Author: suchanatv24x7

  • ଜେଲରେ କେମିତି ମଲେ କଏଦୀ ?

    ଜେଲରେ କେମିତି ମଲେ କଏଦୀ ?

    ବୌଦ୍ଧରେ ଜଣେ କଏଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଵତନ୍ତ୍ର ଉପ କାରାଗାରରୁ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ତେବେ ତାଙ୍କର କେମିତି ମୃତ୍ୟୁ ହେଲା ସେ ନେଇ ସସପେନ୍ସ ଲାଗି ରହିଛି । ମୃତ କଏଦୀ ରବୀନ୍ଦ୍ର ମେହେର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁ ବାସିନ୍ଦା । ୨୦୧୫ରେ ପରିବାରର ଦୁଇ ସଦସ୍ୟଙ୍କୁ ସେ ହତ୍ୟା କରିଥିଲେ । ବୌଦ୍ଧ ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଥିଲେ ।

    ତେବେ ଗତକାଲି ରାତିରେ ରବୀନ୍ଦ୍ର ଖାଇସାରିବା ପରେ ଶୌଚାଳୟ ଯାଇଥିଲେ । ତେବେ ଫେରିବାରେ ତାଙ୍କର ବିଳମ୍ବ ହୋଇଥିଲା । ଅନ୍ୟ କଏଦୀମାନେ ଶୌଚାଳୟ ଯାଇ ତାଙ୍କ ମୃତଦେହ ଠାବ କରିଥିଲେ । ରବୀନ୍ଦ୍ର ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଥିବା ନେଇ ସେମାନେ କହିଛନ୍ତି । ଖବର ପାଇ ଜେଲ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରବୀନ୍ଦ୍ରଙ୍କ ପରିବାର ଲୋକ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହଟି ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା।

    କଏଦୀ ରବୀନ୍ଦ୍ର ଜଣେ ମାନସିକ ରୋଗୀ ଥିବା ନେଇ ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ୨୦୧୭ରୁ ତାଙ୍କର ଚିକିତ୍ସା ଜାରି ଥିଲା । ଚିକିତ୍ସିତ ହେଉଥିଲେ। ୨୦୧୭ରେ ତାଙ୍କୁ ସମ୍ବଲପୁର ଜେଲ୍ ପଠାଯାଇଥିଲା। ସେଠାରେ ରହି ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୯ରେ ଚୌଦ୍ୱାର ଜେଲ୍ ପଠାଯାଇଥିବା କହିଛନ୍ତି ଜେଲ୍ ଡିଜି ମନୋଜ ଛାବ୍ରା ।

  • ଥାଇଲାଣ୍ଡରେ ଗୁଳିମାଡ଼, 4 ମୃତ

    ଥାଇଲାଣ୍ଡରେ ଗୁଳିମାଡ଼, 4 ମୃତ

    ଥାଇଲାଣ୍ଡର ଦକ୍ଷିଣାଞ୍ଚଳରେ ପୁଣି ଗୁଳିମାଡ଼ ଘଟଣା। ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ। ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ,ପୋଲିସ ସନ୍ଦିଗ୍ଧର ସର୍ଚ୍ଚ ଅପରେସନ ଜାରି ରଖିଛି। ଗତକାଲି ସନ୍ଧ୍ୟା ପ୍ରାୟ 5ଟା ସମୟରେ ଥାଇଲାଣ୍ଡର ସୁରତ ଥାନି କ୍ଷେତ୍ରର ଖିରି ରତ ନୁଖୋମ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା।
    ଗତ ଏକ ବର୍ଷ ଧରି ସେଠାରେ ବହୁ ହିଂସା ଘଟଣା ସଂଗଠିତ ହୋଇଆସୁଛି। ତେବେ ଗତ ଅକ୍ଟୋବରରେ ନଙ୍ଗ ବୁଆ ଲାମ ଫୁ କ୍ଷେତ୍ରରେ ଜଣେ ପୂର୍ବତନ ପୋଲିସ ସର୍ଜେଣ୍ଟ 24 ଶିଶୁଙ୍କ ସମେତ ମୋଟ 36 ଜଣଙ୍କୁ ହତ୍ୟା କରିବା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଗତ ମାସରେ ଫେଚାବୁରି ଅଞ୍ଚଳରେ ହୋଇଥିବା ଗୁଳିମାଡ ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ। ସୂଚନାଯୋଗ୍ୟ,ଥାଇଲାଣ୍ଡରେ ବହୁ ସଂଖ୍ୟାରେ ବନ୍ଧୁକଧାରୀ ରହୁଛନ୍ତି, ଯାହା ବିଭିନ୍ନ ସମୟରେ ହିଂସା ସୃଷ୍ଟି କରୁଛି।

  • ସଂକ୍ରମଣରେ ସାମାନ୍ୟ ହ୍ରାସ, କିଛି ସ୍ଥାନରେ ମାସ୍କ ବାଧ୍ୟତାମୂଳକ

    ସଂକ୍ରମଣରେ ସାମାନ୍ୟ ହ୍ରାସ, କିଛି ସ୍ଥାନରେ ମାସ୍କ ବାଧ୍ୟତାମୂଳକ

    CORONA

    ଦେଶରେ ଏବେ କୋରୋନା’ର କମବ୍ୟାକ୍ । ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୫୩୫୭ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

    ଗତକାଲି ୬୧୫୫ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଶୁକ୍ରବାର ୬୦୫୦ ଆକ୍ରାନ୍ତ ଜଣାପଡ଼ିଥିଲେ । ଦିନକରେ ସଂକ୍ରମଣ ହାରରେ ସାମାନ୍ୟ କମିଛି । ଦୈନିକ ସଂକ୍ରମଣ ହାର ୩.୩୯% । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୨,୮୧୪ ରହିଛି ।

    ସେପଟେ, କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ୩ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କେରଳ,ହରିୟାଣା ଓ ପୁଡୁଚେରୀରେ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ସହ
    କୋଭିଡ୍ ନିୟମ ପାଳନ ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଉତ୍ତରପ୍ରଦେଶରେ ବିଦେଶୀ ଫେରନ୍ତାଙ୍କ ଟେଷ୍ଟିଂ ହେବ । ସେହିପରି,ଦିଲ୍ଲୀରେ କୋରୋନା ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ମୁକାବିଲା ପାଇଁ ଓଡ଼ିଶା ସଜାଗ ରହିଛି । ଅନ୍ୟପଟେ, ଦୁଇଦିନ ପୂର୍ବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କୋରୋନା ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

  • ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଗୁଜରାଟ, ପଞ୍ଜାବ

    ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଗୁଜରାଟ, ପଞ୍ଜାବ

    IPLରେ ଆଜି ୨ଟି ମୁକାବିଲା । ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଅପରାହ୍ଣ ୩.୩୦ରେ ଅହମ୍ମଦାବାଦରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭.୩୦ରେ ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ ।

    ଗତଥରର ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଚଳିତ ସିଜିନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଦଳ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି । ବ୍ୟାଟିଂ, ବୋଲିଂରେ କମାଲ କରି ବିଜୟ ଧାରା ଅବ୍ୟାହତ ରଖିଛି ଗୁଜରାଟ । ଆଜି ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ସେପଟେ, କୋଲକାତା ୨ଟି ମ୍ୟାଚରେ ଗୋଟିଏ ଜିତିଥିବା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ଗତ ମ୍ୟାଚରେ ଦଳ ବାଙ୍ଗାଲୋରକୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା । ଆଜି ପୁଣି ଆଉ ଏକ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କେକେଆର ।

    ସନ୍ଧ୍ୟା ୭.୩୦ରେ ପଞ୍ଜାବ ଓ ହାଇଦ୍ରାବାଦ କଡ଼ା ଟକ୍କର ଦେଖିବାକୁ ମିଳିବ । ଇନଫର୍ମ ପଞ୍ଜାବ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ, ସିଜିନ୍ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ହାଇଦ୍ରାବାଦ । ଖେଳିଥିବା ୨ଟି ମ୍ୟାଚରେ ପରାସ୍ତ ହୋଇଛି ଟିମ୍ । ଆଜି ଟ୍ରାକକୁ ଫେରିବାକୁ ସମସ୍ତ ବଳ ପ୍ରୟୋଗ କରିବେ ଖେଳାଳି ।

    ଗତକାଲି IPLରେ ୨ଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ହରାଇଥିଲା ରାଜସ୍ଥାନ । ସେହିପରି ଅନ୍ୟ ଏକ ମ୍ୟାଚରେ ଚେନ୍ନାଇ ଠାରୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ ।

  • ଇଣ୍ଡିଗୋ କ୍ର୍ୟୁ ମେମ୍ବରଙ୍କୁ ନାକେଦମ୍ କଲେ ମଦ୍ୟପ ଯାତ୍ରୀ

    ଇଣ୍ଡିଗୋ କ୍ର୍ୟୁ ମେମ୍ବରଙ୍କୁ ନାକେଦମ୍ କଲେ ମଦ୍ୟପ ଯାତ୍ରୀ

    ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ମାମଲା ଦିନ ଗଡିବା ସହ ବଢିବାରେ ଲାଗିଛି। ପୁଣି ଜଣେ ମଦ୍ୟପ ଯାତ୍ରୀଙ୍କ କରନାମା ପାଇଁ କ୍ରୁ ସଦସ୍ୟଙ୍କୁ ନାକେଦମ ହେବାକୁ ପଡିଛି। ଦିଲ୍ଲୀରୁ –ବେଙ୍ଗାଲୁରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ୬ଇ୩୦୮ ବିମାନରେ ଏପରି ଘଟଣା ଘଟିଥିବା ବେଳେ ୪୦ ବର୍ଷୀୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି।
    ଶୁକ୍ରବାର ସକାଳ ୭.୫୬ରେ ଇଣ୍ଡିଗୋ ବିମାନଟି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବେଙ୍ଗାଲୁରୁ ଅଭିମୁଖେ ଉଡିଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଯାତ୍ରୀ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ସେ ନିୟମ ଉଲ୍ଲଙ୍ଘନ କରୁଥିବା ଜାଣିପାରି କ୍ରୁ ସଦସ୍ୟ କ୍ୟାପ୍ଟେନଙ୍କୁ ଖବର ଦେଇଥିଲେ। ଏଥିସହ ଯାତ୍ରୀଙ୍କୁ ବିଶୃଙ୍ଖଳା ନ କରିବାକୁ ସତର୍କ କରାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ବହୁ କଷ୍ଟରେ ଯାତ୍ରୀଙ୍କୁ କ୍ରୁ ମେମ୍ବର କଥାରେ ଫାନ୍ଦି ରଖିଥିଲେ।
    ଶେଷରେ ଯେତେବେଳେ ବିମାନଟି ବେଙ୍ଗାଲୁରୁରେ ଅବତର କଲା, ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଥିଲା।

  • ପୋଖରୀରେ 2 ନାବାଳକଙ୍କ ସଲିଳ ସମାଧି

    ପୋଖରୀରେ 2 ନାବାଳକଙ୍କ ସଲିଳ ସମାଧି

    DROWNING

    ଭଦ୍ରକ ଜିଲ୍ଲା ଧାମନଗର NACର ୫ ନମ୍ବର ୱାର୍ଡର ଶ୍ୟାମପୁର ମୌଜାରେ ଦୁଃଖଦ ଘଟଣା। ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡି 2 ନାବାଳକଙ୍କ ସଲିଳ ସମାଧି ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଖେଳିଯାଇଛି ଶୋକର ଲହରୀ ।

    ଦକ୍ଷିଣବାଡ଼ ଗାଁରେ ଯଜ୍ଞ ହେଉଛି। ଯଜ୍ଞରେ ପ୍ରସାଦ ସେବନ ହୋଇଥିଲା। ଗ୍ରାମର ସୁଧୀର ମଲ୍ଲିକଙ୍କ ପୁଅ କମଳ ଲୋଚନ ମଲ୍ଲିକ (୧୫) ଓ ସେହି ଗ୍ରାମର ପ୍ରେମାନନ୍ଦ ଗିରୀଙ୍କ ପୁଅ ମୁକେଶ ପ୍ରସାଦ ସେବନ କରି ନିକଟସ୍ଥ କେନାଲ ବନ୍ଧ ପୋଖରୀ ପାଖ ପଡ଼ିଆକୁ ଡକା ହକା ହୋଇ ଝାଡା ଯାଇ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ପୋଖରୀ ହୁଡା କାଦୁଆ ହୋଇଥିଲା। କାଦୁଅରେ ଜଣଙ୍କର ଗୋଡ ଖସି ଯିବାରୁ ଦୁଇ ସାଙ୍ଗ ପୋଖରୀ ଭିତରକୁ ପଡି ଯାଇଥିଲେ। ପୋଖରୀ ବୁଡ଼ି ଯାଇ ଜୀବନ ବିକଳରେ ଚିତ୍କାର କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଧାଇଁ ଯାଇ ଦୁଇ ସଂଗାକୁ ଉଦ୍ଧାର କରିଥିଲେ ଓ ତୁରନ୍ତ ଧାମନଗର ମେଡ଼ିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଦୁଇ ନାବାଳକଙ୍କ ଅକାଳ ବିୟୋଗରେ ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
    ସୂଚନାଯୋଗ୍ୟ, ୪ ଦିନ ତଳେ ଭଦ୍ରକ ବ୍ଲକ୍ ହରିପୁର ଅଞ୍ଚଳରେ ୩ କଲେଜ ପଢୁଆ ଛାତ୍ର ନାଲିଆ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ ।

  • ନୂଆ ରୂପ ନେଉଛି ଓମିକ୍ରନ ଭାରିଏଣ୍ଟର ସବ୍ ଟାଇପ୍‌ XBB

    ନୂଆ ରୂପ ନେଉଛି ଓମିକ୍ରନ ଭାରିଏଣ୍ଟର ସବ୍ ଟାଇପ୍‌ XBB

    କୋରୋନା ଭାଇରସର ନୂଆ ଭାରିଏଣ୍ଟ XBB.1.16 ଏବେ ରୂପ ବଦଳାଇବା ଆରମ୍ଭ କଲାଣି। ପରୀକ୍ଷା ପରେ ବହୁ ସଂକ୍ରମିତଙ୍କଠାରେ ଏହାର ସବଟାଇପ XBB.1.16.1 ଭାରିଏଣ୍ଟ ଚିହ୍ନଟ ହୋଇଛି। ଭାରତରେ କୋରୋନାର ଏହି ସବ୍‌ ଟାଇପ ଭାରିଏଣ୍ଟରେ 113 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟ ଓ ମହାରାଷ୍ଟ୍ରରୁ ସର୍ବାଧିକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି।

    ଓମିକ୍ରନ ଭାରିଏଣ୍ଟର ସବ ଟାଇପ୍‌ XBB ମ୍ୟୁଟେସନ ହୋଇ ନୂଆ ନୂଆ ରୂପ ନେଇଥିଲା। 15 ମାସରେ ଭାରତରୁ ଓମିକ୍ରନର 400 ନୂଆ ସବ୍ ଭାରିଏଣ୍ଟ ଠାବ ହୋଇସାରିଲାଣି। ଏହା ମଧ୍ୟରୁ 90% ଭାରିଏଣ୍ଟ ହେଉଛି XBB ଶ୍ରେଣୀର। ତେବେ ଇନସାକୋଗ ପୋର୍ଟାଲରେ ଏଯାଏ ଏହି ନୂଆ ଭାରିଆଣ୍ଟକୁ ତାଲିକାଭୂକ୍ତ କରାଯାଇନି। କିନ୍ତୁ ଭାରତରେ 113 ଜଣଙ୍କୁ ସଂକ୍ରମିତ କରି ସାରିଲାଣି ନୂଆ ଭାରିଆଣ୍ଟ ।

    XBB.1.16.1ର ଭୟାବହତାକୁ ନେଇ ଅଧିକ ତଥ୍ୟ ମିଳିନଥିବା ବେଳେ ମେଡିକାଲ ବିଶେଷଜ୍ଞ କହୁଛନ୍ତି କି,ସେମାନେ ଓମିକ୍ରନର ସବୁ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ଏହା କେଉଁ ସବୁ ସବ୍ ଭାରିଆଣ୍ଟ ଓ ଭୟାବହତା ଆଗାମୀ ଦିନରେ ଜଣାପଡ଼ିବ।

  • ‘ବଜ୍ରପାତ’ ନେଲା ୩ ମହିଳାଙ୍କ ଜୀବନ

    ‘ବଜ୍ରପାତ’ ନେଲା ୩ ମହିଳାଙ୍କ ଜୀବନ

    ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ନଂ ୱାର୍ଡ ଅଙ୍କୁରାରେ ଅଘଟଣ । ଆଜି ଅପରାହ୍ଣ ୩ଟା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

    ବଜ୍ରାଘାତରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ଅଙ୍କୁରାରେ ମୁକ୍ତା ମୁଣ୍ଡା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗାଁରୁ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ବେଳେ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହୋଇଥିଲା । ସୁବାସିନୀ ଦାସ, ଜୀବତୀ ନାଏକ ଏବଂ ହେମଲତା ହୋ’ଙ୍କ ମୃତ୍ୟୁ ହୋଇଥିଲା । ବଜ୍ରାଘାତରେ ଯୁବତୀ ନାଏକ,ମାଳତୀ ନାଏକ,ଭୁବନ ହୋ,ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରିଥିଲେ । ଏଥିସହ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ ।

  • ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

    ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

    କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଅଭାବନୀୟ ଘଟଣା । ଅଷ୍ଟପ୍ରହରୀ ଭୋଜି ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ସୂଚନା ଅନୁସାରେ ରାଇସୁଙ୍ଗୁଡ଼ା ନିକଟ ଦାରିଆପୁରରେ ଅଷ୍ଟପ୍ରହରୀ ଦେଖିବାକୁ ଆସିଥିଲେ । ସେଠାରେ ଲୋକମାନେ ପ୍ରସାଦ ସେବନ କରିଥିଲେ । ପ୍ରସାଦ ସେବନ କରିବାର କିଛି ସମୟ ପରେ ଝାଡ଼ା ଓ ବାନ୍ତି ହୋଇଥିଲା । ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇଥିଲେ । ବିଳମ୍ବ ନକରି ଅସୁସ୍ଥଙ୍କୁ ସାଲେପୁର,ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

    ଅଷ୍ଟପ୍ରହରୀ ଭୋଜି ଖାଇ ଅଧିକାଂଶ ଲୋକ ଏବେ ଅସୁସ୍ଥ ହୋଇଥିବା ବେଳେ ମେଡିକାଲ ଟିମ୍ ପକ୍ଷରୁ ଚିକିତ୍ସା ଆରମ୍ଭ ହୋଇଛି । କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ବହୁ ଲୋକେ ଅସୁସ୍ଥ ଥିବାରୁ ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ 2ଟି ଟିମ ଗାଁରେ ପହଂଚି ଚିକିତ୍ସା କରିଛନ୍ତି ।

  • ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

    ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

    ବିଶ୍ୱର ବିଭିନ୍ନ ଦେଶରେ ଥିବା ଜେଲ୍ ଗୁଡ଼ିକରେ ବର୍ତ୍ତମାନ 8,437 ଭାରତୀୟ ବନ୍ଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଗଲ୍ଫ ଦେଶରେ ରହିଛନ୍ତି 4,795 । ସୂତ୍ର ମୁତାବକ ୟୁଏଇରେ 1966 ଭାରତୀୟ ବନ୍ଦୀ ଥିବାବେଳେ ସାଉଦି ଆରବରେ 1362,କତାରରେ 682,କୁଏତରେ 428,ବାହରିନରେ 265,ଓମାନରେ 92 ଜଣ କାରାଦଣ୍ଡ ଭୋଗୁଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

    ଗୁରୁବାର,ରାଜ୍ୟ ସଭାରେ ସାଂସଦ ଜନ ବ୍ରିତ୍ତାସଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି. ମୁରଲି ଧରନ ଏହି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ,ବିଶ୍ୱର ବିଭିନ୍ନ ଜେଲରେ 8,437 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ବିଭିନ୍ନ ଦେଶରେ ପ୍ରଚଳିତ କଠୋର ଗୋପନୀୟ ଆଇନ ପାଇଁ ସେଠାକାର ଅଧିକାରୀ ତଥ୍ୟ ଦେଇ ନଥାନ୍ତି ଯେପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ସହମତି ପ୍ରକାଶ କରି ନଥାନ୍ତି। ଏମିତିକି,କିଛି ଦେଶ ତଥ୍ୟ ପ୍ରଦାନ କରୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନଥାଏ।

    ମନ୍ତ୍ରଣାଳୟ ତଥ୍ୟ ମୁତାବକ,ସାତ ପଡ଼ୋଶୀ ଦେଶର ଜେଲରେ 1,614 ଭାରତୀୟ ବନ୍ଦୀ ରହିଛନ୍ତି। ତନ୍ମଧ୍ୟରୁ ନେପାଳରେ 1,222,ଚୀନରେ 170, ଭୁଟାନରେ 68, ବାଂଲାଦେଶରେ 60, ପାକିସ୍ତାନରେ 51,ଶ୍ରୀଲଙ୍କାରେ 22 ଓ ମିଆଁମାରରେ 22 ଭାରତୀୟ ବନ୍ଦୀ ଅଛନ୍ତି। ସେହିପରି ଆମେରିକା ଜେଲରେ 294 ଓ ବ୍ରିଟେନରେ 237 ଜଣ ରହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ 156 ଇଟାଲୀ ଜେଲରେ ଥିବାବେଳେ 81 ଅଷ୍ଟ୍ରେଲିଆରେ, 23 କାନାଡାରେ, 66 ଜର୍ମାନୀରେ,71 ସିଙ୍ଗାପୁରରେ ଓ ସ୍ପେନରେ 40 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ବନ୍ଦୀଙ୍କୁ ଭାରତ ଫେରାଇ ଆଣିବାକୁ ତଥା ବିଦେଶ ମନ୍ତ୍ରଣାଳୟ 31 ଦେଶ ସହ ଚୁକ୍ତି କରିଛି।