ପୁରୀ ଲୋକସଭା ଆସନରୁ ଲଢିବେ ଅରୂପ

ନିର୍ବାଚନ କମିଶନଙ୍କ ଦ୍ବାରା ନିର୍ବାଚନ ତାରିଖ ଘୋଷଣାର ୧୨ ଦିନ ପରେ ବିଜେଡି ଗୋଟିଏ ଦିନରେ ଦୁଇଟି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ସହ ୯ଟି ଲୋକସଭା ଆସନ ପାଇଁ ନାମ ଘୋଷଣା ହୋଇଥିବା ବେଳେ ସଂଧ୍ୟାରେ ଆଉ ଏକ ତାଲିକା ଘୋଷଣା କରାଯାଇଛି। ଏଥିରେ ଲୋକସଭାର ଆଉ ୬ଟି ଆସନ ପାଇଁ ନାମ ଘୋଷଣା କରିଛନ୍ତି ସୁପ୍ରିମୋ। ଏଥିରେ ପୁରୀରୁ ଅରୂପ ପଟ୍ଟନାୟକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହ ପୁରରୁ ରାଜଶ୍ରୀ ମଲ୍ଲିକ, କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଡା ଅବିନାଶ ଶତପଥୀଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ।

Leave a Reply

Your email address will not be published. Required fields are marked *