରେ ପକାଇଛି । ରାଜଧାନୀ ରାସ୍ତା ଏବେ ପୁରା ଶୂନଶାନ୍ ।

    ଖରାଦିନରେ ସାଧାରଣତଃ ଲସି ଦୋକାନରେ ଭିଡ଼ ଥାଏ । ପଇଡ଼ ପିଇବାକୁ ଲୋକଙ୍କ ଭାରି ପସନ୍ଦ । ଆଖୁ ରସ ପିଇଲେ ଟିକେ ପେଟକୁ ଥଣ୍ଡା ଲାଗେ, ମନ ସୁସ୍ଥ ଓ ସତେଜ ରହେ । ଟାଣ ଖରାରେ ଲେମ୍ବୁ ପାଣି, ଦହି ପାଣି କି ସରବତ ଟିକେ ମିଳିଗଲେ ଆନନ୍ଦର ସୀମା ରହେନି । ଦୋକାନରେ ନାହିଁ ନଥିବା ଭିଡ଼ ଜମେ ।

    ଆଜ୍ଞା, କିନ୍ତୁ ଏସବୁ କିଛି ନାହିଁ । କାରଣ ତାତି ଏତେ ବଢ଼ଛି ରାଜଧାନୀ ଏକପ୍ରକାର ଶୂନଶାନ ହୋଇଛି । ମଧ୍ୟାହ୍ନ ସମୟରେ ଲୋକଙ୍କ ଦେଖା ନାହିଁ । ଘରୁ କେହି ବାହାରୁ ନାହାଁନ୍ତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣରେ ଲୋକେ ଏବେଠୁ ଅସ୍ତବ୍ୟସ୍ତ । ରାଜଧାନୀ ପୁରାପୁରି ଜନଶୂନ୍ୟ ହୋଇଛି । ନା ପଶୁପକ୍ଷୀଙ୍କ ଦେଖା ମିଳୁଛି ନା ଗ୍ରାହକଙ୍କ । କେବଳ ଦୋକାନୀ ଓ ବେପାରୀ, ଗ୍ରାହକଙ୍କ ଅପେକ୍ଷାରେ ଅଛନ୍ତି । କାଁ ଭାଁ କେଉଁଠି ଜଣେ ଦୁଇ ଜଣ ଦୋକାନରେ ଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ ହେଲାଣି । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ । ଏଭଳି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
    ଭୁବନେଶ୍ୱରରୁ ଧିରେନ ବେହେରାଙ୍କ ରିପୋର୍ଟ, ସୂଚନାଟିଭି 24X7