ବର୍ଷାରେ ଭିଜିଲା ରାଜ୍ୟ..ଟ୍ୱିନ୍ ସିଟି ବେହାଲ

RAINING IN ODISHA

ଗତକାଲି ରାତି ଏବଂ ଆଜି ଭୋରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା(rain) ହୋଇଛି । ଟୁଇନ୍ ସିଟି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ବର୍ଷା ହୋଇଛି । ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଯାଜପୁର ଭଳି ଜିଲ୍ଲାର କିଛି ସ୍ଥାନରେ ପଶ୍ଚିମା ଝଡ଼ (westerly storm)ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ବିଜୁଳି,ଘଡ଼ଘଡ଼ି (lightning and thunder)ସହ ପ୍ରବଳ ବର୍ଷା ହୋଇଛି । ଆଜି ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Regional Meteorological Center)ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି । ଆସନ୍ତାକାଲି ଠାରୁ ଧୀରେ ଧୀରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷା ଛାଡ଼ି ପାଗ ଶୁଖିଲା ରହିବ ।

ଗତକାଲି ଅପରାହ୍ଣ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨ରୁ ୩ ଘଣ୍ଟା ଯାଏ ବର୍ଷିଥିଲା । ଜଗତ୍‌ସିଂହପୁରରେ ସର୍ବାଧିକ ୩୩.୨ ମିମି, ନୟାଗଡ଼ରେ ୧୩ ମିମି,ଢେଙ୍କାନାଳରେ ୨୮.୬ମିମି, ଚାନ୍ଦବାଲିରେ ୧୦ ମିମି ଲେଖାଏଁ ବର୍ଷା ହୋଇଛି । କିଛି ସ୍ଥାନରେ ରାତି ସାଢ଼େ ୧୦ଟା ଯାଏ ବର୍ଷା ହୋଇଥିଲା ।

Leave a Reply

Your email address will not be published. Required fields are marked *