Author: suchanatv24x7

  • ଅନ୍ଧବିଶ୍ବାର ଶିକାର ହୋଇ ପାଦ୍ରୀଙ୍କ କଥା ମାନି ଜୀବନ ହାରିଲେ 73 ଜଣ

    ଅନ୍ଧବିଶ୍ବାର ଶିକାର ହୋଇ ପାଦ୍ରୀଙ୍କ କଥା ମାନି ଜୀବନ ହାରିଲେ 73 ଜଣ

    ଏକବିଂଶ ଶତାବ୍ଦିରେ ବି ଏମିତି କିଛି ଅନ୍ଧବିଶ୍ବାସ ଜନିତ ଘଟଣା ଘଟୁଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏବେ ଧର୍ମ ଆଳରେ ଏକ ଅଧର୍ମ ଘଟଣା ଘଟିଛି । ଜଣେ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ୭୩ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜଣେ ପାଦ୍ରୀ ନିଜକୁ ଜିଶୁଖ୍ରୀଷ୍ଟଙ୍କ
    ଅନିଗାମୀ ଦର୍ଶାଇ ଏମିତି କାଣ୍ଡ କରିଛନ୍ତି ।

    ଆଫ୍ରିକୀୟ ଦେଶ କେନିୟାରେ ଜଣେ ପାଦ୍ରୀ କିଛି ଲୋକଙ୍କୁ ସ୍ୱର୍ଗପ୍ରାପ୍ତି ପାଇଁ ପ୍ରବର୍ତ୍ତାଇଥିଲେ । ତେଣୁ ସେ ପ୍ରଭୁ ଜିଶୁଙ୍କ ନାମ ନେଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । ପାଦ୍ରୀ କହିଥିଲେ, ଉପବାସ ରହି ପ୍ରାଣ ହରାଇଲେ ସ୍ବାର୍ଗପ୍ରାପ୍ତି ହେବ । ଏହାକୁ ବିଶ୍ବାସ କରି ଅନ୍ଧବିଶ୍ବାସରେ ଛନ୍ଦି ହୋଇଥିବା ଅନୁଗାମୀମାନେ ଉପବାସ କରିବା ଆରମ୍ଭ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଅନୁଗାମୀଙ୍କର ମୃତ୍ୟୁ ହେବା ଆରମ୍ଭ କରିଥିଲା । ଏହି ଘଟଣା ଚାରିଆଡେ ପ୍ରଘଟ ହୋଇଯିବା ଡରରେ ପାଦ୍ରୀଙ୍କ ଶିଷ୍ୟ ମାନେ ସେମାନଙ୍କ ଶବକୁ ନେଇ କିଲ୍ଫି ଅଞ୍ଚଳରେ ଥିବା ଶାକାହୋଲା ଜଙ୍ଗଲରେ ପୋତି ଦେଉଥିଲେ ।

    ଏହି ଖବରେ କେନିଆ ପୋଲିସ କାନରେ ପଡିବା କ୍ଷଣି ସେମାନେ ଘଟଣା ସ୍ଥଳର ପହଞ୍ଚି କବରରେ ଥିବା ଶବ ଗୁଡିକର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ୭୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ସବୁଠୁ ଆଶ୍ଟର୍ଯ୍ୟ କଥା ହେଉଛି ଉଦ୍ଧାର ହୋଇଥିବା ଶବ ଗୁଡିକ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତ ।

    ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶାକାହୋଲା ଗାଁରେ ପାଦ୍ରୀ ପର୍ଲ ମାକେଜୀ ନଥେଙ୍ଗେ ଗୁଡନ୍ୟୁଜ ଇଣ୍ଟରନ୍ୟାସନାଲ ଚର୍ଚ୍ଚର ପରିଚାଳନା କରୁଥିଲେ । ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଜିଶୁଙ୍କ ସହିତ ଭେଟ କରାଇଦେବା ନାଁରେ ସେ ଏପରି ନରସଂହାର କରିଚାଲିଥିଲେ । ପୋଲିସ ସେହି ଭଣ୍ଡ ପାଦ୍ରୀକୁ ଗିରଫ କରିଛି ।

  • ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

    ପେନସିଲଭାନିଆ: ଦୀପାବଳିକୁ ମିଳିଲା ସରକାରୀ ମଞ୍ଜୁରୀ  

    ଆମ ଦେଶରେ ଦୀପାବଳିକୁ ବେଶ ଜାକଜମକରେ ପାଳନ କରାଯାଇଥାଏ। ତେବେ ଖାଲି ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପାନସିଲଭାନିଆରେ ଦୀପାବଳି କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ପେନସିଲଭାନିଆ ଷ୍ଟେଟ ସିନେଟରେ ବିଧିବଦ୍ଧ ଭାବେ ଏକ ବିଲ ପାରିତ ହୋଇଛି। ଏନେଇ ପେନସିଲଭାନିଆ ସିନେଟର ଜଣେ ସଦସ୍ୟ ନିକିଲ ସାଭାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

    ନିକିଲ ତାଙ୍କ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି କି, ସିନେଟର ଗ୍ରେଜ ରୋଥମାନଙ୍କ ପ୍ରତି ମୁଁ କୃତଜ୍ଞ କି ସିନେଟରେ ବିଲ ଉପସ୍ଥାପନ ପାଇଁ ମୋତେ ସୁଯୋଗ ଦିଆଯାଇଥିଲା। ସେ ଆହୁରି ଟ୍ୱିଟ କରି ଉଲ୍ଳେଖ କରିଛନ୍ତି କି, ଦୀପାବଳିକୁ ସର୍ବସମ୍ମତି କ୍ରମେ ସିନେଟ ସରକାରୀ ଛୁଟି ଭାବେ ସ୍ୱୀକୃତି ପ୍ରଦାନ କରିଛି। ପେନସିଭାନିଆବାସୀ ଯେଉଁମାନେ ଏହାକୁ ଆଲୋକର ପର୍ବ ଭାବେ ପାଳିଥାନ୍ତି ବା ପର୍ବ ସହ ଜଡିତଥାନ୍ତି, ସେମାନେ ଆପଣଙ୍କ କାର୍ଯ୍ୟ ଦେଖିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଗ୍ରେଜ ରୋଥମାନ ମଧ୍ୟ ଟ୍ୱିଟ କରି ପେନସିଲଭାନିଆ ସିନେଟରେ ଏହି ବିଲକୁ 50-0ରେ ସ୍ୱୀକୃତି ଦିଆଯାଇଥିବା ଜଣାଇଛନ୍ତି।

    ଆଧିକାରିକ ବିଜ୍ଞପ୍ତିରେ ଗ୍ରେଜ ରୋଥମାନ କହିଛନ୍ତି କି, ପ୍ରତିବର୍ଷ ପେନସିଲଭାନିଆରେ ହଜାର ହଜାର ଲୋକ ଦୀପାବଳି ପାଳନ କରିଥାନ୍ତି। ଏହି ପର୍ବକୁ ସରକାରୀ ଛୁଟି ଭାବେ ସ୍ୱୀକୃତି ଦେଇ ଆମେ ଆମର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପାଳନ କରିବା।

    ସେ ଆହୁରି କହିଛନ୍ତି କି, ପେନସିଲଭାନିଆରେ ରହୁଥିବା ଦକ୍ଷିଣ ଏସୀୟ ବାସିନ୍ଦାମାନେ ଦୀପାବଳୀକୁ ସମୟର ପ୍ରତିଫଳନ ଓ ଏକତା ଭାବେ ଗ୍ରହଣ କରିଥାନ୍ତି। ଏହି ଆଲୋକର ପର୍ବରେ 2 ଲକ୍ଷ ଲୋକେ ମନ୍ଦିରର, ଘରକୁ ଆଲୋକମାଳାରେ ସୁସଜ୍ଜିତ କରି ପାଳନ କରିଥାନ୍ତି। ଚଳିତ ବର୍ଷ ଏହି ପର୍ବ ନଭେମ୍ବର 12ରେ ପାଳିତ ହେବ।

  • ମଦ୍ୟପ ବାପକୁ ଡରି ଦଉଡି ପଳାଇଲା କୁନି ପୁଅ, ରାସ୍ତାରେ ଝୁଣିପକାଇଲା କୁକୁର

    ମଦ୍ୟପ ବାପକୁ ଡରି ଦଉଡି ପଳାଇଲା କୁନି ପୁଅ, ରାସ୍ତାରେ ଝୁଣିପକାଇଲା କୁକୁର

    ଏକ ହୃଦୟ ଥରାଇଲା ଭଳି ଖବର ଏବେ ସାମ୍ନାକୁ ଆସିଛି । ବାପା ରାଗିଯାଇଥିବା ବେଳେ ବାପା ମାଡକୁ ଡରି ଜଣେ ନାବାଳକ ଦଉଡିବା ଆରମ୍ଭ କରିଥିଲା । ଆଉ ଏତିକି ବେଳେ ସେ ରାସ୍ତାର ବୁଲା କୁକୁରଙ୍କ ହାବୁଡରେ ପଡିଯାଇଥିଲେ । ଆଉ ସେହି ବୁଲା କୁକୁର ଗୁଡିକ ନାବଳକକୁ ଝୁଣିପକାଇଥିଲେ । ଏମିତି ଲମଟାଙ୍କୁରା ଖବର ଆସିଥି ଉତ୍ତରପ୍ରଦେଶର କନୌଜରୁ ।

    ମୃତ ନାବାଳକଜଣକ ୧୨ ବର୍ଷୀୟ ପ୍ରିନ୍ସ ଙ୍କ ପିତା ଓମକାର ଜଣେ ନିଷାଖୋର ବ୍ୟକ୍ତି । ସେ ସର୍ବଦା ନିଷା ଖାଇ ଘରକୁ ଫେରନ୍ତି ଆଉ ଘରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରନ୍ତି । ସ୍ତ୍ରୀ ଆଉ ପିଲାଛୁଆଙ୍କୁ ମାରପିଟ କରି ଘରେ ସବୁବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି । ଗତ ମଙ୍ଗଳବାର ଦିନ ରାତିରେ ମଧ୍ୟ ସେ ମଦ୍ୟପାନ କରି ଘରକୁ ଆସିଥିଲେ । ଘରେ ପୁଅ ପ୍ରିନ୍ସ ଆଉ ସ୍ତ୍ରୀ ପିଙ୍କିଙ୍କୁ ମାରପିଟ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ତେଣୁ ବାପାଙ୍କ ଏମିତି ରୂପ ଦେଖି ପୁଅ ପ୍ରିନ୍ସ ଡରରେ ଘରୁ ଦଉଡି ପଳାଇଯାଇଥିଲା । ହଲେ ସେ ଆଉ ଘରକୁ ଫେରନଥିଲା ।

    ମା ପିଙ୍କି ପୁଅକୁ ଅନେକ ଖୋଜାଖୋଜି କରିଥିଲେ ସୁଦ୍ଧା ପ୍ରିନ୍ସର କୌଣସି ଖୋଜଖବର ମଳିନଥିଲା । ଆଉ ପୋଲିସ ତାଙ୍କ ଘରେ ଅଚାନକ ପହଞ୍ଚି ଯାଇଥିଲା । ପିଙ୍କିଙ୍କୁ ଘଟଣା ଯେଉଁଠାରେ ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ନେଇଯାଇଥିଲା । ନିଜ ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପୁଅ ପ୍ରିନ୍ସର ମୃତଦେହ ପଡିଥିଲା । ଏହା ଦେଖିବା ପରେ ମା ପିଙ୍କି ଆଉ ନିଜକୁ ସମ୍ଭାଳି ପାରିନଥିଲେ। ପ୍ରିନ୍ସ ଦେହର ବିଭିନ୍ନ ସ୍ଥାନରେ କୁକୁର କାମୁଡା ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ଜାରି ରଖିଛି ।

  • ଏଲୋପାଥି ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା ସମାନ ହୋଇପାରିବନି: ସୁପ୍ରିମକୋର୍ଟ

    ଏଲୋପାଥି ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା ସମାନ ହୋଇପାରିବନି: ସୁପ୍ରିମକୋର୍ଟ

    ଡାକ୍ତରଙ୍କୁ ସମାନ ଦରମା ଦାବିକୁ ନେଇ ସୁପ୍ରିମକୋର୍ଟ ରାୟ ଶଣାଇଛନ୍ତି । ଏଲୋପାଥି ଡାକ୍ତର ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା କେବେ ବି ସମାନ ହୋଇପାରିବନି । କାହିଁକି ନା ଉଭୟ ଏଲୋପାଥି ଓ ଆୟୁର୍ବେଦ ଡାକ୍ତର ସମାନ ପ୍ରକାର କାମ କରୁନାହାନ୍ତି । ତେଣୁ ସେମାନଙ୍କୁ ସମାନ ଦରମା ମିଳିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛି ।

    ସୁପ୍ରିମକୋର୍ଟ କହିଛି, ଏଲୋପାଥି ଡାକ୍ତର ମାନେ ଜରୁରୀକାଳୀନ ଡ୍ୟୁଟି କରିବାରେ ସକ୍ଷମ । କିନ୍ତୁ ଆୟୁର୍ବେଦ ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି କରିପାରିବେ ନାହିଁ । ଆହୁରି ଅନେକ କଥା ସୁପ୍ରିମକୋର୍ଟ କହିଥିବା ବେଳେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ରାୟର ଅର୍ଥ ନୁହେଁ ଯେ ଗୋଟିଏ ଚିକିତ୍ସା ପଦ୍ଧତି ଅନ୍ୟ ଅପେକ୍ଷା ଭଲ । ତେଣୁ ସସୁପ୍ରିମକୋର୍ଟର ଏହି ରାୟ ପରେ ଏଲୋପାଥି ଆଉ ଆୟୁର୍ବେଦ ଡାକ୍ତରଙ୍କୁ ନେଇ ଆରମ୍ଭ ହୋଇଥିବା ଦ୍ବନ୍ଦ୍ବର ପରିସମାପ୍ତି ହୋଇଛି ।

  • ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦଙ୍କୁ ସମ୍ନାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଏମ୍

    ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦଙ୍କୁ ସମ୍ନାନ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଏମ୍

    ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ସହିଦମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ସହିଦମାନଙ୍କୁ ବନ୍ଧୁକ ସଲାମି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ସହିଦ ପରିବାରକୁ ସମବେଦନା ଜଣାଇଛନ୍ତି ।

    ଗତକାଲି ଦାନ୍ତେୱାଡ଼ାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା । IED ବିସ୍ଫୋରଣରେ ୧୦ ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଥିଲେ । ସେନା ଗାଡ଼ିରେ DRG ଯବାନ ଯାଉଥିବା ବେଳେ ଦାନ୍ତେୱାଡାର ଅରନପୁର ନିକଟରେ ନକ୍ସଲ ଖଞ୍ଜିଥିବା IED ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୧୧ ଯବାନଙ୍କ ମୃତ୍ୟୁ ଘଟିଥିଲା ।

    ଏଭଳି ଘଟଣାକୁ ସାରା ଦେଶ ନିନ୍ଦା କରିଛି । ଦେଶପାଇଁ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ରାଜନେତା, ସେନା ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଏହା କେବଳ ଭୀରୁ, କାପୁରୁଷଙ୍କ କାମ । ଏହାର ଉଚିତ୍ ଜବାବ ଦିଆଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

  • 48 ଔଷଧ ପରୀକ୍ଷଣରେ ବିଫଳ

    48 ଔଷଧ ପରୀକ୍ଷଣରେ ବିଫଳ

    ଔଷଧର ଗୁଣବତ୍ତା ଉପରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଂସ୍ଥା, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଦ୍ୱାରା  ନିକଟରେ ହୋଇଥିବା ପରୀକ୍ଷଣରେ 48 ଔଷଧ ମାନକରେ ଫେଲ ମାରିଛି। ଦେଶର ବହୁ ଔଷଧ ଉତ୍ପାଦନକାରୀ ସଂସ୍ଥାରୁ ସିଡିଏସସିଓ 1497 ଔଷଧକୁ ପରୀକ୍ଷଣ ପାଇଁ ନେଇଥିବା ବେଳେ ସେସବୁ ମଧ୍ୟରୁ 1449 ଔଷଧର ମାନକ ଠିକ ଥିବା ବେଳେ 48 ଔଷଧର ଗୁଣବତ୍ତା ନିର୍ଦ୍ଧାରିତ ଗୁଣବତ୍ତା ଠାରୁ କମ ରହିଛି।

    ସିଡିଏସସିଓ ଦ୍ୱାରା ପରୀକ୍ଷାରେ ବିଫଳ ହୋଇଥିବା ଔଷଧ ମଧ୍ୟରେ ମୁଖ୍ୟତଃ ସାଧାରଣ ଭାବେ ବ୍ୟବହାର ହେଉଥିବା ଆଣ୍ଟି ଡାଇବେଟିକ, ଆଣ୍ଟି ବାୟୋଟିକ୍ସ, କ୍ୟାଲସିୟମ ତଥା ହୃଦରୋଗ ସହ ଜଡିତ ଔଷଧ ସାମିଲ ରହିଛି। ଏହା ବ୍ୟତୀତ ମଲ୍ଟି ଭିଟାମିନ, ଏଚଆଇଭି ପାଇଁ ବ୍ୟବହାର ହେଇଥିବା ରିଟୋନାଭିର, ବାତ ଔଷଧ ଗାବାପେଣ୍ଟିନ, ହାଇପରଟେନ୍ସନର ଔଷଧ ଟେଲମିସାରଟାନ, ଡାଇବେଟିସର ଔଷଧ ଗ୍ଲିମେପାରାଇଡ ଓ ମେଟଫର୍ମିନ ମଧ୍ୟ ସାମିଲ ରହିଛି।

    ଏତଦଭିନ୍ନ, ଆଇରନ ଓ ଫଲିକ ଏସିଡ ଟାବଲେଟ, ପ୍ରୋବାୟୋଟିକ୍ସର ମଲ୍ଟିଭିଟାମିନ ଶ୍ରେଣୀରେ ଭିଟାମିନ ସି, ଭିଟାମିନବି12, ଆମୋଜିସିଲିନ, କ୍ୟାଲସିୟମ ଓ ଭିଟାମିନ ଡି3 ଟାବଲେଟ, ଟେଲମିସାରଟାନ ଟାବଲେଟ ଓ ମିସ୍ୱାକ ଟୁଥପେଷ୍ଟ ମଧ୍ୟ ଗୁଣବତ୍ତା ପରୀକ୍ଷାରେ ନିର୍ଦ୍ଧାରିତ ମାନଠାରୁ କମ ରହିଛି।

  • ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ବାହାରିଲେ ବାହୁବଳୀ ସାଂସଦ ଆନନ୍ଦ ମୋହନ

    ଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ଜେଲରୁ ବାହାରିଲେ ବାହୁବଳୀ ସାଂସଦ ଆନନ୍ଦ ମୋହନ

    ପୂର୍ବତନ ବାହୁବଳୀ ସାଂସଦ ଆନନ୍ଦ ମୋହନ ସିଂହ ଆଜି ଭୋର ସାଢେ ୪ଟା ବେଳେ ଜେଲରୁ ମୁକ୍ତ ହୋଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧିକଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତାମାନେ । ବର୍ତ୍ତମାନ ଆନନ୍ଦ ମୋହନଙ୍କ ପ୍ରସଙ୍ଗ ନେଇ ବିହାର ତଥା ଜାତୀୟ ରାଜନୀତି ଉଠୁଛି ପଡୁଛି ।

    ସୂଚନା ମୁତାବକ, ୧୯୯୪ରେ ଆଇଏଏସ୍ ଜି. କୃଷ୍ଣୈୟାଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ଗୋପାଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଥିଲେ ଜି. କୃଷ୍ଣୈୟା । ୧୯୯୪ ଡିସେମ୍ବର ୫ ତାରିଖରେ ଉତ୍ତର ବିହାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟନ୍ ଶୁକ୍ଳାକୁ ହତ୍ୟା କରାଯାଇଥାଏ । ଏହାକୁ ନେଇ ଚାରିଆଡେ ବିରୋଧ ଲାଗିରହିଥାଏ । ଠିକ ଏତିକି ବେଳେ ମୁଜାଫରପୁରରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥାଏ । ଲୋକଙ୍କ ମନରେ ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନେଇ ପ୍ରବଳ ବିରୋଧ ଭାବ ଦେଖିବାକୁ ମିଳିଥିଲା । ପେଲିସ ଉପରେ ଉତକ୍ଷିପ୍ତ ହୋଇପଡିଥିଲେ ।

    ଦିନେ ଗୋପାଳଗଞ୍ଜର ଜିଲ୍ଲାଧିକାରୀ ଜି କୃଷ୍ଣୈୟା ଏକ ସ୍ୱତନ୍ତ୍ର ବୈଠକ ସାରି ନିଜ ଲାଲ୍ ବତି କାରରେ ଫେରୁଥିବା ବେଳେ ତାଙ୍କ ଗାଡିକୁ ଉତ୍ତ୍ୟକ୍ତ ଲୋକମାନେ ଘେରିଯାଇଥିଲେ । କିଛି ବୁଝିବା ପୂର୍ବକୁ ଉତ୍ତ୍ୟକ୍ତ ଲୋକେ କାର ଉପରକୁ ପଥରମାଡ କରିଥିଲେ । କାରଣ ଲୋକଙ୍କ ମଧ୍ୟରେ ଭୁଲ ଭାବନା ଥିଲା ଯେ, କାରରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି, ମୁଜାଫରପୁର ଡିଏମ୍ । ହେଲେ ଜି. କୃଷ୍ଣୈୟା ଲୋକଙ୍କୁ ବାରବାର ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ, ସେ ମୁଜାଫରପୁରର ନୁହଁନ୍ତି ବରଂ ଗୋପାଳଗଂଜର ଡିଏମ୍ । ହେଲେ କିଛି ଲାଭ ହେଲାନି । ତାଙ୍କ କଥାକୁ କେହି ଶୁଣିଲେନି । ଉତ୍ୟକ୍ତ ଲୋକେ ତାଙ୍କୁ କାର ଭିତରୁ ଟାଣିଆଣି ନିସ୍ତୁକ ମାଡ ମାରିବା ସହ ଗୁଳି ଚଲାଇଥିଲେ । ଏହାପରେ ଜି. କୃଷ୍ଣୈୟାଙ୍କୁ ଏକ ଗାତ ଭିତରେ ପକାଇ ଦେଇଥିଲେ । ଆଉ ଏହି ଖବର ସାରା ଦେଶରେ କ୍ଷିପ୍ର ବେଗରେ ବ୍ୟାପିଗଲା । ସେତେବେଳେ ଏହି ଦଙ୍ଗାକୁ ଉସକାଇବା ଅଭିଯୋଗରେ ଆନନ୍ଦ ମୋହନଙ୍କୁ ଜେଲ ହୋଇଥିଲା । ଏହାପରେ ତାଙ୍କୁ ଫାଶୀ ଦଣ୍ଡଦେଶ ହୋଇଥିଲା । ହେଲେ ଏହି ଦଣ୍ଡାଦେସ ପରବର୍ତ୍ତି ସମୟରେ ଆଜୀବନ କାରାଦଣ୍ଡରେ ବଦଳି ଯାଇଥିଲା । ଆଉ ଏବେ ତାଙ୍କର ଦଣ୍ଡ ଅବଧି ସମାପ୍ତ ହେବା ପୂର୍ବରୁ ଜେଲରୁ ମୁକୁଳାଇବାକୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଛି ।

  • IPLରେ ଆଜି ପୁଣି ଚେନ୍ନାଇ-ରାଜସ୍ଥାନ ମୁହାଁମୁହିଁ

    IPLରେ ଆଜି ପୁଣି ଚେନ୍ନାଇ-ରାଜସ୍ଥାନ ମୁହାଁମୁହିଁ

    ଫଟାଫଟ୍ କ୍ରିକେଟ୍ IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଜୟପୁରରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।

    ପଏଣ୍ଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗସ । ୭ଟି ମ୍ୟାଚରୁ ୫ଟିରେ ଜିତିଛି ଚେନ୍ନାଇ । ପୁଣି ଆଉ ଏକ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଦଳ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ ଡିପାର୍ଟମେଣ୍ଟରେ କମାଲ କରୁଛନ୍ତି ଖେଳାଳି । ଧୋନିଙ୍କ ନେତୃତ୍ୱରେ ଚଳିତଥର ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରୁଛି ଚେନ୍ନାଇ ।
    ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ବି ଚମତ୍କାର ପ୍ରଦର୍ଶନ କରୁଛି । ଚେନ୍ନାଇ ଓ ରାଜସ୍ଥାନ ପ୍ରଥମ ଭେଟାଭେଟିରେ ରାଜସ୍ଥାନ ବାଜି ମାରିଥିଲା । ଆଜି ମଧ୍ୟ ଚେନ୍ନାଇକୁ ହରାଇବା ପାଇଁ ଦଳ ଜୋରଦାର ତୟାରୀ କରିଛି । ବିସ୍ଫୋରକ ବଟଲର, ହେଟମ୍ୟାରଙ୍କ ସମେତ ଅଧିନାୟକ ସାମସନ୍ ବ୍ୟାଟିଂ ଭାର ସମ୍ଭାଳିବେ । ଅଭିଜ୍ଞ ଅଶ୍ୱିନ, ବୋଲ୍ଟଙ୍କ ସମେତ ଚହଲ ଚେନ୍ନାଇକୁ ଅଡୁଆରେ ପକାଇପାରନ୍ତି । ରାଜସ୍ଥାନ ଖେଳିଥିବା ୭ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ଗତକାଲି ଏକ ମ୍ୟାଚରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା କୋଲକାତା