ସରକାରୀ ଅବହେଳାରୁ ଝାରବନ୍ଧ ବସ ଆଡ୍ଡାରେ ନାହିଁ କୌଣସି ସୁବିଧା

ବରଗଡ ଜିଲ୍ଲା ଝାରବନ୍ଧ ଚାନ୍ଦିନୀ ଛକ ହେଉଛି ଏକ ଜନଗହଳି ପୂର୍ଣ୍ଣ, ବ୍ୟସ୍ତବହୁଳ ବଜାର। ପ୍ରାୟ ଦୁଇଶହ ରୁ ଅଧିକ ଦୋକାନ ଅଛି।ଏଠାରେ ଷ୍ଟେଟ ବ୍ୟାଙ୍କ, RI ଅଫିସ, ସମଲେଶ୍ବରୀ ମନ୍ଦିର, ଦୁର୍ଗା ମନ୍ଦିର ରହିଛି। ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ଲୋକଙ୍କ ଯାତାୟାତ ହୋଇଥାଏ ସରକାରୀ କାମରେ ବା ମନ୍ଦିର ଦର୍ଶନ ପାଇଁ। ଏହା ବ୍ୟତୀତ ଏଠାକୁ ପଡୋଶୀ ରାଜ୍ୟ ର ବାସନା, ସାରାଇପାଲି, ସାକାର ସମେତ ଜିଲ୍ଲା ନୂଆପଡା. ଖରିଆରୋଡ ପାଇକମାଳ, ପଦ୍ମପୁର, ସୋହେଲା, ବରଗଡରୁ ପ୍ରତିଦିନ ଅନେକ ଘରୋଇ ଓ ବର୍ତ୍ତମାନର ସରକାରୀ ବସ ଲକ୍ଷ୍ମୀ ଆସିଥାଏ ଓ ଅଟକିଥାଏ। ଫଳରେ ସବୁ ସମୟରେ ବଜାର ଲୋକାରଣ୍ୟ ରହିଥାଏ। ହେଲେ ଦୁର୍ଭାଗ୍ୟ କି, ଏଠାରେ ନାହିଁ କୌଣସି ସୁବିଧା। ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କୌଣସି ସୁବିଧା ନାହିଁ। ଶୌଚଳାୟ ଅଭାବରୁ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ। ଯାହାକୁ ନେଇ ଲୋକଙ୍କ ଭିତରେ ଭରି ରହିଛି ଅସନ୍ତୋଷ

ସରକାର ବିକାଶ ନାଁରେ ଅନେକ ଗୁଡିଏ ଯୋଜନା କରି ନିଜ ପିଠି ନିଜେ ଥାପୁଡଉଛନ୍ତି। ହେଲେ ଝାରବନ୍ଧ ଛକ ଉପରେ ନାହିଁ କୌଣସି ଅଧିକାରୀ କି ସ୍ଥାନୀୟ ନେତାଙ୍କ ନଜର। ତେଣୁ ଏହି ଛକକୁ ଆସୁ ବହୁ ଅସୁବିଧା ଭୋଗୁଥିବା ଲୋକେ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଶୌଚାଳୟ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *