Author: suchanatv24x7

  • ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ

    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହତ୍ୟା ଧମକ ଦିଆଯାଇଛି । କହିଜଣେ ୧୧୨ ଡାଏଲ କରି ସିଏମ୍‌ଙ୍କୁ ମାରି ଦେବାର ଧମକ ଦେଇଛି । ଏହାପରେ ଆକ୍ସନ ମୁଡକୁ ଆସିଛି ୟୁପିପୁଲିସ । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହେବା ସହ ୟୁପି ଏସଟିଏଫ ସମେତ ଅନ୍ୟ କେତେକ ଏଜେନ୍ସି ଏହି ଘଟଣାର ତନାଘନା ଆରମ୍ଭ କରିଛନ୍ତି ।

    ଉତ୍ତରପ୍ରଦେଶ ପୁଲିସ ଏନେଇ ରୁଜୁ କରିଥିବା ମାମଲା ଅନୁଯାୟୀ, ଗତ ୨୩ ତାରିଖ ରାତି ୮ଟା ୨୨ ମିନିଟ୍‌ରେ ୟୁପି-୧୧୨ ମୁଖ୍ୟାଳୟର ସୋସିଆଲ ମିଡିଆ ହ୍ୱାଟ୍ସଆପ୍‌ ଡେସ୍କକୁ ଏକ ଧମକପୂର୍ଣ୍ଣ ମ୍ୟାସେଜ ଆସିଥିଲା । ସେହି ମ୍ୟାସେଜରେ ଲେଖାଥିଲା ଯେ, ‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍‌ ଶୀଘ୍ର ମାରିଦେବି’। ଏହି ଧମକ ପରେ ଯାଞ୍ଚ ଏଜେନ୍ସି ଆଲର୍ଟ ହୋଇଥିବା ବେଳେ ଟେକ୍ନିକାଲ ଟିମ ସହାୟତାରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

    ଏଠାରେ କହିରଖୁଛୁ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏଥିସହିତ ଆଗରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଇ-ମେଲ ଯୋଗେ ହତ୍ୟା ଧମକ ହତ୍ୟା ଧମକ ଦିଆଯାଇଥିଲା । ଏହାପରେ ପୁଲିସ ପକ୍ଷରୁ ତତ୍ପରତା ଦେଖାଯାଇ ବିହାରର ଜଣେ ନାବାଳକୁ ଗିରଫ କରାଯାଇଥିଲା ।

  • WTC ପାଇଁ କିଏ ଫିଟ୍, କାହାକୁ ଡ୍ରପ୍, ଘୋଷଣା କଲା BCCI

    WTC ପାଇଁ କିଏ ଫିଟ୍, କାହାକୁ ଡ୍ରପ୍, ଘୋଷଣା କଲା BCCI

    ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଭାରତ ପ୍ରସ୍ତୁତ । ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରେଗୁଲାର କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

    ଏବେ ଦେଶରେ ଫଟାଫଟ୍ କ୍ରିକେଟ୍ IPLର ମଜା ନେଉଛନ୍ତି ଦର୍ଶକ । ଦେଶୀ ବିଦେଶୀ ଖେଳାଳି ଏଥିରେ ନିଜର ଦମ୍ ଦେଖାଉଛନ୍ତି । ଏହାରି ଭିତରେ ଭାରତୀୟ ଟିମ୍ ଘୋଷଣା ହୋଇଛି । ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ କେଉଁମାନେ ଦଳରେ ରହିବେ, କାହାକୁ ଟିମରେ ସାମିଲ କରାଯାଇଛି, କିଏ କମବ୍ୟାକ୍ କରିଛି, କାହାକୁ ଡ୍ରପ୍ କରାଯାଇଛି ସେ ନେଇ ବିସ୍ତୃତ ଭାବେ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ।

    ଜୁନ୍ ୭ରୁ ଇଂଲଣ୍ଡର ଓଭାଲ ଠାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଚଳିତଥର ଭାରତର ସାମ୍ନା କରିବ ଟିମ୍ ଅଷ୍ଟ୍ରେଲିଆ । ଏବେ ପୁରା ଫର୍ମରେ ରହିଛି କଙ୍ଗାରୁ ଟିମ୍ । ଟେଷ୍ଟରେ ଦମଦାର ପ୍ରଦର୍ଶନ ବି କରୁଛି । ତେଣୁ ଇଂଲଣ୍ଡ ପରି ବାଉନ୍ସ ପିଚରେ, ଅଷ୍ଟ୍ରେଲିଆର ଫାଷ୍ଟବୋଲିଂର ସାମ୍ନା କରିବେ ଭାରତୀୟ ଖେଳାଳି । ସେଥିପାଇଁ ବଛାବଛା ପ୍ଲେୟାରଙ୍କୁ ଦଳରେ ସାମିଲ କରିଛି BCCI । ଗତବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ପରାସ୍ତ କରି ଟାଇଟଲ୍ ହାତେଇଥିଲା ନ୍ୟୁଜିଲାଣ୍ଡ ।

    ଚଳିତଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେଥିପାଇଁ ୧୫ ଜଣିଆ ଦଳ ଘୋଷଣା ସରିଛି । ରୋହିତଙ୍କ ସମେତ ଦଳରେ ଅଛନ୍ତି ଶୁବମନ୍ ଗିଲ୍,ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, କେ.ଏଲ୍.ରାହୁଲ, କେ.ଏସ୍.ଭରତ(ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରଜ, ଉମେଶ ଯାଦବ ଓ ଜୟଦେବ ଉନଦକାତ । ରାହାଣେଙ୍କ କମବ୍ୟାକ୍ ଟିମକୁ ଆହୁରି ଶକ୍ତିଶାଳୀ କରିଛି । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଉନ୍ନତ ପ୍ରଦର୍ଶନ କରି ଏଥର ଚାମ୍ପିଅନ୍ ହେବାକୁ ଏବେଠୁ ପ୍ଲାନ୍ କଲାଣି ଟିମ୍ ଇଣ୍ଡିଆ ।

  • ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ, ଏଥର ପାଣିରେ ଚାଲିବ ଟ୍ରେନ୍

    ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ, ଏଥର ପାଣିରେ ଚାଲିବ ଟ୍ରେନ୍

    ଦେଶକୁ ମିଳିଲା ପ୍ରଥମ ୱାଟର ମେଟ୍ରୋ । ଆଜି କେରଳର କୋଚି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଗାକ ଶୁଭାରମ୍ଭ କରିବେ । ୧୧୩୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଟ୍ରୋ ୧୦ଟି ଦୀପକୁ ଯୋଡିବ । ଏହି ଓ୍ବାଟର ବୋଟ ଗୁଡିକ ଇଲେକ୍ଟ୍ରିକ୍ ବୋଟ୍ ଭଳି ହୋଇଥିବା ବେଳେ ଏଥିରେ ଯାତ୍ରୀମାନେ ଆରାମଦାୟକ ଯାତ୍ରା କରିପାରିବେ । ଏଥିସହିତ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସ୍ୱତନ୍ତ୍ର ଫିଚର୍ସ ଏହାକୁ ଆହୁରି ଖାସ କରିଦିଏ ।

    ଏହି ଟ୍ରେନ ଗୁଡିକ ଦେଖିବାକୁ ଏକ ଯାହାଜ ପରି । ହେଲେ ଭିତରେ ବସିବା ପାଇଁ ମେଟ୍ରୋ ଭଳି ବ୍ୟବସ୍ଥା ହୋଇଛି । ଏଥିରେ ଯାତ୍ରା ସମୟରେ ଆଖପାଖର ପ୍ରାକୃତିକ ଦୃଶ୍ୟକୁ ମଧ୍ୟ ମନଭରି ଉପଭୋଗ କରିପାରିବେ ପର୍ଯ୍ୟଟକ ମାନେ । ଆମେ ଜାଣୁ କେରଳର କୋଚି ହେଉଛି ଦେଶର ଏକ ପ୍ରମୁଖ ବାଣିଜ୍ୟିକ ହବ । ଏଠାକୁ ବର୍ଷ ତମାମ ଅସଂଖ୍ୟ ପର୍ଯ୍ୟଟକଙ୍କ ମଧ୍ୟ ସୁଅ ଛୁଟେ । ଏହି ମେଟ୍ରେ ଯେ କେବଳ କୋଚି ବାସିନ୍ଦାଙ୍କ ପାଇଁ କରାଯାଇଛି ତାହା ନୁହେଁ, ଏଠାକୁ ଆସୁଥିବା ସବୁ ପର୍ଯ୍ୟଟକ ଏହାର ମଜା ଉଠାଇ ପାରିବେ ।

  • ଆସନ୍ତା 28ରେ ମହିଳା ରେସଲର ଯୌନଉତ୍ପୀଡନ ମାମଲାର ଶୁଣାଣି

    ଆସନ୍ତା 28ରେ ମହିଳା ରେସଲର ଯୌନଉତ୍ପୀଡନ ମାମଲାର ଶୁଣାଣି

    ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ରେସଲରଙ୍କ ବିରୋଧ ପ୍ରଦର୍ଶନକୁ ନେଇ ସୁପ୍ରିମ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଅନ୍ତର୍ଜାତୀୟସ୍ତରରେ ଦେଶର ପ୍ରତିନିଧିତ୍ବ କରୁଥିବା ରେସଲର ଯାଚିକାରେ ଯୌନ ଉତ୍ପୀଡନ ପରି ଗମ୍ଭୀର ଅଭିଯୋଗ ଆଣିଥିବାରୁ କୋର୍ଟ ଏହାର ଶୁଣାଣି କରିବାର ଆବଶ୍ୟକତା ରହିଛି। ତେବେ ବରିଷ୍ଠ ଓକିଲ କପିଲ ସିବଲଙ୍କ ଦ୍ୱାରା ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି ପରେ କୋର୍ଟ ଏହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

    ସିବଲ ସର୍ବୋଚ୍ଚ କୋର୍ଟଙ୍କୁ ରେସଲରଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି ଉପସ୍ଥାପନ କରିବା ପରେ ସିଜେଆଇ ଯାଚିକାର ସାରମର୍ମ, ଉଦ୍ଦେଶ୍ୟ, ପକ୍ଷକାରଙ୍କ ସମ୍ପର୍କରେ ପଚାରିଥିଲେ। ସିବଲ କହିଥିଲେ କି 7 ଜଣ ମହିଳା ପହଲୱାନଙ୍କ ଦ୍ୱାରା ଏହି ଯୌନ ଉତ୍ପୀଡନ ଯାଚିକା ଦାୟର ହୋଇଛି ଓ ପୋଲିସ ସେମାନଙ୍କ ଏଫଆଇଆର ଗ୍ରହଣ କରୁ ନ ଥିବାରୁ ଏଫଆଇଆର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଦାବି କରାଯାଇଛି। ମାମଲାର ଗୁରୁତ୍ୱ ବୁଝି କୋର୍ଟ ଏହା ଉପରେ 28 ଏପ୍ରିଲରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

    ସୋମବାର ଦିନ ପ୍ରଦର୍ଶନ ରତ ରେସଲର ଧମକ ଦେଇଥିଲେ କି, ଯଦି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୁଷଣ ସିଂହଙ୍କ ବିରୋଧରେ ଏଫଆଇଆର ଦାୟର କରା ନ ଯାଏ, ତେବେ ସେମାନେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବେ। ସେପଟେ, ମହାସଂଘ ଓ ରେସଲରଙ୍କ ଭିତରେ ଜାରି ବିବାଦ ଭିତରେ ଆସନ୍ତା ମେ 7ରେ ହେବାକୁ ଥିବା ମହାସଂଘ ନିର୍ବାଚନ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି।

    ସୂଚନାଯୋଗ୍ୟ, ସରକାର ଡବ୍ଲୁଏଫଆଇ ବିରୋଧରେ ଯୌନ ଉତ୍ପୀଡନ ଓ ଡରେଇବା ଧମକେଇବା ମାମଲାର ଯାଞ୍ଚ ପାଇଁ 23 ଜାନୁଆରୀରେ 6 ଜଣିଆ କମିଟି ଗଠନ କରିଦେଇଥିଲା। କମିଟି ତାର ରିପୋର୍ଟ 5 ଏପ୍ରିଲରେ ଦାଖଲ କରି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।  

  • ରାତିସାରା ନିସ୍ତୁକ ମାଡ଼, ଜୀବନ ହାରିଲେ ଯୁବକ

    ରାତିସାରା ନିସ୍ତୁକ ମାଡ଼, ଜୀବନ ହାରିଲେ ଯୁବକ

    ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା । କାଠଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିପିଟି ଜଣେ ଯୁବକଙ୍କୁ ଜୀବନରୁ ମାରିଦେଲେ । ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ମୋରଡ଼ା ବ୍ଲକ୍ ଭାଲିଆଡ଼ିହା ପଞ୍ଚାୟତର କେନ୍ଦୁଛାଟିଆ ଗାଁରେ ।

    କେନ୍ଦୁଛାଟିଆ ଗାଁର ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ମଧୁ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟୁପିଟୁ ତାର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଗତ ସୋମବାର କେନ୍ଦୁଛାଟିଆ ଗାଁରେ ଜାହିରା ପୂଜା ଚାଲିଥିଲା । ପୂଜା ପରେ ପାରମ୍ପରିକ ନୃତ୍ୟଗୀତର ଆୟୋଜନ ହୋଇଥିଲା । ଠିକ୍ ଏତିକିବେଳେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗାଁର ସୁନାରାମ ଟୁଡୁ, ଜାସାୟଙ୍କ ସ୍ତ୍ରୀକୁ ଧରି ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ନେଇଯାଇଥିଲା । ସେଠାରେ ସେମାନେ ଅସଞ୍ଜତ ଅବସ୍ଥାରେ ଥିବାବେଳେ ବାପା ଓ ପୁଅ ଦେଖିଥିଲେ । ଅଭିଯୁକ୍ତ ସୁନାରାମକୁ ଏକ ଗଛରେ ବାନ୍ଧି ରାତିସାରା ପିଟିଚାଲିଲେ । କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଲେ । ଶେଷରେ ସେମାନଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ସୁନାରାମ ।

    ଖବରପାଇ ବେତନଟୀ ଏସଡିପି, ଆଇଆଇସି, ବାରିପଦା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଜାସାୟ ଏବଂ ମଧୁକୁ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

  • ଥାନାରେ ଭୟଙ୍କର ବିସ୍ଫୋରଣ ହେବାଦ୍ବାରା 12 ଜଣଙ୍କର ମୃତ୍ୟୁ ହୋଇଛି

    ଥାନାରେ ଭୟଙ୍କର ବିସ୍ଫୋରଣ ହେବାଦ୍ବାରା 12 ଜଣଙ୍କର ମୃତ୍ୟୁ ହୋଇଛି

    ପାକିସ୍ତାନରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ପୁଲିସ୍‌ କର୍ମୀଙ୍କ ସମେତ 12 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ୍‌ ଜିଲ୍ଲାସ୍ଥିତ ଏକ ଥାନା ପରିସରରେ ଥିବା ଆତଙ୍କୀ ନିରୋଧ ଅଫିସରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ମୁତାବକ, ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମ୍‌ରେ ନିଆଁ ଲାଗିବା ଦ୍ବାରା ଏପରି ବିସ୍ଫୋରଣ ହେଇଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଙ୍ଗଠନର ହାତ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

    ତଦନ୍ତରୁ ଜଣାପଡିଛି, ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ରୁମ୍‌ରୁ ହଠାତ୍‌ ନିଆଁ ବାହାରିବା ଆରମ୍ଭ କରିଥିଲା । ଏହାର କିଛି ମସୟ ପରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ପ୍ରଥମିକ ତଦନ୍ତରୁ ଜଣାପଡିଛି ଯେ, ସର୍ଟି ସର୍କିଟ ଯୋଗୁଁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣରେ ଆତଙ୍କୀ ନିରୋଧ ଅଫିସ ସହିତ ନିକଟରେ ଥିବା ଏକ ମସଜିଦ ବି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଘଟଣା ଘଟିବା ସମୟରେ ଲୋକଙ୍କ ଚଳପ୍ରଚଳ ଥିବାରୁ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଛନ୍ତି । ବର୍ତମାନ 12
    ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ।

  • ଚିନ୍ମୟୀଙ୍କ ମୃତ୍ୟୁ କିପରି ହେଲା ? ଆସିଲା ଭିସେରା ରିପୋର୍ଟ

    ଚିନ୍ମୟୀଙ୍କ ମୃତ୍ୟୁ କିପରି ହେଲା ? ଆସିଲା ଭିସେରା ରିପୋର୍ଟ

    ଶେଷରେ ଆସିଛି ଭିସେରା ରିପୋର୍ଟ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ ପୋଲିସକୁ ମିଳିଛି । ଚିନ୍ମୟୀ ଇଥାଇଲ ଆଲକହଲ ସେବନ କରିଥିବା ନେଇ ଭିସେରା ରିପୋର୍ଟରେ ଦର୍ଶାଯାଇଛି । ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର ଏହି ସୂଚନା ଦେଇଛନ୍ତି।

    ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକହଲ ସେବନ କରିଥିଲେ । ଏହା ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ଏସପି । ହୋଟେଲରେ ଚିନ୍ମୟୀ ଓ ତାଙ୍କ ପୁରୁଷ ବନ୍ଧୁ ପିଇବା ବେଳର ଫୁଟେଜ ଜବତ କରାଯାଇଛି । ପୂର୍ବରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ଏବଂ ଡାୟାଟମ୍ ରିପୋର୍ଟରେ ଆସିଥିଲା । ଏବେ କିନ୍ତୁ ଭିସେରା ରିପୋର୍ଟରେ ଅଲଗା ଦର୍ଶାଯାଇଛି । ତେବେ ଏହା ଆତ୍ମହତ୍ୟା ନା କେହି ପ୍ରବର୍ତ୍ତାଇଥିଲେ ସେ ନେଇ ତଦନ୍ତ ଜାରି ଥିବା ଏସ୍‌ପି କହିଛନ୍ତି।

    ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗ ଦେଇଥିଲେ । ତେବେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିଲା । ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ମୃତଦେହ ମିଳିଥିଲା । ଚିନ୍ମୟୀଙ୍କ ସହ ସେହି ସମୟରେ ତାଙ୍କ ବନ୍ଧୁ ପ୍ରୀତିମାନ ଥିବାରୁ ତାଙ୍କ ଉପରେ ସନ୍ଦେହ ଅଧିକ ଥିଲା । ଏହି ଘଟଣାର ୨ ଜଣ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍‌ସନ୍ କରାଯାଇଥିଲା । ତେବେ ସେମାନେ ସତ କହିଥିବା ରିପୋର୍ଟ ମିଳିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

  • ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

    ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

    ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗ ଜାତି ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ତାଲିକାରେ ସାମିଲ ହୋଇଛି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶରେ ମୋହର ଲଗାଇଛି କ୍ୟାବିନେଟ୍ । ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଅଧିନିୟମ, ୧୯୯୩ର ଧାରା-୯ ଅଧିନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

    ସେହିପରି ବିଜୁ ସେତୁ ଯୋଜନା ଆହୁରି ୨ ବର୍ଷ ବୃଦ୍ଧି ହୋଇଛି । ଏହି ପ୍ରସ୍ତାବରେ ମୋହର ଲାଗାଇଛି କ୍ୟାବିନେଟ୍ । ତେଣୁ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବିଜୁ ସେତୁ ନିର୍ମାଣ ହେବ । ଅତିରିକ୍ତ ୩୫୯୭.୨୨ କୋଟି ଖର୍ଚ୍ଚରେ ୮୬୬ଟି ନୂତନ ସେତୁ ନିର୍ମାଣ ହେବ । ଅଧୁରା ଥିବା ଅନ୍ୟାନ୍ୟ ସେତୁର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ ।

    ଏଥିସହ RDSS ଯୋଜନାରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ପାଇଁ ୩ ବର୍ଷରେ ୬୨୮୪ କୋଟି ଖର୍ଚ୍ଚ ହେବ । ଏଥିରେ ରାଜ୍ୟ ସରକାରଙ୍କ ୨୩୪୨ କୋଟି ରହିବ ଯାହାକୁ ଗ୍ରୀନ୍ ସିଗନାଲ୍ ମିଳିଛି ।

    ସେପଟେ, କଟକ ରିଂ ରୋଡର ଖାନନଗର ଠାରୁ ଲିଙ୍କ୍ ରୋଡ୍ ଯାଏ ୬ ଥାକିଆ ରାସ୍ତାର ଉନ୍ନତିକରଣ କାମ ହେବ । ଏଥିପାଇଁ ଆରକେଜି କନଷ୍ଟ୍ରକ୍ସନର ୧୨୧.୬୫ କୋଟି ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦିଆଯାଇଛି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଓଡ଼ିଶା ସ୍ପେସିଫାଇଡ୍ ଲଘୁ ଖଣିଜ ନିଲାମ ନିୟମ,୨୦୧୯ର ସଂଶୋଧନକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।