ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଶଙ୍ଖ ଭବନ । ବିଜେଡିର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ‘ଶଙ୍ଖ ଭବନ’ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ଭଲ ପାଉଥିବା, ତଥା ଓଡ଼ିଶା ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଏହି ଭବନ । ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ବି ପ୍ରଚାର ଓ ପ୍ରସାର କରିବ ଏହି ଶଙ୍ଖ ଭବନ । ଉଦଘାଟନୀ ଅବସରରେ ଏଭଳି କହିଛନ୍ତି ସିଏମ୍ । ଏହାର ପ୍ରତି କାର୍ଯ୍ୟକ୍ରମ ରାଜ୍ୟବାସୀଙ୍କ ସେବାରେ ସମର୍ପିତ ହେବ ।

୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ନେଇ ଜନ୍ମ ନେଇଥିଲା ବିଜୁ ଜନତା ଦଳ BJD । ଓଡ଼ିଶାବାସୀଙ୍କ ସ୍ନେହ,ପ୍ରେମ ଭଲ ପାଇବା ନେଇ ଆଗକୁ ବଢ଼ିଛି ଦଳ । ସେଦିନର ବିଜୁ ଜନତା ଦଳ ଆଜି ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ସବୁଠି ବିଜୟର ଶଙ୍ଖ ବାଜୁଛି । ଓଡ଼ିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡ଼ିବ । ସ୍ଥିରତା ଆମକୁ ସଫଳତା ଏବଂ ଶାନ୍ତି ସମୃଦ୍ଧି ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶଙ୍ଖ ଭବନ ନିର୍ମାଣରେ ଯାହାର ଅବଦାନ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *