ସର୍ବ ପୁରାତନ ମଦର ଆଜି ବି ରହିଛି ଚାହିଦା

ପୁରୁଣାର ରହିଛି ନିଆରା ମଜା। ତେଣୁ ବହୁ ପୁରୁଣା ବା ଆଣ୍ଟିକ ପିସର ଦାମ ଶୁଣିଲେ ମୁଣ୍ଡ ଘୁରେଇ ଦେବ। ଆଉ ସେହି ସବୁ ପୁରୁଣା ଜିନିଷ ଭିତରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ବିଶ୍ବର ସର୍ବ ପୁରାତନ ମଦ। କୁହାଯାଉଛି, ମଦର ବୟସ ୧୬୫୦ ବର୍ଷରୁ ଅଧିକ ହେବ। ସବୁଠାରୁ ଆଶ୍ଚର୍ଯ୍ୟ ଓ ଚକିତ କରୁଥିବା କଥାଟି ହେଉଛି କି, ଏହା ଆଜି ବି ତାର ସ୍ୱାଦ, ମାଦକତା ବଜାୟ ରଖିଛି।  ବୋତଲର ଅବସ୍ଥା ଦେଖିଲେ ମନରେ ହୁଏତ ଘୃଣା ଭରିଯିବ, ହେଲେ ଭିତର ଜିନିଷ ଏବେ ମଧ୍ୟ ତାର ପୂର୍ବ ମାନ ଜାହିର କରୁଛି।

B28JE6 Detail of a mosaic in the House of Theseus, Pafos Mosaics, Nea Pafos, Cyprus

ବିଶ୍ବାସ କରାଯାଉଛି, ଏହି ମଦ ପ୍ରାୟ ୩୨୫ରୁ ୩୫୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରସ୍ତୁତ ହୋଇଥିଲା।  ବୋତଲର ଚାରିକଡରେ ଅଳିଆ, ଅପରିଷ୍କାର ଛାୟୀ ଯାଇଛି, ହେଲେ ଭିତରର ମଦ ଏବେ ମଧ୍ୟ ପାନୋପଯୋଗୀ ରହିଥିବା ବିଶେଷଜ୍ଞ କୁହନ୍ତି।  ଏହି ବିରଳ ମାଦକର ୧୬ ବୋତଲ ଭିତରୁ ଗୋଟିଏ, ଯାହାକୁ ୧୮୬୭ରେ ଜର୍ମାନର ରୋମାନସ୍ଥିତ ଏକ ସମାଧି ଖୋଦେଇ ବେଳେ ଉଦ୍ଧାର କରାଯାଇଥିଲା।  ବାହାରର ବାୟୁକୁ ରୋକିବା ପାଇଁ ଅଲିଭ ଅଏଲର ବ୍ୟବହାର କରାଯାଇଥିଲା। ବର୍ତ୍ତମାନ ବୋତଲରେ ଥିବା ଅବଶିଷ୍ଟାଂଶରୁ ଏହା ସ୍ପଷ୍ଟ କି ଏହା ମାଦକ ବିହୀନ ତରଳ ପଦାର୍ଥ ଓ ଏକ କଠିନ ଝୁଣା ଜାତୀୟ ଉପାଦାନରେ ପ୍ରସ୍ତୁତ ହୋଇଛି।

ଏହି ପୁରୁଣା ମଦ ବୋତଲକୁ ଫଲ୍ଜା ଐତିହାସିକ ସଂଗ୍ରହାଳୟରେ ଶହେରୁ ଅଧିକ ବର୍ଷ ହେବ ପ୍ରଦର୍ଶନୀ ପାଇଁ ରଖାଯାଇଛି। ତେବେ ଭିତରେ ଥିବା ମଦର ସତେଜତାକୁ ଦେଖି ଏହାକୁ ପାନ କରିବାକୁ ଅନେକ ବିଶେଷଜ୍ଞ ଚିନ୍ତା କରୁଛନ୍ତି। ୧୬୫୦ ବର୍ଷ ପୁରୁଣା ଏହି ମଦକୁ ନେଇ ୱାଇନ ପ୍ରଫେସର ମୋନିକା ଖ୍ରୀଷ୍ଟମାନ କୁହନ୍ତି କି, ସୂକ୍ଷ୍ମ ଜୈବିକତା ଦୃଷ୍ଟିରୁ ଏହି ମଦ ନଷ୍ଟ ହୋଇନାହିଁ, କିନ୍ତୁ ଏହାର ରୂପରେଖକୁ ଦେଖିଲେ ଏହା ବ୍ୟକ୍ତିଙ୍କୁ ମଦର ଆନନ୍ଦ ଦେବ ନାହିଁ। ଖ୍ରୀଷ୍ଟମାନ ଆହିରି ମଧ୍ୟ କହିଛନ୍ତି କି ଏହାର ସ୍ୱାଦ ଉତ୍କଟ ହୋଇଥିବ ତଥା ବୋତଲ ଖୋଲିବା ମଧ୍ୟ ବିପଦଜନକ ହୋଇପାରେ।

Leave a Reply

Your email address will not be published. Required fields are marked *