Category: ରାଜ୍ୟ ଖବର

  • ସାମାନ୍ୟ ବର୍ଷାରେ ଲୋକଙ୍କୁ ୧୫ କିଲୋମିଟର ବୁଲିବାକୁ ପଡେ

    ସାମାନ୍ୟ ବର୍ଷାରେ ଲୋକଙ୍କୁ ୧୫ କିଲୋମିଟର ବୁଲିବାକୁ ପଡେ

    କେନ୍ଦୁଝର ଚମ୍ପୁଆରେ ଗାଁ କୁ ରହିଛି ୩ଟି ରାସ୍ତା। ଗୋଟିଏ ରାସ୍ତା NH କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ମଧ୍ୟ ଦେଇ ବ୍ଲକ କାର୍ଯ୍ୟାଳୟ କୁ ଯିବା ଆସିବା ପାଇଁ ଅଧିକ ୧୫ କିଲୋମିଟର ବୁଲିବାକୁ ପଡେ । ତାହା ପୁଣି ଅନ୍ୟ ପଞ୍ଚାୟତ ର ଅଞ୍ଚଳ ମଧ୍ୟ ଦେଇ। ଅନ୍ୟ ଦୁଇ ରାସ୍ତା ମଧ୍ୟରୁ ଗୋଟିଏ ସିଧାସଳଖ ପଞ୍ଚାୟତ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା ବେଳେ ଅନ୍ୟଟି ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରେ।

    ତେବେ ଏହି ଦୁଇ ରାସ୍ତା ର ଦୟନୀୟତା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ରାସ୍ତା ସାରା ବିରାଟ ବିରାଟ ଖାଲ ଯାତାୟାତ ରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ସାମାନ୍ୟ ବର୍ଷାରେ ଏହି ରାସ୍ତା ରେ ଗାଡ଼ିରେ ଯିବା ଦୂରର କଥା ପାଦରେ ଯିବାଆସିବା ଅସମ୍ଭବ ହୋଇପଡେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ସରାଶପଶି ଗ୍ରାମ ର ଏହି ଦୁର୍ଦ୍ଦଶା ଏବେ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ କୁ ପୁଞ୍ଜିଭୂତ କରିବାରେ ଲାଗିଛି। ଗାଁରୁ ପଞ୍ଚାୟତ କୁ ସଂଯୋଗ କରୁଥିବା ଯୋଡ଼ାପୋଖରୀ ମଧ୍ୟ ଦେଇ ଜଙ୍ଗଲିଆ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ବେଳେ ଗାଁ ରୁ ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା କୋଦଗାଡିଆ ମଧ୍ୟ ଦେଇ ଯାଇଥିବା ମାଟି ରାସ୍ତା ର ଅବସ୍ଥା ନ କହିବା ଭଲ।

    ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଏହି ଦୁଇ ରାସ୍ତା ସ୍ବାଧୀନତା ପର ଠାରୁ ମାଟି ମୁଠେ ପଡି ନଥିବାରୁ ଖରା ଦିନେ ଗ୍ରାମବାସୀ ଯେନତେନ ପ୍ରକାରେ ଯିବାଆସିବା କରୁଥିବା ବେଳେ ବର୍ଷା ହେଲେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି।

  • ଏବେ ଦିନଦ୍ବିପହରରେ ଦନ୍ତା ରାଜୁତି

    ଏବେ ଦିନଦ୍ବିପହରରେ ଦନ୍ତା ରାଜୁତି

    ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ । ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ବେରୁହାଁବାଡ଼ି ଗ୍ରାମ ନିକଟ ଜଙ୍ଗଲରେ । ଜଙ୍ଗଲରେ ବୁଲୁଛନ୍ତି ଦନ୍ତା ହାତୀ । ମାତ୍ର ବିଡମ୍ବନାର ବିଷୟ ସଖାଳେ ଦନ୍ତାଟି ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟାରେ ହାତୀଟିର ମୃତ୍ୟୁ ଘଟିଛି । ମୃତ ହାତୀ ଟି ଗୋଠ ଛଡା ହାତୀ ବୋଲି ଅନୁମାନ କରାଯାଉଛି lହାତୀର ମୃତ୍ୟୁ ର କାରଣ ଜଣା ପଡ଼ିନଥିବା ବେଳେ ଗତ କିଛି ଦିନ ଧରି ଏହି ଦନ୍ତା ହାତୀ ଟି ଗୋଠ ରୁ ବାହାରି ଏଣେ ତେଣେ ବୁଲୁଥିଲା l ତାର ସ୍ୱାସ୍ଥ୍ୟ ମଧ୍ଯ ଭଲ ନଥିବା ସୂଚନା ମିଲିଛି l ବନ ବିଭାଗ ଘଟଣା ସ୍ଥଳ ରେ ପହଂଚି ମୃତ୍ୟୁ ର କାରଣ ତଦନ୍ତ କରୁଛି l

  • ବସୁଧା ଯୋଜନାରୁ ବଞ୍ଚିତ ପଡିଆସାହିବାସୀ

    ବସୁଧା ଯୋଜନାରୁ ବଞ୍ଚିତ ପଡିଆସାହିବାସୀ

    ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ବସୁଧା ଯୋଜନାରେ ସୁଉଚ୍ଚ ପାଣି ଟାଙ୍କି। ମାତ୍ର ସାହିକୁ ସଂଯୋଗ ହୋଇନାହିଁ ପାଣି ପାଇପ୍।ଫଳରେ ସରକାରଙ୍କ ବିଶୁଦ୍ଧ ପାଇପ୍ ଜଳ ଯୋଗାଣରୁ ବଞ୍ଚିତ ହୋଇଛନ୍ତି ୩୦ ରୁ ଅଧିକ ଆଦିବାସୀ ପରିବାର । ଭୋଟ ବର୍ଜନ କରିବାକୁ ଦେଇଛନ୍ତି ଚରମ ଚେତାବନୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଗିରିଧାରିପୁର ପଡିଆ ସାହିର ଏହି ଦୁର୍ଦ୍ଦଶାର କାହାଣୀ।

    ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ସମସ୍ତ ଅଞ୍ଚଳକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ପଞ୍ଚାୟତର ମିରିଗିସିଙ୍ଗାରେ ବସୁଧା ଯୋଜନାରେ ଏକ ବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏଠାରୁ ବ୍ଲକର ଅଧିକାଂଶ ଗ୍ରାମକୁ ଜଳ ଯୋଗାଣ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ପ୍ରତି ଗାଁର କାନ୍ଥ ବାଡରେ ସୂଚନା ଫଳକ ଲଗାଯାଇ ସରକାରଙ୍କ ଆଦିବାସୀଙ୍କ ପ୍ରତି ସମ୍ବେଦନଶୀଳତାକୁ ଦର୍ଶା ଯାଉଛି। ହେଲେ ଏହି ମେଗା ପ୍ରକଳ୍ପଠାରୁ ମାତ୍ର ୩ କିଲୋମିଟର ଦୂର ଗିରିଧାରୀ ପୁର ପଡିଆସାହିକୁ ପହଞ୍ଚିପାରିନି ଯୋଜନା। ପଡିଆ ସାହିରେ ପ୍ରାୟ ୩୦ ପରିବାର ବସବାସ କରୁଛନ୍ତି। ହେଲେ ଟ୍ୟାପ ଯୋଗେ ଜଳ ଯୋଗାଣରୁ ବଞ୍ଚିତ ସାହିବାସୀ।

    ତେଣୁ ଏତେ ପରିବାର ମାତ୍ର ଗୋଟିଏ ଟ୍ୟୁୱେଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଲାଇନରେ ରହି ପାଣି ନେଉଛନ୍ତି। ସେପଟେ ଆଗକୁ ଖରାଦିନ ଆସୁଛି। ଜଳସ୍ତର କମିବ। ତେଣୁ ଏହି ସାହିକୁ ବସୁଧାର ଜଳ ଯୋଗାଇବାକୁ ଗ୍ରାମବାସୀ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସତ୍ତ୍ବେ କେହି ଏମାନଙ୍କ ଜଳକଷ୍ଟ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକୁ ନେଇ ସାହିବାସୀ ଅସନ୍ତୁଷ୍ଟ। ଆଗକୁ ନିର୍ବାଚନ ଥିବାରୁ ଠିକଣା ସମୟରେ ଜବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏଠାକାର ଲୋକେ।

    ପାଣି ପାଇଁ ଲୋକେ ବହୁ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନର ନିରବତାରେ ସନ୍ତୁଳି ହେଉଛନ୍ତି ପଡିଆସାହି ବାସୀ। ନିର୍ବାଚନ ପୂର୍ବରୁ ଗାଁକୁ ଟ୍ୟାପ ଯୋଗେ ପାଣି ଯୋଗାଣକୁ ସେମାନଙ୍କ ଅପେକ୍ଷା। ସମସ୍ୟା ପୂରଣ ନହେଲେ ମତଦାନରୁ ଦୂରେଇ ରହିବାକୁ ଦେଇଛନ୍ତି ଚେତାବନୀ। ଏପରି ସମୟରେ ଦେଖିବାକୁ ରହିଲା ଏମାନଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେଉଛି ନା ମିଛ ପ୍ରତିଶ୍ରୁତି ଦେଇ ଏହି ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରାଯାଉଛି

  • ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

    ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

    ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଖୋର୍ଦ୍ଧା ବିଜେପିରେ କମ୍ପନ। ଅପରାଜିତା ହଟାଓ ଅଭିଯାନ ଆରମ୍ଭ କଲେଣି ବିଜେପି କର୍ମୀ। ଅପରାଜିତାଙ୍କ ଗୋଟିଏ ବିବାଦୀୟ ବୟାନ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ହେବ ବୋଲି ଖୋର୍ଦ୍ଧାର ସାମ୍ପ୍ରତିକ ସ୍ଥିତିକୁ ଦେଖି ସ୍ପଷ୍ଟ ବାରିହୋଇଯାଉଛି। ସ୍ଥିତି ଏମିତି ହୋଇଛି କି ଜିଲ୍ଲାର ଶହ ଶହ ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି। ଯାହାକୁ ଦେଖି ଲାଗୁଛି, ଅପରାଜିତା ଅତି ଉତ୍ସାହିତ ହୋଇ ପ୍ରଶାନ୍ତ ଜଗଦେବ ବା ଗଣେଷ ଜଗଦେବଙ୍କୁ ଖୋର୍ଦ୍ଧାର ଉଚିତ ପ୍ରାର୍ଥୀ କହିବା ତାଙ୍କୁ ତଥା ତାଙ୍କ ଦଳ ପାଇଁ ଘାତକ ହେବାକୁ ଯାଉଛି। ଏଠାରେ ପୂର୍ବରୁ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କ ବାଟରେ କଣ୍ଟା ହୋଇଠିଆ ହୋଇଛନ୍ତି, ଯାହା ଆଗାମୀ ସଂସଦୀୟ ନିର୍ବାଚନରେ ଅପରାଜିତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି।

    ତେବେ ଏହି ବିବାଦ କିଛି ଦିନ ତଳେ ଖୋର୍ଦ୍ଧାରେ ଅନୁଷ୍ଠିତ ଏକ ମେଳଣ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଉଚିତ ବ୍ୟକ୍ତି ବୋଲି କହିଥିଲେ। ଯାହାକୁ ନେଇ ତାତିଛନ୍ତି କୋଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ। କାଳୁ ଖଣ୍ଡାୟତ ରାୟ ବିଗତ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ବିଜେଡିଠାରୁ ପରାସ୍ତ ହୋଇଥିଲେ।ଏହା ସତ୍ତ୍ବେ ସେ ଖୋର୍ଦ୍ଧା ବିଜେପି ସଂଗଠନକୁ ଯୋଡି ରଖିବାରେ କାର୍ଯ୍ୟ କରିବା ସହ ୨୦୨୪ ନିର୍ବାଚନରେ ଟିକେଟ ପାଇବାକୁ ନେଇ ଆଶାବାଦୀ। ହେଲେ ଅପରାଜିତାଙ୍କ ବୟାନ ତାଙ୍କ ସବୁ ସ୍ବପ୍ନକୁ ଧୋଇଦେବା ପରେ ସେ କ୍ଷୁବ୍ଧ। ନିଜ ସଂଗଠନକୁ ନେଇ ରାଜ୍ୟ ବିଜେପି ଅଫିସରେ ସାଂସଦଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ନିଜ ଶକ୍ତି।

    ଅପରାଜିତାଙ୍କ ବିରୋଧରେ ଏହି ମେଳିକୁ ଦେଖିବା ପରେ ଲାଗୁଛି ଅପରାଜିତାଙ୍କ ପାଇଁ ବିଜୟ ହୋଇଯିବ ସ୍ବପ୍ନ। କାରଣ କାଳୁଚରଣ ଓ ତାଙ୍କ ସର୍ଥକ ଖୋଲାଖୋଲି ଅପରାଜିତାଙ୍କୁ ବିତାଡିତ କରିବାକୁ କହିସାରିଛନ୍ତି। ସେପଟେ ବିଜେଡିରୁ ଆସିଥିବା ଚିଲିକା ବିଧାୟକ ପ୍ରଶାନ୍ତଙ୍କୁ ତାଙ୍କ ପୂର୍ବ କାରନାମା ପାଇଁ ବିଜେପିର ଅନେକ ଗ୍ରହଣ କରିପାରୁନାହାନ୍ତି । ଏବେ ସାଂସଦଙ୍କ ଜଗଦେବ ପ୍ରୀତି ବିଜେଡିକୁ ଫାଇଦା ଦେବା ସହ ତାଙ୍କ ପରାଜୟର କାରଣ ଯେ ନ ହେବ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

  • ଇଟା ଭାଟିରେ କାମକରିବାକୁ ଯାଇ ଦାଦନ ଶ୍ରମିକର ମୃତ୍ଯୁ

    ଇଟା ଭାଟିରେ କାମକରିବାକୁ ଯାଇ ଦାଦନ ଶ୍ରମିକର ମୃତ୍ଯୁ

    ପେଟ ପାଟଣା ପାଇଁ ନିଜ ରାଜ୍ୟରେ କାମ ନମିଳିବାରୁ ସୁଦୁର ଆନ୍ଧ୍ରପ୍ରଦେଶ କୁ ଇଟା ଭାଟିରେ କାମ କରିବା ପାଇଁ ଯାଇ ଦାଦନ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ବାହାରକୁଟୁମି ଗ୍ରାମରେ।ଗ୍ରାମର ଲଦି ମାଝୀ ୩ମାସ ହେଲା ଗ୍ରାମର ୧୪ ଜଣ ପୁରୁଷ -ମହିଳା ଙ୍କ ସହ ମିଶି ଆନ୍ଦ୍ରପ୍ରଦେଶର ଜିଲା କପର ଗ୍ରାମର ଇଟାଭାଟି ରେ କାମ କରିବା ପାଇ ଯାଇଥିଲେ।କାମ କରି ଗତକାଲି ୩ଘଣ୍ଟା ସମୟରେ ରହୁଥିବା କ୍ୟାମ୍ପରେ ଆସି ଦେହ ଭଲ ଲାଗୁନି ବୋଲି କହି ଅଚେତ ହୋଇଯାଇଥଇଲେ।

    ତାଙ୍କୁ ସଙ୍ଗେସଙ୍ଗେ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।କିଛି ଦିନ ଆଗରୁ ଦେହ ଭଲ ଲାଗୁନି ମୁଁ ପାଇବାକୁ ଥିବା ଟଙ୍କା ମୋତେ ଦେଇଦିଅନ୍ତୁ ମୁଁ ଗାଁକୁ ଚାଲିଯିବ ବୋଲି ଇଟା ଭାଟି ମାଲିକଙ୍କୁ କହିଥିଲେ ହେଲେ ମାଲିକ ତାଙ୍କୁ ଟଙ୍କା ଦେଇନଥିଲେ କି ଛାଡି ନଥିଲେ ବୋଲି ସାଙ୍ଗରେ ଥିବା ସାଥି ଶ୍ରମିକ ମାନେ କହିଛନ୍ତି।ଗାଁ କୁ ମୃତଦେହ ଫେରାଇ ଆଣିବାକୁ ପାଖରେ ପଇଷା ନଥିବାରୁ ପୋରିବାର ଲୋକ ଚିନ୍ତାରେ ପଡିଛନ୍ତି ।କେବେ ମିଳିବ ନିଜ ଅଞ୍ଚଳରେ ନିଯୁକ୍ତି ତାହା ହିଁ ସାଧାରଣରେ ପ୍ରଶ୍ନ

  • ଶଙ୍ଖ ଛାଡି ଫୁଲ ଧରିଲେ ଏଇ ସାଂସଦମାନେ…

    ଶଙ୍ଖ ଛାଡି ଫୁଲ ଧରିଲେ ଏଇ ସାଂସଦମାନେ…

    ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେପି ଦଳରେ ସାମିଲ ହୋଇଛନ୍ତି। ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ବ୍ୟତୀତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

    ଭର୍ତ୍ତୃହରି ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭର୍ତ୍ତୃହରି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସେହିଭଳି ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବେ ବୋଲି ଗତ ୨ ଦିନ ହେବ ଚର୍ଚ୍ଚା ହେଉଥିଲା । ସିଦ୍ଧାନ୍ତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ସିଦ୍ଧାନ୍ତଙ୍କୁ ଦଳ ଟିକେଟ ଦେଇନଥିଲା । ଏହାପରେ ସିଦ୍ଧାନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । କିନ୍ତୁ କିଛି ମାସ ପୂର୍ବରୁ ସିଦ୍ଧାନ୍ତ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସିଦ୍ଧାନ୍ତ । ଭର୍ତ୍ତୃହରିଙ୍କୁ ଦଳ କଟକ ଲୋକସଭାରୁ ପ୍ରାର୍ଥୀ କରିପାରେ। ସେହିଭଳି ସିଦ୍ଧାନ୍ତଙ୍କୁ ଦଳ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

  • ପାନୀୟ ଜଳ ପାଇଁ ଡହଳବିକଳ, ପହଞ୍ଚି ପାରି ନାହିଁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା

    ପାନୀୟ ଜଳ ପାଇଁ ଡହଳବିକଳ, ପହଞ୍ଚି ପାରି ନାହିଁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା

    ଆମ ରାଜ୍ୟର ପାନୀୟ ଜଳ ଯୋଜନାର ଏ ହେଉଛି ବିକଳ ଚିତ୍ର। ଏମାନଙ୍କ ନିକଟରେ ପହଞ୍ଚିପାରିନି ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା। ରାଜ୍ୟର ପ୍ରତି ଗାଁର ପ୍ରତିଟି ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଇ ଦିଆଯାଉଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ସରକାର ହଜାର ହଜାକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଖଡିଆଶୋଳ ଗ୍ରାମବାସୀଙ୍କ ପାଇଁ ଏହି ଜଳ ଯୋଜନା ସାତ ସପନ। ବିଜାତଳା ବ୍ଲକର ଖଡିଆଶୋଳ ଗ୍ରାମରେ ୫ ଟି ନଳକୂଅ ଅଛି ୪୫୦ରୁ ଅଧିକ ଲୋକଙ୍କ ପାଇଁ। ହେଲେ କୌଣସି ନଳକୂଅରୁ ପାଣି ବାହାରୁ ନାହିଁ।

    ଏନେଇ ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଗ୍ରାମବାସୀଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି। ସେପଟେ ପାଣି ମୁନ୍ଦେ ପାଇଁ ମହିଳା ମାନେ ରାତି ପାହିଲେ ଗରା, ବାଲ୍ଟି, ହାଣ୍ଡି, ଡେକ୍ଚି ଧରି ଗାଁ ନିକଟବର୍ତ୍ତୀ ନଦୀ, ଚୁଆକୁ ଯାଉଛନ୍ତି। ସେଠାରୁ ପାଣି ସଂଗ୍ରହ କରି ତାକୁ ବ୍ୟବହାର କରିବାକୁ ବାଧ୍ୟହେଉଛନ୍ତି। ଅନ୍ୟପଟେ ଖରା ଆରମ୍ଭରୁ ସ୍ଥିତି ଏମିତି ହୋଇଥିବା ବେଳେ ଆଗକୁ ଖରା ଟାଣ ହେଲେ ଏହି ସବୁ ଜଳ ଉତ୍ସ ମଧ୍ୟ ଶୁଖିଯିବ। ତେଣୁ ଆଜି ଗ୍ରାମବାସୀ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଜଳ ସମସ୍ୟା ତୁରନ୍ତ ଦୂର କରା ନ ଗଲେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।

    ଉପ ଜିଲ୍ଲାପାଳଙ୍କ ଅଫିସରେ ଗ୍ରାମବାସୀ ପାନୀୟ ଜଳ ନେଇ ନିଜ ଦାବିପତ୍ର ଉପସ୍ଥାପନ କରିବା ପରେ ଖୁବ ଶୀଘ୍ର ସେମାନଙ୍କ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ଯ୍ଯାଳୟ ତରଫରୁ କୁହାଯାଇଛି। ତେବେ ଦେଖିବାକୁ ବାକି ରହିଲା, କେବେ ପୂରଣ ହେଉଛି ଲୋକଙ୍କ ପାଣି ପରି ମୌଳିକ ଆବଶ୍ୟକତା।

  • ସରକାରୀ ଅବହେଳାରୁ ଝାରବନ୍ଧ ବସ ଆଡ୍ଡାରେ ନାହିଁ କୌଣସି ସୁବିଧା

    ସରକାରୀ ଅବହେଳାରୁ ଝାରବନ୍ଧ ବସ ଆଡ୍ଡାରେ ନାହିଁ କୌଣସି ସୁବିଧା

    ବରଗଡ ଜିଲ୍ଲା ଝାରବନ୍ଧ ଚାନ୍ଦିନୀ ଛକ ହେଉଛି ଏକ ଜନଗହଳି ପୂର୍ଣ୍ଣ, ବ୍ୟସ୍ତବହୁଳ ବଜାର। ପ୍ରାୟ ଦୁଇଶହ ରୁ ଅଧିକ ଦୋକାନ ଅଛି।ଏଠାରେ ଷ୍ଟେଟ ବ୍ୟାଙ୍କ, RI ଅଫିସ, ସମଲେଶ୍ବରୀ ମନ୍ଦିର, ଦୁର୍ଗା ମନ୍ଦିର ରହିଛି। ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ଲୋକଙ୍କ ଯାତାୟାତ ହୋଇଥାଏ ସରକାରୀ କାମରେ ବା ମନ୍ଦିର ଦର୍ଶନ ପାଇଁ। ଏହା ବ୍ୟତୀତ ଏଠାକୁ ପଡୋଶୀ ରାଜ୍ୟ ର ବାସନା, ସାରାଇପାଲି, ସାକାର ସମେତ ଜିଲ୍ଲା ନୂଆପଡା. ଖରିଆରୋଡ ପାଇକମାଳ, ପଦ୍ମପୁର, ସୋହେଲା, ବରଗଡରୁ ପ୍ରତିଦିନ ଅନେକ ଘରୋଇ ଓ ବର୍ତ୍ତମାନର ସରକାରୀ ବସ ଲକ୍ଷ୍ମୀ ଆସିଥାଏ ଓ ଅଟକିଥାଏ। ଫଳରେ ସବୁ ସମୟରେ ବଜାର ଲୋକାରଣ୍ୟ ରହିଥାଏ। ହେଲେ ଦୁର୍ଭାଗ୍ୟ କି, ଏଠାରେ ନାହିଁ କୌଣସି ସୁବିଧା। ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କୌଣସି ସୁବିଧା ନାହିଁ। ଶୌଚଳାୟ ଅଭାବରୁ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ। ଯାହାକୁ ନେଇ ଲୋକଙ୍କ ଭିତରେ ଭରି ରହିଛି ଅସନ୍ତୋଷ

    ସରକାର ବିକାଶ ନାଁରେ ଅନେକ ଗୁଡିଏ ଯୋଜନା କରି ନିଜ ପିଠି ନିଜେ ଥାପୁଡଉଛନ୍ତି। ହେଲେ ଝାରବନ୍ଧ ଛକ ଉପରେ ନାହିଁ କୌଣସି ଅଧିକାରୀ କି ସ୍ଥାନୀୟ ନେତାଙ୍କ ନଜର। ତେଣୁ ଏହି ଛକକୁ ଆସୁ ବହୁ ଅସୁବିଧା ଭୋଗୁଥିବା ଲୋକେ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଶୌଚାଳୟ କରିବାକୁ ଦାବି କରିଛନ୍ତି।

  • ଅଦିନିଆ ବର୍ଷା ଚାଷ ଉଜାଡିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

    ଅଦିନିଆ ବର୍ଷା ଚାଷ ଉଜାଡିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

    ଅଦିନିଆ କୁଆପଥର ବର୍ଷାରେ ଵରଗଡ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ପବନ ଓ କୁଆପଥର ମାଡରେ ସୋରିଷ, ପରିବା ଓ ଅନ୍ୟାନ୍ୟ ଚାଷବାସ ଉଜୁଡି ଯାଇଛି । ଫଳରେ ଚାଷୀ ବହୁ କ୍ଷତି ସହିଛନ୍ତି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଚାଷୀ। ସେପଟେ ଏହି ଘଟଣାକୁ ଦୁଇ ସପ୍ତାହ ବିତିବାକୁ ବସିଥିବା ବେଳେ କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରୁନାହିଁ।ସେହିପରି ଗତ ମିକଜୋମ ଘୂର୍ଣ୍ଣିବଳୟର କ୍ଷତିର ବି ଟେର ପାଉନାହାନ୍ତି ଚାଷୀ। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି ବରଗଡ ଚାଷୀ। ଅମ୍ବାଭୋନା ବ୍ଲକର ଲୁଦୁପାଲୀ, କପାସିରା, ଅନ୍ତରାଡି, କଣ୍ଠିପାଲୀ, ସମେତ ଆହୁରୀ ଅନେକ ଗ୍ରାମର ଶହ ଶହ ସଂଖ୍ୟାରେ ଚାଷୀ ନିଜ କ୍ଷତିପୂରଣ ପାଇଁ ଦାବିପତ୍ର ଦେଇଛନ୍ତି। ତହସିଲଦାରଙ୍କୁ ଦାବୀପତ୍ର ଦେବା ସହ ଉଚିତ ତଦନ୍ତ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରାଯାଇଛି।

    ସେହିପରି ଗତ ଡିସେମ୍ବରରେ ମିକଜୋମ ବର୍ଷାରେ ଅତାବିରା ବ୍ଲକ ଅନ୍ତର୍ଗତ ୨୪ଟି ପଞ୍ଚାୟତ ଏବଂ ଏନଏସିର ୫୮୦୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ସରକାରୀ ରିପୋର୍ଟ ଆସିଥିଲେ ମଧ୍ୟ ଚାଷୀଙ୍କୁ ଏଯାବତ୍ କ୍ଷତିପୂରଣ ମିଳିପାରି ନାହିଁ। ଯାହାକୁ ନେଇ ଅଭାବରେ ଚାଷୀ ପରିବାର। ବାରମ୍ବାର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ ମିଳୁନି ସୁଫଳ। ତେଣୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଉପସଭାପତି ଟିକେଲାଲ ମିଶ୍ରଙ୍କ ନେତୃତ୍ବରେ ଚାଷୀମାନେ ମଙ୍ଗଳବାର ଦିନ ଅତାବିରା ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। କାର୍ଯ୍ୟାଳୟର କାମକାଜ ବନ୍ଦ କରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକୁ ଏକାଧିକ ଦିନ ବିତିଗଲାଣି, ହେଲେ ଶୁଣୁନି ପ୍ରଶାସନ। ସେପଟେ ପ୍ରଶାସନର ସ୍ଥାଣୁତା ପାଇଁ ବରଗଡର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।

  • ପୁରୀ ଲୋକସଭା ଆସନରୁ ଲଢିବେ ଅରୂପ

    ପୁରୀ ଲୋକସଭା ଆସନରୁ ଲଢିବେ ଅରୂପ

    ନିର୍ବାଚନ କମିଶନଙ୍କ ଦ୍ବାରା ନିର୍ବାଚନ ତାରିଖ ଘୋଷଣାର ୧୨ ଦିନ ପରେ ବିଜେଡି ଗୋଟିଏ ଦିନରେ ଦୁଇଟି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ସହ ୯ଟି ଲୋକସଭା ଆସନ ପାଇଁ ନାମ ଘୋଷଣା ହୋଇଥିବା ବେଳେ ସଂଧ୍ୟାରେ ଆଉ ଏକ ତାଲିକା ଘୋଷଣା କରାଯାଇଛି। ଏଥିରେ ଲୋକସଭାର ଆଉ ୬ଟି ଆସନ ପାଇଁ ନାମ ଘୋଷଣା କରିଛନ୍ତି ସୁପ୍ରିମୋ। ଏଥିରେ ପୁରୀରୁ ଅରୂପ ପଟ୍ଟନାୟକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହ ପୁରରୁ ରାଜଶ୍ରୀ ମଲ୍ଲିକ, କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଡା ଅବିନାଶ ଶତପଥୀଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ।