ମୁଁ ସରପଞ୍ଚ ମାତ୍ର ଆସୁନି ପାଠ

ଆଧୁନିକ ଯୁଗର ସରପଞ୍ଚ ମାନେ, ନା ଆସୁଛି ପାଠପଢ଼ା ନା ଲେଖା । ଏମିତି ସେମିତି ନିର୍ବାଚନରେ ଲୋକଙ୍କୁ ଭୁଆଁ ବୁଲାଇ ଭୋଟ୍ ହାତେଇଲେ । ଶେଷରେ କ୍ଷମତା ପାଇଲେ ଅପାଠୁଆ ମ୍ୟାଡମ ସରପଞ୍ଚ । ଆଉ ଏବେ ମ୍ୟାଡମଙ୍କ ନା କାଟିଦେଲେ ମାନ୍ୟବର କୋର୍ଟ ।

ଆଜ୍ଞା ହଁ, ଏ ହେଉଛନ୍ତି ମଡର୍ଣ୍ଣ ଯୁଗର ସରପଞ୍ଚ ସୁନିତା ବାଈ ଗଣ୍ଡ । ନବରଙ୍ଗପୁର ରାଇଘର ବ୍ଲକ୍ କୁନ୍ଦେଇ ସରପଞ୍ଚ ସୁନିତା । ପାଠପଢ଼ା ଆସେନି କିନ୍ତୁ ସେ ପଲିଟିକ୍ସରେ ମାହିର । ଲୋକଙ୍କୁ ବିଭିନ୍ନ ଲୋଭ ଦେଖାଇ, ପ୍ରତିଶ୍ରୁତି ଦେଇ ଭୋଟ୍ ପାଇଲେ । ହେଲେ ତାଙ୍କୁ ଲେଖାପଢ଼ା ଆସେନି ।

ଏ କଥା ସମସ୍ତେ ଜାଣିଥିଲେ କିନ୍ତୁ କୋର୍ଟରେ ପିଟିସନ୍ ଦାୟର କଲେ ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡଙ୍କ ପତ୍ନୀ ରଞ୍ଜିତା । ରାଇଘର ସିଭିଲ୍ କୋର୍ଟରେ ପିଟିସନ ଦାୟର ପରେ ଶୁଣାଣି ହେଲା । ଚରମବାଣୀ ଶୁଣାଇଲେ କୋର୍ଟ । ସରପଞ୍ଚ ସୁନିତାଙ୍କ ପଦ ରଦ୍ଦ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶିକ୍ଷାର ମାନ ବୁଝିନଥିବା ଏଭଳି ସରପଞ୍ଚ ଶେଷରେ ନିରାଶ ହୋଇଛନ୍ତି ।

କୋର୍ଟରେ ମାମଲାର ଶୁଣାଣି ବେଳେ ନିର୍ବାଚନ ପରିଚାଳନା ଓକିଲ ନରସିଂହ ତ୍ରିପାଠୀ,ସନରାଜ ଗଣ୍ଡ, ସଞ୍ଜୀବ ଭକ୍ତ,ଶେଖ୍ ବାବା ଅଲିସା,ପ୍ରଫୁଲ୍ଲ ସିଂ,ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *