ଆତ୍ମସମର୍ପଣ ପରେ ଗିରଫ ହେଲା ଖଲିସ୍ତାନୀ ନେତା ଅମୃତପାଲ ସିଂହ

ପଞ୍ଜାବ, ହରିୟାଣା ଆଉ ଉତ୍ତରପ୍ରଦେଶ ପୋଲିସକୁ ଚକମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମୃତପା ସିଂହକୁ ଆଜି ଗିରଫ କରିଛି ପଞ୍ଜାବ ପୋଲିସ । ପ୍ରଥମେ ଅମ୍ରିତପାଲ ଆତ୍ମସମର୍ପଣ କରିଥିଲା, ଏହାପରେ ପଞ୍ଜାବର ମୋଗା ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଆଉ ଏହି ଘଟଣାକୁ ଟ୍ବିଟ କରି ସୂଚନା ଦେବା ସହ ଶାନ୍ତି ବଜାୟ ରଖିବାକୁ ପଞ୍ଜାବ ପୁଲିସ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଅମ୍ରିତପାଲ ମୋଗା ଜିଲ୍ଲାର ରୋଡେ ଗାଁରେ ଥିବା ଗୁରୁଦ୍ୱାରାରେ ପହଞ୍ଚିଥିଲା । ଆଉ ବିଳମ୍ବିତ ରାତିରେ ଏହା ସେ ନିଜେ ମୋଗା ପୁଲିସ୍‌କୁ ନିଜେ ଖବର ଦେବୀ ସହ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଥିଲା । ଏହା ପରେ ମୋଗା ପୁଲିସ୍ ଟିମ ସହିତ ଗୁରୁଦ୍ୱାରାରେ ପହଞ୍ଚିଥିଲା । ପରେ ଅମ୍ରିତପାଲ ସିଂହ ଆଜି ସକାଳେ ଆତ୍ମସମର୍ପଣ କରିଥିଲା। ହେଲେ ଆତ୍ମସମର୍ପଣ ପୂର୍ବରୁ ଗୁରୁଦ୍ୱାରରେ ସେ କିଛି ଲୋକଙ୍କୁ ସମ୍ବୋଧିତ କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଆପଣଙ୍କୁ ଏଠାରେ ଜଣାଇଦେଉଛୁ, ରୋଡୋ ହେଉଛି ଆତଙ୍କବାଦୀ ତଥା କଟର ଖଲିସ୍ତାନୀ ସମର୍ଥକ ଜରନୈଲ ସିଂହ ଭିଣ୍ଡରାନୱାଲେର ଜନ୍ମମାଟି । ଯାହାଙ୍କୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ ବ୍ଲ୍ୟୁ ଷ୍ଟାର ଜରିଆରେ ନିହତ କରିଥଲେ ।

ଅମ୍ରିତପାଲ ସିଂହଙ୍କୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଅମ୍ରିତପାଲଙ୍କ ୮ ଜଣ ସହଯୋଗୀଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେମାନେ ଜେଲରେ ଅଛନ୍ତି। ସେମାନଙ୍କ ନାଁରେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମାମଲା ରଜୁ କରାଯାଇଛି ।

ଅମ୍ରିତପାଲ ସିଂହ ଖଲିସ୍ତାନୀ ନେତା ଭିଣ୍ଡରେନଓ୍ବାଲେଙ୍କ କଟର ସମର୍ଥ ବୋଲି କହିଆସିଥିଲେ । ଖଲିସ୍ତାନୀ ସମର୍ଥକ ମାନେ ତାଙ୍କୁ ‘ଭିଣ୍ଡରାନଓ୍ବାଲେ 2.0’ ଭାବେ ସମ୍ବୋଧିତ କରୁଥିଲେ । ଦେଶ ତଥା ବିଶେଷ କରି ପଞ୍ଜାବରେ ଶାନ୍ତି ଭଙ୍ଗ କରିବା, ଖଲିସ୍ତାନୀ ଗତିବିଧିକୁ ବଢ଼ାଇବା, ହତ୍ୟା ଉଦ୍ୟମ ଓ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଭଳି ଅନେକ ଅପରାଧିକ ମାମଲା ରହିଛି ଅମ୍ରିତପାଲ ସିଂହ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ।

ଏଥର ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ…
ବାସ୍ତବରେ ଗତ ଫେବ୍ରୁଆରି ୨୩ ତାରିଖରେ ଚର୍ଚ୍ଚାକୁ ଆସିଥିଲା ଅମ୍ରିତପାଲ ସିଂହ । ‘ୱାରିସ ପଞ୍ଜାବ ଦେ’ ସଂଗଠନର ମଖ୍ୟ ହେଉଛନ୍ତି ଅମ୍ରିତପାଲ ସିଂହ । ସଂଗଠନର ଅନ୍ୟ ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା । ଆଉ ବଳପୂର୍ବକ ଥାନାରୁ ସେମାନଙ୍କୁ ଉଠାଇ ଆଣିବାକୁ ସେଠାରେ ପହଞ୍ଚିଥିଲେ । ସେତେବେଳେ ତାଙ୍କ ମର୍ଥକ ମାନେ ହାତରେ ଖଣ୍ଡା ଓ ବନ୍ଧୁକ ସହିତ ଥାନାକୁ ଯାଇଥିଲେ । ପୁଲିସ ବ୍ୟାରିକେଡ ଭାଙ୍ଗି ଅଜନାଲା ଥାନା ଭିତରେ ସେମାନେ ପଶିଯାଇଥିଲେ । ଏହାପରେ ଅପହରଣ ମାମଲାରେ ଫସିଥିବା ସହଯୋଗୀ ଲବପ୍ରୀତ ସିଂହକୁ ପୁଲିସ୍ ଛାଡ଼ି ଦେବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲେ । ଥାନାକୁ ଜୋରଜବରଦସ୍ତ ପ୍ରବେଶ କରିବା ବେଳେ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ଆଉ ଏହି ଘଟଣା ପୂରା ଦେଶରେ ସ୍ତବ୍ଧ କରିଥିଲା । ଏହା ପରେ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସେଠାରୁ ଖସିଯାଇଥିବା ବେଳେ ତାକୁ ଧରିବା ପାଇଁ ମାର୍ଚ୍ଚ ୧୮ ତାରିଖରୁ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ପୁଲିସ୍ ପ୍ରୟାସ କରିଥିଲେ । ହେଲେ ତାକୁ ଧରିବାରେ ସେମାନେ ସଫଳ ହୋଇପାରୁନଥିଲେ । ୩ ଦିନ ତଳେ ଅମ୍ରିତପାଲର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖି ପଚରାଉଚରା କରିଥିଲେ କଷ୍ଟମ ଅଧିକାରୀ। ସେ ଲଂଣ୍ଡନ ପଳାଇବାକୁ ଚାହୁଁଥିବା ବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ଆଉ ଏହି ଘଟଣାକୁ ୩ ଦିନ ବିତିଯିବା ପରେ ଶଷରେ ଆତ୍ମସମର୍ପଣ କରିଛି ଅମ୍ରିତପାଲ ସିଂହ ।

Leave a Reply

Your email address will not be published. Required fields are marked *