ମହାରାଷ୍ଟ୍ରରେ ଜାରି ରହିବ ସିନ୍ଦେ ସରକାର

ଲମ୍ୱା ପ୍ରତୀକ୍ଷା ପରେ ଆଜି ସୁପ୍ରିମ କୋର୍ଟ ମହାରାଷ୍ଟର ରାଜନୈତିକ ସଂକଟ ଉପରେ ରାୟ ଦେଇଛନ୍ତି। ରାୟ ଆସିବା ପରେ ଶିବସେନାର ସିନ୍ଦେ ଗୋଷ୍ଠୀକୁ ମିଳିଛି ଆଶ୍ୱସ୍ତି। ରାଜ୍ୟରେ ବଳବତ୍ତର ରହିବ ସିନ୍ଦେ ସରକାର। କୋର୍ଟ କହିଛନ୍ତି କି, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ହେବ ନାହିଁ। ସ୍ପିକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆସିଛି, ସେ କିପରି ବିଧାୟକଙ୍କୁ ଅଯୋଗ୍ୟ  କରିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବେ। ଏହି ମାମଲାରେ  ୭ ଜଣିଆ ବିଚାରପତି ନିଷ୍ପତ୍ତି ନେବେ। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ନିଷ୍ପତ୍ତି ପଢି କହିଛନ୍ତି କି, ୨୦୧୬ର ନବାମ ରେବିୟା ମାମଲାରେ କୁହାଯାଇଥିଲା କି, ସ୍ପିକର ଦ୍ୱାରା ଅଯୋଗ୍ୟ ସାବ୍ୟସ୍ତ କରିବା ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ଯଦି ତାଙ୍କୁ ବାହାର କରିବା ପ୍ରସ୍ତାବ ଲମ୍ବିତ ରହିଛି ତେବେ ଏହା ଉପରେ ଏକ ବଡ ଖଣ୍ଡପୀଠର ଆବଶ୍ୟକତା ରହିଛି। ମାମଲାକୁ ବଡ କୋର୍ଟକୁ ପଠାଯିବା ଦରକାର। କୋର୍ଟ ଉଦ୍ଧବ ଠାକରେଙ୍କୁ ନେଇ କହିଛନ୍ତି କି, ଉଦ୍ଧବ ଫ୍ଲୋର ଟେଷ୍ଟ ଦେଇ ନ ଥିଲେ। ତେଣୁ ତାଙ୍କୁ ପୁନଃ ସ୍ଥାପିତ କରାଯାଇ ପାରିବ ନାହିଁ।

କୋର୍ଟ ଆଗକୁ କହିଛନ୍ତି, ହ୍ୱିପକୁ ପାର୍ଟିରୁ ଅଲଗା କରିବା ଲୋକତନ୍ତ୍ର ହିସାବରେ ଠିକ ନୁହେଁ। ପାର୍ଟି ଭୋଟ ମାଗିଥିଲା। ଖାଲି ବିଧାୟକ ନିର୍ଣ୍ଣୟ ନେଇ ପାରିବେ ନାହିଁ କି ହ୍ୱିପ କିଏ ହେବ। ୩ ଜୁଲାଇକୁ ସ୍ପିକର ଶିବସେନାର ନୂଆ ହ୍ୱିପକୁ ମାନ୍ୟତା  ଦେଇଥିଲେ। ଫଳରେ ଦୁଇ ନେତା ଦୁଇ ହ୍ୱିପ ହୋଇଗଲା। ହ୍ୱିପକୁ ନେଇ ସ୍ପିକରଙ୍କ ନିଷ୍ପତ୍ତି ଭୁଲ ଥିଲା। ସ୍ପିକରଙ୍କ ବୈଧତାର ଯାଞ୍ଚ କରିବାକୁ କୋର୍ଟକୁ ଅନୁଚ୍ଛେଦ ୨୧୨ରୁ ବାହାର କରାଯାଇ ପାରିବ ନାହିଁ।  

ଏହା ଉପରେ ସିଜେଆଇ କହିଛନ୍ତି କି,  ହ୍ୱିପ ରାଜନୈତିକ ପାର୍ଟି ଦ୍ୱାରା କରାଯାଇଥାଏ ଓ ସମ୍ୱିଧାନର ୧୦ମ ଅନୁସୂଚୀରେ ଆସେ। ୨୧ ଜୁନ ୨୦୨୨କୁ ଶିବସେନା ବିଧାୟକ ଦଳର ସଦସ୍ୟ ମିଟିଂ କରିଥିଲେ ଓ ଏକନାଥ ସିନ୍ଦଙ୍କୁ ପଦରୁ ହଟାଇଥିଲେ। ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହ୍ୱିପ ବିଧାୟକ ଭରତସେଟ ଗୋଗାବଲେଙ୍କୁ କୋର୍ଟ କହିଛନ୍ତି କି, ବରତସେଟ ନିନ୍ଦେ ଗୋଷ୍ଠୀର ମୁଖ୍ୟ ସଚେତକ ରୂପେ ନିଯୁକ୍ତ କରିବାକୁ ନେଇ ସ୍ପିକରଙ୍କ ନିଷ୍ପତ୍ତି ଅବୈଧ ଥିଲା।

ସେହିପରି ତତ୍କାଳୀନ ରାଜ୍ୟପାଳଙ୍କ ଦ୍ୱାରା ଫ୍ଲୋର ଟେଷ୍ଟ ପାଇଁ ଡକରାକୁ କୋର୍ଟ ଅସମ୍ବିଧାନିକ କହିଛନ୍ତି। ଏହା ଉପରେ ସିଜେଆଇ କହିଛନ୍ତି କି, ରାଜ୍ୟପାଳଙ୍କ ନିକଟରେ ଏମିତି କୌଣସି ଦସ୍ତାବିଜ ନ ଥିଲା କି, ବାଗୀ ବିଧାୟକମାନେ ସରକାରରୁ ସେମାନଙ୍କ ସମର୍ଥନ ଫେରାଇ ନେଇଥିବା ସ୍ପଷ୍ଟ କରୁଥିଲା। କେବଳ ସରକାରର କିଛି ନିଷ୍ପତ୍ତିକୁ ନେଇ ଉଭୟ ଗୋଷ୍ଠୀ ଭିତରେ ମତଭେଦ ଥିଲା। କେବଳ ରାଜ୍ୟପାଳଙ୍କ ନିକଟରେ ଏକ ଚିଠି ଥିଲା, ଯେଉଁଥିରେ ଉଦ୍ଧବ ସରକାର ପାଖରେ ପର୍ଯ୍ୟାପ୍ତ ନମ୍ୱର ନ ଥିବା କୁହାଯାଇଥିଲା।

Leave a Reply

Your email address will not be published. Required fields are marked *