ଗୋ-ମୂତ୍ରରେ ରହିଛି ଘାତକ ବ୍ୟାକ୍ଟେରିଆ

ଗୋମୂତ୍ର ପିଉଥିଲେ ହୋଇଯାଆନ୍ତୁ ସାବଧାନ। ଫ୍ରେସ୍ ଗୋମୂତ୍ରରେ ରହିଛି ମାରାତ୍ମକ ବ୍ୟାକ୍ଟେରିଆ, ଯାହା ମଣିଷ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ବରେଲି ଭିତ୍ତିକ ଭାରତୀୟ ପଶୁଚିକିତ୍ସା ଗବେଷଣା ସଂସ୍ଥା(IVRI) ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଗବେଷଣାରୁ ଆହୁରି ଜଣାପଡିଛି କି, କିଛି ବ୍ୟାକ୍ଟେରିଆ ପ୍ରଭାବଶାଳୀ । ଗବେଷଣାର ତଥ୍ୟ ଅନଲାଇନ ରିସର୍ଚ୍ଚ ୱେବସାଇଟରେ ବାହାରିଛି।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାର ଇଜ୍ଜତନଗରରେ ଆଇଭିଆରଆଇର ଏକ ଟିମ ପକ୍ଷରୁ ଗାଈଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା। ଏଥିରେ ଜଣା ପଡିଥିଲା କି, ଗାଈ ଦୁଗ୍ଧରେ 14 ପ୍ରକାରର ବ୍ୟାକ୍ଟେରିଆ ରହିଛି। ଦୁଗ୍ଧରେ ଏସ୍ଚରିସିଆ କୋଲି ମଧ୍ୟ ମହଜୁଦ ରହିଛି, ଯାହା ପେଟରେ ସଂକ୍ରମଣର କାରଣ ହୋଇଥାଏ।

ସଂସ୍ଥାର ଗବେଷଣାରୁ ଜଣାପଡିଛି କି ଗାଈ କ୍ଷୀର ଠାରୁ ମଇଁଷି କ୍ଷୀର ଅଧିକ ଲାଭକାରୀ। ଆଇଭିଆରଆଇ ମହାମାରୀ ବିଜ୍ଞାନ ବିଭାଗର ମୁଖ୍ୟ ଭୋଜରାଜ ସିଂହ କହିଛନ୍ତି କି, ଗାଈ ଓ ମଇଁଷିର 73 ମୂତ୍ର ନମୁନାକୁ ପରୀକ୍ଷଣ କରି ଜଣାପଡିଥିଲା କି, ଗାଈ ମୂତ୍ର ଠାରୁ ମଇଁଷି ମୂତ୍ର ଅଧିକ ପ୍ରଭାବଶାଳୀ।  ସିଂହ ଆହୁରି କହିଥିଲେ କି, ଗବେଷଣାରେ ତିନି ପ୍ରଜାତିର ଗାଈଙ୍କୁ ନିଆଯାଇଥିଲା। ସେସବୁ ଥିଲେ, ଥାରପାରେର, ଭିନ୍ଦାବନୀ, ସାହିୱାଲ। ଏଥିସହ ମଇଁଷି ଓ ମଣିଷଙ୍କ ପରିସ୍ରା ମଧ୍ୟ ସଂଗ୍ରହ କରାଯାଇଥିଲା। ଗତ ନଭେମ୍ବର ପର୍ଯ୍ୟନ୍ତ ଏହି ଗବେଷଣା ହୋଇଥିଲା। ଗବେଷଣାରୁ ଗାଈ ମୂତ୍ରରେ ହାନୀକାରକ ବ୍ୟାକ୍ଟେରିଆ ମିଳିଛି।  

ଗବେଷକ କହିଛନ୍ତି କି, ଲୋକଙ୍କ ଭିତରେ ଏକ ଅବଧାରଣା ରହିଛି କି, ଗାଈ କ୍ଷୀର ଆଣ୍ଟିବ୍ୟାକ୍ଟେରିଆଲ। ତେବେ କ୍ଷୀର ପିଇବାରେ ଅସୁବିଧା ନାହିଁ,  କିନ୍ତୁ କୌଣସି ବି ପ୍ରକାରରେ ଗୋ ମୂତ୍ର ବ୍ୟବହାର ଉଚିତ୍ ନୁହେଁ। ଅଧିକ ସ୍ପଷ୍ଟତା ପାଇଁ ଆଗକୁ ଏହି କ୍ଷେତ୍ରରେ ଗବେଷଣା ଜାରି ରହିଥିବା ଗବେଷକ ସିଂହ କହିଛନ୍ତି।

Leave a Reply

Your email address will not be published. Required fields are marked *