ରେସଲରଙ୍କ ମାମଲାର ଶୁଣାଣି ବନ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ

କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ  ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲରଙ୍କ ଆବେଦନ ଶୁଣାଣି ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ହସ୍ତକ୍ଷେପ ପରେ  ବ୍ରିଜ ଭୂଷଣଙ୍କ ବିରୋଧରେ ପୋଲିସ ଏଫଆଇଆର ରୁଜୁ କରିବା ସହ ମହିଳା ରେସଲରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ପରେ କୋର୍ଟ ଶୁଣାଣି ବନ୍ଦ କରିଛନ୍ତି।

ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସର୍ବୋଚ୍ଚ ନ୍ୟାୟାଳୟ ୭ ମହିଳା କୁସ୍ତି ଯୋଦ୍ଧାଙ୍କ ମଧ୍ୟରୁ ୩ ଜଣଙ୍କ ଆବେଦନର ଶୁଣାଣିକୁ ବନ୍ଦ କରିଛନ୍ତି। ସିଜେଇ ଡିୱାଇ ଚନ୍ଦ୍ରଚୂଡ଼ ଅଧ୍ୟକ୍ଷତାରେ ଜଷ୍ଟିସ ପିଏସ୍‌ ନରସୀମା ଓ ଜଷ୍ଟିସ ଜେବି ପାରଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଆଜି ରେସଲରଙ୍କ ଓକିଲ ମାମଲାର ତଦନ୍ତ କୌଣସି ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବାକୁ ଅପିଲ କରିଥିଲେ। ଏହାର ଜବାବରେ ଖଣ୍ଡପୀଠ କହିଥିଲେ ରେସଲରଙ୍କ ଏଫଆଇଆର ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା ସହ ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅପିଲ ହୋଇଥିଲା, ଯାହା ବର୍ତ୍ତମାନ ପୂରଣ ହୋଇଛି। ଆଉ ଯେଉଁ ଅଭିଯୋଗ ରହିଛି ତାକୁ ହାଇକୋର୍ଟ କିମ୍ବା ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିପାରିବେ।

ସୂଚନାଯୋଗ୍ୟ, କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏକାଧିକ ରେସଲର ଯୌନ ନିର୍ଯାତନା କରିଥିବା ବେଳେ ପୋଲିସ ଓ ସରକାରର ନିରବତା ବିରୋଧରେ ମହିଳା ରେସଲର ଆନ୍ଦୋଳନକୁ ଓହ୍ଲାଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ମାମଲା କରିଛି। ହେଲେ ଏଫଆଇଆର ପରେ ମଧ୍ୟ ବ୍ରିଜ ଭୂଷଣ ପଦଙ୍କୁ ପୋଲିସ ଗିରଫ କରି ନାହିଁ।

Leave a Reply

Your email address will not be published. Required fields are marked *