IPLରେ ଆଜି କିଏ ମାରିବ ବାଜି, ୨ଟି ମ୍ୟାଚର ମଜା ନେବେ ଦର୍ଶକ

IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩.୩୦ରେ ବେଙ୍ଗାଳୁରୁରେ ବାଙ୍ଗାଲୋର ଓ ରାଜସ୍ଥାନ ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟାରେ ୭.୩୦ରେ କୋଲକାତା ଏବଂ ଚେନ୍ନାଇ ଇଡେନ୍ ଗାର୍ଡେନରେ ଲଢ଼ିବେ ।

ଦମଦାର ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ରାଜସ୍ଥାନ । ୬ଟି ମ୍ୟାଚରୁ ୪ଟିରେ ବିଜୟ ଏବଂ ୨ଟିରେ ପରାସ୍ତ ହୋଇଛି ଦଳ । ବ୍ୟାଟିଂ ଓ ବୋଲିଂରେ କମାଲ କରୁଛନ୍ତି ଖେଳାଳି । ସେପଟେ, ବାଙ୍ଗାଲୋର ଭଲ ବ୍ୟାଟିଂ କରୁଥିଲେ ସୁଦ୍ଧା ବୋଲିଂ ଏବଂ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ୬ଟି ମ୍ୟାଚରୁ ୩ଟିରେ ବିଜୟ ଏବଂ ୩ଟିରେ ପରାସ୍ତ ହୋଇଛି ଟିମ୍ । ଆଜି ବିଜୟୀ ହେବାକୁ ସମସ୍ତ ବଳ କରିବ ଆରସିବି ।

ସନ୍ଧ୍ୟାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜିନରେ ମୈଦାନରେ ଚେନ୍ନାଇର ପ୍ରଦର୍ଶନ ବହୁତ ଭଲ ରହିଛି । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଟିମ୍ । ସବୁ ଡିପାର୍ଟମେଣ୍ଟରେ ଖେଳାଳିମାନେ ଟପ୍ ପରଫରମାନ୍ସ ଦେଉଛନ୍ତି । ସେପଟେ, କୋଲକାତାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏଯାଏ ଦଳ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଛି । ଭେଙ୍କେଟସ ଆୟାର ଏବଂ ଅଧିନାୟକ ନିତିଶ ରାଣାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି କ୍ଲିକ୍ କରିପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *