ଆଜି କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଭୋଟ୍ ଗଣତି ଜାରି

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କାହାର ବାଜିମାତ୍ ହେବ । ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଜାରି ରହିଛି । ବେଙ୍ଗାଳୁରୁ ସମେତ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଜେପି ଆଗରେ ଚାଲିଥିବା ସୂଚନା ମିଳିଛି ।

୩୬ଟି କେନ୍ଦ୍ରରେ ଭୋଟ୍‌ ଗଣତି ଜାରି ରହିଛି । କର୍ଣ୍ଣାଟକରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ଏହାରି ଭିତରେ ବିଭିନ୍ନ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି ଦୁଇ ଦଳ । ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଜେପିକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ସମାନ ଆକଳନ କରିଛି । ଜେଡିଏସ୍‌ ଚଳିତ ନିର୍ବାଚନରେ କିଙ୍ଗ୍‌ମେକର ହେବା ଲକ୍ଷ୍ୟ ରଖିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ବଡ଼ ଭୂମିକା ରହିବ । ସେପଟେ, ଗଣନା କେନ୍ଦ୍ରରେ କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଷ୍ଟ୍ରଙ୍ଗ ରୁମ୍‌ ବାହାରେ ପୋଲିସ, ଫୋର୍ସ ମୁତୟନ ହୋଇଛନ୍ତି ।

ଆଜିର ରେଜଲ୍ଟକୁ ସବୁ ଦଳର ଅପେକ୍ଷା ରହିଛି । ଲୋକଙ୍କ ନିକଟତର ହେବା ପାଇଁ, ଭୋଟ୍ ହାତେଇବା ପାଇଁ ଜୋରଦାର ପ୍ରଚାର କରିଥିଲେ ସବୁ ଦଳୀୟ ନେତା ଓ କର୍ମୀ । ତେବେ ଆଜିର ଫଳାଫଳ ହିଁ କହିବ ପ୍ରକୃତରେ କର୍ଣ୍ଣାଟକବାସୀ କାହାକୁ ଭଲ ପାଆନ୍ତି । କାହାର ଭାଗ୍ୟ ସେମାନେ ନିର୍ଦ୍ଧାରଣ କରିଛନ୍ତି ଆଜି ହିଁ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *