ଅକ୍ଷୟ ତୃତୀୟା, କୃଷକଙ୍କ ପାଇଁ ଶୁଦ୍ଧିର ଦିନ

ଆଜି ବୈଶାଖ ଶୁକ୍ଳ ତୃତୀୟା ତିଥି । ଅକ୍ଷୟ ତୃତୀୟା ଭାବେ ଆଜି ଦିନର ସ୍ୱତନ୍ତ୍ର ପରିଚୟ ରହିଛି । ସରକାରୀ ସ୍ତରରେ କୃଷକ ଦିବସ ଭାବେ ପାଳନ କରାଯାଏ । କୃଷକମାନଙ୍କ ପାଇଁ ଆଜି ଶୁଦ୍ଧିର ଦିନ ।

ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ଚାଷୀ । ଆଜିଭଳି ଶୁଭଦିନରେ ଗୃହ ନିର୍ମାଣ, ନିର୍ବନ୍ଧ,ବିବାହ,ବ୍ରତୋପନୟନ ଭଳି ଶୁଭକାମ କରାଯାଇଥାଏ । ଚାଷୀ ନୂଆ ଗଉଣିରେ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ଶଙ୍ଖ ହୁଳହୁଳି ଧ୍ବନିର ସହ ମୁଣ୍ଡରେ ଥୋଇଥାଏ । ଅନ୍ୟ ଏକ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ସେହି ନୈବେଦ୍ୟକୁ ପୋତି ହଳ ବୁଲାଏ । ଚାଷୀ ମୁଠା ମୁଠା ବିହନ କିଆରୀରେ ବୁଣିଥାଏ ଯାହାକୁ ଅଖି ମୁଠି କହନ୍ତି । ସେପଟେ, ସଧବାମାନେ ଏହି ଦିନ ଷଠିଦେବୀଙ୍କ ପୂଜା କରିଥାନ୍ତି ।

ପବିତ୍ର ଅକ୍ଷୟ ତୃତୀୟାରେ ଶୁଭ ଅଖିମୁଠି ଅନୁକୂଳ କରି କୃଷି କ୍ଷେତ୍ରକୁ ଶସ୍ୟ ଶ୍ୟାମଳା କରିବା ପାଇଁ ମାଟି ମା’ଙ୍କୁ ପ୍ରାର୍ଥନା କରିଥାନ୍ତି ଚାଷୀ ।

Leave a Reply

Your email address will not be published. Required fields are marked *