
ଏଥର ବଦଳିବ ସୋନପୁର ରାଜନୈତିକ ଚିତ୍ର | ମୈଦାନକୁ ଓହ୍ଲେଇବାକୁ ପ୍ରସ୍ତୁତ ହେଉଛନ୍ତି ବହୁ ଯୁବ ବର୍ଗ |ରାଜ୍ୟ ସରକାର ବହୁ ଯୋଜନା ଜନତାଙ୍କ ଅସନ୍ତୋଷ ପ୍ରଶମିତ କରିବାରେ ହେଉଛି ବିଫଳ। ପୁରୁଣା ନେତାଙ୍କ ଉପରେ ଭରସା ପାଉନି ସ୍ଥାନୀୟ ଜନତାଙ୍କର। ସୋନପୁର ନିର୍ବାଚନ ମଣ୍ଡଳୀ ହେଉଛି ରାଜ୍ୟର ଅର୍ଥ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର। ସେଠାରୁ ଲଗାତର ୩ ଥର ଧରି ନିରଞ୍ଜନ ନିର୍ବାଚିତ ହୋଇଆସୁଛନ୍ତି। ମନ୍ତ୍ରୀ ମଣ୍ଡଳରେ ମଧ୍ୟ ପାଇଛନ୍ତି ସ୍ଥାନ। ହେଲେ ଏଥିରେ ସୋନପୁରର ବଦଳୁନି ଭାଗ୍ୟ। ବେରୋଜଗାରୀ, ଚାଷୀ ସମସ୍ୟା, ରାସ୍ତାଘାଟ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା ପରି ବିଭିନ୍ନ ସମସ୍ୟା ପଛ ଛାଡୁନି ଜିଲ୍ଲାବାସୀଙ୍କର।
ଯାହାକୁ ନେଇ ଲୋକେ ଅତିଷ୍ଠ ହେଲେଣି। ଚାଷ ପ୍ରଧାନ ଏହି ଜିଲ୍ଲାର ଚାଷୀ ପାଇଁ ହୋଇପାରିନି ଜଳସେଚନ ଓ ଜଳ ନିଷ୍କାସନର ସୁବିଧା। ତେଣୁ କେତେବେଳେ ଅତି ବର୍ଷା ତ ପୁଣି କେତେବେଳେ ବର୍ଷା ଅଭାବ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ସେହିପରି ଚାକିରି ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି ଯୁବପିଢି। ବିଭିନ୍ନ ଘୋଷଣା ବା ଯୋଜନା ସତ୍ତ୍ବେ କାର୍ଯ୍ୟକାରିତା ଅଭାବ ଲୋକଙ୍କୁ ଅସହ୍ୟ ହେଲାଣି।
ସେପଟେ ନିଜ ମାଟି ପ୍ରତି ସରକାରଙ୍କ ଅବହେଳା, ବୈମାତୃକ ମନୋଭାବ ପାଇଁ ଅନେକ ଯୁବନେତା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଲେଣି। ଏମାନଙ୍କ ମଧ୍ୟରେ ଚାଷୀ ନେତ୍ରୀ ସୋନାଲି ବିଶି ଅନ୍ୟତମ। ସୋନାଲିଙ୍କ ପ୍ରତି ବଢୁଛି ଜନ ସମର୍ଥନ। ଚାଷୀଙ୍କ ସ୍ବାର୍ଥ ପାଇଁ ଅଣ୍ଟା ଭିଡି ସୋନାଲିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ଏଥିସହ ସୁତା ମିଲ ବନ୍ଦ , ଦାଦନ ଓ ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସୋନାଲି |
ବିଭିନ୍ନ ସ୍ଥାନରେ ମଧ୍ୟ ସରକାର ବିରୋଧରେ ବିଶୋଦ୍ଗାର କରୁଥିବା ଦେଖିବାକୁ ମିଳୁଛି। ତାଙ୍କ ଏପରି କାର୍ଯ୍ୟକୁ ଦେଖି ଆଗାମୀ ନିର୍ବାଚନରେ ସେ ସୋନପୁରରୁ ଠିଆ ହେବା ନେଇ ମତ ପାଇବାରେ ଲାଗିଲାଣି। ତେବେ ଦେଖିବାକୁ ରହିଲା ସେ ଜନତାଙ୍କ ପାଇଁ ସ୍ବାଧୀନଭାବେ ମୈଦାନକୁ ଓହ୍ଲାଇବେ ନାଁ ତାଙ୍କ ଲୋକପ୍ରିୟତାକୁ ଦେଖି କୌଣସି ଦଳ ତାଙ୍କୁ ଆପଣେଇବ।
Can you be more specific about the content of your article? After reading it, I still have some doubts. Hope you can help me. https://accounts.binance.bh/register/person?ref=IHJUI7TF