Category: ଦେଶ-ବିଦେଶ

  • କ୍ଷମତା ଲଢେଇରେ ଆପର ବିଜୟ

    କ୍ଷମତା ଲଢେଇରେ ଆପର ବିଜୟ

    ଜାତୀୟ ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ସରକାର ରହିଛି। କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଜାତୀୟ ରାଜଧାନୀକୁ ଜୋରଜବରଦସ୍ତ ନିଜ ଅକ୍ତିଆରକୁ ନେବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଛି। ଉପରାଜ୍ୟପାଳ ବାରମ୍ୱାର ରାଜ୍ୟ ସରକାରର କାମରେ ବାଧା ସୃଷ୍ଟି କରୁଛନ୍ତି। ଖାଲି ଏତିକି ନୁହେଁ ପ୍ରଶାସନିକ ସେବାକୁ ମଧ୍ୟ କେନ୍ଦ୍ର ନିଜ ଅଧୀନରେ ରଖିବାକୁ ଚେଷ୍ଟା କରୁଛି। କିନ୍ତୁ କେନ୍ଦ୍ରର ଏପରି କାର୍ଯ୍ୟ ଉପରେ ଆଜି ସୁପ୍ରିମ କୋର୍ଟ ଦେଇଛନ୍ତି ବଡ ବୟାନ।  ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ।

    କୋର୍ଟ କହିଛନ୍ତି, କେନ୍ଦ୍ର ରାଜ୍ୟର ଶାସନ ଅଧିକାର ଛଡାଇ ନେଇ ପାରିବ ନାହିଁ। କ୍ଷମତା ନିର୍ବାଚିତ ସରାକର ପାଖରେ ରହିବ। ତେଣୁ, ପ୍ରଶାସନିକ ସେବା କ୍ଷେତ୍ର ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ।

    ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଚାଲିଥିବା ଶାସନ ଭଳି ଦିଲ୍ଲୀର ଶାସନ ଚାଲୁଥିବାରୁ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ ।

    ରାଷ୍ଟପତିଙ୍କ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ନେଇ ଉପରାଜ୍ୟପାଳ କାମ କରିବେ। କିନ୍ତୁ ପ୍ରଶାସନିକ କାମରେ ରାଜ୍ୟ ସରକାର ଉତ୍ତର ଦାୟୀ ରହିବେ। ଏଥିସହ କୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ପାଖରେ ପ୍ରଶାସନକୁ ନିୟନ୍ତ୍ରଣ କରିବାର କ୍ଷମତା ନ ରହିଲେ ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରଭାବିତ ହେବ। ଅଫିସର ରାଜ୍ୟ ସରକାର ନିକଟରେ ଜବାବଦେହୀ ନରହିଲେ ସାମୂହିକ କାର୍ଯ୍ୟ ପ୍ରଭାବିତ ହେବ। ପ୍ରଶାସନିକ କ୍ଷମତା କେବେ ଆଇନ ଶୃଙ୍ଖଳା, ଜମି ଓ ପୋଲିସ ଉପରେ ଲାଗୁ ହେବନାହିଁ। ଏପରି ହେଲେ ଏହା କେନ୍ଦ୍ର ଅଧିକାର ଅନ୍ତର୍ଗତ ହେବ।

    ଚଳିତ ବର୍ଷ ଜାନୁଆରି ମାସରେ ଏହି ମାମଲାର ୪ ଦିନ ଶୁଣାଣି କରିବା ପରେ ପ୍ରଧାନ ବିଚାରପତି ଡି. ୱଇ. ଚନ୍ଦ୍ରଚୂଡ଼, ବିଚାରପତି ଏମ୍‌. ଆର୍‌. ଶାହ, କୃଷ୍ଣ ମୁରାରୀ, ପି. ଏସ୍‌. ନରସିଂହ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

    ରାୟ ପ୍ରକାଶ ପାଇବା ପରେ ଦିଲ୍ଲୀର ଆପ ସରକାର ଏହାକୁ ଏକ ଐତିହାସିକ ରାୟ କହିଛନ୍ତି। ଆପ ନେତ୍ରୀ ଆତିଶୀ ଟୁଇଟ କରି ସତ୍ୟମେବ ଜୟତେ ବୋଲି ଉଲ୍ଲେଖ କରିଛନ୍ତି।

  • ମହାରାଷ୍ଟ୍ରରେ ଜାରି ରହିବ ସିନ୍ଦେ ସରକାର

    ମହାରାଷ୍ଟ୍ରରେ ଜାରି ରହିବ ସିନ୍ଦେ ସରକାର

    ଲମ୍ୱା ପ୍ରତୀକ୍ଷା ପରେ ଆଜି ସୁପ୍ରିମ କୋର୍ଟ ମହାରାଷ୍ଟର ରାଜନୈତିକ ସଂକଟ ଉପରେ ରାୟ ଦେଇଛନ୍ତି। ରାୟ ଆସିବା ପରେ ଶିବସେନାର ସିନ୍ଦେ ଗୋଷ୍ଠୀକୁ ମିଳିଛି ଆଶ୍ୱସ୍ତି। ରାଜ୍ୟରେ ବଳବତ୍ତର ରହିବ ସିନ୍ଦେ ସରକାର। କୋର୍ଟ କହିଛନ୍ତି କି, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ହେବ ନାହିଁ। ସ୍ପିକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆସିଛି, ସେ କିପରି ବିଧାୟକଙ୍କୁ ଅଯୋଗ୍ୟ  କରିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବେ। ଏହି ମାମଲାରେ  ୭ ଜଣିଆ ବିଚାରପତି ନିଷ୍ପତ୍ତି ନେବେ। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ନିଷ୍ପତ୍ତି ପଢି କହିଛନ୍ତି କି, ୨୦୧୬ର ନବାମ ରେବିୟା ମାମଲାରେ କୁହାଯାଇଥିଲା କି, ସ୍ପିକର ଦ୍ୱାରା ଅଯୋଗ୍ୟ ସାବ୍ୟସ୍ତ କରିବା ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଯଦି ତାଙ୍କୁ ବାହାର କରିବା ପ୍ରସ୍ତାବ ଲମ୍ବିତ ରହିଛି ତେବେ ଏହା ଉପରେ ଏକ ବଡ ଖଣ୍ଡପୀଠର ଆବଶ୍ୟକତା ରହିଛି। ମାମଲାକୁ ବଡ କୋର୍ଟକୁ ପଠାଯିବା ଦରକାର। କୋର୍ଟ ଉଦ୍ଧବ ଠାକରେଙ୍କୁ ନେଇ କହିଛନ୍ତି କି, ଉଦ୍ଧବ ଫ୍ଲୋର ଟେଷ୍ଟ ଦେଇ ନ ଥିଲେ। ତେଣୁ ତାଙ୍କୁ ପୁନଃ ସ୍ଥାପିତ କରାଯାଇ ପାରିବ ନାହିଁ।

    କୋର୍ଟ ଆଗକୁ କହିଛନ୍ତି, ହ୍ୱିପକୁ ପାର୍ଟିରୁ ଅଲଗା କରିବା ଲୋକତନ୍ତ୍ର ହିସାବରେ ଠିକ ନୁହେଁ। ପାର୍ଟି ଭୋଟ ମାଗିଥିଲା। ଖାଲି ବିଧାୟକ ନିର୍ଣ୍ଣୟ ନେଇ ପାରିବେ ନାହିଁ କି ହ୍ୱିପ କିଏ ହେବ। ୩ ଜୁଲାଇକୁ ସ୍ପିକର ଶିବସେନାର ନୂଆ ହ୍ୱିପକୁ ମାନ୍ୟତା  ଦେଇଥିଲେ। ଫଳରେ ଦୁଇ ନେତା ଦୁଇ ହ୍ୱିପ ହୋଇଗଲା। ହ୍ୱିପକୁ ନେଇ ସ୍ପିକରଙ୍କ ନିଷ୍ପତ୍ତି ଭୁଲ ଥିଲା। ସ୍ପିକରଙ୍କ ବୈଧତାର ଯାଞ୍ଚ କରିବାକୁ କୋର୍ଟକୁ ଅନୁଚ୍ଛେଦ ୨୧୨ରୁ ବାହାର କରାଯାଇ ପାରିବ ନାହିଁ।  

    ଏହା ଉପରେ ସିଜେଆଇ କହିଛନ୍ତି କି,  ହ୍ୱିପ ରାଜନୈତିକ ପାର୍ଟି ଦ୍ୱାରା କରାଯାଇଥାଏ ଓ ସମ୍ୱିଧାନର ୧୦ମ ଅନୁସୂଚୀରେ ଆସେ। ୨୧ ଜୁନ ୨୦୨୨କୁ ଶିବସେନା ବିଧାୟକ ଦଳର ସଦସ୍ୟ ମିଟିଂ କରିଥିଲେ ଓ ଏକନାଥ ସିନ୍ଦଙ୍କୁ ପଦରୁ ହଟାଇଥିଲେ। ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହ୍ୱିପ ବିଧାୟକ ଭରତସେଟ ଗୋଗାବଲେଙ୍କୁ କୋର୍ଟ କହିଛନ୍ତି କି, ବରତସେଟ ନିନ୍ଦେ ଗୋଷ୍ଠୀର ମୁଖ୍ୟ ସଚେତକ ରୂପେ ନିଯୁକ୍ତ କରିବାକୁ ନେଇ ସ୍ପିକରଙ୍କ ନିଷ୍ପତ୍ତି ଅବୈଧ ଥିଲା।

    ସେହିପରି ତତ୍କାଳୀନ ରାଜ୍ୟପାଳଙ୍କ ଦ୍ୱାରା ଫ୍ଲୋର ଟେଷ୍ଟ ପାଇଁ ଡକରାକୁ କୋର୍ଟ ଅସମ୍ବିଧାନିକ କହିଛନ୍ତି। ଏହା ଉପରେ ସିଜେଆଇ କହିଛନ୍ତି କି, ରାଜ୍ୟପାଳଙ୍କ ନିକଟରେ ଏମିତି କୌଣସି ଦସ୍ତାବିଜ ନ ଥିଲା କି, ବାଗୀ ବିଧାୟକମାନେ ସରକାରରୁ ସେମାନଙ୍କ ସମର୍ଥନ ଫେରାଇ ନେଇଥିବା ସ୍ପଷ୍ଟ କରୁଥିଲା। କେବଳ ସରକାରର କିଛି ନିଷ୍ପତ୍ତିକୁ ନେଇ ଉଭୟ ଗୋଷ୍ଠୀ ଭିତରେ ମତଭେଦ ଥିଲା। କେବଳ ରାଜ୍ୟପାଳଙ୍କ ନିକଟରେ ଏକ ଚିଠି ଥିଲା, ଯେଉଁଥିରେ ଉଦ୍ଧବ ସରକାର ପାଖରେ ପର୍ଯ୍ୟାପ୍ତ ନମ୍ୱର ନ ଥିବା କୁହାଯାଇଥିଲା।

  • ଆଦାନି-ହିଣ୍ଡେନବର୍ଗ  ବିବାଦ: ବନ୍ଦ ଲଫାପାରେ ରିପୋର୍ଟ ଦାଖଲ

    ଆଦାନି-ହିଣ୍ଡେନବର୍ଗ  ବିବାଦ: ବନ୍ଦ ଲଫାପାରେ ରିପୋର୍ଟ ଦାଖଲ

    ବନ୍ଦ ଲଫାପାରେ ସୁପ୍ରିମ କୋର୍ଟରେ କମିଟି ଦାଖଲ କରିଛି ତାର ରିପୋର୍ଟ। ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଦ୍ୱାରା ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ସମୂହ ବି‌ରୋଧରେ ପ୍ରକାଶ ପାଇଥିବା ରିପୋର୍ଟ ପରେ ସୁପ୍ରିମକୋର୍ଟ ୬-ଜଣିଆ ଏକ କମିଟି ଗଠନ କରି ରିପୋର୍ଟର ସତ୍ୟା ସତ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଟି ତାର ଯାଞ୍ଚ ଶେଷ କରି ରିପୋର୍ଟ ଦାଖଲ କରିଛି। ତେବେ କମିଟି କୋର୍ଟଙ୍କ ନିର୍ଦ୍ଦେଶ ମତେ ସବୁ ଦିଗରେ ତଦନ୍ତ କରିଛି କି ନାହିଁ ତାହା ଜଣାପଡ଼ିନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୨ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହେବାକୁ ଯାଉଛି।

    ଆଦାନି-ହିଣ୍ଡେନବର୍ଗ  ବିବାଦକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା। ବିରୋଧି ହିଣ୍ଡେନବର୍ଗର ଅଭିଯୋଗର ତଦନ୍ତ ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସି ଗଠନ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟକୁ ମାମଲା ଆସିଥିଲା ଓ  ପୂର୍ବତନ ବିଚାରପତି ଏ ଏମ୍ ସାପ୍ରେଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ  କେ ଭି କାମାଥ, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ ପି ଦେବଧର ଏବଂ ପ୍ରତିଭୂତି ଆଇନଜୀବୀ ସୋମଶେଖର ସୁନ୍ଦରସନ ସଦସ୍ୟ ରହିଛନ୍ତି।

    ଏହି ମାମଲରେ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବି ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମାମଲାରେ ସେବିକୁ  ଦୁଇ ମାସ ଭିତରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପରେ ଏପ୍ରିଲ୍ ୨୯ରେ ସେବି କୋର୍ଟଙ୍କୁ ଜଣାଇଥିଲା କି ତଦନ୍ତ ପାଇଁ ୨ ମାସର ସମୟ ପର୍ଯ୍ୟାପ୍ତ ନୁହେଁ। ତେଣୁ ଆଉ ଛଅ ମାସ ସମୟ ଦେବାକୁ ସେବି କୋର୍ଟଙ୍କୁ ଅନୁରୋଧ କରିଥିଲା।

    ଆଦାନି ସମୂହ ବିରୋଧରେ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟରେ କୌଣସି ସତ୍ୟାସତ୍ୟ ନ ଥିବା କହି ସମସ୍ତ ଅଭିଯୋଗକୁ ମରିସସର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସୀରୁଟୁନ ଭିତ୍ତିହୀନ କହିଛନ୍ତି। ମରିସସ୍‌ରେ ଆଦାନିର ଜାଲ୍ କଂପାନି ଥିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସଂସଦରେ ସେ ଏହି ଉତ୍ତର ଦେଇଛନ୍ତି।

  • ରକ୍ତ ପରିବହନ କରିବ ଡ୍ରୋନ୍

    ରକ୍ତ ପରିବହନ କରିବ ଡ୍ରୋନ୍

    ରକ୍ତ ଅଭାବ ତଥା ସମୟରେ ରକ୍ତ ନ ପହଞ୍ଚିବାରୁ ଅନେକ ସମୟରେ ବହୁ ଜୀବନ ଚାଲିଯାଉଛି। ଏହି ସମସ୍ୟାକୁ ଏଣିକି ଦୂର କରିବ ଡ୍ରୋନ। ଦୂରଦୂରାନ୍ତରେ ଆବଶ୍ୟକ ହେଉଥିବା ରକ୍ତ ଡ୍ରୋନ୍ ମାଧ୍ୟମରେ ଅଳ୍ପ ସମୟରେ ଡେଲିଭରି ହୋଇପାରିବ । ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତା ପୂରଣ କରିବାକୁ ଡ୍ରୋନ ଟେକନୋଲଜିର ସଫଳ ପ୍ରୟୋଗ ହୋଇଛି। ତେବେ ବର୍ତ୍ତମାନ ପାଇଁ ଏହି ପ୍ରଣାଳୀର ପ୍ରୟୋଗ ଜାତୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଏହାକୁ ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ ।

    ରାଜଧାନୀ ଦିଲ୍ଲୀରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ଥଳୀ ପରିବହନ ପରୀକ୍ଷା ସଫଳ ହୋଇଛି। ICMR ପକ୍ଷରୁ ଏହି ପରୀକ୍ଷଣ ହୋଇଥିବା ବେଳେ ଏଥିରେ ସଫଳତା ମିଳିଛି। କିଛି ପର୍ଯ୍ୟାୟର ପରୀକ୍ଷଣ ପରେ ସାରା ଦେଶରେ ରକ୍ତ ପରିବହନ ପାଇଁ ଏହି ପଦ୍ଧତିକୁ ସ୍ୱୀକୃତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ ସୂଚନା ଦେଇଛନ୍ତି ।

    ବର୍ତ୍ତମାନର ଡ୍ରୋନ ଦ୍ୱାରା ରକ୍ତ ପରିବହନ ପରୀକ୍ଷଣରେ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ମୁଖ୍ୟତଃ ତାପମାତ୍ରା ରକ୍ତକୁ ବ୍ୟବହାର ଉପଯୋଗୀ ରଖିଥାଏ। ଏଥିରେ ବ୍ୟତିକ୍ରମ ହେଲେ ରକ୍ତ ନଷ୍ଟ ହୋଇଯାଏ। ତେଣୁ ଡ୍ରୋନ ମାଧ୍ୟମରେ ରକ୍ତ ପରିବହନ କାଳରେ ନିର୍ଦ୍ଦିଷ୍ଟ ତାପମାତ୍ରାକୁ ଗୁରୁତ୍ୱ ଦିଆଯାଇଛି।  ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା ବେଳେ ବାକ୍ସକୁ ସେହି ତାପମାତ୍ରାରେ ରଖିବାର ବ୍ୟବସ୍ଥା କରାଯାଇଛି ।

    ପରୀକ୍ଷାମୁଳକ ରକ୍ତ ପରିବହନରେ ରକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ତାର ମାନ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା। ଏହି ସଫଳତା ପରେ ଆଇସିଏମ୍‌ଆର ଡିଜି କହିଛନ୍ତି କି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖାଯାଇଥିଲା। ଏହି ପରୀକ୍ଷଣରେ ଆମେ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଯୋଗାଣକୁ କାର୍ଯ୍ୟକାରୀ କରାଯିବାକୁ ପ୍ରାଥମିକତା ଦିଆଯିବ ।

    ଏଠାରେ କହି ରଖୁଛୁ କଅନେକ ସମୟରେ ରକ୍ତ ଅଭାବରୁ ଅନେକ ରୋଗୀଙ୍କର ଅକାଳ ମୃତ୍ୟୁ ହୋଇଥାଏ। ଯଦି ଡ୍ରୋନ ମାଧ୍ୟମରେ ରକ୍ତ ପରିବହନ ହେବ ତେବେ ଦୂରଦୂରାନ୍ତ ଅଞ୍ଚଳକୁ ସ୍ୱଳ୍ପ ସମୟରେ ରକ୍ତ ପହଞ୍ଚା ଯାଇପାରିବ ଓ ରକ୍ତ ଅଭାବଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସମ୍ଭବ ହେବ।

  • ଫରିଦାପୁର: ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ

    ଫରିଦାପୁର: ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ

    ଉତ୍ତରପ୍ରଦେଶର ବରେଲିର ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୪ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜଣେ ଶ୍ରମିକ ନିଖୋଜ । ଫ୍ୟାକ୍ଟ୍ରୀରେନିଆଁ ଲାଗିବା ପରେ କିଲୋମିଟର କିଲୋମିଟର ବ୍ୟାପୀ କଳା ଧୂଆଁ ଆକାଶକୁ ଆଚ୍ଛାଦିତ କରିଦେଇଥିଲା।

    ସୂଚନା ମୁତାବକ, ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରିର ପରିସରରେ ଏକ ଭୟଙ୍କର ଶବ୍ଦ ହୋଇଥିଲା ଓ କେହି କିଛି ବୁଝିବା ପୂର୍ବରୁ ନିଆଁ ଲାଗିଯାଇଥିଲା। କେହି କିଛି ବୁଝିବା ଆଗରୁ ନିଆଁ ପୂରା କମ୍ପାନୀ ପରିସରକୁ ବ୍ୟପୀଯାଇଥିଲା। ନିଆଁ ଏତେ ପ୍ରଖର ଥିଲା କି କମ୍ପାନୀରୁ ବାହାରିବା ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ  ଅସମ୍ଭବ ହୋଇ ଯାଇଥିଲା। ସେହି ସମୟରେ ସେଠାରେ ପ୍ରାୟ ୧୫୦ ଶ୍ରମିକ କାମ କରୁଥିଲେ । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, କମ୍ପାନୀରେ ଲାଗିଥିବା ଲୁହା ବିମ୍‌ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଖସିପଡିଥିଲା ଓ ସେହି ଲୁହା ରଡ ତଳେ ଚାପି ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଅଳ୍ପ ସମୟ ଭିତରେ କମ୍ପାନୀ ପରିସରର ସବୁ କିଛି ପୋଡି ଜଳି ପାଉଁଶ ହୋଇଯାଇଥିଲା।

    ସୂଚନା ପାଇ ବରେଲିରୁ ୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଓ ବହୁ ସମୟର ଅକ୍ଳାନ୍ତ ଚେଷ୍ଟା ପରେ ନିଆଁ ଉପରେ କାବୁ ମିଳିଥିଲା। ନିଆଁ ଲିଭିବା ପରେ ଭିତରୁ ଶ୍ରମିକଙ୍କୁ ଖୋଜି ବାହାର କରିବା ଏକ ଚ୍ୟାଲେଞ୍ଜ ହୋଇଥିଲା ଅଗ୍ନିଶମ ବାହିନୀ ପାଇଁ। ଗ୍ୟାସ୍‌ କଟରରେ ତତଲା ଲୁହା ବିମ୍‌କୁ କାଟି ତା’ ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ଏଥିସହ ୩ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟତଃ ଲୁହା ଖଣ୍ଡ ସବୁ ତଳେ ଖସୁ ପଡିଥିବାରୁ ତା ତଳେ ବହୁ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ନିଖୋଜ ଥିବା ସୂଚନା  ରହିଛି।

    ତେବେ କମ୍ପାନୀରେ ବାହାର ରାଜ୍ୟର ଅଧିକାଂଶ ଲୋକ କାମ କରୁଥିଲେ। ତେଣୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଅର୍ଦ୍ଧ ତରଳା ଲୁହା ତଳେ ଲୋକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। କମ୍ପାନୀରେ କିପରି ନିଆଁ ଲାଗିଲା ତାର ସ୍ପଷ୍ଟ ହୋଇନଥିବା ବେଳେ କରଣ ଖୋଜା ଚାଲିଛି। କ୍ଷୟକ୍ଷତିର ବି ଆକଳନ ହୋଇ ନାହିଁ। ଧ୍ୱଂସାବଶେଷ ତଳୁ ଶ୍ରମିକଙ୍କ ସହ ନିଖୋଜ ଅଗ୍ନିଶମ କର୍ମଚାରୀଙ୍କୁ ଖୋଜା ଯାଉଥିବା ଉତ୍ତରପ୍ରଦେଶର ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

  • ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ୮ କି.ମି., କାଲି ଅତି ଭୀଷଣ ବାତ୍ୟାରେ ହେବ ପରିଣତ

    ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ୮ କି.ମି., କାଲି ଅତି ଭୀଷଣ ବାତ୍ୟାରେ ହେବ ପରିଣତ

    ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ, ସାମୁଦ୍ରିକ ବାତ୍ୟା ‘ମୋକା’ରେ । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇଥିଲା । ଆଜି ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା କହିଛି ଭାରତୀୟ ପାଣିପାଗ ବିଭାଗ ।

    ପୋର୍ଟ ବ୍ଲେୟାର୍‌ର ପଶ୍ଚିମ-ଦକ୍ଷିଣପଶ୍ଚିମରୁ ପ୍ରାୟ ୫୧୦ କିଲୋମିଟର୍, ବାଂଲାଦେଶର କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୨୧୦ କିଲୋମିଟର୍‌ ଏବଂ ମିଆଁମାର ସିତ୍ତ୍ବେରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୧୨୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଜଳରାଶି ଉପରେ କେନ୍ଦ୍ରୀଭୂତ ସାମୁଦ୍ରିକ ବାତ୍ୟା ମୋକାର ସଠିକ ଅବସ୍ଥିତି ରହିଛି । ଧୀରେ ଧୀରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।

    ଆହୁରି ତୀବ୍ରତର ହୋଇ ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି । ତାପରେ ସାମୁଦ୍ରିକ ବାତ୍ୟା ମୋଡ଼ ପରିବର୍ତ୍ତନ କରି ଆସନ୍ତାକାଲି ଅର୍ଥାତ୍ ୧୨ ତାରିଖ ସକାଳୁ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତିଶୀଳ ହୋଇ ସନ୍ଧ୍ୟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ୧୩ ତାରିଖ ସନ୍ଧ୍ୟା ବ‌େଳକୁ ବାତ୍ୟା ତୀବ୍ରତର ଚରମ ସୀମାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ୧୪ ତାରିଖ ସକାଳ ବେଳକୁ ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର୍‌ ପବନ ବହିବା ସହ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବା ନେଇ ସୂଚନା ମିଳିଛି ।

  • ପାକିସ୍ତାନର ସ୍ଥିତି ଅସମ୍ଭାଳ, ଇମ୍ରାନ ସମର୍ଥକଙ୍କୁ ଚେତାବନୀ ଦେଲେ ପିଏମ୍ ସରିଫ

    ପାକିସ୍ତାନର ସ୍ଥିତି ଅସମ୍ଭାଳ, ଇମ୍ରାନ ସମର୍ଥକଙ୍କୁ ଚେତାବନୀ ଦେଲେ ପିଏମ୍ ସରିଫ

    ପାକିସ୍ତାନରେ ସ୍ଥିତି ଅସମ୍ଭାଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଦେଶର ସବୁଠି ହିଂସା ଲାଗି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେନା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଇମ୍ରାନ ସମର୍ଥକଙ୍କ ଆନ୍ଦୋଳନ ଏବେ ଏକପ୍ରକାର ଚରମ ସୀମାରେ ପହଞ୍ଚିଛି ।

    ସେପଟେ, ଦେଶରେ ହିଂସା ଲାଗି ରହିଥିବା ବେଳେ ସର୍ବସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ ଘଟଣାକୁ ଆତଙ୍କବାଦ କାର୍ଯ୍ୟକଳାପ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ । ବିକ୍ଷୋଭକାରୀଙ୍କୁ ସେ ସାବଧାନ କରାଇ ଦେଶବ୍ୟାପୀ ଚାଲିଥିବା ଭୟାବହ ପ୍ରତିବାଦକୁ ଘୋର ନିନ୍ଦା କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗିରଫ ପରେ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା ।

    https://twitter.com/i/status/1656160863601197056

    ଏହା ଆତଙ୍କବାଦ କାର୍ଯ୍ୟ ଏବଂ ଦେଶପ୍ରତି ଶତ୍ରୁତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟକୁ ଦଣ୍ଡ ଦେବା ପାଇଁ ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦିଆଯିବ । ଇମ୍ରାନ୍‌ ଖାନ୍ ଏବଂ ତାଙ୍କ ଦଳ ପାକିସ୍ତାନ ତେହ‌ରିକ୍‌-ଏ-ଇନ୍‌ସାଫ୍‌ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ନଷ୍ଟ କରୁଥିବା ସରିଫ୍‌ କହିଛନ୍ତି ।

    ବିଗତ ୭୫ ବର୍ଷ ମଧ୍ୟରେ ପାକିସ୍ତାନରେ ଏଭଳି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳୁଛି । ଆମ୍ବୁଲାନ୍‌ସ୍‌ଗୁଡ଼ିକୁ ପୋଡ଼ି ଦିଆଯାଇଥିବା ବେଳେ ସ୍ୱାତ୍ ମୋଟର୍‌ୱେଜ୍‌ରେ ନିଆଁ ଲଗାଯାଇଛି । ସଶସ୍ତ୍ରବାହିନୀ ଛାଉଣି ଉପରେ ଆକ୍ରମଣ କରାଯାଇଛି । ଆମ ଜୀବନ ଅପେକ୍ଷା ରାଷ୍ଟ୍ର ଓ ପାକିସ୍ତାନ ଆଦର୍ଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ପାକ୍ ପିଏମ୍ କହିଛନ୍ତି ।

    https://twitter.com/i/status/1656148262645297152

    ବୁଧବାର ରାତିରେ ଇମ୍ରାନ୍‌ ଖାନଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ସରିଫ୍‌ଙ୍କ ଲାହୋର୍‌ସ୍ଥିତ ବାସଭବନ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ । ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପାକିସ୍ତାନ ତେହ‌ରିକ୍‌-ଏ-ଇନ୍‌ସାଫ୍‌ର ୫୦୦ ସମର୍ଥକ ପ୍ରଧାନମନ୍ତ୍ରୀଙ୍କ ମଡେଲ୍‌ ଟାଉନ୍‌ ଲାହୋର ବାସଭବନ ପରିସରରେ ଥିବା ଯାନବାହନରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ଫୋର୍ସ ପହଞ୍ଚିବା ପରେ ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

    https://twitter.com/i/status/1656346747982184448
  • ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ

    ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ

    ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣମନ୍ଦିର ନିକଟରେ ବୋମା ବିସ୍ଫୋରଣ ହୋଇଛି । ମଧ୍ୟରାତି ପ୍ରାୟ ଗୋଟାଏ ବେଳେ ପ୍ରଚଣ୍ଡ ଶବ୍ଦ ଶୁଭିଥିବା ପଞ୍ଜାବ ପୋଲିସ କହିଛି ।

    ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ବେଳେ ତୃତୀୟ ବିସ୍ଫୋରଣ ଘଟିଥିଲା । ଏହି ଦେଶୀ ବୋମା ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ କୋଠରୀରେ ୨ ଜଣ ପୁରୁଷ ଓ ଜଣେ ମହିଳା ଥିବାବେଳେ ୩ ଜଣଙ୍କୁ ପଚରାଉଚୁରା କରୁଛି ପୋଲିସ । ଘଟଣାସ୍ଥଳ ଯାଇ ଫୋରେନ୍‌ସିକ୍‌ ଟିମ୍‌ ଓ ପଞ୍ଜାବ ପୋଲିସ ତଦନ୍ତ ଜାରି ରଖିଛନ୍ତି । ଆଜି ଗଣମାଧ୍ୟମ ଆଗରେ ଘଟଣା ସଂକ୍ରାନ୍ତରେ ବିବୃତି ରଖିବ ପୋଲିସ । ତେବେ ବିସ୍ଫୋରଣ ପାଇଁ କେହି ବି ଦାବି ଉଠାଇ ନାହାଁନ୍ତି ।

    ଗୋଟିଏ ସପ୍ତାହ ମଧ୍ୟରେ ସ୍ବର୍ଣ୍ଣମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏହା ତୃତୀୟ ବିସ୍ଫୋରଣ । ପୂର୍ବରୁ ମେ ୬ ଓ ୮ ତାରିଖରେ ସ୍ୱର୍ଣ୍ଣମନ୍ଦିର ନିକଟ ହେରିଟେଜ୍‌ ଷ୍ଟ୍ରିଟ୍‌ରେ ବିସ୍ଫୋରଣ ଘଟିଥିଲା । ପ୍ରଥମ ବିସ୍ଫୋରଣରେ ଜଣେ ଏବଂ ଦ୍ବିତୀୟ ବିସ୍ଫୋରଣରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଏବେ ତୃତୀୟ ବିସ୍ଫୋରଣରେ କେହି ଆହତ ହୋଇଥିବା ଖବର ମିଳିନାହିଁ । ପୂର୍ବରୁ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ବା NIA ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଜାରି ରଖିଛି ।

  • ଇମ୍ରାନ ସମର୍ଥକଙ୍କ ପୋଡ଼ାଜଳା ଏବଂ ଗୁଳିମାଡ଼ରେ ଅଶାନ୍ତ ପାକିସ୍ତାନ

    ଇମ୍ରାନ ସମର୍ଥକଙ୍କ ପୋଡ଼ାଜଳା ଏବଂ ଗୁଳିମାଡ଼ରେ ଅଶାନ୍ତ ପାକିସ୍ତାନ

    ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନ ପୁରାପୁରି ଅଶାନ୍ତ ହୋଇଛି । ଚାରିଆଡ଼େ ସ୍ଥିତି ଅସମ୍ଭାଳ ହୋଇଛି । ନିୟନ୍ତ୍ରଣକୁ ଆଣିବା ପାଇଁ ସେନା ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ସାରା ଦେଶରେ ଅଶାନ୍ତି ଲାଗି ରହିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନ ସମର୍ଥକମାନେ ବିଭିନ୍ନ ହିଂସା ଘଟାଇଛନ୍ତି । ପେଶାୱର, ଲାହୋର, ଇସଲାମାବାଦ, କରାଚି ଓ ରାୱଲପିଣ୍ଡି ସମେତ ଦେଶର ବିଭିନ୍ନ ଭାଗରେ ଇମ୍ରାନ ସମର୍ଥକ ଭଙ୍ଗାରୁଜା କରିଛନ୍ତି । ପେଶାୱରରେ ଇମ୍ରାନ ସମର୍ଥକମାନେ ଖୋଲିଖୋଲି ଆଇନ୍ ଉଲ୍ଲଂଘନ କରିଛନ୍ତି । ପାକ୍ ସେନା ଉପରେ ଭାରି ପଡ଼ିଛନ୍ତି ସମର୍ଥକ । ଗୁଳିକରି କିଛି ସେନାଙ୍କୁ ମୃତାହତ କରିଥିବା ସୂଚନା ମିଳିଛି । କିଛି ସ୍ଥାନରେ ନିଆଁ ଲଗାଇ ଥିବାବେଳେ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।

    https://twitter.com/i/status/1656230352904663040

    ସେପଟେ ଇସଲାମାବାଦରେ ରେଡ ଆଲର୍ଟ ଜାରି କରାଯାଇଛି । ବୈଦେଶିକ ଦୂତାବାସରେ ରହୁଥିବା କର୍ମଚାରୀମାନଙ୍କୁ ବାହାରକୁ ନବାହରିବା ପାଇଁ ପରାମର୍ଶ ଦିଆଯାଇଛି । ପିଟିଆଇର ସମର୍ଥକମାନେ ମଙ୍ଗଳବାର ରାତିରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟରେ ଭଙ୍ଗାରୁଜା କରିଥିଲେ ।

    ଏଥିସହ ଲାହୋରରେ ଥିବା ରାଜ୍ୟପାଳଙ୍କ ଭବନରେ ମଧ୍ୟ ସମର୍ଥକମାନେ ନିଆଁ ଲଗାଇ ଦେଇଥିଲେ । ଜଣେ କମାଣ୍ଡରଙ୍କ ଘରେ ନିଆଁ ଲଗାଇଦେବା ସହ କିଛି ସେନା ଅଫିସରଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ସମର୍ଥକ ।

    ଦେଶର ସବୁ ଜାଗାରେ ଇମ୍ରାନ ସମର୍ଥକମାନେ ହିଂସାକାଣ୍ଡ ଘଟାଇଛନ୍ତି । ପାକିସ୍ତାନ ଗଣମାଧ୍ୟମ ‘ଦି ଡନ୍’ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହିଂସାକୁ ଆୟତ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

    https://twitter.com/i/status/1655939645459558403

    ପୁରା ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ୨ ଦିନ ବନ୍ଦ ରଖାଯିବା ନେଇ ଘୋଷଣା କରାଯାଇଛି । କିଛି ସହରରେ ଶାନ୍ତି ରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ଓ ରେଞ୍ଜର୍ସ ନିୟୋଜିତ ହୋଇଛନ୍ତି । ଇସଲାମାବାଦ,ପଞ୍ଜାବ, ପେଶାୱରରେ ୧୪୪ ଧାରା ଲାଗୁ କରାଯାଇଥିବା ‘ଡି ଡନ୍’ ପକ୍ଷରୁ ସୂଚନା ମିଳିଛି ।

    ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାଜଧାନୀ ଇସ୍ଲାମାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ତାଙ୍କୁ ଜଷ୍ଟିସ ମହମ୍ମଦ ବସିରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଆକାଉଣ୍ଟିବିଲିଟି କୋର୍ଟରେ ହାଜର କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମଙ୍କୁ ଲଣ୍ଡନରେ ସମ୍ପତ୍ତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଜଷ୍ଟିସ ବସିର

  • ଜୁଲାଇରେ ISRO’ର ‘ମିଶନ ଚନ୍ଦ୍ର’ସମ୍ଭାବନା

    ଜୁଲାଇରେ ISRO’ର ‘ମିଶନ ଚନ୍ଦ୍ର’ସମ୍ଭାବନା

    ଚନ୍ଦ୍ରାୟାନ ଇସ୍ରୋ ଦ୍ୱାରା ବାହ୍ୟ ମହାକାଶ ମିଶନର ଏକ କ୍ରମ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ-L1 ହେଉଛି ଭାରତର ପ୍ରଥମ ବୈଜ୍ଞାନିକ ମିଶନ୍ । ଜୁଲାଇରେ ଭାରତର ଚନ୍ଦ୍ର ମିଶନର ତୃତୀୟ ସଂସ୍କରଣ ଏବଂ ପ୍ରଥମ ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯୋଜନା କରୁଛି ବୋଲି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ର ଜଣେ ଅଧିକାରୀ କହିଛନ୍ତି ।

    ସ୍ପେସ୍ ଏଜେନ୍ସି ଜୁଲାଇରେ ଚନ୍ଦ୍ରାୟାନ-3 ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି । ଏହାପରେ ଆଦିତ୍ୟ-L1 ପ୍ରକଳ୍ପର ବିକାଶ ସମ୍ପର୍କରେ ଅବଗତ ଥିବା ଇସ୍ରୋ ଅଧିକାରୀ କହିଛନ୍ତି । ସେ ନିଜ ନାମ ଗୋପନ ରଖିବାକୁ କହିଥିବା ବେଳେ ସମସ୍ତ ପରୀକ୍ଷା ଶେଷ ହୋଇଛି ବୋଲି କହିଛନ୍ତି । ଚନ୍ଦ୍ରାୟାନ, ଭାରତର ଚନ୍ଦ୍ର ଅନୁସନ୍ଧାନ କାର୍ଯ୍ୟକ୍ରମ, ଇସ୍ରୋ ଦ୍ୱାରା ଚାଲିଥିବା ବାହ୍ୟ ମହାକାଶ ମିଶନର ଏକ କ୍ରମ । ପ୍ରଥମ ଚନ୍ଦ୍ର ରକେଟ୍,ଚନ୍ଦ୍ରାୟାନ୍-1 ୨୦୦୮ରେ ଉତକ୍ଷେପଣ କରାଯାଇଥିଲା । ସଫଳତାର ସହିତ ଚନ୍ଦ୍ର, କକ୍ଷପଥରେ ଭର୍ତ୍ତି କରାଯାଇଥିଲା ..।

    ଆଦିତ୍ୟ- L1 ହେଉଛି ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ବୈଜ୍ଞାନିକ ମିଶନ୍ । ଏହାପୂର୍ବରୁ,ଏହି ମିଶନ ଆଦିତ୍ୟ-1 ଭାବରେ ଏକ 400 କିଲୋଗ୍ରାମ ଶ୍ରେଣୀ ଉପଗ୍ରହ ସହିତ ଏକ ପେଲୋଡ୍, VELC ଧାରଣ କରିଥିଲା । ଏହାକୁ ୮୦୦ କିଲୋମିଟର ନିମ୍ନ ପୃଥିବୀ କକ୍ଷପଥରେ ଉତକ୍ଷେପଣ କରିବାର ଯୋଜନା କରାଯାଇଥିଲା। ସୂର୍ଯ୍ୟ-ପୃଥିବୀ ପ୍ରଣାଳୀ L1ରେ ଚନ୍ଦ୍ରଗ୍ରହଣ ବିନା କ୍ରମାଗତ ଭାବରେ ସୂର୍ଯ୍ୟ ଦେଖିବାର ମୁଖ୍ୟ ସୁବିଧା ରହିଛି । ଆଦିତ୍ୟ-ମିଶନକୁ ଆଦିତ୍ୟ-L1 ମିଶନ୍ ଭାବେ ନାମିତ କରାଯାଇଥିଲା ଯାହାକି L1 ପଏଣ୍ଟ 1.5 ଚାରିପାଖରେ କକ୍ଷପଥରେ ଭର୍ତ୍ତି ହେବ । ପୃଥିବୀ ଠାରୁ ସୂର୍ଯ୍ୟ ଆଡ଼କୁ ଦୂରତା ଲକ୍ଷ ଲକ୍ଷ କିଲୋମିଟର ରହିଛି ।