ପୂର୍ବତଟ ରେଳ ଲୋକ ପାଇଲଟ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ଧର୍ମଘଟ

ତାଳଚେର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନର ରେଳ ଲୋକ ପାଇଲଟ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଧର୍ମଘଟ କରିଛନ୍ତି, ଗତ ୨୩ ତାରିଖ ଠାରୁ ଏ ଧର୍ମ ଘଟ ଜାରି ରହିଥିବା ବେଳେ ସେମାନଙ୍କ ଲୋକୋ ପାଇଲଟ ମାନଙ୍କ ଦାବି ହେଉଛି ତାଙ୍କୁ କିଲୋମିଟର ପିଛା ପାରିଶ୍ରମିକ ମିଳୁନି, ରେଷ୍ଟ ରୁମର ବ୍ୟବସ୍ଥା ନାହିଁ ଏଥି ସହିତ ସେମାନଙ୍କୁ ତାଙ୍କର ଦୈନିକ ଡ୍ୟୁଟି ସମୟର ସମୟକୁ କାଟି ଦିଆ ଯାଉଛି, ସାଧାରଣତଃ ଟ୍ରେନ୍ ଇଞ୍ଜିନ ଗୁଡିକରେ ଏ.ସି. ରହୁ ନଥିବା କାରଣରୁ ଗରମ୍ ସମୟରେ ଟ୍ରେନ୍ ଚଳେଇବା ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ପାଲଟିଛି, ତେଣୁ ଏହିସବୁ ସମସ୍ୟାକୁ ରେଳର୍କୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇ ଆସୁଥିଲେ ମଧ୍ଯ ଏହି ସବୁ ଦାବି ଗୁଡ଼ିକୁ ସମାଧାନ କରିବାରେ ରେଲଭିଭାଗ ଦୃଷ୍ଟି ଦେଉ ନଥିବା ରେଳ କର୍ମଚାରୀ ମାନେ ଅଭଯୋଗ ଆଣିଛନ୍ତି।

ତେବେ ଯେପର୍ଯ୍ୟନ୍ତ ତାଙ୍କର ଏସବୁ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଧର୍ମଘଟ ଜାରୀରହିବ ବୋଲି ରେଳ ଲୋକ ପାଇଲଟ କର୍ମଚାରୀ ଚେତାବନୀ ଦେଇଛନ୍ତି

Leave a Reply

Your email address will not be published. Required fields are marked *