ଉଦଘାଟନୀ ମ୍ୟାଚ୍ ଜିତିଲା ଗୁଜରାଟ’…ଆଜି ଡବଲ ମୁକାବିଲା

IPL 2023

ଫଟାଫଟ୍ କ୍ରିକେଟ୍ IPL ଆରମ୍ଭ ହୋଇଯାଇଛି । ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ ସହ ବିଜୟ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ହରାଇ ଗୁଜରାଟ ଉଦଘାଟନୀ ମ୍ୟାଚ୍ ଜିତିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା । ଶତକରୁ ବଞ୍ଚିତ ଋତୁରାଜ ଗାଏକୱାଡ ସର୍ବାଧିକ ୯୨ ରନ୍ କରିଥିଲେ । ଜବାବରେ ଗୁଜରାଟ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଗୁଜରାଟ ଗିଲ୍ ସର୍ବାଧିକ ୬୩ ରନ୍ କରିଥିଲେ ।

ସେପଟେ, ଆଜି IPLରେ ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩ଟା ୩୦ରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ ।

Leave a Reply

Your email address will not be published. Required fields are marked *