
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଯାଜପୁର ଜିଲ୍ଲା ବଡ଼ଚଣାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହିକ୍ରମରେ କଂଗ୍ରେସର ଦଳୀୟ ପତାକାନ ରଖି ବଡ଼ଚଣା ପ୍ରଗତୀ ମଞ୍ଚ ଆଳରେ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ବିଶାଳ ଜନ ସମାବେଶ କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର।
ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ତଥା ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ୩୦ ହଜାର ଲୋକଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଥିବା ବେଳେ ଏହି ସଭାରେ ସରକାରଙ୍କ ଗୁଣଗାନ କରିଥିବା ବେଳେ ବଡ଼ଚଣା ବିଧାୟକଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ l ଅମର ହଟାଅ ବଡ଼ଚଣା ବଞ୍ଚାଅ ଏହି ସମାବେଶର ମୁଖ୍ୟ ନାରା ଥିବା ଦେଖିବାକୁ ମିଳିଥିଲା।
ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର ବଡ଼ଚଣାରେ ବିକାଶ ନାଁରେ ବିନାଶ ହୋଇଥିବା କହିଥିଲେ। ଏପରିକି ବଡ଼ଚଣା ରାଜନୀତିରେ ବିଧାୟକ ଅମର ପ୍ରସାଦ ଶତପଥୀ ଓ ବିଜେପି ନେତା ଅମର ନାୟକଙ୍କ ଭୂମିକାକୁ ନେଇ କଟାକ୍ଷ କରିଥିଲେ। ଆଗାମୀ ଦିନରେ ବଡ଼ଚଣାବାସୀ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି କ୍ଯାପଟେନ ରାଜ୍ ନାରାୟଣ ମହାପାତ୍ର ।
Your point of view caught my eye and was very interesting. Thanks. I have a question for you.
I don’t think the title of your article matches the content lol. Just kidding, mainly because I had some doubts after reading the article.