Author: suchanatv24x7

  • ମେ’ ୧ରେ ABWJA OF INDIA ପକ୍ଷରୁ ଆଲୋଚନାଚକ୍ର, ଜାଣନ୍ତୁ ଯୋଗଦେବେ କିଏ ?

    ମେ’ ୧ରେ ABWJA OF INDIA ପକ୍ଷରୁ ଆଲୋଚନାଚକ୍ର, ଜାଣନ୍ତୁ ଯୋଗଦେବେ କିଏ ?

    ABWJA OF INDIA ବା ଆପେକ୍ସ ବଡି ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ମେ’୧ ତାରିଖରେ ଛତିଶଗଡ଼ ରାୟପୁରର ବୃନ୍ଦାବନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

    ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏଥିରେ ଯୋଗଦେବେ । ଓଡ଼ିଶାର ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଏଥିରେ ସାମିଲ ହେବେ । ସେହିପରି ଓଡ଼ିଆ ଖବରକାଗଜ ‘ପର୍ଯ୍ୟବେକ୍ଷକ’ଏଡିଟର ପବିତ୍ର ମୋହନ ସାମନ୍ତରାୟ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

    ବିଧାୟକ, ଓଡ଼ିଆ ଖବରକାଗଜ ସମ୍ବାଦ’ର ଏଡିଟର ଇନ୍ ଚିଫ୍ ତଥା କନକ ନ୍ୟୁଜ୍ ଚ୍ୟାନେଲ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ । ରାୟପୁରର ବରିଷ୍ଠ ଓକିଲ ନିବେଦିତା ମିଶ୍ର, ଓଡ଼ିଶା ଷ୍ଟେଟ୍ ୟୁନାଇଟେଡ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ସଞ୍ଜୟ ଦାସ, ହିନ୍ଦୀ ଦୈନିକ ନ୍ୟୁଜପେପର ଏଡିଟର ମହମ୍ମଦ ତାହିର ହେଦାରୀ ଜୀ ମଧ୍ୟ ଆଲୋଚନାଚକ୍ରରେ ସାମିଲ ହେବେ ।

  • ମାତ୍ର କିଲେ ଗଞ୍ଜେଇ ପାଇଁ ଫାଶୀ

    ମାତ୍ର କିଲେ ଗଞ୍ଜେଇ ପାଇଁ ଫାଶୀ

    ଗଞ୍ଜେଇ ଚୋରାଚାଲାଣ ମାମଲାରେ ସିଙ୍ଗାପୁରରେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଛି। 46 ବର୍ଷୀୟ ଟାଙ୍ଗରାଜୁ ସୁପିୟାଙ୍କୁ  ସିଙ୍ଗାପୁରର ଚାଙ୍ଗି ଜେଲ ପରିସରରେ ଫଶୀ ମିଳିଛି।  ଟାଙ୍ଗାରାଜୁ ପ୍ରାୟ 1 କେଜି ଗଞ୍ଜେଇ ଚୋରା ଚାଲାଣ କାରବାରରେ ଧରାପଡ଼ିବା ପରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ସେଠାକାର ମାନବାଧିକାର ସଂଗଠନ ତଥା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ଦଣ୍ଡାଦେଶରେ କୋହଳ ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ସିଙ୍ଗାପୁର ସରକାର ଏଥିପ୍ରତି ଧ୍ୟାନ ଦେଇ ନ ଥିଲା। କାରଣ ସିଙ୍ଗାପୁରରେ ନିଶା ଚୋରା ଚାଲାଣ ଉପରେ ରହିଛି କଠୋର ନିୟମ।

    2017ରେ ଟାଙ୍ଗରାଜୁଙ୍କ ଠାରୁ 1 କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା ଓ 2018ରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା। ତେବେ ଏହି ଦଣ୍ଡ କୋହଳ କରିବା ନିମନ୍ତେ ତାର ପରିବାର ସମେତ ବିଭିନ୍ନ ମାନବାଧିକାର ପକ୍ଷରୁ ବହୁ ପ୍ରୟାସ କରାଯାଇଥିଲା, ଯାହା ଶେଷରେ ବିଫଳ ହୋଇଛି।

    ଖାଲି ସିଙ୍ଗାପୁର ନୁହେଁ, ବିଶ୍ୱର ଏମିତି ଅନେକ ଦେଶ ରହିଛି, ଯେଉଁଠି ନିଶା କାରବାର ଓ ଚୋରା କାରବାର ବିରୋଧରେ ରହିଛି କଡା ଆଇନ। ସେହି ସବୁ ଦେଶ ଭିତରେ ରହିଛି, ଆମେରିକା, ଚୀନ, ଥାଇଲ୍ୟାଣ୍ଡ, ମାଲେସିଆ, ସାଉଦୀ ଆରବ ଓ ଇଣ୍ଡୋନେସିଆ।

  • ଦିଲ୍ଲୀ ମଥୁରା ରୋଡ଼ରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡାଇକୁ ଆସିଛି ଧମକ

    ଦିଲ୍ଲୀ ମଥୁରା ରୋଡ଼ରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡାଇକୁ ଆସିଛି ଧମକ

    ଦିଲ୍ଲୀରେ ଏକ ସ୍କୁଲକୁ ବମରେ ଉଡାଇ ଦେବାକୁ ଆସିଛି ଧମକ । ମଥୁରା ରୋଡ଼ରେ ଥିବା ଦିଲ୍ଲୀ ପବ୍ଲିକ୍ ସ୍କୁଲକୁ ଏହି ଧମକ ଆସିଛି । ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁସନ୍ଧାନ କରୁଛନ୍ତି ।

    ଏହି ଖବର ପାଇବା କ୍ଷଣି ତୁରନ୍ତ ବିଦ୍ୟାଳୟରେ ପହଞ୍ଚିଯାଇଥିଲେ ସ୍ଥାନୀୟ ବାସିନ୍ଦା ଆଉ ଅଭିଭାବକ । କଳେମାତ୍ର ବିଳମ୍ବ ନକରି ଅଭିଭାବକ ମାନେ ନିଜ ପିଲାଙ୍କୁ ସ୍କୁଲରୁ ଘରକୁ ନେଇଯାଇଥିଲେ ।

    ଘଟଣାର ତଦନ୍ତ କରୁଥିବା ପୋଲିସ କହିଛନ୍ତି ଯେ, ଇ-ମେଲ ଯୋଗେ ଧମକ ଆସିଥିବା ବେଳେ ବର୍ତ୍ତମାନ ଏହାର ତଦନ୍ତ ଚାଲିଛି । ଅନୁସନ୍ଧାନ ପରେ ହିଁ ଅଧିକ ତଥ୍ୟ ସାମ୍ନାକୁ ଆସିବ । ସେପଟେ ଦକ୍ଷିଣ ପୂର୍ବ ଡିସିପି ରାଜେଶ ଦେନ୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସ୍କୁଲ୍ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ ଆଉ ସ୍ଥିତି ସ୍ବାଭାବିକ ରହିଛି । ବମ୍ ଡିସପୋଜାଲ୍ ସ୍କ୍ବାର୍ଡ଼, ଡଗ୍ ସ୍କ୍ବାର୍ଡ଼ ବିଦ୍ୟାଳୟ ପରିସରରେ ଅନୁସନ୍ଧାନ ଜାରି ରଖିଛନ୍ତି ।

    ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ସକାଳ ପ୍ରାୟ ୮.୧୦ ମିନିଟରେ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟାଳୟକୁ ଖାଲି କରିଥିଲେ ।

  • ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

    ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

    ଭାରତ ରଚିଲା ଆଉ ଏକ କୀର୍ତ୍ତି। ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ହାସଲ କରିଛି  ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ଏହି ପୋଲ। ଆଉ ଏହା ଉପରେ ସଫଳତା ସହ ଗଡିଲା ଟ୍ରେନ। ଭାରତୀୟ ରେଳବାଇ ବିଶ୍ୱର ସର୍ବୋଚ୍ଚ ସ୍ଥଳିରେ ରେଲ ଲାଇନ ବିଛାଇବା ସହ ରେଳ ଗଡାଇ ରଚିଛି ଇତିହାସ । ଗତ ମାର୍ଚ୍ଚ 21 ତାରିଖରେ ଏହି ସର୍ବୋଚ୍ଚ ପୋଲ ଉପରେ ପରୀକ୍ଷଣ କରାଯାଇଛି। ଏଥିରେ 1200 ଶ୍ରମିକ ଓ 300 ଇଞ୍ଜିନିୟର 24 ଘଣ୍ଟା କାର୍ଯ୍ୟରତ ଥିଲେ। ପୂର୍ବରୁ 2019ସୁଦ୍ଧା ଏହି  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।

    ଉଧାମପୁର ଶ୍ରୀନଗର ବାରାମୁଲ୍ଲା ରେଳ ଲାଇନ ଯୋଜନାରେ ପୋଲଟି ଗୁରୁତ୍ୱପୂର୍ଣ୍ଣ କତ୍ରା-ବନିହାଲ କ୍ଷେତ୍ରକୁ ସଂଯୋଗ କରିବ। ଏହି ରେଳ ପୋଲଟି ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ପାଇଛି, କାରଣ ଏହା ଦିଲ୍ଲୀର କୁତବମିନାରଠାରୁ 5 ଗୁଣା ଉଚ୍ଚ ହୋଇଥିବା ବେଳେ ଏଫେଲ ଟାୱାରଠାରୁ 35 ମିଟର ଉଚ୍ଚ ରହିଛି। ବର୍ତ୍ତମାନ ସଡକ ପଥରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ପାଇଁ 11 ଘଣ୍ଟା ଲାଗୁଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମାତ୍ର 5 ଘଣ୍ଟାରେ ସମ୍ଭବ ହେବ।

    ପୋଲ ନିର୍ମାଣ କାର୍ଯ୍ୟ 2004ରେ ଆରମ୍ଭ ହୋଇଥିଲା ଓ 2019ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।  କିନ୍ତୁ 2008-2009 ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତଥା ରିଆସି ଜିଲ୍ଳାରେ ପ୍ରବାହିତ ପ୍ରଖର ବାୟୁ ପ୍ରବାହ ପାଇଁ କାର୍ଯ୍ୟକୁ ମଝିରେ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପୋଲ କାର୍ଯ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲ ତଳେ ଏକ ତୋରଣର ନିର୍ମାଣିତ ହୋଇଛି, ଯାହା ଏତେ ଉଚ୍ଚର ପୋଲର ଭାର ସମ୍ଭାଳୁଛି।

    ନିର୍ମିତ ଏହି ରେଳ ପୋଲର ଲମ୍ବ 1,315 ମିଟର ହୋଇଥିବା ବେଳେ ନଦୀ ଶର୍ଯ୍ୟାରୁ 359 ମିଟର  ଉଚ୍ଚତା ରହିଛି। କୋଙ୍କଣ ରେଳବାଇ ମାଧ୍ୟମରେ ସାପୁର୍ଜି ପାଲ୍ଲୋନଜି ଗ୍ରୁପର ଭାଗିଦାରୀ ସଂସ୍ଥା ଆଫକୋନ୍ସ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ୱାରା ପୋଲ ନିର୍ମାଣ କରାଯାଉଛି ଓ 1,250 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

    ପୋଲକୁ ଆଗାମୀ 120 ବର୍ଷକୁ ଆଖିରେ ରଖି କରାଯାଇଥିବା ବେଳେ ଏହା ଘଣ୍ଟା ପ୍ରତି 260 କିମି ବେଗ ପବନ ମାଡ ସମ୍ଭାଳି ପାରିବ। ପୋଲକୁ ଏମିତି ନିର୍ମାଣ କରାଯାଇଛି କି, ପ୍ରଖର ବାୟୁ ପ୍ରବାହ ସତ୍ତ୍ୱେ ଟ୍ରେନର ବେଗ ପୋଲ ଉପରେ 100 କିମି ପ୍ରତି ଘଣ୍ଟା ରହିଛି।

  • AAPର ଶୈଲି ଓବରାୟ ହେଲେ ଦିଲ୍ଲୀ ମେୟର

    AAPର ଶୈଲି ଓବରାୟ ହେଲେ ଦିଲ୍ଲୀ ମେୟର

    ଆମ ଆଦମି ପାର୍ଟିର ଶୈଲି ଓବରାୟଙ୍କୁ ଦିଲ୍ଲୀର ମେୟର ଭବେ ନିର୍ବାଚିତ କରାଯାଇଛି । ଦିଲ୍ଲୀରେ ଆଜି ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ବିଜେପି ନିଜର ଆଶାୟୀ ପ୍ରାର୍ଥୀ ଶିଖା ରାୟ ଆଉ ଡେପୁଟି ମେୟର ପ୍ରାର୍ଥୀ ସୀମା ପାଣ୍ଡ୍ୟଙ୍କ ନାମ ପ୍ରତ୍ୟାହାର କରିନେଇଛି । ବିଜେପି ମେୟର ନିର୍ବାଚନ ଲଢିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାହିଁକି ନା ବିଜେପି ସଂଖ୍ୟା ଗରିଷ୍ଠତା ନପାଇ ମଧ୍ୟ ଯେଉଁପରି ଭାବେ ନାଟକ କରୁଥିଲା ତାହା କାହାକୁ ଅଛପା ନାହିଁ । କ୍ଷମତା ଲୋଭରେ ଅନ୍ଧ ହୋଇଯାଇଥିବା ବିଜେପି ଆଉ ସେପଟେ ଆମ ଆଦମି ପାର୍ଟି ମଧ୍ୟରେ ବିଧାନସଭାରେ ହୋଇଥିବା ଖଣ୍ଡଯୁଦ୍ଧ ଦେଶର ରାଜନେତାଙ୍କ ବାସ୍ତବ ମୁଖା ଖୋଲିଦେଇଥିଲା ।

    ସବୁଠୁ ଆଶ୍ଚର୍ଯ୍ୟର କଥା, ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜେପି ହାରି ମଧ୍ୟ ନିଜକୁ ମେୟର ଭାବେ ଦାବି କରୁଥିଲା । ଯାହାକୁ ନେଇ ଅନେକ ହଙ୍ଗାମା ଦେଖିବାକୁ ମିଳିଥିଲା । ବିଜେପି ଭଲଭାବେ ଜାଣିସାରିଥିଲା ଯେ ଆମ ଆଦମି ପାର୍ଟିରୁ ମେୟର ହେବା ନଶ୍ଚୟ । ହେଲେ କେବଳ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଏପରି ଅଜବ କୌଶଳ ଆପଣାଉଥିଲା । ନିଜର ପ୍ରତ୍ୟାସୀଙ୍କୁ ନିର୍ବାଚନରୁ ପ୍ରତ୍ୟାହାର କରିବା ପରେ ବିଜେପି ଲୋକଙ୍କୁ ଜଣାଇବା ପାଇଁ ଅନେକ ଭାବନାତ୍ମ ଉକ୍ତିର ସାହାରା ନେଇଛି । ବିଜେପିର ମେୟର ପ୍ରତ୍ୟାସୀ ଶିଖା ରାୟ କହିଛନ୍ତି, ମତେ ଭୋଟ ଦେବାକୁ ଚାହୁଁଥିବା ସମସ୍ତ କାଉନସିଲରଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

  • କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

    କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

    ଦିନକରେ ରାଜ୍ୟରେ ୫୪୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ଥିବାବେଳେ ୩୫୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ଠାରୁ ସଂକ୍ରମିତ ହାର ଅଧିକ ରହୁଛି ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ ।

    ରାଜ୍ୟରେ କୋରୋନା ମୁକାବିଲା ପାଇଁ ସରକାର କଟକଣା ଲାଗୁ କଲେଣି । ରାଜ୍ୟରେ ଥିବା ସମସ୍ତେ ମେଡିକାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି, ଭିଡ଼ ନ ଜମାଇ ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

    ସେପଟେ,ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଦେଶରେ ୯୬୨୯ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକରେ ୨୯ ଜଣଙ୍କ ଜୀବନ ନେଇଛି କୋରୋନା । ଦିନକରେ ସୁସ୍ଥ ହୋଇଛନ୍ତି ୧୧,୯୬୭ ଜଣ ଆକ୍ରାନ୍ତ ।

  • ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

    ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

    ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏକ ସପ୍ତାହ ତଳେ ମୋହାଲିର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଇସିୟୁରେ ଥିବା ବେଳେ ଗତକାଲ ରାତି 8.28 ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ପଞ୍ଜାବର ଭଟିଣ୍ଡା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

    ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ଶୋକ ପ୍ରକାଶ କରିଛନ୍ତି ।

    ବୟସାଧିକ କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ଦୂରେଇ ରହୁଥିଲ । ଗତବର୍ଷ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ସମୟରେ ତାଙ୍କ ଦେହ ଅସୁସ୍ଥ ରହୁଥିଲା ।

    ପ୍ରକାଶ ଗାଁ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ଧିରେ ପଞ୍ଜାବ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ନିଜର ଦକ୍ଷତା ଦେଖାଇଥିଲେ । ଏହାପରେ ସେ ପଞ୍ଜାବର 5 ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

    ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଏକ ଛୋଟିଆ ଗାଁ ଅବୁଲ କୁରାନାରେ ହୋଇଥିଲା । ସେ ପ୍ରଥମ କରି 1950 ମସିହାରେ ଅକାଳି ପାର୍ଟିର ସଦସ୍ୟ ଭାବେ ଯୋଗଦେବା ସହ ତାଙ୍କର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । 1957 ମସିହା ବେଳକୁ ତାଙ୍କର ବୟସ ଥିଲା 30 । ଆଉ ସେ 30 ବର୍ଷ ବୟସରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳରୁ ଟିକେ ପାଇ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଥିଲେ ।

    ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଞ୍ଜାବର ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହାପରେ ତାଙ୍କର ରାଜନୀତି କ୍ୟାରିୟରରେ ଅନେକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିହୋଇଯାଇଥିଲା ।

  • IPL : RCB ବିପକ୍ଷରେ କମବ୍ୟାକ୍ କରିବାକୁ KKRର ଲକ୍ଷ୍ୟ

    IPL : RCB ବିପକ୍ଷରେ କମବ୍ୟାକ୍ କରିବାକୁ KKRର ଲକ୍ଷ୍ୟ

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ବେଙ୍ଗାଳୁରୁରେ ସନ୍ଧ୍ୟା ୭.୩୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।

    ବାଙ୍ଗାଲୋର ଏଯାଏ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି । କୋହଲି, ଡୁପ୍ଲେସିସ୍ ଏବଂ ମାକ୍ସୱେଲ୍ ପୁରା ଫର୍ମରେ ଅଛନ୍ତି । ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳୁଛନ୍ତି ମହମ୍ମଦ ସିରଜ । ପ୍ରତି ମ୍ୟାଚରେ ଆରମ୍ଭରୁ ହିଁ ସେ ୱିକେଟ୍ ନେଉଛନ୍ତି । ସାଥ୍ ଦେବା ପାଇଁ ହାସରଙ୍ଗା, ହର୍ଷଲ ପଟେଲ ବି ଅଛନ୍ତି । ତେଣୁ ଆଜିର ମ୍ୟାଚ୍ ଜିତିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଆରସିବି ।

    ସେପଟେ, କୋଲକାତା କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି । ୭ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଛି ଟିମ୍ । ବିସ୍ଫୋରକ ରସେଲ, ନାରିନ୍ ଆଉଟ୍ ଅଫ୍ ଫର୍ମରେ ଅଛନ୍ତି । ସେମାନଙ୍କ ବ୍ୟାଟ୍ ଚାଲୁନି । ଅଧିନାୟକ ନିତିଶ ରାଣା ଏବଂ ଭେଙ୍କେଟସ ଆୟାର ଫୁଲ୍ ଫର୍ମରେ ଥିବାବେଳେ ଶେଷରେ ରିଙ୍କୁ ସଂ ନିଜର ଦମ୍ ଦେଖାଉଛନ୍ତି । ତେଣୁ ଆଜି ବିଜୟୀ ହେବାକୁ ସମସ୍ତେ ପ୍ରୟାସ କରିବେ । ଗତକାଲି ଏକ ମ୍ୟାଚରେ ମୁମ୍ବାଇକୁ ୫୫ ରନରେ ହରାଇଥିଲା ଗୁଜରାଟ ।