Author: suchanatv24x7

  • ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

    ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

    କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ତାରିଣୀ । ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଅଞ୍ଚଳ । ତାରିଣୀ ପୀଠରେ ପ୍ରବଳ ଭିଡ଼ ।ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ ଚଇତି ପର୍ବ । ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋର୍ଡ ପକ୍ଷରୁ ପାଳିତ ହେଉଛି ମା’ଙ୍କ ଏହି ପର୍ବ। ରୀତିନୀତି ଅନୁସାରେ ମା’ ତାରିଣୀଙ୍କ ପୂଜା ଚାଲିଛି । ବିଶେଷ ପୂଜା ନୀତି ସହ ମାର୍ଜଣା,ମଙ୍ଗଳ ଆଳତି,ସ୍ନାନ,ମହାସ୍ନାନ,ବଡ଼ସିଂହାର ବେଶ,ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା ।

    ଚଇତିପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବା
    ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଏହାକୁ ବେଶ୍ ଉପଭୋଗ କରିଛନ୍ତି । ସନ୍ଧ୍ୟାରେ ମା’ଙ୍କ ଆଳତି,ପାଲାମଣ୍ଡପରେ ପ୍ରବଚନ ଓ ରାତିରେ ବାଦୀପାଲା ପରିବେଷଣ କରାଯାଇଥିଲା ।
    କେନ୍ଦୁଝରରୁ ହେମନ୍ତଙ୍କ ରିପୋର୍ଟ, ସୂଚନାଟିଭି 24×7

  • KKRର ରୋମାଞ୍ଚକ ବିଜୟ,ଦୟାଲଙ୍କ ଉପରେ ଭାରି ପଡ଼ିଲେ’ରିଙ୍କୁ’

    KKRର ରୋମାଞ୍ଚକ ବିଜୟ,ଦୟାଲଙ୍କ ଉପରେ ଭାରି ପଡ଼ିଲେ’ରିଙ୍କୁ’

    RINKU: STAR OF KKR

    ଫଟାଫଟ୍ କ୍ରିକେଟ IPLରେ ରାତାରାତି ଷ୍ଟାର ପାଲଟିଗଲେ କୋଲକାତା ପ୍ଲେୟାର । ଏକ ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ଗୁଜରାଟ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଜଣେ ଷ୍ଟାର ପ୍ଲେୟାର । କେବଳ ଛକା ମାରି ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛନ୍ତି ।

    ସୁପର ସଣ୍ଡରେ କୋଲକାତା ନାଇଟ୍ ରାଇଡର୍ସର ରୋମାଞ୍ଚକ ବିଜୟ ହାସଲ । ମ୍ୟାଚର ହିରୋ ସାଜିଥିଲେ ଏମିତି ଜଣେ ପ୍ଲେୟାର ଯିଏ କେବଳ ଛକା ମାରିବାରେ ମାହିର । ନାଁ ରିଙ୍କୁ ସିଂ । ବିସ୍ଫୋରକ ବ୍ୟାଟସମ୍ୟାନ ତାଲିକାରେ ନିଜ ନାଁକୁ ସେ ସାମିଲ କରିଛନ୍ତି ।

    ଗୁଜରାଟ’ର ୨୦୪ ରନ୍ ଜବାବରେ କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କିନ୍ତୁ ଭେଙ୍କେଟେସ ଆୟାର ଓ ଅଧିନାୟକ ବିସ୍ଫୋରକ ବ୍ୟାଟିଂ କରି ଟିମକୁ ବିଜୟ ନିକଟତର କରାଇଥିଲେ । ମାତ୍ର ଶେଷ ଭାଗରେ ରସିଦ ଖାନ୍ ହ୍ୟାଟ୍ରିକ୍ ଅର୍ଜନ କରିବାରୁ କେକେଆର ହାରିବା ଏକ ପ୍ରକାର ନିଶ୍ଚିତ ଥିଲା । ମାତ୍ର ଖେଳର ମୋଡ଼ ବଳାଇଥିଲେ ରିଙ୍କୁ ସିଂ ।

    ଶେଷ ଓଭରରେ କୋଲକାତା ପାଇଁ ୨୯ ରନ୍ ଆବଶ୍ୟକ ଥିଲା । ୟସ୍ ଦୟାଲଙ୍କ ପ୍ରଥମ ବଲରେ ୧ ରନ୍ ନେଇଥିଲେ ଉମେଶ ଯାଦବ । ଦ୍ୱିତୀୟ ବଲ୍ ସାମ୍ନା କରିଥିଲେ ମ୍ୟାଚ୍ ହିରୋ ରିଙ୍କୁ । ଆରମ୍ଭ ହୋଇଥିଲା ଛକା ବର୍ଷା । ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ବଲ ଅର୍ଥାତ ଲଗାତର ୫ ବଲରେ ୫ଟି ଛକା ମାରି ଏକ ଅବିଶ୍ୱାସନୀୟ ବିଜୟ ଦେଇଥିଲେ ରିଙ୍କୁ ସିଂ । ଏହି ମ୍ୟାଚ୍ ପାଇଁ ସେ ଷ୍ଟାର ପାଲଟିଗଲେ । ମ୍ୟାଚ୍ ହାତଛଡ଼ା କରି ନିରାଶ ହେଲା ଗୁଜରାଟ ।

    ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ପଞ୍ଜାବକୁ ୮ ୱିକେଟରେ ପରାସ୍ତ କରିଥିଲା ହାଇଦ୍ରାବାଦ ।

  • ୧୪୯ ଗାଁକୁ ବିଶୁଦ୍ଧ ପାନୀୟ

    ୧୪୯ ଗାଁକୁ ବିଶୁଦ୍ଧ ପାନୀୟ

    କଟକ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରୀ ଅନୁମୋଦନ ମିଳିଛି । ୧୫୩ କୋଟି ୫୧ ଲକ୍ଷ ଟଙ୍କାର ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଦ୍ୱାରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଥିବା ୧୩ଟି ପଞ୍ଚାୟତ, ଟାଙ୍ଗୀ ଚୌଦ୍ୱାର ବ୍ଲକର ୫ଟି ପଞ୍ଚାୟତଓ ଆଠଗଡ଼ରେ ଥିବା 5ଟି ପଞ୍ଚାୟତରେ ୧୪୯ ଗାଁ ରହିଛି । ଏଠାରେ ବାସ କରୁଥିବା ୧,୪୭,୫୪୨ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।

    ଏ ନେଇ କଟକ ସର୍କିଟ ହାଉସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବିଧାୟକ ପ୍ରଶାନ୍ତ ବେହେରା,ବିଧାୟକ ସୌଭିକ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଅଞ୍ଚଳର ବିକାଶ ତଥା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରକଳ୍ପଗୁଡ଼ିକୁ ୨୪ ମାସ ଅର୍ଥାତ୍ ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • ବାବା ବେଶରେ ଅଭିଯୁକ୍ତ, ମାଡ଼ି ବସିଲା ପୋଲିସ

    ବାବା ବେଶରେ ଅଭିଯୁକ୍ତ, ମାଡ଼ି ବସିଲା ପୋଲିସ

    ଅଲେଖ ବାବା ବେଶରେ ତିନିବର୍ଷ ଧରି ଢେଙ୍କାନାଳ ହିନ୍ଦୋଳ ଜିଲ୍ଲାର ଆତ୍ମଗୋପନ କରି ଲୁଚି ରହିଥିଲା ହତ୍ୟାକାରୀ ଦୀପକ । 2020ରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟା ଘଟଣାର ଥିଲା ଅନ୍ୟ ଅଭିଯୁକ୍ତ। ପୋଲିସ ଅତି ଚତୁରତାର ସହ ତାକୁ ଗିରଫ କରିଛି ।

    ମୁହଁରେ ଦାଢ଼ି ଆଉ ଦେହରେ ଗେରୁଆ ବସ୍ତ୍ର । ବାବା ବେଶରେ ହତ୍ୟା ଅଭିଯୁକ୍ତ । ବାବା ଗେଟ୍ ଅପରେ କଟକ ହାଡ଼ିଆ ହତ୍ୟା ଘଟଣାର ମୁଖ୍ଯ ଅଭିଯୁକ୍ତ ଦୀପକ ମଲ୍ଲିକ । କମିଶନରେଟ୍ ପୋଲିସର ସ୍ପେସାଲ୍ ଟିମ୍ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପାଇଁ ସେ ପଶ୍ଚାତାପ ବୋଲି କହିଛି । ହାଡିଆ ବ୍ୟବସାୟିକ ଶତ୍ରୁତାରୁ ଦୀପକକୁ ମାଡ଼ ମାରିଥିଲା । ତେବେ କ୍ରୋଧ ସମ୍ଭାଳି ନପାରି ହାଡି଼ଆକୁ କଟୁରୀରେ ହାଣି ଥିବା କହିଛି ଅଭିଯୁକ୍ତି ।

    2020, ସେପ୍ଟେମ୍ବର 2 ତାରିଖ । ରାତି ପ୍ରାୟ ସାଢେ 10ଟା । ବିଡାନାସୀ ଥାନା ଇପସାର୍ ଗଡ଼ାରେ ଅଲିସା ବଜ଼ାରର ହାଡ଼ିଆ ଓରଫ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ରେ ମାଡ଼ ମାରିବା ସହ ଭୁଜାଲିରେ ହାଣି ହତ୍ୟା କରିଥିଲେ ଦୀପକ ଏବଂ ସାନ୍ତୁନ ମଲ୍ଲିକ । ହତ୍ୟା ଘଟଣାର ବର୍ଷେ ପରେ ସାନ୍ତୁନୁକୁ ପୋଲିସ ହାଇଦ୍ରାବାଦରୁ ଗିରଫ କରି ଜେଲ୍ ପଠାଇଥିଲା । ହେଲେ ଦୀପକ କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା ।

    ସେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏକ ଆଶ୍ରମରେ ବାବା ବେଶରେ ଲୁଚି ରହିଥିଲା । ଖବର ପାଇ ବିଡ଼ାନାସି ପୋଲିସ ଦୀପକକୁ ଧରିବାରେ ସଫଳ ହୋଇଛି । ମଦ ବ୍ୟବସାୟ ଓ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଡିସିପି । ହାଡ଼ିଆ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ 10 ସହଯୋଗୀଙ୍କୁ ଗିରଫ କରି ଜେଲ୍ ପଠାଇଛି କଟକ କମିଶନରେଟ ପୋଲିସ ।

  • ୨ ଥର ଥରିଲା ଆଣ୍ଡାମାନ ନିକୋବର

    ୨ ଥର ଥରିଲା ଆଣ୍ଡାମାନ ନିକୋବର

    ରବିବାର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର । ଅପରାହ୍ଣ 4.01ରେ ମାତ୍ର କିଛି ସେକେଣ୍ଡ ଧରି ଥରି ଉଠିଥିଲା ଏହି ଦ୍ୱୀପ ରାଜ୍ୟ। ଆଜି ଅନୁଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କଲରେ 5.3 ରେକର୍ଡ କରାଯାଇଥିଲା । ଏହାର ତୀବ୍ରତା 10 କି.ମି.ଗଭୀର ଥିବା ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ବା ଏନସିଏସ ସୂଚନା ଦେଇଛି ।

    ଏହି ଭୂମିକମ୍ପର କିଛି ଘଣ୍ଟା ପୂର୍ବରୁ ନିକୋବର ଦ୍ୱୀପପୁଞ୍ଜରୁ 10 କି.ମି ଗଭୀରତାରେ ଅପରାହ୍ଣ 2ଟା 59 ମିନିଟରେ ଆଉ ଏକ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ଥିଲା 4.1 । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

  • ପୁଷ୍ପା-2 ଟିଜର’ର ଧମାଲ

    ପୁଷ୍ପା-2 ଟିଜର’ର ଧମାଲ

    ସାଉଥ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପା ଅହେତୁକ ସଫଳତା ପାଇବା ପରେ ଏବେ ଫିଲ୍ମ ନିର୍ମାତା ପୁଷ୍ପା-2 ନିର୍ମାଣ କରିଛନ୍ତି। ଏହାର ଟିଜର ରିଲିଜ୍ ହୋଇଛି । ଏହାକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଅଳ୍ପ ସମୟରେ ଟିଜରକୁ ମିଳିଛି ଅନେକ ଲାଇକ୍ ଏବଂ ଭ୍ୟୁ ।

    ଶୁଣିବାକୁ ମିଳୁଛି କି, ପୁଷ୍ପାର ସୁପର ଡୁପର ସକ୍ସେସ ପରେ ପୁଷ୍ପା-2 ପାଇଁ ଦର୍ଶକଙ୍କ ଉତ୍କଣ୍ଠାକୁ ଦେଖି ଅଲୁ ଅର୍ଜୁନ ବହୁତ ଟଙ୍କା ଦାବି କରିଥିଲେ । ଅଲୁ ଅର୍ଜୁନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ନିର୍ମାତା ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ। ଅର୍ଥାତ୍ 7 ଏପ୍ରିଲରେ ଟିଜର ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା, ଫହାଦ ଫାସିଲ୍ ମଧ୍ୟ ନଜର ଆସିବେ।

    ଦର୍ଶକଙ୍କ କ୍ରେଜକୁ ଦେଖି ଅଲୁ ଅର୍ଜୁନଙ୍କ ଡିମାଣ୍ଡ ମାନି ନେଇଥିଲେ ନିର୍ମାତା। କୁହାଯାଉଛି ଫିଲ୍ମ ପାଇଁ ଅଲୁ ନେଇଛନ୍ତି 125 କୋଟି ଟଙ୍କା। ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ଯଦି ଏହା ସତ ହୋଇଥାଏ ତେବେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏହା ଏକ ନୂଆ ରେକର୍ଡ ।

    ଫିଲ୍ମର ଟିଜରରୁ ଜଣାପଡିଛି ଜେଲ୍‌ରୁ ଖସି ଆସିବା ବେଳେ ପୋଲିସର ଗୁଳି ବାଜିଛି ପୁଷ୍ପା ଦେହରେ । ପୁଷ୍ପାକୁ ଧରିବାକୁ ଜୋରଦାର ଖୋଜା ଚାଲିଛି। ଶେଷରେ ଏକ ଦମଦାର ଷ୍ଟାଇଲ୍‌ରେ ନଜର ଆସିଛନ୍ତି ପୁଷ୍ପା। ଆଉ କହିଛନ୍ତି କି,ଏବେ ପୁଷ୍ପାର ଶାସନ। ଟିଜରରେ ଅଲୁଙ୍କ ସମ୍ପୂର୍ଣ୍ଣ ଶରୀର ନୀଳ ରଙ୍ଗରେ ଭରି ରହିଛି। ନାକରେ ନୋଥ,କାନରେ ଝୁମୁକା ଏବଂ ବେକରେ ଫୁଲମାଳ ପିନ୍ଧିଛନ୍ତି ।

  • ଦେଶରେ ୩୧୬୭ ବାଘ

    ଦେଶରେ ୩୧୬୭ ବାଘ

    ଦେଶରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି ପାଇଛି। ସଦ୍ୟତମ ରିପୋର୍ଟରୁ ଏହା ଜଣାପଡିଛି। ୨୦୨୨ ବାଘ ଗଣନା ରିପୋର୍ଟ ମୁତାବକ,ଏବେ ଦେଶରେ ୩୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ସଂଖ୍ୟା ସାର୍ବଜନୀନ କରିଛନ୍ତି । ଏଥିସହ ବ୍ୟାଘ୍ର ସଂରକ୍ଷଣ ପାଇଁ ଅମୃତକାଳର ଭିଜନ ରିଲିଜ୍‌ କରିଛନ୍ତି ଯାହା ବାଘ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା, ପରିବେଶ, ଜଙ୍ଗଲ ଜମିର ସୁରକ୍ଷା ପାଇଁ ଥିବା ବିଷୟବସ୍ତୁ ଆଧାରିତ ।

    ତଥ୍ୟ ମୁତାବକ,୨୦୦୬ରେ ଦେଶରେ ବାଘଙ୍କ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ଏହା ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ଛୁଇଁଥିଲା। ୨୦୨୨ ଗଣନା ଅନୁସାରେ ମୋଟ ୩୧୬୭ଟି ବାଘ ଦେଶରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି International Big Cats Allianceକୁ ମଧ୍ୟ ଲଞ୍ଚ କରିଛନ୍ତି ।

    ଆଇବିସିଏର ଲକ୍ଷ୍ୟ ହେଲା ବାଘ,ସିଂହ,ଲିଓପାର୍ଡ,ବରଫ ଲିଓପାର୍ଡ,ପୁମା,ଜାଗୁଆର ଓ ଚିତା ବାଘ ପରି ୭ଟି ବଡ଼ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା । ସେମାନଙ୍କ ଶିକାର ବନ୍ଦ କରିବା ସହ ବେଆଇନ୍ ଚାଲାଣକୁ ଅନ୍ତର୍ଜାତୀୟ ସ୍ତରରେ ରୋକିବା ପାଇଁ ଏହାକୁ ଲଞ୍ଚ କରାଯାଇଛି ।

    ଭାରତ ବନ୍ୟଜୀବ ସଂରକ୍ଷଣରେ ଅନେକ ସଫଳତା ହାସଲ କରିଛି। ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୂରିବା ଗୋଟିଏ ବଡ଼ ସଫଳତା। ଆଗକୁ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ।

  • ସୋସିଆଲ ମିଡିଆରେ ପ୍ରିୟଙ୍କା’ଙ୍କ ‘ଲାଡଲୀ’

    ସୋସିଆଲ ମିଡିଆରେ ପ୍ରିୟଙ୍କା’ଙ୍କ ‘ଲାଡଲୀ’

    ସମ୍ପ୍ରତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅପକମିଂ ୱେବସିରିଜ ସିଟାଡେଲକୁ ନେଇ ବେଶ ଚର୍ଚ୍ଚାରେ। ଏହି ୱେବ ସିରିଜର ପ୍ରମୋସନ ପାଇଁ ସେ ଭାରତକୁ ଆସିଛନ୍ତି ନିଜ ଝିଅ ସହ। ନିକଟରେ ପ୍ରିୟଙ୍କା ଝିଅ ମାଳତୀ ମେରୀ ଚୋପ୍ରା ଜୋନସ ସହ ସିଦ୍ଧି ବିନାୟକଙ୍କ ଦର୍ଶନ କରିଥିଲେ। ଏହାପରେ ଝିଅର ଏକ ନୂଆ ଫଟୋ ସେ ସେୟାର କରିଛନ୍ତି।

    ଏକଦା ବଲିଉଡରେ ନିଜ ଆକ୍ଟିଂ ପାଇଁ ଲୋକଙ୍କ ଦ୍ୱାରା ଆଦୃତ ହୋଇ ନମ୍ବର ଏକରେ ରହିଥିଲେ। ଏବେ ସେ ହଲିଉଡରେ ବ୍ୟସ୍ତ। ନିଜର ଅପକମିଂ ୱେବ ସିରିଜ ସିଟାଡେଲ ପ୍ରମୋଶନରେ ଆସିଛନ୍ତି ଭାରତ। ତାଙ୍କ ସହ ସ୍ୱାମୀ ନିକ ଜୋନ୍ସ ଓ ଝିଅ ମଧ୍ୟ ଆସିଛନ୍ତି। ଜନ୍ମ ପରେ ଝିଅ ମାଳତୀଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ପ୍ରିୟଙ୍କା, ଝିଅ ମାଳତୀଙ୍କ ନୂଆ ଫଟୋ ସେୟାର କରିବାରୁ ଫ୍ୟାନ୍ସ ବେଶ ଖୁସି। ଏହି ଫଟୋଟି ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

    ଫଟୋ ସେୟାର ମାତ୍ରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଫଟୋରେ ମାଳତୀ ଭାରି କ୍ୟୁଟ ଦିଶୁଛନ୍ତି। ଏଥିରେ ମାଳତୀ ବାହାର ଆଡକୁ ଚାହିଁଛନ୍ତି। ମାଳତୀଙ୍କ ଜନ୍ମ ଗତବର୍ଷ ଜାନୁଆରୀ 15ରେ ହୋଇଥିଲା।

  • କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ପ୍ରିୟଙ୍କା!

    କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ପ୍ରିୟଙ୍କା!

    ଦେଶରେ କଂଗ୍ରେସର ସ୍ଥିତି ସଂଗୀନ। ୱାଇନାଡ ସାଂସଦ ପଦ ଯାଇଛି ରାହୁଲ ଗାନ୍ଧିଙ୍କର। ଏହାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ। ସେପଟେ କିନ୍ତୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ନେତା। ଉତ୍ତର ପ୍ରଦେଶର କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା।
    ଶନିବାର ପ୍ରୟାଗରାଜଠାରେ ଆଚାର୍ଯ୍ୟ କହିଥିଲେ କି, ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦର ମାନେ ନୁହେଁ କି, ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି। ସାଂସଦ ପଦ ଯାଇଛି ସତ, ହେଲେ ସେ ଦେଶବାସୀଙ୍କ ହୃଦୟରେ ଅଛନ୍ତି। ଜନତା ନିର୍ଦ୍ଧାରଣ କରିବେ କାହାକୁ ବସାଇବେ ସିଂହାସନରେ ବୋଲି ଆଚାର୍ଯ୍ୟ କହିଥିଲେ। ୨୦୨୪ରେ ରାହୁଲ ଆମେଠିରୁ ନିର୍ବାଚନ ଲଢ଼ିବାକୁ ନେଇ କହିଥିଲେ କି, ଏହାର ନିଷ୍ପତ୍ତି ଗାନ୍ଧି ପରିବାର ନେବ।
    ୱାୟନାଡ୍‌ରୁ ୨୦୧୯ରେ ରାହୁଲ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ ସେ କହିଥିଲେ, ୱାୟନାଡ୍‌ ମଧ୍ୟ ଭାରତରେ ରହିଛି। ନୋହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଛାଡି ବାରାଣାସୀରୁ କିପରୁ ନିର୍ବାଚନ ଲଢ଼ିଲେ ବୋଲି କହିଥିଲେ ଆଚାର୍ଯ୍ୟ। ସେ ଆହୁରି କହିଛନ୍ତି କି,ରାହୁଲଙ୍କ ସଦସ୍ୟତା ଉପରେ ଆଇନଗତ ସଙ୍କଟ ଦେଖାଦେଇଥିବାରୁ ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ଆଗକୁ ନିଆଯାଉଛି। ଦେଶବାସୀ ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି।

  • ‘ୱାକଥନ’ରେ ରଙ୍ଗବେରଙ୍ଗ ଶାଢ଼ୀର ଝଲକ

    ‘ୱାକଥନ’ରେ ରଙ୍ଗବେରଙ୍ଗ ଶାଢ଼ୀର ଝଲକ

    ଟେକ୍ସଟାଇଲ ହବ ସୁରତରେ ଆୟୋଜିତ ହୋଇଯାଇଛି ଶାଢ଼ୀ ୱାକଥନ। ଏହି ୱାକଥନରେ 15 ହଜାରରୁ ଅଧିକ ମହିଳା ଭାଗ ନେଇଛନ୍ତି। ମହିଳାଙ୍କ ସୁସ୍ୱାସ୍ଥ୍ୟ ଓ ସଶକ୍ତିକରଣ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରବିବାର ଦିନ ମହିଳାମାନେ ରଙ୍ଗ ବେରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

    ଏହି ଅବସରରେ ମହିଳାମାନେ ନାଚଗୀତରେ ମସଗୁଲ ମଧ୍ୟ ଥିଲେ। ସୁରଟ ଟେକ୍ସଟାଇଲ ହବ୍ ତଥା ମିନି ଇଣ୍ଡିଆ ଭାବେ ପରିଚୟ ହାସଲ କରିଛି।
    ସୁରତ ମୁନସିପାଲିଟି ଓ ସୁରତ ସ୍ମାର୍ଟ ସିଟି ଡେଭଲପମେଣ୍ଟ ଲିମିଟେଡ ପକ୍ଷରୁ ଆୟୋଜିତ ଏହି ଶାଢ଼ୀ ୱାକଥନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳାମାନେ ଭାଗ ନେଇଥିଲେ। ଏମାନଙ୍କ ସହ ଏଥିରେ ବିଭିନ୍ନ ଦେଶରୁ ଆସି ସୁରତରେ ପଢୁଥିବା ଛାତ୍ରୀମାନେ ଭାରତର ପାରମ୍ପରିକ ପୋଷାକ ଓ ଶାଢ଼ୀରେ ନଜର ଆସିଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରୀ ଉଦଘାଟନ କରିଥିଲେ।

    ସୁରତ ମୁନସିପାଲ କମିଶନର ଶାଲିନୀ ଅଗ୍ରୱାଲ କହିଛନ୍ତି କି, ଦେଶରେ ଜି-20 ସମ୍ମିଳନୀ ଚାଲିଥିବା ବେଳେ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ ଗୌରବର ବିଷୟ। ଶାଢ଼ୀ ମାରାଥନରେ 15 ହଜାର ମହିଳା କାର୍ଯ୍ୟକ୍ରମରେ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରାୟ 15 ରାଜ୍ୟରୁ ମହିଳାମାନେ ଭାଗ ନେଇଛନ୍ତି। କେବଳ ସୁରତ ନୁହେଁ, ଦିଲ୍ଲୀରେ ମଧ୍ୟ ଶନିବାର ଦିନ ଏକ ୱାକଥନ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ୱାକଥନ କରାଯାଇଥିଲା।