Category: ଦେଶ-ବିଦେଶ

  • ମୂଷା ହତ୍ୟାକାରୀ ବିରୋଧରେ ଚାର୍ଜସିଟ ଦାଖଲ କଲା ୟୁପି ପୋଲିସ

    ମୂଷା ହତ୍ୟାକାରୀ ବିରୋଧରେ ଚାର୍ଜସିଟ ଦାଖଲ କଲା ୟୁପି ପୋଲିସ

    ମୂଷା ମାରିବା ଅଭିଯୋଗରେ 30 ବର୍ଷୀୟ ଯୁବକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ୟୁପି ପୋଲିସ। ଗତ ନଭେମ୍ବର ମାସରେ ବ୍ୟକ୍ତି ଜଣକ ଗୋଟିଏ ମୂଷାକୁ ଡ୍ରେନରେ ପକାଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଏପରି ଘଟଣାକୁ ନେଇ ଚାର୍ଜ ସିଟ ଦାଖଲ କରିବା ପ୍ରଥମ ବୋଲି କହିଛନ୍ତି ପୋଲିସ ଅଧିକାରୀ।

    ସୂଚନା ମୁତାବକ, ମନୋଜ କୁମାର ଜଣେ କୁମ୍ଭାର। ଏକ ଛୋଟ ଘର କରି ସେ ନିଜ 3 ଝିଅଙ୍କ ସହ ରହୁଥିଲେ। କିନ୍ତୁ 2022 ନଭେମ୍ବର ମାସରେ ତାଙ୍କ ବିରୋଧରେ ସ୍ଥାନୀୟ ଜଣେ ପଶୁ ସୁରକ୍ଷା ଅଧିକାରୀ ସିଭିଲ ଲାଇନ ଥାନାରେ ଅଭିଯୋଗ  କରିଥିଲେ କି ସେ ଏକ ମୂଷାକୁ ଅତି ନିର୍ଦ୍ଦୟ ଭାବେ ମାରି ଦେଇଛନ୍ତି। ଯାହାକୁ ନେଇ ମନୋଜଙ୍କ ବିରୋଧରେ ଆଇପିସିର ଧାରା 429 ସେକ୍ସନ 11(1) ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।

    ମନୋଜ ମୂଷା ମାରିବାର ଏକ  ଭିଡିଓ ସାମ୍ନାକୁ ଆସିଥିଲା, ସେଥିରେ ମନୋଜ ଏକ ମୂଷାର ଲାଞ୍ଜକୁ ସୂତାରେ ବାନ୍ଧି ଅନ୍ୟ ପଟରେ ଏକ ପଥର ବାନ୍ଧିଦେଇ ଡ୍ରେନରେ ମୂଷାକୁ ଝୁଲାଇ ଦେଇଥିଲେ, ଯେଉଁଥିରେ ମୂଷାର ମୃତ୍ୟୁ ହୋଇଥିଲା। ଏପରି କାର୍ଯ୍ୟକୁ ପଶୁ ସୁରକ୍ଷା କର୍ମୀ ବିରୋଧ କରିବା ସହ ପଶୁଙ୍କ ପ୍ରତି କ୍ରୁରତା ବୋଲି ଥାନାରେ ଅଭିଯୋଗ କରିଥିଲେ। ମାମଲାରେ ପୋଲିସ ମନୋଜଙ୍କୁ ଗିରଫ କରିଥିଲା। ତେବେ ପରବର୍ତ୍ତୀ ସମୟରେ ମୂଷାର ଅଟୋସ୍ପି ରିପୋର୍ଟରେ ବାହାରି ଥିଲା କି ମୂଷାର ମୃତ୍ୟୁ ‘ଡ୍ରାଏ ଡ୍ରାଉନିଂ’ ପାଇଁ ହୋଇଥିଲା। ରିପୋର୍ଟ ତଥା ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ପୋଲିସ ଚାର୍ଜସିଟ ପ୍ରସ୍ତୁତ କରିଛି।

    ତେବେ ମନୋଜ ମୁଷା ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ଝିଅ ମୂଷା ମାରି ନାଳରେ ପକାଇ ଦେଇଥିବାରୁ ସେ ତାକୁ ବାହାର କରିଥିଲେ ଓ କେହି ତାର ଭିଡିଓ କରିଥିଲା ବୋଲି କହିଥିଲେ ମନୋଜ। ଅନ୍ୟପଟେ ଅଭିଯୋଗକାରୀ କହିଛନ୍ତି କି, ଏହା ସେପରି କୌଣସି ବଡ ଘଟଣା ନୁହେଁ, କିନ୍ତୁ ଯେଉଁଭଳି ଭାବେ ପଶିଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି, ଏହା ଏକ ଶିକ୍ଷା ହେବ।

  • ମାର୍କେଟରେ ନିଆଁ ଲାଗି ପୋଡିଗଲା 100ରୁ ଅଧିକ ଦୋକାନ

    ମାର୍କେଟରେ ନିଆଁ ଲାଗି ପୋଡିଗଲା 100ରୁ ଅଧିକ ଦୋକାନ

    ବିହାରର ବୋଧଗୟାରେ ଆଜି ନିଆଁ ଲାଗି ଜଳିଯାଇଛି 100ରି ଅଧିକ ଦୋକାନ। ବୋଧଗୟା ପରିବା ବଜାରରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ଏମିତି ଉଗ୍ରଭାବେ ବ୍ୟାପିଯାଇଥିଲା କି, କୌଣସି ସାମଗ୍ରୀ ଉଦ୍ଧାର କରିବା ଦୋକାନୀଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଦେଖୁ ଦେଖୁ ଆଖିପିଛୁଳାକେ ନିଆଁ ପୋଡି ପାଉଁଶ କରିଦେଲା କୋଟି କୋଟି ଟଙ୍କାର ସମ୍ପତ୍ତି ବୋଲି ଅଧିକାରିକ ସୂତ୍ରରୁ ସୂଚନା ରହିଛି।

    ଘଟଣାସ୍ଥଳରେ ଥିବା ଲୋକଙ୍କ ମୁତାବକ, କୌଣସି କାରଣରୁ ନିଆଁ ଲାଗିଯିବା ପରେ ଏକାଧିକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ନିଆଁ  ଉଗ୍ର ରୂପ ଧାରଣ କରି ଚାରିଆଡେ ମାଡି ଯାଇଥିଲା। ଏଥିସହ, ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବାକୁ ମଧ୍ୟ ଏତେ ବଡ ଅଗ୍ନିକାଣ୍ଡ ପାଇଁ ଦାୟୀ କରାଯାଉଛି। ନିଆଁ ଲାଗିବା ସୂଚନା ଦେବା ସତ୍ତ୍ୱେ ମଧ୍ୟ ଫାୟାର ବ୍ରିଗେଡ ସମୟରେ ପହଞ୍ଚି ପାରି ନଥିଲା। ଏଥିସହ, ନିଆଁର ତୀବ୍ରତା ଏତେ ପ୍ରଖର ଥିଲା କି, ଲୋକେ ନିଆଁ ଲିଭାଇବାକୁ ସାହସ କରିପାରି ନଥିଲେ ବୋଲି ସ୍ଥାନୀୟ ଦୋକାନୀ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ମୋଟ 115 ଦୋକାନ ପୋଡି ପାଉଁଶ ହୋଇଯାଇଥିବା ବେଳେ 5-6ଟି ମୋଟର ସାଇକେଲ ମଧ୍ୟ ପୋଡିଯାଇଥିବା ସୂଚନା ରହିଛି।

    ତେବେ ସବୁଠାରୁ ବଡ କଥା କି, ଏତେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।

  • ଗୋ-ମୂତ୍ରରେ ରହିଛି ଘାତକ ବ୍ୟାକ୍ଟେରିଆ

    ଗୋ-ମୂତ୍ରରେ ରହିଛି ଘାତକ ବ୍ୟାକ୍ଟେରିଆ

    ଗୋମୂତ୍ର ପିଉଥିଲେ ହୋଇଯାଆନ୍ତୁ ସାବଧାନ। ଫ୍ରେସ୍ ଗୋମୂତ୍ରରେ ରହିଛି ମାରାତ୍ମକ ବ୍ୟାକ୍ଟେରିଆ, ଯାହା ମଣିଷ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ବରେଲି ଭିତ୍ତିକ ଭାରତୀୟ ପଶୁଚିକିତ୍ସା ଗବେଷଣା ସଂସ୍ଥା(IVRI) ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଗବେଷଣାରୁ ଆହୁରି ଜଣାପଡିଛି କି, କିଛି ବ୍ୟାକ୍ଟେରିଆ ପ୍ରଭାବଶାଳୀ । ଗବେଷଣାର ତଥ୍ୟ ଅନଲାଇନ ରିସର୍ଚ୍ଚ ୱେବସାଇଟରେ ବାହାରିଛି।

    ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଇଜ୍ଜତନଗରରେ ଆଇଭିଆରଆଇର ଏକ ଟିମ ପକ୍ଷରୁ ଗାଈଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା। ଏଥିରେ ଜଣା ପଡିଥିଲା କି, ଗାଈ ଦୁଗ୍ଧରେ 14 ପ୍ରକାରର ବ୍ୟାକ୍ଟେରିଆ ରହିଛି। ଦୁଗ୍ଧରେ ଏସ୍ଚରିସିଆ କୋଲି ମଧ୍ୟ ମହଜୁଦ ରହିଛି, ଯାହା ପେଟରେ ସଂକ୍ରମଣର କାରଣ ହୋଇଥାଏ।

    ସଂସ୍ଥାର ଗବେଷଣାରୁ ଜଣାପଡିଛି କି ଗାଈ କ୍ଷୀର ଠାରୁ ମଇଁଷି କ୍ଷୀର ଅଧିକ ଲାଭକାରୀ। ଆଇଭିଆରଆଇ ମହାମାରୀ ବିଜ୍ଞାନ ବିଭାଗର ମୁଖ୍ୟ ଭୋଜରାଜ ସିଂହ କହିଛନ୍ତି କି, ଗାଈ ଓ ମଇଁଷିର 73 ମୂତ୍ର ନମୁନାକୁ ପରୀକ୍ଷଣ କରି ଜଣାପଡିଥିଲା କି, ଗାଈ ମୂତ୍ର ଠାରୁ ମଇଁଷି ମୂତ୍ର ଅଧିକ ପ୍ରଭାବଶାଳୀ।  ସିଂହ ଆହୁରି କହିଥିଲେ କି, ଗବେଷଣାରେ ତିନି ପ୍ରଜାତିର ଗାଈଙ୍କୁ ନିଆଯାଇଥିଲା। ସେସବୁ ଥିଲେ, ଥାରପାରେର, ଭିନ୍ଦାବନୀ, ସାହିୱାଲ। ଏଥିସହ ମଇଁଷି ଓ ମଣିଷଙ୍କ ପରିସ୍ରା ମଧ୍ୟ ସଂଗ୍ରହ କରାଯାଇଥିଲା। ଗତ ନଭେମ୍ବର ପର୍ଯ୍ୟନ୍ତ ଏହି ଗବେଷଣା ହୋଇଥିଲା। ଗବେଷଣାରୁ ଗାଈ ମୂତ୍ରରେ ହାନୀକାରକ ବ୍ୟାକ୍ଟେରିଆ ମିଳିଛି।  

    ଗବେଷକ କହିଛନ୍ତି କି, ଲୋକଙ୍କ ଭିତରେ ଏକ ଅବଧାରଣା ରହିଛି କି, ଗାଈ କ୍ଷୀର ଆଣ୍ଟିବ୍ୟାକ୍ଟେରିଆଲ। ତେବେ କ୍ଷୀର ପିଇବାରେ ଅସୁବିଧା ନାହିଁ,  କିନ୍ତୁ କୌଣସି ବି ପ୍ରକାରରେ ଗୋ ମୂତ୍ର ବ୍ୟବହାର ଉଚିତ୍ ନୁହେଁ। ଅଧିକ ସ୍ପଷ୍ଟତା ପାଇଁ ଆଗକୁ ଏହି କ୍ଷେତ୍ରରେ ଗବେଷଣା ଜାରି ରହିଥିବା ଗବେଷକ ସିଂହ କହିଛନ୍ତି।

  • ଆପତ୍ତିଜନକ ଟୁଇଟ ମାମଲା:  ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ

    ଆପତ୍ତିଜନକ ଟୁଇଟ ମାମଲା:  ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ

    ଆପତ୍ତିଜନକ ଟୁଇଟ ମାମଲାରେ ଆଜି କ୍ଷମା ମାଗିଲେ ଦ କଶ୍ମୀର ଫାଇଲ୍ସନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ଥିବା ଟୁଇଟ ମାମଲାରେ ନିଃସର୍ତ୍ତ କ୍ଷମା ମାଗିବା ପରେ ଅପରାଧିକ ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

    ୨୦୧୮ରେ ଫିଲ୍ମ ନିର୍ମାତା  ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଏସ୍‌ ମୁରଲିଧରଙ୍କ ସମ୍ପର୍କରେ ଏକ ଆପତ୍ତିଜନକ ଟୁଇଟ କରିଥିଲେ। ଯାହାକୁ ନେଇ ଅଗ୍ନିହୋତ୍ରୀଙ୍କ ବିରୋଧରେ ଏକ ମାମଲା ଚାଲିଥିଲା। ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ଗତ ମାସରେ କୋର୍ଟ ଅଗ୍ନିହୋତ୍ରୀଙ୍କୁ ଏପ୍ରିଲ ୧୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

     ଅଗ୍ନିହୋତ୍ରୀ ଆଜି କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଥିଲେ କି, ତାଙ୍କର ନ୍ୟାୟିକ ବ୍ୟବସ୍ଥା ପ୍ରତି ପୂର୍ଣ୍ଣ ସମ୍ମାନ  ରହିଛି। ଉଦ୍ଦେଶ୍ୟମୂଳକ ଭାବେ କୋର୍ଟଙ୍କ ଅପମାନ କରିନାହିଁ। ଏଥି ସହ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ କୋର୍ଟ ତାଙ୍କୁ ଦୋଷ ମୁକ୍ତ କରିଛନ୍ତି।

  • କ୍ଷମା ମାଗିଲେ ଦଲାଇ ଲାମା

    କ୍ଷମା ମାଗିଲେ ଦଲାଇ ଲାମା

    ତିବ୍ଦତୀୟ ଧର୍ମ ଗୁରୁ ଦଲାଇ ଲାମା ମାଗିଲେ କ୍ଷମା। ସେ କହିଥିବା ଶବ୍ଦ ଆଘାତ ଦେଇଥିବାରୁ ଜଣେ ନାବାଳକ ସହ ତାର ପରିବାରକୁ  କ୍ଷମା ଦଲାଇ ଲାମା ମାଗିଲେ । ନିକଟରେ ଜଣେ ନାବାଳକ ଦଲାଇ ଲାମାଙ୍କୁ ସମ୍ମାନ ଦେବାକୁ ଆଗକୁ ନଇଁବା କ୍ଷଣି, ତିବ୍ଦତର ଏହି ସର୍ବୋଚ୍ଚ ଧର୍ମ ଗୁରୁ ପିଲାଟିକୁ  ଏମିତି କିଛି କହିଥିଲେ, ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା ଓ ବିଶ୍ୱବ୍ୟାପୀ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ହୋଇଥିଲା।

    ଯେଉଁ ଭିଡିଓକୁ ନେଇ ଏତେ ତମ୍ବିତୋଫାନ ହୋଇଛି, ତାହା ଏକ ଧାର୍ମିକ କାର୍ଯ୍ୟକ୍ରମର ଥିଲା। କାର୍ଯ୍ୟକ୍ରମରେ ଜଣେ ନାବାଳକ ଧର୍ମଗୁରୁଙ୍କ ନିକଟକୁ ଆସି ତାଙ୍କୁ ସମ୍ମାନ ଜଣାଇବାକୁ ଆଗକୁ ନଇଁ ଯାଉଛି। ସେହି ସମୟରେ ଦଲାଇ ଲାମା ପିଲାଟିର ଓଠକୁ ଚୁମ୍ବନ ଦେବା ସହ ଜିଭକୁ ବାହାର କରି ପଚାରୁଛନ୍ତି କି, କଣ ମୋ ଜଭ ଚୁଚୁମିବ ଧର୍ମ ଗୁରୁଙ୍କ ଏପରି ଆଚରଣର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓ ଏହା ଉପରେ ଦେଖିବାକୁ ମିଳିଛି ଲୋକଙ୍କ ତୀକ୍ଷ୍ନ ପ୍ରତିକ୍ରିୟା। ଅନେକ ଧର୍ମ ଗୁରୁଙ୍କୁ କରିଛନ୍ତି କଟାକ୍ଷ । ଭିଡିଓକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଦଲାଇ ଲାମା ମାଗିଛନ୍ତି କ୍ଷମା।  ତେବେ ଏହି ଧର୍ମ ଗୁରୁ କ୍ଷମା ପ୍ରାର୍ଥନା କରିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେ ବିବାଦରେ ଆସିବା ପରେ କ୍ଷମା ପ୍ରାର୍ଥନା କରିଥିଲେ।

    2019ରେ ନିଜର ଉତରାଧିକାରୀ ଚୟନକୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇଥିଲେ। ଲାମା କହିଥିଲେ କି,  ମୋର ଉତରାଧିକାରୀ ଜଣେ ମହିଳା ହେବେ ତ ତାଙ୍କୁ ଆକର୍ଷଣୀୟ ହେବାକୁ ହେବ। ଏହି ବୟାନକୁ ନେଇ ସେତେବେଳେ ଅନେକ  ତମ୍ବି ତୋଫାନ ଠିଆ ହୋଇଥିଲା ଓ ଦଲାଇ ଲାମାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ହୋଇଥିଲା।

  • ଜେଲରେ ବଢୁଛି ଏଚଆଇଭି ସଂକ୍ରମଣ

    ଜେଲରେ ବଢୁଛି ଏଚଆଇଭି ସଂକ୍ରମଣ

    ଉତ୍ତରାଖଣ୍ଡର ହଲଦ୍ୱାନୀ ଜେଲରେ 44 କଏଦୀ ଏଚଆଇଭିରେ ସଂକ୍ରମିତ। ଜେଲର 44 ପୁରୁଷ ବନ୍ଦୀଙ୍କ ସହ ଜଣେ ମହିଳା ବନ୍ଦୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୁଶିଲ ତିୱାରି ହସ୍ପିଟାଲର ଏଆରଟି କେନ୍ଦ୍ର ପ୍ରଭାରୀ ଡାକ୍ତର ପରମଜିତ ସିଂହ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ଲଗାତର ଜେଲରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜେଲ ପ୍ରଶାସନ ଭିତରେ ଛନକା ପସିଛି।

    ଜେଲରେ କଏଦୀଙ୍କ ଚିକିତ୍ସାକୁ ନେଇ ଡାକ୍ତର କହିଛନ୍ତି କି, ଏଚଆଇଭି ରୋଗୀଙ୍କ ପାଇଁ ଏକ ଆଣ୍ଟିରେଟ୍ରୋ ଭାଇରାଲ ଥେରାପି କେନ୍ଦ୍ର ରହିଛି। ଯେଉଁଠି ସଂକ୍ରମିତଙ୍କ ଚିକିତ୍ସା କରାଯାଇଥାଏ। ଆମ ଟିମ ଲଗାତର ଜେଲରେ କଏଦୀଙ୍କ ଯାଞ୍ଚ କରୁଛନ୍ତି। ଯେଉଁ ରୋଗୀ ଏଚଆଇଭି ସଂକ୍ରମିତ ହୁଅନ୍ତି, ତାଙ୍କୁ ନାସନାଲ ଏଡସ କଣ୍ଟ୍ରୋଲ ଅର୍ଗାନାଇଜେସନର ଗାଉଡଲାଇନ ଆଧାରରେ ଚିକିତ୍ସା ଓ ଔଷଧ ଯୋଗାଯାଇଥାଏ।

    ଡାକ୍ତର ଆହୁରି କହିଛନ୍ତି କି, ବର୍ତ୍ତମାନ ହଲଦ୍ୱାନୀ ଜେଲରେ 1629 ପୁରୁଷ ଓ 70 ମହିଳା କଏଦୀ ଅଛନ୍ତି। ଜେଲରେ ଏତେ ସଂଖ୍ୟାରେ କଏଦୀ ପଜିଟିଭ ମିଳିବା ପରେ ଜେଲ ପ୍ରଶାସନ ନିୟମିତ ଯାଞ୍ଚ କରୁଛି, ଯେମିତି ସଂକ୍ରମିତଙ୍କର ଠିକ ସମୟରେ ଚିକିତ୍ସା ହୋଇପାରିବ।  

  • ଯାତ୍ରୀଙ୍କ ଅଭଦ୍ରାମି, ଉଡ଼ାଣସ୍ଥଳୀକୁ ଫେରିଲା ବିମାନ

    ଯାତ୍ରୀଙ୍କ ଅଭଦ୍ରାମି, ଉଡ଼ାଣସ୍ଥଳୀକୁ ଫେରିଲା ବିମାନ

    ଏୟାର ଇଣ୍ଡିଆର ଦିଲ୍ଲୀ-ଲଣ୍ଡନ(ଏଆଇ-111)ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ପୁଣି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଛି । ବିମାନରେ ଜଣେ ଯାତ୍ରୀଙ୍କ ଅଭଦ୍ରୋଚିତ ବ୍ୟବହାର ପାଇଁ ଏପରି ପଦକ୍ଷେପ ନିଆଗଲା। ଏନେଇ ବିମାନ ବନ୍ଦର ପୋଲିସରେ ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି ।

    ଆଜି ଏଆଇ-111 ବିମାନ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଯାତ୍ରୀ ଜଣକ ବିମାନର କ୍ରୁ ମେମ୍ବରଙ୍କ ସହ ଦୁର୍ବ୍ୟବହାର କରିଥିଲେ। ବାରମ୍ବାର ତାଗିଦ ପରେ ମଧ୍ୟ ମାନି ନଥିଲେ। ତେଣୁ ବାଧ୍ୟ ହୋଇ ପାଇଲଟ୍ ବିମାନକୁ ମଝି ରାସ୍ତାରୁ ଉଡ଼ାଣସ୍ଥଳୀକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନ ଦିଲ୍ଲୀ ବନ୍ଦରରେ ପହଞ୍ଚିବା ପରେ ଥାନାରେ ଏକ ଏଫଆଇଆର ଦିଆଯାଇଥିଲା ଯାହା ଆଧାରରେ ପୋଲିସ ଉକ୍ତ ଯାତ୍ରୀଙ୍କୁ କଷ୍ଟୋଡିକୁ ନେଇଛି ।

    ତେବେ ଗତ କିଛି ଦିନ ଧରି ଏୟାର ଇଣ୍ଡିଆର ବିମାନରେ ଏପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ଅନେକ ହଙ୍ଗାମା ହୋଇଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ 70 ବର୍ଷୀୟା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ ଯେଉଁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

  • ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଆଜି ମକଡ୍ରିଲ୍

    ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା, ଆଜି ମକଡ୍ରିଲ୍

    ଦେଶରେ କୋରୋନା ଟେନସନ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭ୍ ମାମଲା ମଧ୍ୟ ବୃଦ୍ଧି ପାଉଛି । ଦିନକରେ ୫୮୮୦ କୋରୋନା ଆକ୍ରାନ୍ତ ଜଣାପଡ଼ିଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୩୫ ହଜାର ୧୯୯ । ଦୈନିକ ପଜିଟିଭିଟି ରେଟ୍ ୬.୯୧ ପ୍ରତିଶତ ରହିଛି ।

    ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୭୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି କୋରୋନା । ମହାରାଷ୍ଟ୍ରରେ ମୃତ୍ୟୁ ହାର ୧.୮୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ରହିଛି ୯୮.୧୨ ପ୍ରତିଶତ । ଗତକାଲି ସୁଦ୍ଧା ରାଜଧାନୀ ଦିଲ୍ଲୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୩୩୦୫ଟି ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ୬୯୯ ଜଣ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି । ସେପଟେ, କୋରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ସଜାଗ ଥିବା ନେଇ ପୂର୍ବରୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

    କୋଭିଡ-19ର ସଂକ୍ରମଣ ପାଇଁ XBB1.16 ଭାରିଆଣ୍ଟ ମୁଖ୍ୟତଃ ଦାୟୀ । ତେଣୁ ଲୋକେ ସାବଧାନ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସାରା ଦେଶରେ କୋରୋନା ମୁକାବିଲା ପାଇଁ ମକଡ୍ରିଲ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଗତ ୭ ତାରିଖରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମକଡ୍ରିଲ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

  • ‘ବିଶ୍ୱ ହୋମିଓପାଥି ଦିବସ’ହୋମିଓପାଥି:ସର୍ବଦା ନିରାପଦ

    ‘ବିଶ୍ୱ ହୋମିଓପାଥି ଦିବସ’
    ହୋମିଓପାଥି:ସର୍ବଦା ନିରାପଦ

    WORLD HOMEOPATHY DAY

    ଆଜି ବିଶ୍ୱ ହୋମିଓପାଥି ଦିବସ । ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ବିଶ୍ୱ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି । ଅଣପାରମ୍ପରିକ ଚିକିତ୍ସା ପଦ୍ଧତି ହୋମିଓପାଥିର ପ୍ରତିଷ୍ଠାତା ସାମୁଏଲ୍ ହାନେମ୍ୟାନ୍ ୧୦ ଏପ୍ରିଲ, ୧୭୫୫ରେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ତାରିଖକୁ ବିଶ୍ୱବ୍ୟାପୀ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି ।

    ଚିକିତ୍ସା ଜଗତରେ ହୋମିଓପାଥି ପ୍ରତିଷ୍ଠାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ହୋମିଓପାଥି ଚିକିତ୍ସା ସେମିତି କୌଣସି ଜଟିଳ ପ୍ରକ୍ରିୟା ନୁହଁ । ହୋମିଓପାଥି ଔଷଧର ଏମିତି କୌଣସି ବଡ଼ ଧରଣର ନକାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ । ଏହାର ବ୍ୟବହାର ସର୍ବଦା ନିରାପଦ । ତେଣୁ ଆଜିକାଲି ହୋମିଓପାଥି ମେଡିସିନର ବହୁଳ ବ୍ୟବହାର ହେଉଛି ।

    ଚଳିତବର୍ଷ ଏହି ଦିବସ ପାଳନର ମୁଖ୍ୟ ପ୍ରସଙ୍ଗ ରହିଛି ‘ଗୋଟିଏ ପରିବାର,ଗୋଟିଏ ସ୍ୱାସ୍ଥ୍ୟ’। ସେପଟେ, ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ଚିକିତ୍ସକଙ୍କ ଦକ୍ଷତା ବୃଦ୍ଧି ନିହାତି ଜରୁରୀ । ବଜାରରେ ଉନ୍ନତମାନର ହୋମିଓପାଥି ଔଷଧର ଉତ୍ପାଦ ଓ ଉପଲବ୍ଧତାକୁ ମଧ୍ୟ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

  • ୨ ଥର ଥରିଲା ଆଣ୍ଡାମାନ ନିକୋବର

    ୨ ଥର ଥରିଲା ଆଣ୍ଡାମାନ ନିକୋବର

    ରବିବାର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର । ଅପରାହ୍ଣ 4.01ରେ ମାତ୍ର କିଛି ସେକେଣ୍ଡ ଧରି ଥରି ଉଠିଥିଲା ଏହି ଦ୍ୱୀପ ରାଜ୍ୟ। ଆଜି ଅନୁଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କଲରେ 5.3 ରେକର୍ଡ କରାଯାଇଥିଲା । ଏହାର ତୀବ୍ରତା 10 କି.ମି.ଗଭୀର ଥିବା ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ବା ଏନସିଏସ ସୂଚନା ଦେଇଛି ।

    ଏହି ଭୂମିକମ୍ପର କିଛି ଘଣ୍ଟା ପୂର୍ବରୁ ନିକୋବର ଦ୍ୱୀପପୁଞ୍ଜରୁ 10 କି.ମି ଗଭୀରତାରେ ଅପରାହ୍ଣ 2ଟା 59 ମିନିଟରେ ଆଉ ଏକ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ଥିଲା 4.1 । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।