
ଆଜି ହେଉଛି ଶେଷ ପର୍ଯ୍ୟାୟ ମତ ଦାନ ଦିବସ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାଥୀ ଦୁର୍ଗା ପ୍ରସନ ନାୟକ ବୁଥ ନମ୍ବର ୨୨୭ ବୁଧେ ସ୍ୱରୀ ନୋଡାଲ ଉପ୍ରା ବିଦ୍ୟାଳୟ ଶ୍ରୀ ଚନ୍ଦନ ପୁରରେ ପହଁଚି ଲାଇନରେ ଠିଆ ହୋଇ ମତଦାନ କରିଛନ୍ତି, ନିର୍ବାଚନର ଏହି ପବିତ୍ର ପର୍ବ ରେ ସମସ୍ତେ ସାମିଲି ହୋଇ ମହାକାଳପଡ଼ା ର ବିକାଶ ଓ ରାଷ୍ଟର ବିକାଶ ପାଇଁ ମତଦାନ କରିବା ପାଇଁ ନିବେଦନ କରିଛନ୍ତି,
ସେହିଭଳି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଅତନୁ ସବ୍ଯସାଚ୍ଚୀ ନାୟକ ଆଜି ସକାଳୁ ସକାଳୁ ନିଜ ଗାଁରେ ଭୋଟ ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ସାନ ଅଢଙ୍ଗା ଗାଁର ୨୩୦ ନମ୍ବର ବୁଥ୍ ରେ ସେ ମତଦାନ କରିଛନ୍ତି । ଭୋଟ ଦାନ କେନ୍ଦ୍ର ରେ ଶ୍ରୀ ନାୟକ ଧାଡିରେ ଯାଇ ଭୋଟ ହୋଇଛନ୍ତି । ସମସ୍ତଙ୍କର ମତଦାନ ଅଧିକାର ରହିଛି । ସଚେତନ ନାଗରିକ ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା କରି ସମସ୍ତେ ଆସି ନିଜ ନିଜର ମତ ଦେବାକୁ ସେ ଆହ୍ବାନ କରିଛନ୍ତି ।
ତେବେ ଚତୁର୍ଥ ପର୍ଯ୍ଯୟ ସହ ଆଜି ସରୁଛି ଭୋଟ ଅପେକ୍ଷା ଜୁନ୍ ୪ କୁ କିଏ ମାରିବ ବାଜି କିଏ ପିନ୍ଧିବ ବିଜୟ ମୁକୁଟ