ଗର୍ବ ଓ ଗୌରବର ଦିନ ‘ଉତ୍କଳ ଦିବସ’…ବନ୍ଦେ ଉତ୍କଳ ଜନନୀ

UTKAL DIVAS

ଆଜି ଏପ୍ରିଲ ୧ ଉତ୍କଳ ଦିବସ । ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା । ଏହି ମାନ୍ୟତା ପାଇବାର ୮୭ ବର୍ଷ ପୂର୍ଣ୍ଣ ହୋଇଛି । ଆଜିର ଉତ୍କଳ ଦିବସ(Utkala Divas)କୁ ଆନନ୍ଦ ଉଲ୍ଲାସର ପାଳନ କରାଯାଉଛି ।

୧୯୩୬ ମସିହା ପୂର୍ବରୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ କିଛି ଅଂଶ ମିଶି ରହିଥିବା ବେଳେ ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧୀନରେ ଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ମହାପୁରୁଷଙ୍କ ଉଦ୍ୟମ ଯୋଗୁଁ ଶେଷର ରାଜ୍ୟର ସବୁ ଅଂଶ ଏକ ହୋଇଥିଲା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ବନିଥିଲା । ସେହିଦିନକୁ ମନେ ରଖିବା, ରାଜ୍ୟର ଇତିହାସ, ଗଠନ ସମ୍ପର୍କରେ ତଥ୍ୟ ହାସଲ କରିବା, ତଥା ସେହି ଦିନର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଆମେ ଉତ୍କଳ ଦିବସ ପାଳନ କରୁଛେ ।

ଉତ୍କଳ ଦିବସକୁ ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି । ରାଜଧାନୀର ପ୍ରମୁଖ ସରକାରୀ ଅଫିସ, ବିଧାନସଭା,ଲୋକସେବା ଭବନ, କମିସନରେଟ୍ ପୋଲିସ ମୁଖ୍ୟାଳୟ ବିଭିନ୍ନ ଆଲୋକମାଳାରେ ସଜ୍ଜିତ ହୋଇଛି । ଆଜିର ଉତ୍କଳ ଦିବସ ଅବସରରେ Suchanatv24x7 ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *